ହସ୍ପିଟାଲ, ହଟ୍‌ସ୍ପଟ୍‌ ଜିଲା ଫେରନ୍ତାଙ୍କ ପାଇଁ ସଂକ୍ରମଣ ବଢୁଛି

ଭୁବନେଶ୍ୱର, ୧୨।୭(ବ୍ୟୁରୋ): ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ଜୁଲାଇ ୧ରୁ ୧୦ ମଧ୍ୟରେ ୩୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲରୁ ୬୧, ସ୍ଥାନୀୟ ସଂକ୍ରମିତ ୩୭ ଏବଂ ଟ୍ରାଭେଲ ହିଷ୍ଟ୍ରି ଥିବା ବା କଣ୍ଟାକ୍ଟରେ ଆସି ୨୧୨ଜଣ ସଂକ୍ରମିତ ହୋଇଛନ୍ତି। ଏବେ ହସ୍ପିଟାଲ, ହଟ୍‌ସ୍ପଟ୍‌ ଜିଲା ଓ ବାହାର ଫେରନ୍ତାଙ୍କ ଯୋଗୁ ଭୁବନେଶ୍ୱରରେ ପୁନଃ ସଂକ୍ରମଣ ବ୍ୟାପିବାରେ ଲାଗିଛି ବୋଲି ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ଭୁବନେଶ୍ୱରରେ ସଂକ୍ରମଣ ସ୍ଥିତିକୁ ନେଇ ଶନିବାର ଗୀତଗୋବିନ୍ଦ ସଦନରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଇଁ କୋଭିଡ୍‌ ପର୍ଯ୍ୟବେକ୍ଷକ ଥିବା ଅନୁ ଗର୍ଗ କହିଛନ୍ତି, ସହରରେ ଦୈନିକ ପାଖାପାଖି ୧୦୦୦ ନମୁନା ପରୀକ୍ଷା କରାଯାଉଛି। ବିଭିନ୍ନ ସଚେତକ ଟିମ୍‌ ଗଠନ କରିବା ସହ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ୱ ଦିଆଯାଉଛି। ଭୁବନେଶ୍ୱରବାସୀ ପୂର୍ବପରି ମାସ୍କ ପିନ୍ଧିବା ସହ ସଚେତନ ଓ ସତର୍କତା ଅବଲମ୍ବନ କରନ୍ତୁ ବୋଲି ସେ କହିଛନ୍ତି।

ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଭୁବନେଶ୍ୱରର ଏ ପରିସ୍ଥିତି ପାଇଁ ଚିନ୍ତାବ୍ୟକ୍ତ କରିବା ସହ ଯଥା ସମ୍ଭବ ଘରେ ରହିବା ପାଇଁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି। ଲୋକେ କଟକଣା ମାନିଲେ ଓ ସତର୍କ ରହିଲେ ହିଁ ଆମେ କରୋନାକୁ ହରାଇ ପାରିବା। ସଂକ୍ରମଣ କମିଯିବ। ଏବେ ଶନିବାର ଏବଂ ରବିବାର ଶଟ୍‌ଡାଉନ ରହୁଥିବାରୁ ଲୋକେ ଶୁକ୍ରବାର ହାଟବଜାରରେ ପ୍ରବଳ ଭିଡ ଜମାଉଛନ୍ତି। ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରୁଥିବାରୁ ସଂକ୍ରମଣ ବଢୁଛି। ନିଜକୁ ତଥା ଅନ୍ୟମାନଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଭିଡ ସ୍ଥାନକୁ ଯାଆନ୍ତୁ ନାହିଁ। ଅତି ଜରୁରୀ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ। ଅନ୍‌ଲାଇନରେ ଜରୁରୀ ଜିନିଷ କିଣନ୍ତୁ। ସାମାନ୍ୟ ଅସୁସ୍ଥ ଅନୁଭବ କଲେ ଡାକ୍ତରଖାନା ନ ଯାଇ ବିଏମ୍‌ସିର ଟେଲିମେଡ଼ିସିନ ସୁବିଧାକୁ ବ୍ୟବହାର କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବିଶେଷକରି ବରିଷ୍ଠ ନାଗରିକଙ୍କ ପ୍ରତି ଅଧିକ ବିପଦ ରହିଛି। ବିଏମସିର ସଚେତକ ଆପ୍‌ ମୋବାଇଲ ଫୋନ୍‌ରେ ଇନ୍‌ଷ୍ଟଲ କରି ଜରୁରୀ ସେବା ପାଇବା ସହ ବରିଷ୍ଠ ନାଗରିକଙ୍କର ସ୍ବତନ୍ତ୍ର ଯତ୍ନ ନେବାକୁ ଚୌଧାରୀ ପରାମର୍ଶ ଦେଇଛନ୍ତି।

ସହରବାସୀଙ୍କ ସହଯୋଗ ଲୋଡ଼ିଲେ
କରୋନା ମୁକାବିଲାରେ ଲୋକେ ଆଉ ପୂର୍ବପରି ସହଯୋଗ କରୁନାହାନ୍ତି। ବଜାର ହାଟରେ ସାମାଜିକ ଦୂରତା ରକ୍ଷା ନ କରି ଭିଡ଼ ଜମାଉଛନ୍ତି। କରୋନା ମୁକାବିଲା ଏକ ସାମୂହିକ ଦାୟିତ୍ୱ। ତେଣୁ ଏହି ଲଢ଼େଇରେ ସହରବାସୀ ସାମିଲ ହୋଇ ସହଯୋଗ କରନ୍ତୁ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଅନୁରୋଧ କରିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ମୁଖ୍ୟ କାରଣ ହେଉଛି ସତର୍କତା ଅବଲମ୍ବନ ନ କରିବା। ଯଦି ଏପରି ସ୍ଥିତିରେ ଲୋକେ ସହଯୋଗ ନ କରନ୍ତି, ତା’ହେଲେ ଭବିଷ୍ୟତରେ ଭୁବନେଶ୍ୱରର ସ୍ଥିତି ଭିନ୍ନ ଥିବ ବୋଲି ଚୌଧାରୀ ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri