୭% ରୁ କମ୍‌ ରହିପାରେ ମୁଦ୍ରାସ୍ଫୀତି ହାର

ନୂଆଦିଲ୍ଲୀ,୧୩।୧୧: ଗତ କିଛି ବର୍ଷ ହେବ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଜାରି ରହିଛି। କୋଭିଡ୍‌ ପରଠାରୁ ତାହା ଉଚ୍ଚ ହାରରେ ରହିଛି। ଫଳରେ ଗତ କିଛି ମାସ ହେବ ଖୁଚୁରା ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚତ୍ଛି। ହେଲେ ଚଳିତ ବର୍ଷ ସେପ୍ଟେମ୍ବରଠାରୁ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭% ରୁ କମ୍‌ ରହିପାରେ ବୋଲି ଭାରତୀୟ ରିର୍ଜଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ନିକଟରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେଇ ଏଭଳି ଆକଳନ କରିଛନ୍ତି। ଗତ କିଛିମାସ ହେବ ଲଗାତର ମୁଦ୍ରାସ୍ଫୀତି ୭% ରୁ ଅଧିକ ରହୁଛି। ଏପରିକି ଆର୍‌ବିଆଇର ଅନେକ ପ୍ରୟାସ ପରେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିପାରୁନାହିଁ। ସାରା ବିଶ୍ୱ ବର୍ତ୍ତମାନ ସମୟରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଏଥିପାଇଁ ମୁଖ୍ୟତଃ ୩ଟି କାରଣ ଦାୟୀ ଯଥା କୋଭିଡ୍‌ ମହାମାରୀ, ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଏବଂ ଆର୍ଥିକ ମାନ୍ଦାବସ୍ଥା (ବଜାର କାରବା) କାରଣରୁ ଭାରତ ସମେତ ବିଶ୍ୱରେ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଛି। ବୋଲି ଶକ୍ତିକାନ୍ତ କହିଛନ୍ତି, ଏଭଳି ପରିସ୍ଥିତିରେ ମଧ୍ୟ ଦେଶର ଜିଡିପି ଉନ୍ନତି ପଥରେ ରହିଛି। ଏପରିକି ବିଶ୍ୱସ୍ତରର ଅର୍ଥନୀତିଠାରୁ ଭାରତର ଅର୍ଥନୀତିରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି। ଉଲ୍ଲେଖଯୋଗ୍ୟ, ହିନ୍ଦୁସ୍ଥାନ ଟାଇମ୍ସ ଲିଡରଶିପ୍‌ ସମିଟି-୨୦୨୨ରେ ଯୋଗ ଦେଇ ଭାରତରେ କାହିଁକି ଦରଦାମ ବୃଦ୍ଧି ପାଉଛି ସେ ନେଇ ଶକ୍ତିକାନ୍ତ ବିସ୍ତୃତ ମତ ଉପସ୍ଥାପନ କରିଛନ୍ତି। ଏହା ସହ ସେସବୁର ହ୍ରାସ ପାଇଁ ଆର୍‌ବିଆଇ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦେଇଛନ୍ତି।

ଗତ କିଛି ମାସ ହେବ ଖାଦ୍ୟ ଏବଂ ପାନୀୟ ସାମଗ୍ରୀର ମୂଲ୍ୟ ଏକ ପ୍ରକାର ସ୍ଥିର ରହିଛି। ଏପରିକି ପୂର୍ବମାସଗୁଡ଼ିକର ଦରଦାମକୁ ହିସାବକୁ ନେଲେ ସେପ୍ଟେମ୍ବର ଓ ଅକ୍ଟୋବରର ଦରଦାମ ସାମାନ୍ୟ ହ୍ରାସ କିମ୍ବା ବୃଦ୍ଧି ଘଟିଛି। ଏହାକୁ ନଜରରେ ରଖି ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି କମ୍‌ ରହିବା ନେଇ ବଜାର ବିଶେଷଜ୍ଞମାନେ ମୁଦ୍ରାସ୍ଫୀତ ହ୍ରାସ ନେଇ ଅନୁମାନ କରୁଛନ୍ତି। ସେହିଭଳି ଏକ ଜାତୀୟସ୍ତର ସର୍ଭେ ସଂସ୍ଥାର କହିବା ଅନୁସାରେ ୧୪ ନଭେମ୍ବରରେ ଜାରି ହେବାକୁ ଥିବା ମୁଦ୍ରାସ୍ଫୀତି ହାର ୭% ରୁ କମ୍‌ ରହିପାରେ ବୋଲି ଆକଳନ କରିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶର ମୁଦ୍ରାସ୍ଫୀତି ୭.୪୧% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri