Posted inଜାତୀୟ

ଟିଏମ୍‌ସି ଅଭିଯୋଗରେ ସତ୍ୟତା ନାହିଁ : ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୨।୩ : ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ଲାଗି ନନ୍ଦିଗ୍ରାମରୁ ନାମାଙ୍କନ ଦାଖଲ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାର ୨୪ ଘଣ୍ଟା ପୂର୍ବରୁ ପୋଲିସ କମିଶନରଙ୍କୁ ହଟାଇ ଦିଆଯାଇଥିଲା ନିର୍ବାଚନ ଦାୟିତ୍ୱରୁ। ଏହା ଏକ ବଡ଼ ଷଡ଼ଯନ୍ତ୍ର। ଆଉ ନିର୍ବାଚନ ଆୟୋଗ (ଇସି) ସୁରକ୍ଷା ଯେଗାଇବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଥିଲା ମମତାଙ୍କ ଦଳ ତୃଣମୂଳକ କଂଗ୍ରେସ (ଟିଏମ୍‌ସି)।

ଏହି ଘଟଣା ଉପରେ ଗୁରୁବାର ପ୍ରତିକ୍ରିୟା ରଖିଛି ନିର୍ବାଚନ ଆୟୋଗ। ଟିଏମ୍‌ସି ପକ୍ଷରୁ କରାଯାଇଥିବା ଅଭିଯୋଗ ନିର୍ବାଚନ ଆୟୋଗଙ୍କ ପ୍ରତିଷ୍ଠା ଓ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି। ତେବେ ଏଥିରେ କୌଣସି ସତ୍ୟତା ନାହିଁ। ମମତାଙ୍କ ସହ ଯାହା ଘଟିଛି, ତାହା ଦୁର୍ଭାଗ୍ୟଜନକ। କିନ୍ତୁ ଏହାକୁ ପୋଲିସ ଡିଜିଙ୍କୁ ହଟାଯିବା ସହ ଯୋଡ଼ିବା ଉଚିତ ନୁହେଁ। ଆଚରଣ ବିଧି ଲାଗୁ ବେଳେ କାହାକୁ ଦାୟିତ୍ୱରେ ଦିଆଯିବ ଆଉ କିଏ ହଟିବ, ତାହା ନିର୍ବାଚନ ଆୟୋଗ ଉପରେ ନିର୍ଭର କରେ। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବା ଜରୁରୀ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଜୀବନ ଏବଂ ରାଜ୍ୟର ସୁରକ୍ଷା ଓ ଶୃଙ୍ଖଳା ନିୟନ୍ତ୍ରଣରେ ଅଛି ବୋଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରସୁଣ ବସ୍ତା ନେଇ ବିଧାନସଭା ପହଞ୍ଚିଲେ କଂଗ୍ରେସ ବିଧାୟକ, କହିଲେ ବିକିବୁ…

ଭୋପାଳ, ୧୩।୯ : ମଧ୍ୟପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ପାଞ୍ଚ ଦିନିଆ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ବିଧାୟକମାନେ ରସୁଣ...

କେଜରିଓ୍ବାଲଙ୍କୁ ଲାଗିପାରେ ଝଟ୍‌କା: ଏଏପି ଛାଡିପାରନ୍ତି ଅଳକା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନ ୨୦୧୯କୁ ନେଇ ପ୍ରଚାର ଯୋର ଧରିଥିବା ବେଳେ ରାଜନୈତିକ ଅଙ୍କକଷା କିନ୍ତୁ ଛିଡୁନି। ହରିୟାଣା, ପଞ୍ଜାବ ଓ ଦିଲ୍ଲୀ ପାଇଁ...

ପଞ୍ଚମ ପର୍ଯ୍ୟାୟ ଝାଡ଼ଖଣ୍ଡ ଭୋଟ ଆଜି: ୨୩ରେ ଭୋଟଗଣତି

ରାଞ୍ଚି,  ୨୦।୧୨(ପି.ଟି.):ଝାଡ଼ଖଣ୍ଡ ବିଧାନସଭାର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଲାଗି ୨୦ରେ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ୧୬ଟି ଆସନ ଲାଗି ଭୋଟଗ୍ରହଣ କରାଯିବାକୁ ଥିବାବେଳେ ମଇଦାନରେ...

୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କଲେ ଦୂର ସମ୍ପର୍କୀୟ

ବସ୍ତି,୧୩।୯: ଜଣେ ୧୬ ବର୍ଷୀୟ ନାବାଳକ ପଡ଼ୋଶା ଘରର ୮ ବର୍ଷୀୟା ଝିଅଙ୍କୁ ବଳାତ୍କାର କରିଛନ୍ତି। ଉତ୍ତରପ୍ରଦେଶର ବସ୍ତି ଜିଲାରେ ରବିବାର ଏଭଳି ଘଟଣା ଘଟିଛି।...

ନ୍ୟାଶନାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପାଇପ୍‌ଲାଇନର ଶୁଭାରମ୍ଭ କଲେ ସୀତାରାମନ:ଖର୍ଚ୍ଚ ହେବ ୧୦୨ ଲକ୍ଷ କୋଟି

ନୂଆଦିଲ୍ଲୀ,୧-୧:ଦେଶର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ କେନ୍ଦ୍ର ସରକାର ୧୦୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବେ। ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ...

କର୍ନାଟକ ବିଧାନସଭାରେ ଧର୍ମାନ୍ତରୀକରଣ ନିରୋଧୀ ବିଲ୍‌ ଗୃହୀତ

ବେଙ୍ଗାଲୁରୁ, ୨୨ା୯: କର୍ନାଟକ ବିଧାନସଭାରେ ବୁଧବାର ବିରୋଧୀ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗାଳ ମଧ୍ୟରେ ଧର୍ମାନ୍ତରୀକରଣ ନିରୋଧୀ ବିଲ୍‌ ଗୃହୀତ ହୋଇଛି। ଗତ ସପ୍ତାହରେ ସାମାନ୍ୟ...

ଏମ୍‌ପି ସରକାରଙ୍କ ବିରୋଧରେ ୧୦ ହଜାର କୋଟିର ମାମଲା

ଇନ୍ଦୋର,୫।୧: ମଧ୍ୟପ୍ରଦେଶର ପଟଲମ୍‌ ଅଞ୍ଚଳର ଜଣେ ଆଦିବାସୀଙ୍କୁ ମିଛ ଅଭିଯୋଗରେ ୬୬୬ ଦିନ ଜେଲରେ ରଖାଯାଇଥିଲା। ଗତବର୍ଷ ଅକ୍ଟୋବରରେ ତାଙ୍କୁ ଗଣବଳାତ୍କାର ମାମଲାରେ ଦୋଷମୁକ୍ତ କରାଯାଇଥିଲା।...

ସିବିଆଇକୁ ମିଳୁ ସ୍ବୟଂକ୍ରିୟ କ୍ଷମତା

ଚେନ୍ନାଇ, ୧୯।୮(ଆଇଏଏନ୍‌ଏସ୍‌): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ପିଞ୍ଜରାବଦ୍ଧ ଶୁଆ ନ କରି ଏହାକୁ ମୁକ୍ତ କରିବା ବା ସ୍ବୟଂକ୍ରିୟ କ୍ଷମତା ଦେବା ପାଇଁ ମାଡ୍ରାସ...

Advertisement
Archives

Model This Week