ପାଣ୍ଠିରୁ ପ୍ରଭାବ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବା ପରେ ବିଶ୍ୱ ରାଜନୈତିକ ଓ ରଣନୀତିକ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପାଳିର ପ୍ରାରମ୍ଭରୁ ବେଆଇନ ଅନୁପ୍ରବେଶକୁ ବିରୋଧ, ଲିଙ୍ଗଗତ ବିଚାରରେ ସମଲିଙ୍ଗୀ ବିରୋଧୀ ନିଷ୍ପତ୍ତି, ସରକାରୀ ଦକ୍ଷତା ବିଭାଗ ଦ୍ୱାରା ନିଯୁକ୍ତି ହ୍ରାସ, ଗର୍ଭପାତ ନିରୋଧୀ ପଦକ୍ଷେପ ସବୁ ତାଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଶୈଳୀକୁ ସୂଚାଉଛି। ସେ ଶପଥ ନେବାର ୫ ଦିନ ପରେ ଅର୍ଥାତ୍‌ ଜାନୁଆରୀ ୨୫ରେ କେବଳ ଇସ୍ରାଏଲ ଓ ଇଜିପ୍ଟକୁ ବାଦ୍‌ ଦେଲେ ୟୁକ୍ରେନ ସମେତ ଅନ୍ୟ ଦେଶଗୁଡ଼ିକୁ ବିଦେଶୀ ସହାୟତା ବନ୍ଦ କରିବାକୁ ଆମେରିକାର ପରରାଷ୍ଟ୍ର ବିଭାଗ ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଥିଲା। ଏଥିରେ ‘ଆମେରିକା ପ୍ରଥମ’ ଆଭିମୁଖ୍ୟକୁ ଗୁରୁତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ଆମେରିକା ଦେଇଥିବା ବିତ୍ତୀୟ ସହାୟତାର ସମୀକ୍ଷା କରାଯିବା ସହ ଅନ୍ୟ ଦେଶଗୁଡ଼ିକୁ ନୂଆ ପାଣ୍ଠି ଦିଆଯିବ ନାହିଁ କିମ୍ବା ନବୀକରଣ କରାଯିବ ନାହିଁ ବୋଲି ଏଥିରେ ଦର୍ଶାଯାଇଥିଲା। ଏବେ ଅନ୍ତର୍ଜାତୀୟ ସ୍ତରର ବିଜ୍ଞାନ ପତ୍ରିକା ‘ଲାନ୍‌ସେଟ୍‌’ ପକ୍ଷରୁ କୁହାଯାଇଛି ଯେ, ଆମେରିକାର ଅନ୍ତର୍ଜାତୀୟ ବିକାଶ ସଂସ୍ଥା (ୟୁଏସ୍‌ଏଆଇଡି) ପକ୍ଷରୁ ଅନୁଦାନ ବନ୍ଦ ହୋଇଥିବାରୁ ବିଶ୍ୱର ସଙ୍କଟରେ ଥିବା କୋଟିଏ ୪୦ ଲକ୍ଷ ଲୋକଙ୍କ ଜୀବନ ଯାଇପାରେ, ଯେଉଁଥିରେ ଏହାର ଏକ ତୃତୀୟାଂଶ ହେଉଛନ୍ତି ଛୋଟ ପିଲା। ନିଶ୍ଚିତ ଭାବେ ଏହା ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିବ ବୋଲି କୁହାଗଲାଣି। ଏଥିସହିତ ଟ୍ରମ୍ପ୍‌ ବିଶ୍ୱରେ ଟାରିଫ୍‌ ଯୁଦ୍ଧ ଆରମ୍ଭ କରି ନିଜ ଦେଶ ତଥା ବିଶ୍ୱସ୍ତରରେ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରିଛନ୍ତି। କେବଳ ଏତିକି ନୁହେଁ, ଟ୍ରମ୍ପ୍‌ ଶପଥ ନେବାର ପରଦିନ ଅର୍ଥାତ୍‌ ୨୧ ଜାନୁଆରୀ ୨୦୨୫ରେ ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ୨୦୧୫ରେ ଗୃହୀତ ପ୍ୟାରିସ ଚୁକ୍ତିରୁ ଓହରିଯିବା ପାଣ୍ଠି ଯୋଗାଣରେ ବାଧା ଉପୁଜାଇଛି। ଏହି ଚୁକ୍ତିରେ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନ ହ୍ରାସ କରି ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସ୍‌ରେ ସୀମିତ ରଖିବା ପାଇଁ ୧୯୬ ଦେଶ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଏହାସହ ବିଶ୍ୱରେ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ଅନୁଦାନ ବନ୍ଦ କରିବା ନିଷ୍ପତ୍ତି ଦ୍ୱାରା ଗରିବ ଦେଶଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ବୃଦ୍ଧିପାଇଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଟ୍ରମ୍ପ୍‌ ଆମେରିକାର ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍‌ସି (ଡିଓଜିଇ) ଭଳି ନୂଆ ବିଭାଗ ସୃଷ୍ଟି କରି ଏହାର ଦାୟିତ୍ୱ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କୁ ଦେଇଥିଲେ। ଉଲ୍ଲେଖନୀୟ ଯେ, ଆଫ୍ରିକାରେ ଜନ୍ମିତ ଆମେରିକୀୟ ଉଦ୍ୟୋଗୀ ମସ୍କ ଇଲେକ୍‌ଟ୍ରିକ୍‌ ଭେହିକିଲ୍ସ ‘ଟେସ୍‌ଲା’ ଏବଂ ଏରୋସ୍ପେସ କମ୍ପାନୀ ‘ସ୍ପେସ୍‌ଏକ୍ସ’ର ପ୍ରତିଷ୍ଠାତା ତଥା ସିଇଓ। ତାଙ୍କ ସମଗ୍ର ସମ୍ପତ୍ତିର ମୂଲ୍ୟ ୩୮୧ ବିଲିୟନ ଡଲାର। ଟ୍ରମ୍ପ୍‌ ତାଙ୍କୁ ଗୁରୁଦାୟିତ୍ୱ ଦେଇଥିଲେ ମଧ୍ୟ କେତେକ ଜନମଙ୍ଗଳକାରୀ ଯୋଜନାକୁ ବନ୍ଦ କରିବା ଉପରେ ନିଷ୍ପତ୍ତି ନିଆଯିବା ପରେ ମସ୍କ ତାଙ୍କ ବିରୋଧୀ ପାଲଟି ଯାଇଥିଲେ। ଟ୍ରମ୍ପ୍‌ ପ୍ରଶାସନ ସହ ତାଳମେଳ ନ ରହିବାରୁ ଦାୟିତ୍ୱ ନେବାର ମାତ୍ର ୧୩୦ ଦିନ ପରେ ମସ୍କ ଡିଓଜିଇରୁ ଓହରିଯାଇଥିଲେ। ଏବେ ନ୍ୟୁ ବିଗ୍‌ ବିଉଟିଫୁଲ ବିଲ୍‌କୁ ନେଇ ସେମାନଙ୍କ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ଏହି ବିଲ୍‌ ବିଶେଷକରି ଲୋକଙ୍କ ସ୍ବାସ୍ଥ୍ୟ ଓ ଖାଦ୍ୟ ସହାୟତା କମ୍‌ କରିବା ସହିତ ଜଳବାୟୁ ସୁରକ୍ଷା ପଦକ୍ଷେପକୁ କ୍ଷତି କରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏହା ଧନୀକଙ୍କ ଟିକସ ହ୍ରାସ କରୁଥିବା ଅଭିଯୋଗ ହେଉଛି। ଅନେକ ରିପବ୍ଲିକାନ୍‌ ଉକ୍ତ ବିଉଟିଫୁଲ ବିଲ୍‌ରେ କ’ଣ ରହିଛି ତାହା ବିଷୟରେ ଅବଗତ ନାହାନ୍ତି। ତେବେ ମସ୍କ ଅଭିଯୋଗ କରିଛନ୍ତି ଯେ, ଏହି ବିଲ୍‌ ଦେଶର ଅନାବଶ୍ୟକ ଖର୍ଚ୍ଚ ବଢ଼ାଇବ ସହିତ ନିଯୁକ୍ତିକୁ ସଙ୍କୁଚିତ କରିଦେବ। ସିଧାସଳଖ ବିଲ୍‌କୁ ସମାଲୋଚନା କରିଥିବାରୁ ମସ୍କଙ୍କ କମ୍ପାନୀକୁ ଦିଆଯାଉଥିବା ସହାୟତା ବନ୍ଦ କରି ତାଙ୍କୁ ତାଙ୍କ ମୂଳ ଦେଶ ଆଫ୍ରିକାକୁ ପଠାଇ ଦେବାକୁ ଟ୍ରମ୍ପ୍‌ କହିଛନ୍ତି। ଅପରପକ୍ଷରେ ଟ୍ରମ୍ପ୍‌ଙ୍କ ଧମକରେ ବିଚଳିତ ନ ହୋଇ ମସ୍କ କହିଛନ୍ତି ‘ସବୁ ବନ୍ଦ କରିଦିଅ’। ମନେପକାଇ ଦିଆଯାଇପାରେ ଯେ, ଟ୍ରମ୍ପ୍‌ଙ୍କ ପ୍ରଚାରରେ ସେ ସହାୟତା କରି ନ ଥିଲେ ଫଳାଫଳ ବିପରୀତ ହୋଇଥାଆନ୍ତା ବୋଲି ମସ୍କ କହିଥିଲେ। ଏହା କହିଲା ବେଳେ ଅନେକ ସଚେତନ ଅଛନ୍ତି ଯେ, ମସ୍କଙ୍କ ସ୍ବାର୍ଥ ବିରୋଧୀ ଟ୍ରମ୍ପ୍‌ଙ୍କ ପଦକ୍ଷେପ ଆଜି ଦୁହିଁଙ୍କ ମଧ୍ୟରେ ତିକ୍ତତାକୁ ବଢ଼ାଇ ଦେଇଛି।
ଅନ୍ୟପକ୍ଷେ ଆମେରିକା ବିଶ୍ୱସ୍ତରରେ ଯେଉଁଭଳି ଅନେକ କୋଟି ଡଲାର ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ ଆଦି ସାମାଜିକ ଭିତ୍ତିଭୂମି ଉନ୍ନତି ଏବଂ ବହୁ କ୍ଷେତ୍ରରେ ରାଜନୈତିକ ଦିଗକୁ ଲକ୍ଷ୍ୟ କରି ବିଭିନ୍ନ ଦେଶ ଓ ସଂସ୍ଥାକୁ ଯେଉଁ ପାଣ୍ଠି ଯୋଗାଇ ଆସୁଥିଲା, ତାହାକୁ ସଙ୍କୁଚିତ କଲେ ନା ଯେ କେବଳ ଏହାର ଏକ ବିରାଟ ନକାରାତ୍ମକ ପ୍ରଭାବ ସେହିସବୁ ଦେଶଗୁଡ଼ିକ ଉପରେ ପଡ଼ିବ, ତାହା ନୁହେଁ ଆମେରିକାର ‘ବିଗ୍‌ ବ୍ରଦର’ ଭାବମୂର୍ତ୍ତିକୁ ମଧ୍ୟ କ୍ଷତି ପହଞ୍ଚାଇବ। ଆମେରିକାର ଆଭ୍ୟନ୍ତରୀଣ ଅର୍ଥନୈତିକ ସ୍ଥିତି ଦୁରବସ୍ଥା ଆଡ଼କୁ ଗତି କରୁଥିବାବେଳେ ସେହି ଦେଶ ‘ଆମେରିକା ଫାଷ୍ଟ’ ନୀତି ଆପଣାଇବାକୁ ଖୁଣି ହେବ ନାହିଁ। ପ୍ରଥମେ ନିଜ ନାଗରିକଙ୍କ ଉନ୍ନତି ହେଲେ ହିଁ ଗୋଟେ ରାଷ୍ଟ୍ର ବାହାରକୁ ଦୃଷ୍ଟି ଦେଇପାରିବ। କିନ୍ତୁ ଏହା ଠିକ୍‌ ହୋଇଥିଲାବେଳେ ଏହା ମଧ୍ୟ ସତ୍ୟ ଯେ, ଆଗକୁ ଆମେରିକା ପାଇଁ ଅନ୍ୟସବୁ ଦେଶର ନୀତିକୁ ପ୍ରଭାବିତ କରିବା ଧୀରେ ଧୀରେ କଷ୍ଟକର ହୋଇଯିବ। ଏଠାରେ ଚାଇନାର ଉଦାହରଣ ଦିଆଯାଇପାରେ। ଏକ ବିରାଟ ସଫଳ ଅର୍ଥ ବ୍ୟବସ୍ଥା ଭାବେ ନିଜକୁ ଗଢ଼ି ତୋଳିଥିବା ଚାଇନା ଯେହେତୁ କେବଳ ନିଜ ସ୍ବାର୍ଥ ଜଗିବାରେ ବ୍ୟସ୍ତଥାଏ, ଅନ୍ତର୍ଜାତୀୟ ମଞ୍ଚରେ ତାହାର ସ୍ବର କ୍ଷୀଣ। ଆମେରିକାର ଅବସ୍ଥା ଠିକ୍‌ ସେହି ଆଡ଼କୁ ଗତି କଲା ଭଳି ମନେହେଉଛି। ତା’ହେଲେ ବିଶ୍ୱ ନେତୃତ୍ୱରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବାର ଆଶଙ୍କା ଉପୁଜିବ, ଯାହାକି ଅନ୍ତର୍ଜାତୀୟ ସ୍ତରରେ ସବୁ ଗଣତାନ୍ତ୍ରିକ ଦେଶ ପାଇଁ ବିପଦର ସଙ୍କେତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?