ଢେଙ୍କାନାଳରେ ବ୍ୟାପିଲା ସଂକ୍ରମଣ

ଢେଙ୍କାନାଳ ଅଫିସ, ୧୯।୧ – ଢେଙ୍କାନାଳରେ କରୋନା ସଂକ୍ରମଣ ଗତି ତୀବ୍ର ହୋଇଛି। ସପ୍ତାହେ ଧରି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଅଙ୍କରେ ସୀମିତ ରହୁଥିବାବେଳେ ଗତ ୨୪ ଘଣ୍ଟାରେ ୧୫୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ଦ୍ୱିଶତକ ମୁହାଁ ହୋଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନର ଚିନ୍ତା ବଢ଼ିଛି।ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଢେଙ୍କାନାଳ ପୌରାଞ୍ଚଳର ୮୧ଜଣ ରହିଛନ୍ତି। ସେହିପରି ଓଡ଼ାପଡ଼ା ବ୍ଲକରୁ ୨୫, ଭୁବନ ବ୍ଲକରୁ ୬ ଓ ଏନ୍‌ଏସିରୁ ୩, କାମାକ୍ଷାନଗର ବ୍ଲକରୁ ୩ ଓ ଏନ୍‌ଏସିରୁ ୧, ସଦର ବ୍ଲକରୁ ୧୨, ଗଁଦିଆ ବ୍ଲକରୁ ୯, ହିନ୍ଦୋଳ ବ୍ଲକରୁ ୬, ପରଜଙ୍ଗ ବ୍ଲକରୁ ୭ ଏବଂ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରୁ ୪ ଜଣ ରହିଛନ୍ତି। ମୋଟ୍‌ ୧ ହଜାର ୭୧୮ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିବାବେଳେ ୧୭୫ କରୋନା ସଂକ୍ରମିତ ବାହାରିଛନ୍ତି। ଏହାକୁ ମିଶାଇ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୨୦ ହଜାର ୭୧୪ରେ ପହଞ୍ଚିଛି। ସେହିପରି ୩୮ଜଣ ସୁସ୍ଥ ହୋଇଛନ୍ତି। ଏହାପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୪କୁ ବୃଦ୍ଧି ପାଇଛି। ଅନ୍ୟପଟେ ସହରାଞ୍ଚଳରେ ଏଭଳି ହଠାତ୍‌ ସଂକ୍ରମଣ ବୃଦ୍ଧି ଭୟର ବାତାବରଣ ସୃଷ୍ଟି କରିଛି। ଘରେ ଘରେ ଥଣ୍ଡା, କାଶ ଏବଂ ଜ୍ୱର ଆକ୍ରାନ୍ତ ରୋଗୀ ଅଛନ୍ତି। ଅନେକେ ଭୟରେ ପରୀକ୍ଷଣ କରୁନାହାନ୍ତି। ଫଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଟେରି ଚୋରି ଅଭିଯୋଗ ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୮।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଚାନ୍ଦବାଲି ଥାନା ଅଞ୍ଚଳରୁ ବିଭିନ୍ନ ଟ୍ରାକ୍ଟର, ଟ୍ରକରୁ ବ୍ୟାଟେରି ଚୋରି ଅଭିଯୋଗ ହେଉଥିବା ବେଳେ ଶନିବାର ସନ୍ଧ୍ୟାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ...

ମହିଳାଙ୍କ ଆତ୍ମହତ୍ୟା, ମଶାଣିରୁ ମୃତଦେହ ଜବତ କଲା ପୋଲିସ

ଗଞ୍ଜାମ,୨୦ା୪(ଡି.ଏନ୍‌.ଏ.)- ଗଞ୍ଜାମ ଥାନା ଅଞ୍ଚଳରେ ସୋମବାର ଜଣେ ମହିଳା ଲୁଗାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଅପରାହ୍ନରେ ମୃତଦେହ ମଶାଣିକୁ ନେଇ ଦାହ...

ମାଫିଆଙ୍କ କବ୍‌ଜାରେ ଠାକୁର ଜମି

ପୁରୁଷୋତ୍ତମପୁର,୨୭ା୧୨(ଡି.ଏନ.ଏ.): ପୁରୁଷୋତ୍ତମପୁର ସହର ଉପକଣ୍ଠରେ ରାଧାକୃଷ୍ଣ ଠାକୁରଙ୍କ ନାମରେ ଥିବା ପ୍ରାୟ ଏକ ଏକରରୁ ଉର୍ଦ୍ଧ୍ୱ ଜମିକୁ ମାଫିଆମାନେ କବଜା କରିନେଇଥିବା ଅଭିଯୋଗ ହୋଇଛି। ଏହି...

ଜୟପୁରରେ ହେଲା ଜାତୀୟ ପତାକା ଅର୍ଦ୍ଧନମିତ

ଜୟପୁର, ୧୫।୫(ନି.ପ୍ର.)-ଜୟପୁର ଟ୍ରାଫିକ ଛକ ନିକଟରେ ଥିବା ଜାତୀୟ ପତାକା ଶନିବାର ଅର୍ଦ୍ଧନମିତ ହୋଇଛି। ଆବୁଧାବିର ଶାସକ ତଥା ୟୁନାଇଟେଡ୍‌ ଆରବ ଏମିରେଟ୍ସର ସଭାପତି ଶେଖ୍‌...

ପୋଲିସ ମାଡ଼ରେ ଯୁବକଙ୍କ ଆଖିରୁ ବୋହିଲା ରକ୍ତ

ବାରିପଦା ଅଫିସ,୨୯। ୧୦: ପୋଲିସ ମାଡ଼ରେ ଯୁବକଙ୍କ ଆଖିରୁ ବୋହୁଛି ରକ୍ତ, ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସହର ୨୫ ନଂ. ଓ୍ବାର୍ଡର...

ବାଲିଗରିରେ ଭାଗବତଙ୍କ ଜନ୍ମଉତ୍ସବ

ଚଣ୍ଡିଖୋଲ,୧୨ା୯(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ବାଲିଗରି ଗ୍ରାମସ୍ଥିତ କୋଠଘର (ଗଣେଶ ଘରେ) ଶନିବାର ଅତିବଡି ଜଗନ୍ନାଥ ଦାସଙ୍କ ଭାଗବତ ଜନ୍ମ ଉତ୍ସବ...

ସାପ କାମୁଡାରେ ଶିଶୁକନ୍ୟା ମୃତ

ହିଞ୍ଜିଳିକାଟୁ ୨୯।୧୨( ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ସାପ କାମୁଡାରେ ୪ ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ସେ...

ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ଦୁର୍ବୃତ୍ତଙ୍କ ଦୌରାତ୍ମ

ସୋନପୁର,୧୪।୯(ନି.ପ୍ର.) ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଅର୍ଜୁନପୁର ଜଙ୍ଗଲ ରାସ୍ତାରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ରାତିରେ ଏକ ଗ୍ୟାଙ୍ଗ ଲାଠି ଧରି ଯାନବାହାନ...

Advertisement
Archives

Model This Week