ନିରୀହ ବନାମ ଶକ୍ତିଶାଳୀ ପୁଟିନ୍‌…

କ୍ୱିଭ୍‌,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଧୀରେ ଧୀରେ ରୁଷିଆ ଆକ୍ରମଣକୁ ବୃଦ୍ଧି କରୁଛି। ଗୋଟିଏ ପଟେ ୟୁକ୍ରେନ୍‌ର ନିରୀହ ଜନସାଧାରଣ ଥିବାବେଳେ ଅନ୍ୟ ପଟେ ଶକ୍ତଶାଳୀ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ ରହିଛନ୍ତି। ୟୁକ୍ରେନରେ ଏପର୍ଯ୍ୟନ୍ତ ୫୯୬ ସାଧାରଣ ନାଗରିକ ନିହତ ହୋଇଥିବା ମିଳିତ ଜାତିସଂଘ ମାନବ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ଜାରି ହୋଇଛି। ସେହିପରି ୧,୦୬୭ ଜଣ ଆହତ ହୋଇଛନ୍ତି। ଗୁଳି ଓ କ୍ଷେପଣାସ୍ତ୍ର ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଗଣମାଧ୍ୟମ ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ରୁଷିଆ ୟୁକ୍ରେନର ୭ ଟି ହସ୍ପିଟାଲକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛି। ଏହା ସହିତ ୧୦୪ ହସ୍ପିଟାଲ ରୁଷିଆର ରକେଟ ମାଡ଼ରେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ଭିକ୍ଟର ଲ୍ୟାଶକୋ କହିଛନ୍ତି। ପହଞ୍ଚାଇଛନ୍ତି।

ରୁଷିଆ ସୈନିକମାନେ ୬ ଜଣ ମେଡିକାଲ କର୍ମଚାରୀଙ୍କୁ ହତ୍ୟା କରିଥିବାବେଳେ ଯୁଦ୍ଧ ଆରମ୍ଭରୁ ଅନ୍ୟ ୧୨ ଜଣ ମେଡିକାଲ କର୍ମଚାରୀ ଗୁରୁତର ଆହତ ହୋଇଥିବା ସେ ସୂଚନା ଦେଇଛନ୍ତି। ରୁଷିଆ ୟୁକ୍ରେନର ପଶ୍ଚିମ ସୀମାରେ ଥିବା ଏକ ସାମରିକ ତାଲିମ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ ଆରମ୍ଭ କରିଛି। ଏଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୩୪ ଜଣ ଆହତ ହୋଇଛନ୍ତି।

ଏହି ଅଞ୍ଚଳ ନାଟୋ ସଦସ୍ୟ ପୋଲାଣ୍ଡ ସହିତ ସୀମାଠାରୁ ୨୫ କିଲୋମିଟର ଦୂରରେ ଥିବା କୁହାଯାଉଛି। ଏହି ବିଶାଳ ସାମରିକ ତାଲିମ କେନ୍ଦ୍ର ଉପରେ ୩୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଏହି ନ୍ଦ୍ରେର ପ୍ରଶିକ୍ଷକମାନେ ଆମେରିକା ଏବଂ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଦେଶରୁ ଆସିଛନ୍ତି। ୟୁକ୍ରେନକୁ ପାଶ୍ଚାତ୍ୟ ସାମରିକ ସହାୟତା ପାଇଁ ପୋଲାଣ୍ଡ ହେଉଛି ଗମନାଗମନ ମାର୍ଗ। ବିଦେଶୀ ଅସ୍ତ୍ରଶସ୍ତ୍ର ସାମଗ୍ରୀକୁ ଟାର୍ଗେଟ କରିବାକୁ ରୁଷିଆର ଧମକ ପରେ ଏହି ଆକ୍ରମଣ ହୋଇଥିଲା। ଲଭିଭ ଗଭର୍ଣ୍ଣର ମ୍ୟାକ୍ସିମ କୋଜିଟସ୍କି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri