ନବଧା ଶକ୍ତି ସ୍ବରୂପିଣୀ

ସାରା ଦେଶ ଏବେ ମା’ ଆଦ୍ୟାଶକ୍ତିଙ୍କ ଆବାହନରେ ମଗ୍ନ। ମା’ ଆସିବେ ଦୁଷ୍ଟ ଶକ୍ତିର ସଂହାର କରିବେ। ଏଥିପାଇଁ ତ ଏବେ ସବୁଆଡେ ଚାଲିଛି ନବରାତ୍ର ପୂଜା। ଏହି ସମୟରେ ଆଦ୍ୟାଶକ୍ତିଙ୍କୁ ନବଧା ରୂପରେ ଆବାହନ କରାଯାଏ। ନାରୀଶକ୍ତିର ପ୍ରତୀକଭାବେ କେତେକ ସ୍ଥାନରେ କୁଆଁରୀ କନ୍ୟାଙ୍କୁ ବି ପୂଜା କରାଯାଏ। ପୂର୍ବରୁ ଭାରତର ଅନ୍ୟସ୍ଥାନରେ ବିଶେଷଭାବରେ ଏହି ପୂଜା କରାଯାଉଥିବାବେଳେ ଏବେ ଆମ ରାଜ୍ୟରେ ବି ଏହି ବ୍ରତକୁ ଅନେକେ ଭାବଭକ୍ତିରେ ପାଳନ କରୁଛନ୍ତି…

ନବରାତ୍ରି, ଅର୍ଥାତ୍‌ ନଅ ଦିନର ପୂଜାର୍ଚ୍ଚନା। ନଅ ଦିନ ମଧ୍ୟରେ ମାଆଙ୍କର ନଅଟି ରୂପକୁ ଆବାହନ କରାଯାଏ। ନବମାତୃକାଙ୍କର ଏହି ପୂଜାରେ ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ। ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ। ସେହିପରି ଶେଷ ତିନିଦିନରେ ମା’ ବିଦ୍ୟାଦାତ୍ରୀ ସରସ୍ବତୀଭାବେ ପୂଜା ପାଇଥାନ୍ତି। ହିନ୍ଦୁ ପରମ୍ପରା ଅନୁଯାୟୀ ବର୍ଷରେ ପାଞ୍ଚଥର ( ପୌଷ, ମାଘ, ଚୈତ୍ର, ଆଷାଢ଼ ଓ ଆଶ୍ୱିନ) ନବରାତ୍ରି ପାଳନ ହେଉଥିଲେ ମଧ୍ୟ ଶରତ ଋତୁରେ (ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ) ପାଳିତ ହେଉଥିବା ନବରାତ୍ରି ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାକୁ ମହାନବରାତ୍ରି ମଧ୍ୟ କୁହାଯାଏ।
ନବରାତ୍ରି ପୂଜା ନିମନ୍ତେ ପ୍ରଥମେ ପୂଜାବେଦିରେ ଘଟ ସ୍ଥାପନ କରି ଦେବୀଙ୍କୁ ଆବାହନ କରାଯାଏ। ଧାନ କିମ୍ବା ଗହମ ଉପରେ ସ୍ଥାପନ କରାଯାଇଥିବା ଘଟରେ ଦେବୀ ଦୁର୍ଗାଙ୍କ ଛବି କିମ୍ବା ସ୍ବସ୍ତିକ ଚିହ୍ନ ଅଙ୍କନ କରାଯାଏ। ନିଅଦିନ ପର୍ଯ୍ୟନ୍ତ ପୂଜା ସରିବା ପରେ ଶେଷ ଦିନ ଘଟ ବିସର୍ଜନ କରାଯାଏ। ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁ କମ୍‌ ବୟସର ୯ଜଣ କୁମାରୀଙ୍କୁ ଦୁର୍ଗାଙ୍କ ନଅଟି ମୂର୍ତ୍ତି ଯଥା- କୁମାରୀ(କୁମାରିକା), ତ୍ରିମୂର୍ତ୍ତିନୀ (ତ୍ରିମୂର୍ତ୍ତି), କଲ୍ୟାଣୀ (କଳହାଣୀ), ରୋହିଣୀ, କାଳୀ, ଚଣ୍ଡିକା, ଶମ୍ଭବୀ(ଶାମ୍ଭବୀ), ଦୁର୍ଗା ଓ ସୁଭଦ୍ରା ରୂପେ କଳ୍ପନା କରି ଭୋଜନ ଦିଆଯାଏ।
ନାବରାତ୍ର ବ୍ରତ ଧାରଣ କରିଥିବା ମହିଳାମାନେ ସାଧାରଣତଃ ଏହି ନଅଦିନ କେବଳ ଫଳ ଆହାର କିମ୍ବା ମିଠାଜାତୀୟ ବ୍ୟଞ୍ଜନ ଗ୍ରହଣ କରି ରହିଥାନ୍ତି। କେହି କେହି ସାରାଦିନ କେବଳ ସରବତ ବା ଫଳ ଖାଇ ରହିଥାନ୍ତି। ଏ ସାରେ ମାଆଙ୍କ ପୂଜା ପରେ ପୁରି, ଖିରି କିମ୍ବା ପରଟା ଆଦି ଖାଇ ରହନ୍ତି। ପୂଜା ବିଧି ଅନୁସାରେ ଏହି ସମୟରେ ସାଧାରଣତଃ ଲୁଣ ଖାଇବା ମଧ୍ୟ ବାରଣ ଥାଏ। କିନ୍ତୁ ଲୁଣ ସ୍ଥାନରେ ସୈନ୍ଧବ ଲୁଣକୁ ଗ୍ରହଣ କରାଯାଏ।

