ଢେଙ୍କାନାଳରେ ବ୍ୟାପିଲା ସଂକ୍ରମଣ

ଢେଙ୍କାନାଳ ଅଫିସ, ୧୯।୧ – ଢେଙ୍କାନାଳରେ କରୋନା ସଂକ୍ରମଣ ଗତି ତୀବ୍ର ହୋଇଛି। ସପ୍ତାହେ ଧରି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଅଙ୍କରେ ସୀମିତ ରହୁଥିବାବେଳେ ଗତ ୨୪ ଘଣ୍ଟାରେ ୧୫୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ଦ୍ୱିଶତକ ମୁହାଁ ହୋଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନର ଚିନ୍ତା ବଢ଼ିଛି।ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଢେଙ୍କାନାଳ ପୌରାଞ୍ଚଳର ୮୧ଜଣ ରହିଛନ୍ତି। ସେହିପରି ଓଡ଼ାପଡ଼ା ବ୍ଲକରୁ ୨୫, ଭୁବନ ବ୍ଲକରୁ ୬ ଓ ଏନ୍‌ଏସିରୁ ୩, କାମାକ୍ଷାନଗର ବ୍ଲକରୁ ୩ ଓ ଏନ୍‌ଏସିରୁ ୧, ସଦର ବ୍ଲକରୁ ୧୨, ଗଁଦିଆ ବ୍ଲକରୁ ୯, ହିନ୍ଦୋଳ ବ୍ଲକରୁ ୬, ପରଜଙ୍ଗ ବ୍ଲକରୁ ୭ ଏବଂ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରୁ ୪ ଜଣ ରହିଛନ୍ତି। ମୋଟ୍‌ ୧ ହଜାର ୭୧୮ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିବାବେଳେ ୧୭୫ କରୋନା ସଂକ୍ରମିତ ବାହାରିଛନ୍ତି। ଏହାକୁ ମିଶାଇ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୨୦ ହଜାର ୭୧୪ରେ ପହଞ୍ଚିଛି। ସେହିପରି ୩୮ଜଣ ସୁସ୍ଥ ହୋଇଛନ୍ତି। ଏହାପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୪କୁ ବୃଦ୍ଧି ପାଇଛି। ଅନ୍ୟପଟେ ସହରାଞ୍ଚଳରେ ଏଭଳି ହଠାତ୍‌ ସଂକ୍ରମଣ ବୃଦ୍ଧି ଭୟର ବାତାବରଣ ସୃଷ୍ଟି କରିଛି। ଘରେ ଘରେ ଥଣ୍ଡା, କାଶ ଏବଂ ଜ୍ୱର ଆକ୍ରାନ୍ତ ରୋଗୀ ଅଛନ୍ତି। ଅନେକେ ଭୟରେ ପରୀକ୍ଷଣ କରୁନାହାନ୍ତି। ଫଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?