ପୁଣି ବଢ଼ିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୧୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିନେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିଲେ ପୁଣି ଏହା ବଢୁଛି। ବୁଧବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୨୪ ଥିବାବେଳେ ମୃତକଙ୍କ ସଂଖ୍ୟା ୨,୫୪୨ ଥିଲା। ଗୁରୁବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଅପରପକ୍ଷରେ ମୃତକଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ୨୦୮ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨,୩୩୦ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୧ ଲକ୍ଷ ୩ ହଜାର ୫୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୮ ଲକ୍ଷ ୨୬ ହଜାର ୭୪୦ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୬ କୋଟି ୫୫ ଲକ୍ଷ ୧୯ ହଜାର ୨୫୧ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୮ କୋଟି ୫୨ ଲକ୍ଷ ୩୮ ହଜାର ୨୨୦ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍‌ ଲାଗୁ କରିବେନି ମମତା

କୋଲକାତା,୬।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର କହିଛନ୍ତି ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍‌(ସିଏବି) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ...

ଘୃଣା ମନ୍ତବ୍ୟ ହତ୍ୟା ସଦୃଶ

ନୂଆଦିଲ୍ଲୀ,୨୨ା୯: ଘୃଣା ମନ୍ତବ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ଟିଭି ଉପସ୍ଥାପକଙ୍କ ଭୂମିକାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବା ସହ ଚ୍ୟାନେଲଗୁଡ଼ିକ ଉପରେ ବର୍ଷିଛନ୍ତି। ଏଥିସହ ସରକାର...

‘ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରରେ ଭାଜପା ସରକାର’

ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ଭାଜପା ରାଜ୍ୟରେ ସରକାର ଗଢ଼ିବ। ମାର୍ଚ୍ଚ ସୁଦ୍ଧା ପରିବର୍ତ୍ତନ ଦେଖିବାକୁ ମିଳିବ। ଏଭଳି ବୟାନ ଦେଇଛନ୍ତି...

ଦିଲ୍ଲୀରେ କୋଠା ଭୁଶୁଡ଼ି ୫ ମୃତ

ନୂଆଦିଲ୍ଲୀ,୨୬ା୧: ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଶନିବାର ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଛାତ୍ରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଛାତ୍ରମାନଙ୍କ ବୟସ ୧୦ରୁ...

କଙ୍ଗନା ରାଣାୱତଙ୍କୁ ପୁଣି ସମନ

ମୁମ୍ବାଇ,୧୮।୧୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପୁଣି ସମନ କରିଛି ମୁମ୍ବାଇ ପୋଲିସ। ସୋଶିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡ଼ ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ରାଜନାଥ...

ଅଟଳ ଜୀଙ୍କ ପ୍ରଥମ ପୁଣ୍ୟତିଥିରେ ଜାଣନ୍ତୁ କିଛି ଅଜଣା କଥା

ନୂଆଦିଲ୍ଲୀ, ୧୬।୮:୧୯୨୪ ମସିହା ଡିସେମ୍ବର ୨୫ତାରିଖରେ ଅଟଳ ବିହାରୀ ବାଜପେୟୀଙ୍କ ଗୋଆଲିଅର ଜନ୍ମ ହୋଇଥିଲା। ମା’ଙ୍କ ନାମ କ୍ରିଷ୍ଣା ଦେବୀ ଓ ବାପାଙ୍କ ନାମ କ୍ରିଷ୍ଣବିହାରୀ...

ପୂର୍ବ ନାଗାଲାଣ୍ଡକୁ ନେଇ ଅଲଗା ରାଜ୍ୟ ଗଠନ ଲାଗି ୨୦ ବିଧାୟକ ଏକଜୁଟ…

କୋହିମା, ୪।୯ : ଆସନ୍ତା ବର୍ଷ ଆରମ୍ଭରେ ନାଗାଲାଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ପୂର୍ବ ଭାଗକୁ ଅଲଗା କରି ଏକ ନୂତନ...

Advertisement
Archives

Model This Week