 

ମାଆଙ୍କ ନିର୍ଦ୍ଦେଶରେ ପୂଜା କରୁଛି
ପିଲାଦିନରୁ ମୁଁ ମାଆଙ୍କ ପୂଜା କରେ। ତାପରେ ଥରେ ମାଆ ମତେ ସ୍ବପ୍ନରେ ଦର୍ଶନ ଦେଇ ଘରେ ଘଟ ସ୍ଥାପନ ନିମନ୍ତେ କହିଥିଲେ। ସେହିଦିନ ଠାରୁ ପ୍ରାୟ ୩୦ ବର୍ଷ ହେଲାଣି ମୁଁ ନବରାତ୍ରି ବ୍ରତ କରୁଛି। ନଅ ଦିନ ପର୍ଯ୍ୟନ୍ତ ଆମ ଘରେ ସମସ୍ତେ ନିଷ୍ଠାର ସହିତ ଏହି ବ୍ରତ ପାଳନ କିରବାରେ ସାହାଯ୍ୟ କରିଥାନ୍ତି। ସମସ୍ତେ ଏକାଠି ବସି ମାଆଙ୍କ ପୂଜା କରୁ। ଏବେ ମୋର ତିନି ଝିଅ ବି ନବରାତ୍ରି ପୂଜା କରୁଛନ୍ତି। ଘରେ ଘଟ ସ୍ଥାପନ କରି ପୂଜା ହେଉଥିବାରୁ ଏହି ନଅ ଦିନ ଘରର ବାତାବରଣ ବେଶ୍‌ ପବିତ୍ର ମନେ ହୋଇଥାଏ। -ବିଜୟଲକ୍ଷ୍ମୀ ବେଉରା, ଗୃହିଣୀ, ମଞ୍ଚେଶ୍ୱର, ଭୁବନେଶ୍ୱର

ମାଆ ଆସୁଛନ୍ତି ବୋଲି…
ଆମ ଘରେ ଛୋଟବେଳରୁ ମାଆଙ୍କ ପୂଜା କରାଯାଏ। ମୁଁ କଲେଜରେ ପଢ଼ିବା ସମୟରୁ ଏହି ବ୍ରତ ପାଳି ଆସୁଛି। ଏବେ ବିବାହ ପରେ ପ୍ରଥମ ଥର ପାଇଁ ମୁଁ ଏବର୍ଷ ଶାଶୁ ଘରେ ବି ନବରାତ୍ରି ପୂଜା କରୁଛି। ସମସ୍ତେ ଏକାଠି ହୋଇ ପ୍ରତିଦିନ ସକାଳ ଓ ସାରେ ଆମେ ମାଆଙ୍କ ପୂଜା କରୁଛୁ। ଘରେ ଘଟ ସ୍ଥାପନ ହୋଇଥିବାରୁ ସମସ୍ତେ ଅରୁଆ ଖାଉଛନ୍ତି। କହିବାକୁ ଗଲେ ମାଆ ଆସୁଛନ୍ତି ବୋଲି ଘରେ ଏବେ ଏକ ପବିତ୍ର ବାତାବରଣ ସୃଷ୍ଟି ହୋଇଛି।
-ଶୁଭଲକ୍ଷ୍ମୀ ମହାପାତ୍ର, କର୍ମଜୀବୀ, ଶୈଳଶ୍ରୀ ବିହାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?