୭% ରୁ କମ୍‌ ରହିପାରେ ମୁଦ୍ରାସ୍ଫୀତି ହାର

ନୂଆଦିଲ୍ଲୀ,୧୩।୧୧: ଗତ କିଛି ବର୍ଷ ହେବ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଜାରି ରହିଛି। କୋଭିଡ୍‌ ପରଠାରୁ ତାହା ଉଚ୍ଚ ହାରରେ ରହିଛି। ଫଳରେ ଗତ କିଛି ମାସ ହେବ ଖୁଚୁରା ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚତ୍ଛି। ହେଲେ ଚଳିତ ବର୍ଷ ସେପ୍ଟେମ୍ବରଠାରୁ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭% ରୁ କମ୍‌ ରହିପାରେ ବୋଲି ଭାରତୀୟ ରିର୍ଜଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ନିକଟରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେଇ ଏଭଳି ଆକଳନ କରିଛନ୍ତି। ଗତ କିଛିମାସ ହେବ ଲଗାତର ମୁଦ୍ରାସ୍ଫୀତି ୭% ରୁ ଅଧିକ ରହୁଛି। ଏପରିକି ଆର୍‌ବିଆଇର ଅନେକ ପ୍ରୟାସ ପରେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିପାରୁନାହିଁ। ସାରା ବିଶ୍ୱ ବର୍ତ୍ତମାନ ସମୟରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଏଥିପାଇଁ ମୁଖ୍ୟତଃ ୩ଟି କାରଣ ଦାୟୀ ଯଥା କୋଭିଡ୍‌ ମହାମାରୀ, ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଏବଂ ଆର୍ଥିକ ମାନ୍ଦାବସ୍ଥା (ବଜାର କାରବା) କାରଣରୁ ଭାରତ ସମେତ ବିଶ୍ୱରେ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଛି। ବୋଲି ଶକ୍ତିକାନ୍ତ କହିଛନ୍ତି, ଏଭଳି ପରିସ୍ଥିତିରେ ମଧ୍ୟ ଦେଶର ଜିଡିପି ଉନ୍ନତି ପଥରେ ରହିଛି। ଏପରିକି ବିଶ୍ୱସ୍ତରର ଅର୍ଥନୀତିଠାରୁ ଭାରତର ଅର୍ଥନୀତିରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି। ଉଲ୍ଲେଖଯୋଗ୍ୟ, ହିନ୍ଦୁସ୍ଥାନ ଟାଇମ୍ସ ଲିଡରଶିପ୍‌ ସମିଟି-୨୦୨୨ରେ ଯୋଗ ଦେଇ ଭାରତରେ କାହିଁକି ଦରଦାମ ବୃଦ୍ଧି ପାଉଛି ସେ ନେଇ ଶକ୍ତିକାନ୍ତ ବିସ୍ତୃତ ମତ ଉପସ୍ଥାପନ କରିଛନ୍ତି। ଏହା ସହ ସେସବୁର ହ୍ରାସ ପାଇଁ ଆର୍‌ବିଆଇ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦେଇଛନ୍ତି।

ଗତ କିଛି ମାସ ହେବ ଖାଦ୍ୟ ଏବଂ ପାନୀୟ ସାମଗ୍ରୀର ମୂଲ୍ୟ ଏକ ପ୍ରକାର ସ୍ଥିର ରହିଛି। ଏପରିକି ପୂର୍ବମାସଗୁଡ଼ିକର ଦରଦାମକୁ ହିସାବକୁ ନେଲେ ସେପ୍ଟେମ୍ବର ଓ ଅକ୍ଟୋବରର ଦରଦାମ ସାମାନ୍ୟ ହ୍ରାସ କିମ୍ବା ବୃଦ୍ଧି ଘଟିଛି। ଏହାକୁ ନଜରରେ ରଖି ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି କମ୍‌ ରହିବା ନେଇ ବଜାର ବିଶେଷଜ୍ଞମାନେ ମୁଦ୍ରାସ୍ଫୀତ ହ୍ରାସ ନେଇ ଅନୁମାନ କରୁଛନ୍ତି। ସେହିଭଳି ଏକ ଜାତୀୟସ୍ତର ସର୍ଭେ ସଂସ୍ଥାର କହିବା ଅନୁସାରେ ୧୪ ନଭେମ୍ବରରେ ଜାରି ହେବାକୁ ଥିବା ମୁଦ୍ରାସ୍ଫୀତି ହାର ୭% ରୁ କମ୍‌ ରହିପାରେ ବୋଲି ଆକଳନ କରିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶର ମୁଦ୍ରାସ୍ଫୀତି ୭.୪୧% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri