ଭିତ୍ତିଭୂମି ସୁଦୃଢ଼, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲର ଡାକ୍ତର ପଦବୀ ଇତିମଧ୍ୟରେ ରାଜ୍ୟ ସରକାର ବୃଦ୍ଧି କରିଥିବା ଯୋଗୁଁ ତାହା ୩୮ ରେ ପହଞ୍ଚିଛି। କିନ୍ତୁ ବର୍ତ୍ତମାନ ସୁପରିନଟେଣ୍ଡେଣ୍ଟ ସମେତ ୧୦ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଆଉ ୭ ଜଣ ଡାକ୍ତର ବିଗତ କିଛି ଦିନ ମଧ୍ୟରେ ଏଠାରୁ ବଦଳି ହୋଇ ଅନ୍ୟତ୍ର ଚାଲି ଯାଇଛନ୍ତି। ବର୍ତ୍ତମାନ ୨୮ଟି ଡାକ୍ତର ପଦବୀ ଖାଲି ଯୋଗୁଁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ତେଣୁ ଅଧିକାଂଶ ସମୟ ରୋଗୀମାନେ ବ୍ରହ୍ମପୁର ଚିକିତ୍ସା ହେବା ପାଇଁ ଯାଉଛନ୍ତି। ସର୍ଜରୀ, ଅସ୍ଥିସଲ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଶେଷଜ୍ଞ ପଦବୀଗୁଡିକ ବର୍ଷ ବର୍ଷ ଧରି ଖାଲି ପଡିଛି। ନିଶ୍ଚେତକ ଡାକ୍ତର ବହୁଦିନ ହେବ ଛୁଟିରେ ଅଛନ୍ତି। ଉକ୍ତ ପଦବୀଗୁଡିକ ତୁରନ୍ତ ପୂରଣ କରିବା ଆବଶ୍ୟକତା ରହିଛି। ଅନ୍ୟପଟେ ମେଡିକାଲର ଭିତ୍ତିଭୂମି ସୁଦୃଢ ପାଇଁ ୫-ଟି ମାଧ୍ୟମରେ କୋଟି କୋଟି ଟଙ୍କା ଅନୁଦାନ ଆସିଛି। ଆଗାମୀ ଦିନରେ ଭଞ୍ଜନଗର ଅଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ତାହାର କାମ ଦ୍ରୁତ ଗତିରେ ଚାଲିଛି। କିନ୍ତୁ ସ୍ବାସ୍ଥ୍ୟ ସେବାକୁ ସୁଧାରିବାକୁ ହେଲେ ଭିତ୍ତିଭୂମି ସୁଦୃଢ ସହ ଖାଲିଥିବା ଡାକ୍ତର ସମେତ ଅନ୍ୟାନ୍ୟ ପଦବୀଗୁଡିକୁ ପୂରଣ କରିବାକୁ ପଡିବ। ଅପରପକ୍ଷେ ଗୁରୁବାର ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗରେ ୨୪୭୩ ଜଣ ନୁତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ସେଥିମଧ୍ୟରୁ ଭଞ୍ଜନଗର ମେଡିକାଲକୁ ୧୦ଟି ଡାକ୍ତର ଦେବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ସେହିଭଳି ଜିଲା ପାଇଁ ୨୪୦ ଜଣ ଡାକ୍ତର ଦେବା ପାଇଁ ଅନୁରୋଧ କରାଯାଇଛି। ଆଜି ନିଯୁକ୍ତି ପର୍ବ ସରିବା ପରେ ଖୁବ ଶୀଘ୍ର ସେମାନଙ୍କୁ ମେଡିକାଲ ଗୁଡିକରେ ନିଯୁକ୍ତି ଦିଆଯିବ। ଭଞ୍ଜନଗର ମେଡିକାଲର ଆବଶ୍ୟକତାକୁ ଦେଖି ସରକାର ୧୦ ଟି ନୂତନ ଡାକ୍ତର ଦେବାପାଇଁ ସାଧାରଣରେ ଦାବି ହୋଇଛି। ଏଥିସହ ଖାଲିଥିବା ଅନ୍ୟ ପଦବୀଗୁଡିକୁ ମଧ୍ୟ ପୂରଣ କରିବା ପାଇଁ ଦାବି ହୋଇଛି।
ସୂଚନାଯୋଗ୍ୟଯେ ଭଞ୍ଜନଗର ଉପଖଣ୍ଡ ମେଡିକାଲ ଉପରେ ଭଞ୍ଜନଗର ଉପଖଣ୍ଡର ୮ ଟି ବ୍ଲକ ଓ ଭଞ୍ଜନଗର, ବେଲଗୁଣ୍ଠା, ବୁଗୁଡ଼ା, ସୋରଡ଼ା ଏନଏସି ସମେତ କନ୍ଧମାଳ ଜିଲା ରାଇକିଆ, ଜି.ଉଦୟଗିରି, ଚକାପାଦ ବ୍ଲକ ଜନସାଧାରଣ ଏବଂ ନୟାଗଡ଼ ଜିଲାର ଦଶପଲ୍ଲା ଏବଂ ଓ ଅଞ୍ଚଳର ରୋଗୀମାନେ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ନିର୍ଭରଶୀଳ। ତେଣୁ ଦୈନନ୍ଦିନ ବହୁ ଲୋକ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଭଞ୍ଜନଗର ହସ୍ପିଟାଲକୁ ଆସିଥାନ୍ତି। କିନ୍ତୁ ଏଠାରେ ଡାକ୍ତର ପଦବୀ ଖାଲି ପଡିଥିବା ଯୋଗୁଁ ରୋଗୀମାନେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ପାଇ ପାରୁନାହାନ୍ତି। ଏନେଇ ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଖାଲିଥିବା ପଦବୀ ଗୁଡିକ ପୂରଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ଆଗାମୀ ଦିନରେ ସମସ୍ୟାର ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?