ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ ଆସିଲା ହାଇକୋଟର୍ଙ୍କ ବଡ଼ ରାୟ: ଅଧକ୍ଷା ପ୍ରିୟଙ୍କା ଗୌଡଙ୍କୁ ଝଟ୍‌କା

ପୁରୁଷୋତ୍ତମପୁର,୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ ଉପରେ ହାଇକୋର୍ଟ ୪୪ ପୃଷ୍ଠାର ଏକ ବଡ଼ ରାୟ ଦେଇଛନ୍ତି। କୋର୍ଟଙ୍କ ଏହି ରାୟରେ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କୁ ବଡ଼ ଝଟ୍‌କା ଲାଗିଛି। ଗତ ମାସ ୧୨ ତାରିଖରେ ହୋଇଥିବା ଅନାସ୍ଥା ଭୋଟ୍‌ ଫଳାଫଳ ପ୍ରକାଶ ଉପରେ ହାଇକୋର୍ଟ ଲଗାଇଥିବା ନିର୍ଦ୍ଦେଶକୁ ହଟାଇଦେଇଛନ୍ତି। ତେବେ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗତମାସ ୧୦ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ହୋଇଥିବା ଅନାସ୍ଥା ଭୋଟ୍‌ ଫଳ ପ୍ରକାଶ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ହାଇକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଅନାସ୍ଥା ଭୋଟ୍‌ ଉପରେ ମୌଖିକ ଫଳାଫଳ ଘେଷଣା ହୋଇସାରିଥିଲା। ପରେ ଏହି ମାମଲା ବିଚାର କରି ମ୍ୟୁନିସିପାଲିଟି ଆଇନର ଧାରା ୫୪(୨) (ସି)କୁ ନେଇ ହାଇକୋର୍ଟ ଗତ ୧୨ ତାରିଖରେ ଦେଇଥିବା ଆଦେଶକୁ ହଟାଇବା ସହ ଅଧ୍ୟକ୍ଷା ଓ ତାଙ୍କ ସମର୍ଥିତ ଦୁଇ କାଉନସିଲରଙ୍କ ପକ୍ଷରୁ ହୋଇଥିବା ଦୁଇଟି ପିଟିଶନକୁ ଖାରଜ କରିଦେଇଛନ୍ତି। ଯାହା ଦ୍ବାରା ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ଗାଦିଚ୍ୟୁତ ହେବାର ସ୍ପଷ୍ଟ ହୋଇପଡ଼ିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଗତ ପୌର ନିର୍ବାଚନ ପରେ ୨୦୨୨ ଏପ୍ରିଲ ୫ରେ ଅଧ୍ୟକ୍ଷା ଭାବେ ପ୍ରିୟଙ୍କା ଦାୟିତ୍ୱ ନେଇଥିଲେ। ମାତ୍ର ଏହା ପରେ ତାଙ୍କ ସ୍ବାମୀ ତଥା କାଉନସିଲର ଅଶୋକ କୁମାର ମହାକୁଡ଼ଙ୍କ କାର୍ଯ୍ୟକଳାପ ନେଇ ଅନ୍ୟ କାଉନସିଲରମାନେ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଯାଇଥିଲା। ଯାହାକି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଗାଦିଚ୍ୟୁତ କରିବା ଲାଗି ଦୀର୍ଘଦିନ ହେଲା ସହରବାସୀ ଲାଗିପଡ଼ିଥିଲେ।

ଜିଲାପାଳଙ୍କ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହନ୍ତ ନିର୍ବାଚନ ଅଧିକାରୀ ଭାବେ ପୁରୁଷୋତ୍ତମପୁର ଏନ୍‌ଏସିରେ ପହଞ୍ଚି ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ଓ୍ବାର୍ଡ ନଂ ୪ର କାଉନସିଲର ଅଶୋକ କୁମାର ମହାକୁଡ଼, ଓ୍ବାର୍ଡ ନଂ ୬ର କାଉନସିଲର ସୁଦେଷ୍ଣା ବେହେରା ଓ ଓ୍ବାର୍ଡ ନଂ ୧୧ର କାଉନସିଲର ଅରୁଣ କୁମାର ମହାକୁଡ଼ ଅନୁପସ୍ଥିତ ରହିଥିବା ବେଳେ ସେଠାରେ ଉପସ୍ଥିତ ଥିବା ୧୦ ଜଣ କାଉନସିଲରଙ୍କୁ ନେଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ସଫଳ ନ ହେବାରୁ ଭୋଟିଂ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ସେହି ସମୟରେ ଉପସ୍ଥିତ ସମସ୍ତ ୧୦ ଜଣ କାଉନସିଲର ଅଧ୍ୟକ୍ଷାଙ୍କ ବିରୋଧରେ ତଥା ଅନାସ୍ଥା ସପକ୍ଷରେ ଭୋଟ୍‌ ଦେଇଥିଲେ।

ସୂଚନାଯୋଗ୍ୟ, ଏନ୍‌ଏସିରେ ହୋଇଥିବା ସିଧାସଳଖ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ପ୍ରିୟଙ୍କା ଗୌଡ଼ ବିଜୟୀ ହୋଇ ଅଧ୍ୟକ୍ଷା ହୋଇଥିବା ବେଳେ ପରେ ବିଜେଡିରେ ସାମିଲ ହୋଇଥିଲେ। ମାତ୍ର ନିଜର କାର୍ଯ୍ୟକାଳ ଆରମ୍ଭରୁ ହିଁ ସେ ବିବାଦୀୟ ହୋଇପଡ଼ିଥିଲେ। ସେ କାଉନସିଲରମାନଙ୍କୁ ଦୁର୍ବ୍ୟବହାର କରି ମନମୁଖୀ କାର୍ଯ୍ୟ କରିବା, ମାତ୍ରାଧିକ ବ୍ୟୟ କରି ରାଜକୋଷ ଅର୍ଥ ହରିଲୁଟ କରିବା, ଉନ୍ନୟନମୂଳକ କାମଗୁଡ଼ିକୁ ଟେଣ୍ଡର ନ କରି ନିଜ ସମ୍ପର୍କୀୟମାନଙ୍କ ମାଧ୍ୟମରେ ନିମ୍ନମାନର କାର୍ଯ୍ୟ ଅର୍ଥ ହରିଲୁଟ କରିବା ଆଦି ବିଭିନ୍ନ ଅଭିଯୋଗକୁ ନେଇ କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଥିଲା। ଫଳସ୍ବରୂପ ଗତମାସ ୨ ତାରିଖରେ ତାଙ୍କ ନାମରେ ଅନାସ୍ଥା ଅଣାଯାଇଥିଲା।

ପୁରୁଷୋତ୍ତମପୁର ଏନ୍‌ଏସିର ସମୁଦାୟ ୧୪ଟି ଓ୍ବାର୍ଡ ମଧ୍ୟରୁ ଓ୍ବାର୍ଡ ନଂ ୮ରେ କେହି ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ହୋଇ ନ ପାରି ପଦବୀଟି ଖାଲି ପଡ଼ିଥିବାବେଳେ ଅନ୍ୟ ୧୩ଟି ଓ୍ବାର୍ଡରେ ନିର୍ବାଚନ ହୋଇଥିଲା। ଏଥିରେ ବିଜେଡି ୧୦ଟି ଓ୍ବାର୍ଡରେ ବିଜୟୀ ହୋଇଥିବା ବେଳେ ୩ଟି ଓ୍ବାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେଥିମଧ୍ୟରୁ ବିଜେଡିର କୃଷ୍ଣଚନ୍ଦ୍ର ପଣ୍ଡା ଉପାଧ୍ୟକ୍ଷ ହୋଇଥିଲେ। ମାତ୍ର ଉପାଧ୍ୟକ୍ଷଙ୍କ ସମେତ ବିଜେଡିର ୭ ଜଣ କାଉନସିଲର ଓ ଦୁଇ ଜଣ ସ୍ବାଧୀନ କାଉନସିଲର ଅନାସ୍ଥା ଆଣିବା ପରେ ପରେ ଭାଜପାରେ ଯୋଗଦେଇଥିଲେ। ସେପଟେ ପଦବୀକୁ କିପରି ବଜାୟ ରଖିବେ ସେଥିନେଇ ଅଧ୍ୟକ୍ଷା ଆପ୍ରାଣ ଉଦ୍ୟମ କରି ଅଧ୍ୟକ୍ଷା ଓ ତାଙ୍କ ସମର୍ଥିତ କାଉନସିଲର ଅରୁଣ କୁମାର ମହାକୁଡ଼ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପୃଥକ୍‌ ଭାବେ ଦୁଇଟି ରିଟ୍‌ ପିଟିଶନ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri