ଅକ୍ଷୟତୃତୀୟା କାରବାର ଉତ୍ସାହଜନକ

ଭୁବନେଶ୍ୱର,୧୧।୫ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ମଧ୍ୟ ବେଶ୍‌ ଉତ୍ସାହଜନକ ରହିଥିଲାବେଳେ ସର୍ବଭାରତୀୟ ସ୍ତରରେ ସୁନା କାରବାର ୧୫ରୁ ୨୦% ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ ପକ୍ଷରୁ ଆକଳନ କରାଯାଇଛି। ଏପରିକି ଓଡ଼ିଶା ବଜାରରେ ମଧ୍ୟ ୧୦୦ କୋଟିରୁ ଅଧିକ ଟଙ୍କାରେ ସୁନା କାରବାର ହୋଇଥିବା ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଉଭୟ ରାଜ୍ୟ ଓ ଜାତୀୟସ୍ତର(ଘରୋଇ ବଜାର)ର ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ଲକି ଡ୍ର ଏବଂ ଉପହାରର ବ୍ୟବସ୍ଥା କରାଯାଇଥିଲାବେଳେ ଅକ୍ଷୟ ତୃତୀୟା ପାଇଁ ସବୁବର୍ଗର ଗ୍ରାହକ ଅଳ୍ପ ବହୁତ (ସକ୍ଷମ ଅନୁଯାୟୀ) ସୁନା, ରୁପା, ହୀରା ଓ ମୂଲ୍ୟବାନ୍‌ ଅଳଙ୍କାର ଏବଂ ରତ୍ନପଥର କ୍ରୟ କରିଛନ୍ତି।
ଅପରପକ୍ଷରେ ଶୁକ୍ରବାର ସୁନା ଦର ୫୦୦ରୁ ୮୫୦ ଟଙ୍କା ବଢ଼ିଥିବା ସତ୍ତ୍ୱେ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଅଳଙ୍କାର ପ୍ରତିଷ୍ଠାନଗୁଡିକରେ ଜମି ରହିଥିବା ଭିଡରୁ ସୁନା କ୍ରୟ ବୃଦ୍ଧି ହୋଇଥିବା ସ୍ପଷ୍ଟ ଜଣାପଡୁଥିଲା।
ସେହିଭଳି ଅକ୍ଷୟ ତୃତୀୟା କାରବାର ଆଶାନୁଯାୟୀ ହୋଇଥିବାବେଳେ ଭୁବନେଶ୍ୱରର ସୁନା ଦର ୨୪କ୍ୟାରେଟ ପ୍ରତି ଗ୍ରାମ ପିଛା ୭୩,୦୯୦ ଟଙ୍କା ଏବଂ ୨୨କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୬୭,୦୦୦ ଟଙ୍କାରେ ବିକ୍ରି ହେଉଥିଲା। ସେହିପରି ରୁପା ଦର କି.ଗ୍ରା. ପ୍ରତି ୮୬,୦୦୦ଟଙ୍କା ରହିଥିଲାବେଳେ ହୀରା ଓ ରତ୍ନପଥରର ମୂଲ୍ୟ ମଧ୍ୟ ଉଚ୍ଚା ଥିଲା। ବିଶେଷକରି ଅକ୍ଷୟ ତୃତୀୟା ଓ ବିବାହ ପାଇଁ ଗ୍ରାହକ ଉଭୟ ୨୨ ଓ ୧୮ କ୍ୟାରେଟ (୧୮କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପିଛା ୫୫,୧୭୦ଟଙ୍କା)ର ସୁନାକୁ ଅଧିକ ପରିମାଣରେ କ୍ରୟ କରୁଥିବା ଅଳଙ୍କାର ପ୍ରତିଷ୍ଠାନ ଗୁଡିକ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଯଥା ଖିମ୍‌ଜୀ ଜୁଏଲର୍ସ, ଲାଲ୍‌ଚାନ୍ଦ ଜୁଏଲର୍ସ, ଅରୁନ୍ଧତୀ ଜୁଏଲର୍ସ, ମାଲାବାର ଜୁଏଲର୍ସ, ଜୟଆଲୁକ୍କାସ ଜୁଏଲର୍ସ, କଲ୍ୟାଣ ଜୁଏଲର୍ସ, ତନିସ୍କ ଜୁଏଲର୍ସ, ରାଧାଗୋବିନ୍ଦ ରାୟ ଗ୍ରାଣ୍ଡସନ ଜୁଏଲର୍ସ, ଜାଭେରୀ ଜୁଏଲର୍ସ, ପି.ସି. ଚନ୍ଦ୍ରା ଜୁଏଲର୍ସ, କନକ ଜୁଏଲର୍ସ, ଲୋକନାଥ ଜୁଏଲର୍ସ, ଡି ପି ଜେ ପି ଜୁଏଲର୍ସ, ମା’ ଗୌରୀ ଜୁଏଲର୍ସ, ବିଷମ ଜୁଏଲର୍ସ,ନାରାୟଣୀ ଜୁଏଲର୍ସ, ଧରିତ୍ରୀ ଜୁଏଲର୍ସ ଏବଂ ରିଲାଏନ୍ସ ଜୁଏଲର୍ସ ଭଳି ଶୋ’ରୁମ୍‌ରେ ଅକ୍ଷୟ ତୃତୀୟା ଭିଡ଼ ଲାଗିରହିଥିଲା ବେଳେ ଉପରୋକ୍ତ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକର ଆକର୍ଷଣୀୟ ଅଫର ଓ ରିହାତି ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri