ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ପଦକ୍ଷେପ: ଏକାଧିକଙ୍କୁ ମିଳିଲା ସହାୟତା ରାଶି

ଦାରିଙ୍ଗବାଡ଼ି, ୧୧।୯ (ଅରୁଣ ସାହୁ): ଦିବ୍ୟାଙ୍ଗଙ୍କ ବିକାଶ ସହ ସେମାନଙ୍କୁ ସ୍ୱରୋଜଗାରକ୍ଷମ କରାଇ ସ୍ୱାବଲମ୍ବୀ କରିବା ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ ମଧ୍ୟ ଏକାଧିକ ଦିବ୍ୟାଙ୍ଗ ଯୁବତୀ, ଯୁବକ ଓ ଅନ୍ୟ ଦିବ୍ୟାଙ୍ଗଙ୍କୁ ସକ୍ଷମ ବ୍ୟକ୍ତିଙ୍କ ଭଳି ନିଜେ ରୋଜଗାର କରିବା ପାଇଁ ସୋଲାରଚାଳିତ ଯାତ୍ରୀବାହୀ ଅଟୋରିକ୍ସା, କମ୍ପ୍ୟୁଟର ଆଦି ପ୍ରଦାନ କରାଯାଇ ସ୍ୱରୋଜଗାରକ୍ଷମ କରାଯାଇଛି। ଏହା ସଫଳ ହୋଇଥିବାରୁ ଏବେ ଏସ୍‌ବିଆଇ ଫାଉଣ୍ଡେସନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟତା ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।

ଦାରିଙ୍ଗବାଡ଼ିର ସବୁଜ ବୈଦ୍ୟ ସଂଗଠନ ଓ ଏସ୍‌ବିଆଇ ଫାଉଣ୍ଡେସନର ମିଳିତ ସହଯୋଗରେ ଶୁକ୍ରବାର ଉକ୍ତ ବ୍ଲକ ଅଞ୍ଚଳର ଶତାଧିକ ଦିବ୍ୟାଙ୍ଗଙ୍କୁ ନେଇ ସବୁଜ ବୈଦ୍ୟ ସଂଗଠନ କାର୍ଯ୍ୟାଳୟ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ଦିବ୍ୟାଙ୍ଗଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନେ ମଧ୍ୟ ସକ୍ଷମ ବ୍ୟକ୍ତିଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି ଏବଂ ସେମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବେ ବୋଲି କୁହାଯାଇଥିଲା। ରୋଜଗାର ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ପରାମର୍ଶ ଦିଆଯିବା ସହ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏସ୍‌ବିଆଇ ଫାଉଣ୍ଡେଶନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।

ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦିନବନ୍ଧୁ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମୁଖ୍ୟ ଶାଖାର ପରିଚାଳକ ନିର୍ଦ୍ଦେଶକ ତଥା ସିଇଓ ସ୍ୱପ୍ନଧର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଫାଉଣ୍ଡେଶନର ମୁମ୍ବାଇ କାର୍ଯ୍ୟାଳୟର ଭାଇସ୍‌ ପ୍ରେସିଡେଣ୍ଟ ଶଶୀ ଭୂଷଣ, ମୁମ୍ବାଇ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ମ୍ୟାନେଜର ବିକାଶ ଦୁବେ, ଦାରିଙ୍ଗବାଡ଼ି ଶାଖା ପରିଚାଳକ ମହେଶ୍ୱର ପଣ୍ଡା ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗଙ୍କୁ ଉତ୍ସାହିତ କରିବା ସହ ସ୍ୱାବଲମ୍ବୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ଦିବ୍ୟାଙ୍ଗଙ୍କୁ ଏହି ସହାୟତା ପ୍ରଦାନ କରାଯିବ। ଏହି ପ୍ରୟାସ ସଫଳ ହେଲେ ଅଞ୍ଚଳର ସମସ୍ତ ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଫାଉଣ୍ଡେଶନ ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି। କାର୍ଯ୍ୟକ୍ରମରେ ଏକାଧିକ ଦିବ୍ୟାଙ୍ଗଙ୍କୁ ଆର୍ଥିକ ସହାୟତା ପାଇଁ ବ୍ୟାଙ୍କ ପକ୍ଷରୁ ଚେକ୍‌ ପ୍ରଦାନ କରାଯାଇଥିଲା।

ଦିବ୍ୟାଙ୍ଗମାନେ ନିଜ ଦକ୍ଷତା ଓ ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ଧନ୍ଦା କରି ସ୍ୱରୋଜଗାରକ୍ଷମ ହୋଇପାରିବେ। ବିଶେଷକରି ସୋଲାର ଅଟୋ, ସୋଲାରଚାଳିତ କମ୍ପ୍ୟୁଟର ଓ ବିଭିନ୍ନ ବ୍ୟବସାୟ ପାଇଁ ସହାୟତା ପ୍ରଦାନ କରାଯିବ ବୋଲି କର୍ମଶାଳାରେ କୁହାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦିନବନ୍ଧୁ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କର୍ମଶାଳାରେ ଯୋଗଦେଇଥିବା ଦିବ୍ୟାଙ୍ଗମାନେ ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି କହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ୧୪ ତମ  ବନ ସହିଦ୍ ଦିବସ ପାଳିତ: ବଳିଦାନ ଦେଇଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ …

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା…

ଖରାରେ ସିଝିଲେ, ବର୍ଷାରେ ଭିଜିଲେ ଭିନ୍ନକ୍ଷମ

ହାଟଡିହୀ/ଛେନାପଦୀ,୧୧।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି।…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଅକ୍ଟୋବରରୁ ୩ରାଶିଙ୍କ ଧନଲାଭ ଯୋଗ; ଚାକିରିରେ ବଡ଼ ପ୍ରମୋଶନ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ, ଶନିଙ୍କୁ ସବୁଠାରୁ ଶକ୍ତିଶାଳୀ, ନିଷ୍ଠୁର ଗ୍ରହ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଶନିଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ସହିତ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ: ଥାନାରେ ପଶି ଛଡାଇ ନେବାକୁ ପୋଲିସ ସହ ଧସ୍ତାଧସ୍ତି, ୫ ମହିଳାଙ୍କ ସମେତ…

ପୁରୁଷୋତ୍ତମପୁର,୧୧ା୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶୁକ୍ରବାର ଗୁଣିଗାରେଡିକୁ ନେଇ ତୁମୁଳକାଣ୍ଡ ଘଟିଛି। ଗୁଣିଗାରେଡି ସନ୍ଦେହରେ କେଶବ ଗୌଡ(୬୫)ଙ୍କୁ ଆକ୍ରମଣ କରାଯାଇଛି। ତାଙ୍କୁ ଥାନାରେ…

ଭଞ୍ଜନଗର ପଞ୍ଚାୟତ ସମିତିର ସାଧାରଣ ବୈଠକ: ଯୋଗଦେଲେ ବିଧାୟକ, କହିଲେ ସମନ୍ୱୟ ରକ୍ଷା କରି…

ଭଞ୍ଜନଗର, ୧୧।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଶୁକ୍ରବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?