ଅସୁରକ୍ଷିତ ବେଦାନ୍ତ ଖଣି ତଦନ୍ତ ଆଜିଠୁ

ଯାଜପୁର ଅଫିସ,୧୭ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ରହିଛି। ଏନେଇ ହୋଇଥିବା ଅଭିଯୋଗ ଉପରେ ଗୁରୁବାରଠାରୁ ତଦନ୍ତ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫ୍‌ଟି(ଡିଜିଏମ୍‌ଏସ୍‌)ର ଭୁବନେଶ୍ୱର କ୍ଷେତ୍ର ଡେପୁଟି ଡାଇରେକ୍ଟର ଇନୁମୁଲା ସତ୍ୟନାରାୟଣ ବୁଧବାର ଇ-ମେଲ୍‌ ଯୋଗେ ଅଭିଯୋଗକାରୀ ସୁରେଶ କୁମାରଙ୍କୁ ସୂଚନା ଦେଇଛନ୍ତି। ଉକ୍ତ ସୂଚନା ଅନୁଯାୟୀ ଡିଜିଏମ୍‌ଏସ୍‌ର ଅଧିକାରୀ ଗୁରୁବାର ୧୭ା୬ା୨୦୨୧ ପୂର୍ବାହ୍ନ ୧୦ଟାରୁ ୧୮ା୬ା୨୦୨୧ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତଦନ୍ତ କରିବେ। ଅଭିଯୋଗକାରୀ ସୁରେଶ କୁମାରଙ୍କୁ ଏହି ତଦନ୍ତ ସମୟରେ ଉପସ୍ଥିତ ରହିବାକୁ ଉକ୍ତ ଇ-ମେଲ୍‌ ସୂଚନାରେ ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ, ସୁରେଶ କୁମାର ଓସ୍ତପାଳ କ୍ରୋମାଇଟ ଖଣି ଗୁରୁତର ଭାବେ ଅସୁରକ୍ଷିତ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ୱେବ୍‌ପୋର୍ଟାଲ ‘ସେଣ୍ଟ୍ରାଲାଇଜଡ୍‌ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ ଆଣ୍ଡ ମନିଟରିଂ ସିଷ୍ଟମ୍‌’ ମାଧ୍ୟମରେ ଗତ ୯ା୪ା୨୦୨୧ ଏବଂ ୧୬ା୪ା୨୦୨୧ରେ ଅଭିଯୋଗ କରିିଥିଲେ। ଏନେଇ ଧରିତ୍ରୀରେ ସବିଶେଷ ତଥ୍ୟ ଭିତ୍ତିକ ଖବର ଗତ ୧୫ା୬ା୨୦୨୧ରେ ପ୍ରକାଶ ପାଇଥିଲା। ଏହାପରେ ଡିଜିଏମ୍‌ଏସ୍‌ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଓସ୍ତପାଳ ଖଣି ଗର୍ତ୍ତଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ୭୮ ମିଟର ଡମ୍ପ ଶ୍ରମିକ ତଥା କର୍ମଚାରୀଙ୍କ ପାଇଁ ବିପଦ ଭାବେ ଠିଆ ହୋଇଛି। ଏହା ପୂର୍ବରୁ ୪ ଥର ଡମ୍ପ ଭୁଶୁଡି ଶ୍ରମିକଙ୍କ ପାଇଁ ବିପଦର କାରଣ ହୋଇସାରିଛି। ଯେତେ ଥର ଅଭିଯୋଗ କରାଯାଇଥିଲେ ହେଁ ବିଭାଗ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସୁରେଶ କୁମାର ତାଙ୍କ ଅଭିଯୋଗରେ ଦର୍ଶାଇ ଆସିଛନ୍ତି। ଅନ୍ୟପକ୍ଷେ ଏହି ବିପଦରୁ ତ୍ରାହି ପାଇବାକୁ ବେଦାନ୍ତ ଅନ୍ୟକୁ ଲିଜ୍‌ ଦେବାକୁ ଯୋଜନା ରଖିଛି। ତେବେ ଉପଯୁକ୍ତ ଭାବେ ନିରପେକ୍ଷ ତଦନ୍ତ କରାଗଲେ ବେଦାନ୍ତର ଏଭଳି ବେଆଇନ ଉତ୍ତୋଳନ ଉପରେ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଅଭିଯୋଗକାରୀ ଓ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri