ନିମ୍ନମାନର କାମ, ବାରମ୍ବାର ଭୁଶୁଡୁଛି ସ୍ପର

ରାଜନଗର, ୩ା୮(ଡି.ଏନ୍‌.ଏ.): ରାଜନଗର ବ୍ଲକର ଜୀବନରେଖା କେରେଡ଼ାଗଡ଼-ଅଳତାଙ୍ଗ ବନ୍ୟା ପ୍ରତିରୋଧକ ବନ୍ଧ ପ୍ରତି ହଂସୁଆ ନଦୀ ବିପଦ ସୃଷ୍ଟି କରିଛି। ହଂସୁଆ ମୁହଁରେ ଥିବା ବନ୍ୟା ପ୍ରତିରୋଧକ ବନ୍ଧକୁ ସୁରକ୍ଷା ଦେବାକୁ ନାବାର୍ଡ ସହାୟତାରେ ଆରଆଇଡିଏଫ୍‌ ଯୋଜନାରେ ସ୍ପର ଓ ପଥର ପ୍ୟାକିଂ ପାଇଁ ଜିଏସ୍‌ଟି ବାଦ୍‌ ୧୪ କୋଟି ୭୭ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ମାତ୍ର ଅତି ନିମ୍ନମାନର କାମ ଯୋଗୁ ନିର୍ମାଣାଧୀନ ସ୍ପର ବାରମ୍ବାର ଭୁଶୁଡି ପଡୁଛି। ସ୍ପର ବାରମ୍ବାର ଭୁଶୁଡିବା ଯୋଗୁ ରାଜନଗର ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହା ରାଜନଗରବାସୀଙ୍କ ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ଏହି କାମ ନିମ୍ନମାନର କରାଯାଉଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ କରାଯିବା ସହ ଏହାର ଭିଜିଲାନ୍ସ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।
ବ୍ଲକ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀ ପ୍ରେସ୍‌ ବିବୃତିରେ ଦେଇଥିବା ସୂଚନା ମୁତାବକ, ହଂସୁଆ ନଦୀ କିଛିବର୍ଷ ହେଲା ନଦୀପଠାକୁ ଖାଇ ବନ୍ଧ ପାଖକୁ ଚାଲି ଆସିଥିଲା। ରାଜନଗରର ଜୀବନରେଖା କୁହାଯାଉଥିବା କେରେଡାଗଡ-ଅଳତାଙ୍ଗ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏହି ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେଲେ ରାଜନଗର ବ୍ଲକର ସାନବଡ଼ ଗୋପାଳପୁର, କେରେଡାଗଡ, ବାଲିସାହିପାଟଣା, ରାଜପୁର, ଓସ୍ତିଆ, ବେଲପାଳ, ବନ୍ଧପଡା ପଞ୍ଚାୟତ ନଦୀରେ ମିଶିବ। ଏହି ନଦୀବନ୍ଧ ଓ ଅଞ୍ଚଳକୁ ସୁରକ୍ଷା ଦେବାକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଏ ନେଇ ରାଜ୍ୟ ସରକାରଙ୍କୁ ଜଣାଇବା ପରେ ନାବାର୍ଡ ସହାୟତାରେ ଆରଆଇଡିଏଫ୍‌ ଯୋଜନାରେ ୧୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଯୋଗାଇ ଦିଆଯାଇଛି। ଓଡ଼ିଶା କନଷ୍ଟ୍ରକସନ କମ୍ପାନୀ ଏହି କାମର ଠିକା ନେଇଛି। ଓଡ଼ିଶା କନଷ୍ଟ୍ରକସନ କମ୍ପାନୀଠାରୁ ଭଗବତୀ କନଷ୍ଟ୍ରକସନ ଏହି କାମର ଠିକା ନେଇଛି। ଭଗବତୀ କନଷ୍ଟ୍ରକସନ ଠିକା ନେଇଥିଲେ ମଧ୍ୟ ଅନ୍ୟମାନେ ଏହି କାମ କରୁଛନ୍ତି। ଏହି କାମ ଅତି ନିମ୍ନମାନର କରାଯାଉଛି। ୨୮୦ ମିଟର ପଥର ପ୍ୟାକିଂ ଓ ଲଞ୍ଚତ୍ ସହ ୩ଟି ସ୍ପର ନିର୍ମାଣ ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି। ୨୦୨୧ ନଭେମ୍ବରରେ ଏହି କାମ ଆରମ୍ଭ ହୋଇଥିଲା। ଦୁଇଟି ସ୍ପର ଓ ୨ଶହ ମିଟର ପଥର ପ୍ୟାକିଂ କାମ ୨ ମାସ ତଳୁ ଶେଷ ହୋଇଥିଲା। ଅବଶିଷ୍ଟ ୮୦ ମିଟର ପଥର ପ୍ୟାକିଂ ଓ ଗୋଟିଏ ସ୍ପର କାମ ଜାରି ରହିଛି। ଗତ ୧୦ଦିନ ମଧ୍ୟରେ ନିର୍ମାଣାଧୀନ ୩ନଂ. ସ୍ପର ୨ଥର ଭୁଶୁଡି ପଡିଲାଣି। ନଦୀର ଶେଷ ଅଂଶରେ କିଛିଭାଗ ପଥର ଧସେଇ ପଡିବା ଯୋଗୁ ସ୍ପରଟି ଖସିଯାଇଛି। ସ୍ପରଟି ଧସେଇ ପଡିବା ପରେ ତଟବନ୍ଧ ବିଭାଗ ଓ ଓଡ଼ିଶା କନଷ୍ଟ୍ରକସନ କମ୍ପାନୀର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଅତି ତରବରିଆ ଭାବେ ଏହାକୁ ଲୁଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନଦୀ ଭିତରେ ପଥର ପକାଇବା ଆରମ୍ଭ କରିଛନ୍ତି। ଏଷ୍ଟିମେଣ୍ଟ ଅନୁସାରେ, ନଦୀ ଭିତରେ ୨ କୁଇଣ୍ଟାଲ ଓଜନର ବଡବଡ ପଥର ପକାଇ ବେସ ବନାଇ ସ୍ପର ନିର୍ମାଣ କରାଯିବା କଥା। ହେଲେ ତାହା ପରିବର୍ତ୍ତେ ମାତ୍ର ୫ କେଜି, ୧୦ କେଜି, ୨୦ କେଜି ଓଜନର ଛୋଟଛୋଟ ପଥର ଖଣ୍ଡ ପକାଇ ସ୍ପର ନିର୍ମାଣ କରାଯାଇଛି। ଛୋଟଛୋଟ ପଥର ଖଣ୍ଡରେ ସ୍ପର ନିର୍ମାଣ କରାଯାଇଥିବାରୁ ନଦୀର ଜୁଆର ସ୍ରୋତକୁ ଏହା ଅଟକାଇ ପାରୁନାହିଁ। ଫଳରେ ସ୍ପର ତଳୁ ପଥର ବାରମ୍ବାର ଖସି ଭୁଶୁଡି ପଡୁଛି। କେରେଡାଗଡ-ଅଳତାଙ୍ଗ ଲୁଣା ଘେରିବନ୍ଧର ହଂସୁଆ ନଦୀର ଭାଟପଡା ନିକଟରେ ନଦୀ ବାରମ୍ବାର କୂଳକୁ ମାଡି ଆସୁଥିବାବେଳେ ଏହି ନିମ୍ନମାନର କାମ ଅଞ୍ଚଳକୁ ସୁରକ୍ଷା ଦେଇ ପାରିବ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ସାହୁ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ରାଜନଗରର ସ୍ବାର୍ଥ ପାଇଁ ବିଜେଡି ସବୁବେଳେ ରହିଛି। ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ସହ ଭିଜିଲାନ୍ସ ତଦନ୍ତ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri