ଗର୍ଭରେ ଶିଶୁ ମୃତ୍ୟୁ

ଗର୍ଭଧାରଣର ୨୮ ସପ୍ତାହ ପରେ (ଶିଶୁର ଓଜନ ଏକ କେ.ଜି. ରୁ ଊର୍ଦ୍ଧ୍ୱ ହୋଇଥିଲେ) ଏବଂ ପ୍ରସବ ପୂର୍ବରୁ ଯଦି ଶିଶୁର ଗର୍ଭରେ ମୃତ୍ୟୁ ଘଟେ ତେବେ ତାହାକୁ ଇଣ୍ଟ୍ରା ୟୁଟେରାଇନ୍‌ ଫିଟାଲ୍‌ ଡେଥ୍‌ ବୋଲି କୁହାଯାଏ।
ଏହାର କାରଣ:
– ପ୍ରାୟ ୩୫ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୧୮ ବର୍ଷରୁ କମ୍‌ବୟସର ବହୁଗର୍ଭା ମା’, ପୁଷ୍ଟିସାର କମ୍‌ଥିବା ମହିଳାମାନେ ଗର୍ଭରେ ଶିଶୁ ମୃତ୍ୟୁଜନିତ ଜଟିଳତା ବେଶି ଭୋଗିଥାନ୍ତି।
– ମା’ର ଲୌହସାରଜନିତ ରକ୍ତହୀନତା, ଥାଲାସିମିଆ, ସିକଲ୍‌ ସେଲ ଏନିମିଆ ଆଦି ଏବଂ ରକ୍ତରେ ହିମୋଗ୍ଲୋବିନ୍‌ର ପରିମାଣ କମିଗଲେ, ଗର୍ଭରେ ଶ୍ୱାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ ଘଟିଥାଏ।
– ବେଳେବେଳେ ମା’ର ଉଚ୍ଚ ରକ୍ତଚାପ ଯୋଗୁ ହଠାତ୍‌ ଜରାୟୁରୁ ଗର୍ଭଫୁଲକୁ ରକ୍ତ ଯୋଗାଉଥିବା ଧମନୀର ସଂକୋଚନ ହୋଇ ରକ୍ତ ଯୋଗାଣ ବନ୍ଦ ହୋଇଯାଏ। ଫଳରେ ଗର୍ଭଫୁଲ ଜରାୟୁ କାନ୍ଥରୁ ଛିଡ଼ିଯାଏ ଏବଂ ଅଳ୍ପ ରକ୍ତ ସଂଚାଳନ ହେଉଥିବାରୁ, ଗର୍ଭସ୍ଥ ଶିଶୁଟି ବଢ଼ିପାରେ ନାହିଁ ଏବଂ ଅତି ଅଳ୍ପ ଓଜନର ହୋଇ ଶିଶୁର ମୃତ୍ୟୁ ଘଟିଥାଏ ।
– ଗର୍ଭାବସ୍ଥାରେ ମଧୁମେହ ରୋଗ ହୋଇ ଯଦି ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରଣ ହୋଇ ନ ପାରେ, ଗର୍ଭସ୍ଥ ଶିଶୁର ରକ୍ତରେ ଶର୍କରାର ପରିମାଣ ଏବଂ ଇନ୍‌ସୁଲିନ୍‌ର ପରିମାଣ ବେଶି ହୋଇଯାଇଥିବା ଯୋଗୁ ଶିଶୁର ଅମ୍ଳଜାନ ଚାହିଦା ବଢ଼ିଯାଏ। ତେଣୁ ଅମ୍ଳଜାନ ଅଭାବ ହେଲେ ଗର୍ଭରେ ଶିଶୁ ମୃତ୍ୟୁ ହୋଇଥାଏ ।
– ମ୍ୟାଲେରିଆ, ଯକୃତର କାମଳ ରୋଗ (ହେପାଟାଇଟିସ୍‌), ଇନ୍‌ଫ୍ଲୁଏଞ୍ଜା, ଟକ୍‌ସୋପ୍ଲାଜ୍‌ମା, ସିଫିଲିସ୍‌, ମ୍ୟାଲେରିଆରେ ଅତିମାତ୍ରାରେ ଜ୍ୱର ହେବାରୁ କିମ୍ବା ଗର୍ଭଫୁଲରେ ମ୍ୟାଲେରିଆ ପାରାସାଇଟ୍‌ ଭର୍ତ୍ତି ହୋଇଯାଇଥିବାରୁ, ଗର୍ଭଫୁଲରୁ ନାଭିନାଡ଼ ଦେଇ ଶିଶୁ ଦେହକୁ ରକ୍ତ ଯାଇପାରେ ନାହିଁ ଏବଂ ଶିଶୁ ମୃତ୍ୟୁ ଘଟିଥାଏ ।
– ଅତିରିକ୍ତ ପ୍ରସବ ବ୍ୟଥା ହୋଇ ପ୍ରସବ ନ ହେଲେ (ବ୍ୟାହତ ପ୍ରସବ), ବିଦୀର୍ଣ୍ଣ ଜରାୟୁ ବା ଜରାୟୁ ଫାଟିଗଲେ କିମ୍ବା ପ୍ରସବର ସମ୍ଭାବ୍ୟ ତାରିଖ ପରେ ପ୍ରସବ ନ ହେଲେ ଗର୍ଭରେ ଶିଶୁର ମୃତ୍ୟୁ ହୋଇଥାଏ ।
– ଶିଶୁର ଓଜନ କମ୍‌, କ୍ରୋମୋଜୋମାଲ୍‌ ବିକଳାଙ୍ଗତା, ଶିଶୁର ମୁଖ୍ୟ ଅଙ୍ଗମାନଙ୍କର ବିକଳଙ୍ଗତା ହେଲେ ବି ଗର୍ଭରେ ଶିଶୁର ମୃତ୍ୟୁ ହୋଇଥାଏ ।
– ପ୍ରସବ ପୂର୍ବରୁ ଗର୍ଭଫୁଲ ତଳୁ ରକ୍ତସ୍ରାବ, ନାଭିନାଡ଼ର ଦୁର୍ଘଟଣା ଯଥା- ଗର୍ଭସ୍ଥ ପାଣିଥଳୀ ଫାଟି ନାଭି ନାଡ଼ ଖସିଗଲେ, ନାଭିନାଡ଼ରେ ଗଣ୍ଠି ପଡ଼ିଗଲେ ବା ଶିଶୁର ବେକ ଚାରିପଟେ ନାଭିନାଡ ଗୁଡ଼େଇ ହୋଇଗଲେ, ଗର୍ଭରେ ଯାଆଁଳା ଶିଶୁ ହେଲେ, ଗୋଟିଏ ଶିଶୁ ଦେହରୁ ଅନ୍ୟ ଶିଶୁ ଦେହକୁ ରକ୍ତ ସଂଚାଳିତ ହୋଇଗଲେ, ଗର୍ଭରେ ଶିଶୁ ମୃତ୍ୟୁ ହୋଇଥାଏ ।
ଲକ୍ଷଣ: ମା’ ଗର୍ଭରେ ଶିଶୁ ଅନେକ ସମୟଧରି ନ ବୁଲିଲେ, ହଠାତ୍‌ ମା’ର ସ୍ତନର ଆକାର କମିଗଲେ, ମା’ର ଜରାୟୁର ଉଚ୍ଚତା, ଆକାର କମିଗଲେ, ହାତ ଦେଇ ପେଟ ଉପରେ ଜରାୟୁ ପରୀକ୍ଷା କରିବା ବେଳେ ଡାକ୍ତରଙ୍କ ହାତକୁ ଶିଶୁର ବୁଲିବା ବା’ ଘୂର୍ଣ୍ଣନ ଜାଣି ନ ହେଲେ, ଷ୍ଟେଥୋସ୍କୋପ ବା ଫିଟାଲ୍‌ ଡପଲ୍‌ରରେ ଶୁଣିଲେ ଶିଶୁର ହୃଦ୍‌ସ୍ପନ୍ଦନ ଶୁଣା ନ ଗଲେ କିମ୍ବା ଶିଶୁର ମୁଣ୍ଡ ବହୁତ ନରମ ଲାଗିଲେ ଗର୍ଭସ୍ଥ ଶିଶୁ ମୃତ ବୋଲି ଜଣାଯାଏ ।
ଚିହ୍ନଟ: ଅଲଟ୍ରା ସୋନୋଗ୍ରାଫ୍‌, ପେଟର ଷ୍ଟ୍ରେଟ୍‌ ଏକ୍ସ-ରେ ଦ୍ୱାରା ଏହାକୁ ଚିହ୍ନଟ କରାଯାଏ।
ଚିକିତ୍ସା ଆଗରୁ ପରୀକ୍ଷା: ଗର୍ଭରେ ଶିଶୁମୃତ୍ୟୁ ଚିହ୍ନଟ ହେଲେ ଚିକିତ୍ସା ଆଗରୁ ରକ୍ତପରୀକ୍ଷାରେ ଗ୍ରୁଫି ଏବଂ ଆର୍‌-ଆଚ୍‌, ଟାଇପିଂ, ହିମୋଗ୍ଲୋବିନ୍‌, ଭିଡ଼ିଆର୍‌ଏଲ୍‌, ଖାଲି ପେଟରେ ରକ୍ତ ଶର୍କରା, ଖାଇସାରିବା ପରେ ରକ୍ତ ଶର୍କରା, ଗ୍ଲାଇକୋ ସିଲେଟେଡ଼୍‌ ହିମୋଗ୍ଲୋବିନ୍‌, ୟୁରିଆ, କ୍ରିଆଟିନିନ୍‌, ଥାଇରଏଡ଼ ପ୍ରୋଫାଇଲ୍‌, ଟର୍ଚ୍ଚ ସଂକ୍ରମଣ, ଲ୍ୟୁପସ୍‌ ଆଣ୍ଟିବଡ଼ି, ଆଣ୍ଟିିକାର୍ଡ଼ିଓଲିପନ୍‌ ଆଣ୍ଟିବଡ଼ି ଏବଂ ଥ୍ରମ୍ବୋଫିଲିଆ ଆଦି ପରୀକ୍ଷା କରିବା ଖୁବ୍‌ ଜରୁରୀ । ଯଦି ଗର୍ଭରେ ମୃତ ଶିଶୁ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଯାଏ ରହିଗଲା, ତେବେ ସବୁ କ୍ଲଟିଂ ଫେକ୍ଟର କମିଯାଏ ଏବଂ ପ୍ରସବ ପରେ ପ୍ରଚୁର ରକ୍ତସ୍ରାବ ହୋଇଥାଏ, ତେଣୁ ରକ୍ତରେ ଫିବ୍ରିନୋଜେନ୍‌ ଓ ପାର୍ସିଆଲ୍‌ ଥ୍ରମ୍ବୋପ୍ଲାଷ୍ଟିନ୍‌ ମୂଲ୍ୟ ନିରୂପଣ କରିବା ଦରକାର ।
ଜଟିଳତା :
ମାନସିକ ଅବସାଦ : ଗର୍ଭରେ ଶିଶୁ ମୃତ୍ୟୁ ଯୋଗୁ ମା’ ବହୁତ ଦିନଯାଏ ମାନସିକ ଅବସାଦଜନିତ ଦୁଃଖ ଭୋଗ କରେ ।
ସଂକ୍ରମଣ : ଗର୍ଭରେ ମୃତ ଶିଶୁ ଥିଲା ବେଳେ ଯଦି ଗର୍ଭଥଳୀ ଫାଟଯାଏ, ଶିଶୁର ପଚା ଦେହରେ କ୍ଲଷ୍ଟ୍ରିଡିଅମ୍‌ ୱେଲଚାଇ (ଗ୍ୟାସ୍‌ ଗାଙ୍ଗ୍ରିନ୍‌) ଏବଂ ଟିଟାନସ୍‌ ଆଦି ମାରାମତ୍କ ରୋଗ ହୋଇଥାଏ।
ବ୍ଲଡ଼୍‌ କୋଆଗୁଲେସନ୍‌ ଡିଜଅର୍ଡର: ମୃତ ଶିଶୁର କୋଷ ଓ ଗର୍ଭଫୁଲରୁ ବାହାରୁଥିବା ବିଷ, ଥ୍ରମ୍ବୋପ୍ଲାଷ୍ଟିନ୍‌ ସବୁ ଶୋଷଣ କରୁଥିବାରୁ ପ୍ରସବ ସମୟରେ ଏବଂ ପରେ ପରେ ଅତିରିକ୍ତ ରକ୍ତସ୍ରାବ ହୋଇଥାଏ ।
ଚିକିତ୍ସା :
ଗର୍ଭଧାରଣ ପୂର୍ବରୁ ମଧୁମେହ ରୋଗ, ରକ୍ତ ଚାପ ବା କୌଣସି ବଂଶଗତ ରୋଗର ଚିକିତ୍ସା କରିବାଆବଶ୍ୟକ।ଗର୍ଭଧାରଣର ୧୧ ରୁ ୧୪ ସପ୍ତାହ ମଧ୍ୟରେ ଏନ୍‌.ଟି. ସ୍କାନ୍‌, ଡୁଆଲ୍‌ ମାର୍କର୍‌, ତା’ପରେ ଟ୍ରିପଲ୍‌ ମାର୍କର୍‌ ଏବଂ ଗର୍ଭାବସ୍ଥାର ୫ ମାସ ପରେ ବିକଳାଙ୍ଗ ବା ‘ଟିଫାସ୍କାନ୍‌’ (ଶିଶୁ ଶରୀରର ପ୍ରତ୍ୟେକଟି ଅଙ୍ଗର ସ୍କାନିଂ) କରିବା ଆବଶ୍ୟକ ।
ଗର୍ଭଧାରଣ ପୂର୍ବରୁ ଉନ୍ନତ ମାନର ପରାମର୍ଶ, ଗର୍ଭାବସ୍ଥାରେ ଚିକିତ୍ସା ଓ ପ୍ରସବ ବେଳେ ଭଲ କେନ୍ଦ୍ରରେ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କର ଉପସ୍ଥିତିରେ ପ୍ରସବ ହୋଇପାରିଲେ, ଗର୍ଭରେ ଶିଶୁ ମୃତ୍ୟୁହାର କମିଯାଇଥାଏ।

 

ଡା. ସରୋଜିନୀ ଷଡ଼ଙ୍ଗୀ
– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ରୋଡ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri