ସଂକ୍ରମିତଙ୍କୁ କଲ୍‌ ସହ ଜୁମ୍‌ ଭିସିରେ ବୁଝାଯାଉଛି ସ୍ବାସ୍ଥ୍ୟବସ୍ଥା: ୧୫ରୁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା

ଛତ୍ରପୁର,୧୪।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଡିଭିଜନରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା କମୁଛି। ୮୧ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହେବା ସହ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୧.୦୪ ପ୍ରତିଶତଙ୍କ ମୃତ୍ୟୁ ଘଟିଛି । କୋଭିଡ୍‌ ନିୟନ୍ତ୍ରଣ ପାଇଁ ସଚେତନତା କାର୍ଯ୍ୟକ୍ରମ, ଟେଷ୍ଟ ବୃଦ୍ଧି ଓ ଏନ୍‌ଫୋର୍ସମେଣ୍ଟ କଡାକଡି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ଶୁକ୍ରବାର ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ଏଡିଏମ୍‌ ପାରୁଲ ପଟୱାରୀ କହିଛନ୍ତି ।
କରୋନା ରୋଗୀମାନଙ୍କ ନିକଟକୁ ଯାଇ ସ୍ବାସ୍ଥ୍ୟ ଯାଞ୍ଚ ସହ ଡାକ୍ତରମାନେ କଲ୍‌ କରି ଏବଂ ଦିନେ ଛଡା ଦିନେ ଜୁମ୍‌ ଭିସି ଦ୍ୱାରା ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝୁଥିବା ଏଡିଏମ୍‌ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ରୋଗୀଙ୍କ ନିକଟକୁ ୧୩ ହଜାର ୪୩୬ କଲ୍‌ ଗଲାଣି । ଏଥିସହ କରୋନାରୁ ସୁସ୍ଥ ୮୧ ଜଣ କୋଭିଡ୍‌ ବନ୍ଧୁ ମଧ୍ୟ କରୋନା ରୋଗୀ ମାନଙ୍କୁ କାଉନସିଲିଂ କରୁଛନ୍ତି । କୋଭିଡ୍‌ ମନିଟର ମଧ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି । କରୋନାରେ ଛତ୍ରପୁର ସବ୍‌ଡିଭିଜନ ୪୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସବ୍‌ଡିଭିଜନରେ ୭୪୧ ଗାଁ (୭୮ ପ୍ରତିଶତ) ଓ ସହରାଞ୍ଚଳର ୬୯ ଟି ୱାର୍ଡ (୫୧ ପ୍ରତିଶତ) ଗ୍ରୀନ୍‌ ଜୋନ୍‌ରେ ରହିଛି । କବିସୂର୍ଯ୍ୟନଗର, ପୁରୁଷୋତମପୁର ଓ ଛତ୍ରପୁର ରେ ୩ଟି ଲେଖାଏ ଏବଂ ହିଞ୍ଜିଳିରେ ୨ ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ରେ ଅଛି । ଏହି ସବ୍‌ଡିଭିଜନ ଅଧିନ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୋବାଇଲ୍‌ ସ୍ବାସ୍ଥ୍ୟ ସେବା ଶନିବାରଠାରୁ ଯୋଗାଇଦିଆଯିବ। ଫଳରେ ଲୋକେ ଘର ନିକଟରେ ସ୍ବାସ୍ଥ୍ୟସେବା ପାଇପାରିବେ। ଡାକ୍ତରଙ୍କ ଦ୍ୱାରା ସ୍ବାସ୍ଥ୍ୟ ଯାଞ୍ଚ ସହ ଔଷଧ ଆଦି ମିଳିବ ।
ଉକ୍ତ ଗାଡି ୧୫ରୁ ୧୭ ପର୍ଯ୍ୟନ୍ତ ଛତ୍ରପୁର, ୧୮ରୁ ୨୦ ପର୍ଯ୍ୟନ୍ତ ଗଞ୍ଜାମ, ୨୧ରୁ ୨୩ ଯର୍ଯ୍ୟନ୍ତ ଖଲିକୋଟ, ୨୪ରୁ ୨୬ ପର୍ଯ୍ୟନ୍ତ ହଞ୍ଜିଳି , ୨୭ରୁ ୨୯ ପର୍ଯ୍ୟନ୍ତ ପୁରୁଷୋତମପୁର, ୩୦ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ପୋଲସରା ଅଞ୍ଚଳ ବୁଲିବ। ସେହିଭଳି ସେପ୍ଟେମ୍ବର ୨ ରୁ ୪ ପର୍ଯ୍ୟନ୍ତ ବେଗୁନିଆପଡା ଏବଂ ୫ରୁ ୭ ତାରିଖ ପର୍ଯ୍ୟନ୍ତ କବିସୂର୍ଯ୍ୟନଗର ଅଞ୍ଚଳରେ ପୂର୍ବାହ୍ନ ୮ ଟା ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବୁଲି ସ୍ବାସ୍ଥ୍ୟସେବା ଯୋଗାଇଦେବେ । ଏଥିରେ ଛତ୍ରପୁର ଉପଜିଲପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri