Posted inଖେଳ

ଆହତ ଓ୍ବାର୍ନର ପ୍ରଥମ ଟେଷ୍ଟ ଖେଳିପାରିବେନି: ବନର୍‌ସ-ପୁକୋଭସ୍କି ଇନିଂସ ଓପନ କରିପାରନ୍ତି

କାନବେରା, ୨।୧୨(ପି.ଟି.)- ଉରୁସନ୍ଧିଆ ଆଘାତ ଜନିତ ସମସ୍ୟା ଯୋଗୁ ଡେଭିଡ ଓ୍ବାର୍ନର ଭାରତ ବିପକ୍ଷ ଅବଶିଷ୍ଟ ସୀମିତ ଓଭର କ୍ରିକେଟ ମ୍ୟାଚ ସହିତ ଅତିକମ୍‌ରେ ପ୍ରଥମ ଟେଷ୍ଟରେ ଖେଳି ପାରିବେନି। ସାମୟିକଭାବେ ଖାଲିପଡ଼ିଥିବା ଓପନିଂ ସ୍ଲଟ ଅନ୍ୟମାନଙ୍କୁ ପାଇଁ ସୁଯୋଗ ଆଣିବ ବୋଲି କୋଚ୍‌ ଜଷ୍ଟିନ ଲାଙ୍ଗର ପ୍ରକାଶ କରିଛନ୍ତି। ବିଶେଷ କରି ଭାରତ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚରେ ଭଲ ପ୍ରଦର୍ଶନକାରୀଙ୍କୁ ପ୍ରଥମ ଟେଷ୍ଟରେ ସୁଯୋଗ ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ଓ୍ବାର୍ନରଙ୍କ ଓପନିଂ ପାର୍ଟନରଙ୍କୁ ନେଇ ଅନେକ ଆଲୋଚନା ହୋଇ ଯାଇଛି। ରନ ପାଇଁ ସଂଘର୍ଷ କରୁଥିବା ଜୋ ବନର୍‌ସ ସ୍ଥାନ ବଜାୟ ରଖିବା ଉପରେ କେତେକ ଗୁରୁତ୍ୱ ଦେଇଥିବାବେଳେ ଅନ୍ୟ କେତେଜଣ ଯୁବ ଖେଳାଳି ଓ୍ବିଲିୟମ ପୁକୋଭସ୍କିଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ମାତ୍ର ଏବେ ଓ୍ବାର୍ନର ଆହତ ହୋଇଥିବାରୁ ଦୃଶ୍ୟପଟ ବଦଳି ଯାଇଛି। ଉଭୟ ବନର୍‌ସ ଓ ପୁକୋଭସ୍କି ଅଷ୍ଟ୍ରେଲିଆ ପକ୍ଷରୁ ଇନିଂସ ଓପନ କରିବା ସମ୍ଭାବନା ବଢ଼ିଯାଇଛି। ଟେଷ୍ଟ ସିରିଜ ପୂର୍ବରୁ ଡିସେମ୍ବର ୬ରୁ ଭାରତ ‘ଏ’ ଓ ଅଷ୍ଟ୍ରେଲିଆ ‘ଏ’ ଏବଂ ୧୧ରୁ ଅଷ୍ଟ୍ରେଲିଆ ‘ଏ’ ଓ ଭାରତୀୟ ସିନିୟର ଦଳ ମଧ୍ୟରେ ଓ୍ବାର୍ମଅପ୍‌ ମ୍ୟାଚ ଆରମ୍ଭ ହେବ। ଡିସେମ୍ବର ୧୭ରୁ ଆଡିଲେଡ୍‌ଠାରେ ଭାରତ-ଅଷ୍ଟ୍ରେଲିଆ ଦିବାରାତ୍ର ଟେଷ୍ଟ ଆରମ୍ଭ ହେବ। ଯଦି ବନର୍‌ସଙ୍କ ଓପନିଂ ପାର୍ଟନର ପୁକୋଭସ୍କି ହୁଅନ୍ତି ତେବେ ଦିବାରାତ୍ର ଟେଷ୍ଟରେ କ୍ୟାରିୟର ଆରମ୍ଭ କରିବାରେ ମାଥ୍ୟୁ ରେନ୍‌ଶ, ପିଟର ହ୍ୟାଣ୍ଡ୍ସକମ୍ବ ଓ ନିକ୍‌ ମାଡିନସନଙ୍କ କ୍ଲବରେ ସାମିଲ ହେବେ। ଏହି ୩ ଜଣ ୨୦୧୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପିଙ୍କବଲ୍‌ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ରିପୋର୍ଟରୁ ଯାହା ଜଣାପଡ଼ୁଛି ଓ୍ବାର୍ନରଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ଅତିକମ୍‌ରେ ୪ ସପ୍ତାହ କ୍ରିକେଟରୁ ଦୂରେଇ ରହିବେ। ଫଳରେ ସେ ଭାରତ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଖେଳିବା ସମ୍ଭାବନା କମ୍‌। ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଡି’ଆର୍ସି ଶର୍ଟଙ୍କୁ ଓ୍ବାର୍ନରଙ୍କ ବଦଳ ଖେଳାଳିଭାବେ ନିଆ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri