Posted inଫୁରସତ

ପ୍ରଥମେ ପୁରୁଷ ପିନ୍ଧୁଥିଲେ କାନଫୁଲ

ନାରୀ ଶୃଙ୍ଗାରର ଏକ ମୁଖ୍ୟ ଅଂଶ ହେଉଛି କାନର ଝୁମୁକା ବା କାନଫୁଲ।ହେଲେ ପ୍ରଥମେ ଏହା ନାରୀଙ୍କ ଶୃଙ୍ଗାର ନ ଥିଲା ବରଂ ପୁରୁଷଙ୍କର ଥିଲା ବୋଲି ଇତିହାସ କହେ। ପ୍ରାୟ ୫୦୦୦ ବର୍ଷ ପୂର୍ବେ କାନ ଫୋଡାଇବା ଆରମ୍ଭ ହୋଇଥିବା କୁହାଯାଏ। ୟୁରୋପର ସର୍ବପୁରାତନ ମମି ଓଟ୍‌ଜି, ଯାହାକି ଅଷ୍ଟ୍ରିଆ ଓ ଇଟାଲୀର ସୀମାରୁ ଉଦ୍ଧାର ହୋଇଥିଲା ତା’ର କାନ ଫୋଡାଯାଇଥିବା ଦେଖିବାକୁ ମିଳିଥିଲା। ଫାରୋ ତୁତନଖାମନ୍‌ ବି କାନଫୋଡାଇଥିବା ତାଙ୍କ ମମିକୁ ଦେଖି ଜାଣିବାକୁ ମିଳିଥିଲା। ହେଲେ ତାଙ୍କ କାନରେ କାନଫୁଲ ନ ଥିଲା। ସେହିପରି ତାଙ୍କ ଡେଥ୍‌ ମାସ୍କର କାନରେ ବି କଣା ଥିଲା। ଆଉ ସେହି କଣାକୁ ଏକ ଡିସ୍କ ଘୋଡେଇ ରଖିଥିଲା। ଯାହା ଦର୍ଶାଏ କି ଇଜିପ୍ଟରେ କେବଳ ଛୋଟ ପିଲା କାନଫୁଲ ଲଗାଉଥିଲେ। ବଡ ହେଲେ ଲଗାଉ ନ ଥିଲେ। ଷୋଡଶ ଶତାବ୍ଦିରେ କାନ ଫୁଲ ଲଗାଇବା ପଶ୍ଚିମ ୟୁରୋପରେ ପରମ୍ପରା ପାଲଟିଯାଇଥିଲା। ଏହି ସମୟରେ କାନଫୁଲ ନାବିକମାନେ ଅଧିକ ପିନ୍ଧୁଥିଲେ। ଆଉ ଏହାର ଦୁଇଟି କାରଣ ଥିଲା। ପ୍ରଥମତଃ ସାରା ପୃଥିବୀ ତଥା ଇକ୍ୱେଟରକୁ ସଫଳତାର ସହ ପାର କରିଥିବା ନାବିକଙ୍କର ଏହା ପ୍ରତିକ ଥିଲା। ଦ୍ୱିତୀୟରେ କାନ ଫୋଡାଇବା ଦ୍ୱାରା ଦୃଷ୍ଟିଶକ୍ତି ବଢିଥାଏ ବୋଲି ମଧ୍ୟ ବିଶ୍ୱାସ କରାଯାଉଥିଲା। ସେତେବେଳେ କାନଫୋଡାଇ ସୁନା, ରତ୍ନ ପଥର, ମୋତିର କାନଫୁଲ ଲଗାଇବା ପୁରୁଷଙ୍କର ଫ୍ୟାଶନ ସହ ଷ୍ଟାଟସର ପ୍ରତିକ ପାଲଟିଥିଲା। ଜାପାନର ଆଇନୁ ସମ୍ପ୍ରଦାୟର ଉଭୟ ପୁରୁଷ ଓ ସ୍ତ୍ରୀ ନାକଫୁଲ ପିନ୍ଧିବା ପରମ୍ପରା ଥିଲା। ହେଲେ ଉନବିଂଶ ଶତାବ୍ଦିବେଳକୁ ଜାପାନ ସରକାର ପୁରୁଷମାନେ କାନଫୁଲ ଲଗାଇବା ଉପରେ ନିଷେଦ୍ଧାଦେଶ ଜାରିକରିଥିଲେ। ଫଳରେ କ୍ଲିପ ଅନ ଇୟରିଂ ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ୧୯୫୦ ପରେ ଅର୍ଥନୀତିରେ ଉନ୍ନତି ଘଟିଥିଲା। ଆଉ ମହିଳାମାନେ କାନଫୁଲ ଲଗାଇବା ଆରମ୍ଭ ହେଲା। ଏହି ଟ୍ରେଣ୍ଡ ଏତେ ଲୋକପ୍ରିୟ ହେଇଗଲା ଯେ, ୧୯୭୦ ବେଳକୁ କାନଫୋଡାଇବା ପାର୍ଟିର ଆୟୋଜନ ହେଲା। ଯେଉଁଥିରେ ସାଙ୍ଗମାନେ ପରସ୍ପରର କାନକୁ ଛୁଞ୍ଚତ୍ରେ ଫୋଡାଉଥିଲେ। ଭାରତରେ ବି କାନ ଫୋଡି ସୁନ୍ଦର କାନ ଫୁଲ ପିନ୍ଧିବା ବହୁ ପୁରାତନ ସମୟରୁ ଆଜିଯାଏ ଅଛି।

ସ୍ବାସ୍ଥ୍ୟ ପାଇଁ ଉପକାରୀ: କାନଫୁଲ କେବଳ ନାରୀର ସୌନ୍ଦର୍ଯ୍ୟ ବଢାଏ ତା’ ନୁହେଁ, ଏହା ସ୍ବାସ୍ଥ୍ୟ ପାଇଁ ବି ଉପକାରୀ। କେବଳ ଆୟୁର୍ବେଦ ନୁହେଁ ପ୍ରାୟ ସବୁ ପୁରାତନ ଚିକିତ୍ସା ପଦ୍ଧତିରେ କାନ ଫୋଡି କାନଫୁଲ ଲଗାଇବାକୁ ସ୍ବାସ୍ଥ୍ୟ ପ୍ରତି ହିତକର ବୋଲି କୁହାଯାଇଛି। କାନ ଫୋଡାଇ ସୁନା କାନଫୁଲ ଲଗାଇବାଦ୍ୱାରା ନାରୀଙ୍କ ପ୍ରଜନନ କ୍ଷମତା ବୃଦ୍ଧି ହେବା ସହ ମାସିକ ଧର୍ମରେ ବି ଏହା ସହାୟକ ହୁଏ ବୋଲି କୁହାଯାଇଛି। ଅକ୍ୟୁପ୍ରେସର୍‌ ପଦ୍ଧତି କହେ କାନଫଳିରେ ଏମିତି କିଛି ପଏଣ୍ଟ ଅଛି ଯାହା ମସ୍ତିସ୍କ, କାନ, ନାକ ଓ ଗଳା ସହ ସଂଯୁକ୍ତ। ତେଣୁ କାନ ଫୋଡାଇଲେ ଏସବୁ ଅଙ୍ଗର ବିକାଶ ଘଟେ। ପ୍ରାକୃତିକ ଚାଇନାର ଚିକିତ୍ସା ପଦ୍ଧତିରେ କାନ ଫୋଡାଇବା ପରେ ସୁନାର କାନଫୁଲ ଲଗାଇଲେ ଶରୀରରେ ଉର୍ଜା ଶକ୍ତି ବଢେ ଓ ରୁପା କାନଫୁଲ ଉର୍ଜାକୁ ନିୟନ୍ତ୍ରିତ କରିବାର ସାହାଯ୍ୟ କରେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?