ଗର୍ଭରେ ଶିଶୁ ମୃତ୍ୟୁ

ଗର୍ଭଧାରଣର ୨୮ ସପ୍ତାହ ପରେ (ଶିଶୁର ଓଜନ ଏକ କେ.ଜି. ରୁ ଊର୍ଦ୍ଧ୍ୱ ହୋଇଥିଲେ) ଏବଂ ପ୍ରସବ ପୂର୍ବରୁ ଯଦି ଶିଶୁର ଗର୍ଭରେ ମୃତ୍ୟୁ ଘଟେ ତେବେ ତାହାକୁ ଇଣ୍ଟ୍ରା ୟୁଟେରାଇନ୍‌ ଫିଟାଲ୍‌ ଡେଥ୍‌ ବୋଲି କୁହାଯାଏ।
ଏହାର କାରଣ:
– ପ୍ରାୟ ୩୫ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୧୮ ବର୍ଷରୁ କମ୍‌ବୟସର ବହୁଗର୍ଭା ମା’, ପୁଷ୍ଟିସାର କମ୍‌ଥିବା ମହିଳାମାନେ ଗର୍ଭରେ ଶିଶୁ ମୃତ୍ୟୁଜନିତ ଜଟିଳତା ବେଶି ଭୋଗିଥାନ୍ତି।
– ମା’ର ଲୌହସାରଜନିତ ରକ୍ତହୀନତା, ଥାଲାସିମିଆ, ସିକଲ୍‌ ସେଲ ଏନିମିଆ ଆଦି ଏବଂ ରକ୍ତରେ ହିମୋଗ୍ଲୋବିନ୍‌ର ପରିମାଣ କମିଗଲେ, ଗର୍ଭରେ ଶ୍ୱାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ ଘଟିଥାଏ।
– ବେଳେବେଳେ ମା’ର ଉଚ୍ଚ ରକ୍ତଚାପ ଯୋଗୁ ହଠାତ୍‌ ଜରାୟୁରୁ ଗର୍ଭଫୁଲକୁ ରକ୍ତ ଯୋଗାଉଥିବା ଧମନୀର ସଂକୋଚନ ହୋଇ ରକ୍ତ ଯୋଗାଣ ବନ୍ଦ ହୋଇଯାଏ। ଫଳରେ ଗର୍ଭଫୁଲ ଜରାୟୁ କାନ୍ଥରୁ ଛିଡ଼ିଯାଏ ଏବଂ ଅଳ୍ପ ରକ୍ତ ସଂଚାଳନ ହେଉଥିବାରୁ, ଗର୍ଭସ୍ଥ ଶିଶୁଟି ବଢ଼ିପାରେ ନାହିଁ ଏବଂ ଅତି ଅଳ୍ପ ଓଜନର ହୋଇ ଶିଶୁର ମୃତ୍ୟୁ ଘଟିଥାଏ ।
– ଗର୍ଭାବସ୍ଥାରେ ମଧୁମେହ ରୋଗ ହୋଇ ଯଦି ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରଣ ହୋଇ ନ ପାରେ, ଗର୍ଭସ୍ଥ ଶିଶୁର ରକ୍ତରେ ଶର୍କରାର ପରିମାଣ ଏବଂ ଇନ୍‌ସୁଲିନ୍‌ର ପରିମାଣ ବେଶି ହୋଇଯାଇଥିବା ଯୋଗୁ ଶିଶୁର ଅମ୍ଳଜାନ ଚାହିଦା ବଢ଼ିଯାଏ। ତେଣୁ ଅମ୍ଳଜାନ ଅଭାବ ହେଲେ ଗର୍ଭରେ ଶିଶୁ ମୃତ୍ୟୁ ହୋଇଥାଏ ।
– ମ୍ୟାଲେରିଆ, ଯକୃତର କାମଳ ରୋଗ (ହେପାଟାଇଟିସ୍‌), ଇନ୍‌ଫ୍ଲୁଏଞ୍ଜା, ଟକ୍‌ସୋପ୍ଲାଜ୍‌ମା, ସିଫିଲିସ୍‌, ମ୍ୟାଲେରିଆରେ ଅତିମାତ୍ରାରେ ଜ୍ୱର ହେବାରୁ କିମ୍ବା ଗର୍ଭଫୁଲରେ ମ୍ୟାଲେରିଆ ପାରାସାଇଟ୍‌ ଭର୍ତ୍ତି ହୋଇଯାଇଥିବାରୁ, ଗର୍ଭଫୁଲରୁ ନାଭିନାଡ଼ ଦେଇ ଶିଶୁ ଦେହକୁ ରକ୍ତ ଯାଇପାରେ ନାହିଁ ଏବଂ ଶିଶୁ ମୃତ୍ୟୁ ଘଟିଥାଏ ।
– ଅତିରିକ୍ତ ପ୍ରସବ ବ୍ୟଥା ହୋଇ ପ୍ରସବ ନ ହେଲେ (ବ୍ୟାହତ ପ୍ରସବ), ବିଦୀର୍ଣ୍ଣ ଜରାୟୁ ବା ଜରାୟୁ ଫାଟିଗଲେ କିମ୍ବା ପ୍ରସବର ସମ୍ଭାବ୍ୟ ତାରିଖ ପରେ ପ୍ରସବ ନ ହେଲେ ଗର୍ଭରେ ଶିଶୁର ମୃତ୍ୟୁ ହୋଇଥାଏ ।
– ଶିଶୁର ଓଜନ କମ୍‌, କ୍ରୋମୋଜୋମାଲ୍‌ ବିକଳାଙ୍ଗତା, ଶିଶୁର ମୁଖ୍ୟ ଅଙ୍ଗମାନଙ୍କର ବିକଳଙ୍ଗତା ହେଲେ ବି ଗର୍ଭରେ ଶିଶୁର ମୃତ୍ୟୁ ହୋଇଥାଏ ।
– ପ୍ରସବ ପୂର୍ବରୁ ଗର୍ଭଫୁଲ ତଳୁ ରକ୍ତସ୍ରାବ, ନାଭିନାଡ଼ର ଦୁର୍ଘଟଣା ଯଥା- ଗର୍ଭସ୍ଥ ପାଣିଥଳୀ ଫାଟି ନାଭି ନାଡ଼ ଖସିଗଲେ, ନାଭିନାଡ଼ରେ ଗଣ୍ଠି ପଡ଼ିଗଲେ ବା ଶିଶୁର ବେକ ଚାରିପଟେ ନାଭିନାଡ ଗୁଡ଼େଇ ହୋଇଗଲେ, ଗର୍ଭରେ ଯାଆଁଳା ଶିଶୁ ହେଲେ, ଗୋଟିଏ ଶିଶୁ ଦେହରୁ ଅନ୍ୟ ଶିଶୁ ଦେହକୁ ରକ୍ତ ସଂଚାଳିତ ହୋଇଗଲେ, ଗର୍ଭରେ ଶିଶୁ ମୃତ୍ୟୁ ହୋଇଥାଏ ।
ଲକ୍ଷଣ: ମା’ ଗର୍ଭରେ ଶିଶୁ ଅନେକ ସମୟଧରି ନ ବୁଲିଲେ, ହଠାତ୍‌ ମା’ର ସ୍ତନର ଆକାର କମିଗଲେ, ମା’ର ଜରାୟୁର ଉଚ୍ଚତା, ଆକାର କମିଗଲେ, ହାତ ଦେଇ ପେଟ ଉପରେ ଜରାୟୁ ପରୀକ୍ଷା କରିବା ବେଳେ ଡାକ୍ତରଙ୍କ ହାତକୁ ଶିଶୁର ବୁଲିବା ବା’ ଘୂର୍ଣ୍ଣନ ଜାଣି ନ ହେଲେ, ଷ୍ଟେଥୋସ୍କୋପ ବା ଫିଟାଲ୍‌ ଡପଲ୍‌ରରେ ଶୁଣିଲେ ଶିଶୁର ହୃଦ୍‌ସ୍ପନ୍ଦନ ଶୁଣା ନ ଗଲେ କିମ୍ବା ଶିଶୁର ମୁଣ୍ଡ ବହୁତ ନରମ ଲାଗିଲେ ଗର୍ଭସ୍ଥ ଶିଶୁ ମୃତ ବୋଲି ଜଣାଯାଏ ।
ଚିହ୍ନଟ: ଅଲଟ୍ରା ସୋନୋଗ୍ରାଫ୍‌, ପେଟର ଷ୍ଟ୍ରେଟ୍‌ ଏକ୍ସ-ରେ ଦ୍ୱାରା ଏହାକୁ ଚିହ୍ନଟ କରାଯାଏ।
ଚିକିତ୍ସା ଆଗରୁ ପରୀକ୍ଷା: ଗର୍ଭରେ ଶିଶୁମୃତ୍ୟୁ ଚିହ୍ନଟ ହେଲେ ଚିକିତ୍ସା ଆଗରୁ ରକ୍ତପରୀକ୍ଷାରେ ଗ୍ରୁଫି ଏବଂ ଆର୍‌-ଆଚ୍‌, ଟାଇପିଂ, ହିମୋଗ୍ଲୋବିନ୍‌, ଭିଡ଼ିଆର୍‌ଏଲ୍‌, ଖାଲି ପେଟରେ ରକ୍ତ ଶର୍କରା, ଖାଇସାରିବା ପରେ ରକ୍ତ ଶର୍କରା, ଗ୍ଲାଇକୋ ସିଲେଟେଡ଼୍‌ ହିମୋଗ୍ଲୋବିନ୍‌, ୟୁରିଆ, କ୍ରିଆଟିନିନ୍‌, ଥାଇରଏଡ଼ ପ୍ରୋଫାଇଲ୍‌, ଟର୍ଚ୍ଚ ସଂକ୍ରମଣ, ଲ୍ୟୁପସ୍‌ ଆଣ୍ଟିବଡ଼ି, ଆଣ୍ଟିିକାର୍ଡ଼ିଓଲିପନ୍‌ ଆଣ୍ଟିବଡ଼ି ଏବଂ ଥ୍ରମ୍ବୋଫିଲିଆ ଆଦି ପରୀକ୍ଷା କରିବା ଖୁବ୍‌ ଜରୁରୀ । ଯଦି ଗର୍ଭରେ ମୃତ ଶିଶୁ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଯାଏ ରହିଗଲା, ତେବେ ସବୁ କ୍ଲଟିଂ ଫେକ୍ଟର କମିଯାଏ ଏବଂ ପ୍ରସବ ପରେ ପ୍ରଚୁର ରକ୍ତସ୍ରାବ ହୋଇଥାଏ, ତେଣୁ ରକ୍ତରେ ଫିବ୍ରିନୋଜେନ୍‌ ଓ ପାର୍ସିଆଲ୍‌ ଥ୍ରମ୍ବୋପ୍ଲାଷ୍ଟିନ୍‌ ମୂଲ୍ୟ ନିରୂପଣ କରିବା ଦରକାର ।
ଜଟିଳତା :
ମାନସିକ ଅବସାଦ : ଗର୍ଭରେ ଶିଶୁ ମୃତ୍ୟୁ ଯୋଗୁ ମା’ ବହୁତ ଦିନଯାଏ ମାନସିକ ଅବସାଦଜନିତ ଦୁଃଖ ଭୋଗ କରେ ।
ସଂକ୍ରମଣ : ଗର୍ଭରେ ମୃତ ଶିଶୁ ଥିଲା ବେଳେ ଯଦି ଗର୍ଭଥଳୀ ଫାଟଯାଏ, ଶିଶୁର ପଚା ଦେହରେ କ୍ଲଷ୍ଟ୍ରିଡିଅମ୍‌ ୱେଲଚାଇ (ଗ୍ୟାସ୍‌ ଗାଙ୍ଗ୍ରିନ୍‌) ଏବଂ ଟିଟାନସ୍‌ ଆଦି ମାରାମତ୍କ ରୋଗ ହୋଇଥାଏ।
ବ୍ଲଡ଼୍‌ କୋଆଗୁଲେସନ୍‌ ଡିଜଅର୍ଡର: ମୃତ ଶିଶୁର କୋଷ ଓ ଗର୍ଭଫୁଲରୁ ବାହାରୁଥିବା ବିଷ, ଥ୍ରମ୍ବୋପ୍ଲାଷ୍ଟିନ୍‌ ସବୁ ଶୋଷଣ କରୁଥିବାରୁ ପ୍ରସବ ସମୟରେ ଏବଂ ପରେ ପରେ ଅତିରିକ୍ତ ରକ୍ତସ୍ରାବ ହୋଇଥାଏ ।
ଚିକିତ୍ସା :
ଗର୍ଭଧାରଣ ପୂର୍ବରୁ ମଧୁମେହ ରୋଗ, ରକ୍ତ ଚାପ ବା କୌଣସି ବଂଶଗତ ରୋଗର ଚିକିତ୍ସା କରିବାଆବଶ୍ୟକ।ଗର୍ଭଧାରଣର ୧୧ ରୁ ୧୪ ସପ୍ତାହ ମଧ୍ୟରେ ଏନ୍‌.ଟି. ସ୍କାନ୍‌, ଡୁଆଲ୍‌ ମାର୍କର୍‌, ତା’ପରେ ଟ୍ରିପଲ୍‌ ମାର୍କର୍‌ ଏବଂ ଗର୍ଭାବସ୍ଥାର ୫ ମାସ ପରେ ବିକଳାଙ୍ଗ ବା ‘ଟିଫାସ୍କାନ୍‌’ (ଶିଶୁ ଶରୀରର ପ୍ରତ୍ୟେକଟି ଅଙ୍ଗର ସ୍କାନିଂ) କରିବା ଆବଶ୍ୟକ ।
ଗର୍ଭଧାରଣ ପୂର୍ବରୁ ଉନ୍ନତ ମାନର ପରାମର୍ଶ, ଗର୍ଭାବସ୍ଥାରେ ଚିକିତ୍ସା ଓ ପ୍ରସବ ବେଳେ ଭଲ କେନ୍ଦ୍ରରେ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କର ଉପସ୍ଥିତିରେ ପ୍ରସବ ହୋଇପାରିଲେ, ଗର୍ଭରେ ଶିଶୁ ମୃତ୍ୟୁହାର କମିଯାଇଥାଏ।

 

ଡା. ସରୋଜିନୀ ଷଡ଼ଙ୍ଗୀ
– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ରୋଡ, କଟକ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri