ମୁଦ୍ରାସ୍ଫୀତି କରୁଛି ଦାସତ୍ୱ

ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ଗତ ଅଗଷ୍ଟରେ ୭ ପ୍ରତିଶତରେ ପହଞ୍ଚତ୍ଥିବା ରିପୋର୍ଟ ଏବେ ପ୍ରକାଶ ପାଇଛି। ଏହା ଜୁଲାଇରେ ୬.୭୧ ପ୍ରତିଶତ ଥିଲା। ଅର୍ଥାତ୍‌ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ଊର୍ଦ୍ଧ୍ୱଗାମୀ ହେବାର ମୂଳରେ ରହିଛି ଖାଦ୍ୟସାମଗ୍ରୀ ଦରରେ ଅତ୍ୟଧିକ ବୃଦ୍ଧି। ମୁଦ୍ରାସ୍ଫୀତିକୁ ଆୟତ୍ତ କରିବା ଲାଗି ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ରେପୋ ରେଟ୍‌ ହାରରେ ଦୁଇ ଥର ବୃଦ୍ଧି କରିସାରିଛନ୍ତି। ହେଲେ ତାହା ନିୟନ୍ତ୍ରଣ ମଧ୍ୟକୁ ଆସୁ ନ ଥିବାରୁ ଚଳିତମାସ ଶେଷ ଆଡ଼କୁ ଏହି ରେଟ୍‌ ପୁଣି ବଢ଼ିବ ବୋଲି ସୂଚନା ଦିଆଗଲାଣି। ରେପୋ ରେଟ୍‌ ବଢ଼ୁଥିବାରୁ ଗୃହ ଓ ଯାନ ସକାଶେ ଋଣ କରିଥିବା ଉପଭୋକ୍ତା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଗଲେଣି। ଉଦାହରଣ ସ୍ବରୂପ, ଘର ତିଆରି ପାଇଁ ଋଣ ନେଇଥିବା ବ୍ୟକ୍ତି ତାହାକୁ ପରିଶୋଧ କଲା ବେଳକୁ ସୁଧ ଓ ମୂଳ ଦେଇଥାଆନ୍ତି। ଏବେ ସୁଧ ପରିମାଣ ବଢ଼ିଯାଉଥିବା ବେଳେ ମୂଳ ପରିଶୋଧ ପରିମାଣ ହ୍ରାସ ପାଉଛି। ଏହାଦ୍ୱାରା ସୁଧ ଆକାରରେ ଋଣ ବୋଝ ବୃଦ୍ଧି ପାଉଛି ଏବଂ ମଧ୍ୟବିତ୍ତ ଅଧିକ ଶୋଷିତ ହେଉଛି। ଏଥିସହିତ ଖାଦ୍ୟସାମଗ୍ରୀ ଦର ଯେଭଳି ବଢ଼ିବଢ଼ି ଚାଲିଛି ତାହା ନିକଟ ଭବିଷ୍ୟତରେ ନିୟନ୍ତ୍ରଣ ମଧ୍ୟକୁ ଆସିପାରିବ ବୋଲି ମନେ ହେଉନାହିଁ। ତାହା ସହିତ ଏହିଭଳି ଅର୍ଥନୈତିକ ସମସ୍ୟାକୁ କେଉଁ ଧାର୍ମିକ ପଦକ୍ଷେପ ଦ୍ୱାରା ସମ୍ଭଳାଯାଇପାରିବ, ତାହା ମଧ୍ୟ ଆମ ଭଳି ସାଧାରଣ ନାଗରିକଙ୍କୁ କେହି ବୁଝାଇ ପାରୁନାହାନ୍ତି।
ଭାରତରେ ଲୋକେ ଆର୍ଥିକ ଅସୁବିଧା ଦେଇ ଗତି କରୁଥିବା ବେଳେ କେନ୍ଦ୍ର ସରକାର କୌଣସି ସକାରାତ୍ମକ ପଦକ୍ଷେପ ନେବା ଭଳି ଦିଶୁ ନାହିଁ। ଏହାର ଦୃଷ୍ଟାନ୍ତ ଗତ ସପ୍ତାହରେ ଦିଲ୍ଲୀଠାରେ ଦେଖିବାକୁ ମିଳିଥିଲା। ସରକାର ଖୁବ୍‌ ଜାକଜମକରେ ‘ରାଜପଥ’ର ନାମ ‘କର୍ତ୍ତବ୍ୟପଥ’ରେ ପରିଣତ କରି ବାହାବା ନେଇଛନ୍ତି। ନାମ ପରିବର୍ତ୍ତନ ବିଷୟରେ ସଫେଇ ଦିଆଯାଇ କୁହାଯାଇଛି ଯେ, ବ୍ରିଟିଶ ଅମଳର ଦାସତ୍ୱକୁ ବିଲୋପ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଇତିହାସ ଉପରେ ସାମାନ୍ୟ ଜ୍ଞାନ ଥିବା ବ୍ୟକ୍ତି ବୁଝିପାରିବେ ଯେ ବ୍ରିଟିଶ ଶାସକ ସେତେବେଳେ ନେଇଥିବା ଅନେକ ପଦକ୍ଷେପ ଭାରତକୁ ଉନ୍ନତି ପଥରେ ଆଗେଇ ନେଇଥିଲା। ରେଳପଥ, ଡାକ, ପୋଲିସ ଓ ପ୍ରଶାସନିକ ବ୍ୟବସ୍ଥା ଆଦି ଏହିଭଳି ଗୁଡ଼ାଏ କ୍ଷେତ୍ର ରହିଛି, ଯେଉଁଗୁଡ଼ିକୁ ଇଂଲିଶ ଶାସକ ପ୍ରଚଳନ କରିଥିଲେ। ଆଜିର ସ୍ଥିତିରେ କେନ୍ଦ୍ର ସରକାର ଏହି ବ୍ୟବସ୍ଥାକୁ ବଦଳାଇ ସେଗୁଡ଼ିକ ସ୍ଥାନରେ ନୂଆ ବ୍ୟବସ୍ଥା କରିବାକୁ ଚିହିଁବେ କି ବୋଲି ସାଧାରଣରେ ପ୍ରଶ୍ନ ହେବା ସ୍ବାଭାବିକ। ଅର୍ଥାତ୍‌ ଭାରତୀୟ ରେଳ, ଭାରତୀୟ ଡାକ ଏଗୁଡ଼ିକ ସବୁ ବ୍ରିଟିଶ ଯେହେତୁ ଆରମ୍ଭ କରିଥିଲେ ସେହେତୁ ବନ୍ଦ କରିଦିଆଯିବା ଉଚିତ। ନଚେତ୍‌ ସର୍ବନିମ୍ନରେ ପୋଷ୍ଟାଲ ଓ ରେଳ ଭଳି ବ୍ୟବସ୍ଥାର ନାମ ପରିବର୍ତ୍ତନ କରାଯାଉ ବୋଲି ଦାବି ହେବା ଦରକାର। ତାହା ନ ହେବା ପର୍ଯ୍ୟନ୍ତ ଭାରତୀୟମାନଙ୍କର କ୍ରିତଦାସ ମାନସିକତା ଆଜିର ସରକାରଙ୍କ ଯୁକ୍ତି ଅନୁଯାୟୀ ବଜାୟ ରହିବାର ସମ୍ଭାବନା ରହିଛି। କାରଣ ରାଜପଥ ଭଳି ଏଗୁଡ଼ିକ ମଧ୍ୟ ଦାସତ୍ୱର ପ୍ରତିନିଧିତ୍ୱ କରୁଛନ୍ତି। କୌଣସି ଶାସକ ଇତିହାସକୁ ବଦଳାଇ ନୂଆ ଇତିହାସ ଲେଖିଦେଇପାରନ୍ତି। ତାହା ତାଙ୍କ ହାତରେ ଅଛି। କିନ୍ତୁ ଯେଉଁ ମୂଳଦୁଆ ଉପରେ ଏକ ଜାତି ଦଣ୍ଡାୟମାନ, ତାହାର ଚେରକୁ ସମ୍ପୂର୍ଣ୍ଣ କାଟିଦେଲେ ପରବର୍ତ୍ତୀ ପିଢ଼ି କିଛି ସମୟ ପାଇଁ ବାଉଳା ହେବ; କିନ୍ତୁ ଯେମିତି ଔରଙ୍ଗଜେବ୍‌ଙ୍କୁ ଘୃଣା ଚକ୍ଷୁରେ ଦେଖାଯାଉଛି ସେହିଭଳି ଇତିହାସକୁ ବିକୃତ କରୁଥିବା ଶାସକଙ୍କୁ ଆଗାମୀ ପିଢ଼ି ସେହିପରି ଦେଖିବ। ଏ ବିଷୟକୁ ହେଜୁ ନ ଥିବା ନେତୃମଣ୍ଡଳୀଙ୍କ ବାସ୍ତବ ଲକ୍ଷ୍ୟ ଦେଶର ଉନ୍ନତି ଓ ଅସ୍ମିତାରେ ଥିବା ଭଳି ମନେ ହେଉନାହିଁ। କାରଣ ବିକାଶ କୌଣସି ନାମ ପରିବର୍ତ୍ତନରେ ଆସିପାରି ନ ଥାଏ। ନାମ ପରିବର୍ତ୍ତନକୁ ନେଇ ଶେକ୍ସପିୟରଙ୍କ ଦ୍ୱାରା କୁହାଯାଇଥିବା ଏକ ପ୍ରବାଦର ଓଡ଼ିଆରେ ମର୍ମାନୁବାଦ କଲେ କୁହାଯାଇପାରେ-‘ନାମରେ କ’ଣ ଅଛି? ଗୋଲାପକୁ ଯେଉଁ ନାମରେ ଉଚ୍ଚାରଣ କଲେ ମଧ୍ୟ ତାହାର ସୁଗନ୍ଧ ସେହି ଏକାଭଳି ରହିଥାଏ’। ତେଣୁ ଏକ କସ୍‌ମେଟିକ୍‌ ପରିବର୍ତ୍ତନ ଦ୍ୱାରା ଦେଶର ଲୋକଙ୍କ ସମସ୍ୟା ଦୂର ହୋଇପାରିବ ନାହିଁ। ଯେତେବେଳେ ଅସଂଖ୍ୟ ଲୋକ ଦାରିଦ୍ର୍ୟ ଓ ବେକାରି ସମସ୍ୟା ଦେଇ ଗତି କରୁଥିବେ, ସେତେବେଳେ ସେମାନଙ୍କ କାନରେ ସୁମଧୁର ଶୁଭୁଥିବା ଶବ୍ଦ ଉଚ୍ଚାରଣ କଲେ ସେମାନଙ୍କ ପେଟ ପୂରିବ ନାହିଁ। ଏଥିପାଇଁ ବାସ୍ତବବାଦୀ ନୀତି ଓ ତାହାର ଉଚିତ କାର୍ଯ୍ୟକାରିତାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri