ମାର୍ଚ୍ଚରେ ଖସିଲା ଆଇଆଇପି ଅଭିବୃଦ୍ଧି

ଭୁବନେଶ୍ୱର,୧୧।୫ (ଅନୁରାଧା ମହାରଣା): ଦେଶରେ ଶିଳ୍ପ ଉତ୍ପାଦନର ଗତି ମନ୍ଥର ହୋଇଯାଇଛି। ଇଣ୍ଡେକ୍ସ ଅଫ୍‌ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ (ଆଇଆଇପି)ର ତଥ୍ୟ ଅନୁଯାୟୀ, ୨୦୨୪ ମାର୍ଚ୍ଚରେ ଶିଳ୍ପ ଉତ୍ପାଦନର ଅଭିବୃଦ୍ଧି ହାର ୪.୯ ପ୍ରତିଶତ ହୋଇଛି। ଫେବୃଆରୀରେ ଏହି ଅଭିବୃଦ୍ଧି ହାର ୫.୭ ପ୍ରତିଶତ ରହିଥିଲା। ସେହିପରି ୨୦୨୩ ମାର୍ଚ୍ଚରେ ଆଇଆଇପି ଅଭିବୃଦ୍ଧି ହାର ୧.୯ ପ୍ରତିଶତ ଥିଲା। ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଶିଳ୍ପ ଉତ୍ପାଦନର ଅଭିବୃଦ୍ଧି ହାର ତଥ୍ୟ ଅନୁସାରେ ୨୦୨୪ ମାର୍ଚ୍ଚରେ ଖଣି କ୍ଷେତ୍ରରେ ଅଭିବୃଦ୍ଧି ହାର ୧.୨ ପ୍ରତିଶତ ଦେଖାଇଥିବାବେଳେ ଫେବୃଆରୀରେ ଏହି କ୍ଷେତ୍ର ୮ ପ୍ରତିଶତ ଅଭିବୃଦ୍ଧି ହୋଇଥିଲା। ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ୫.୨ ପ୍ରତିଶତ ହୋଇଛି, ଯାହାକି ପୂର୍ବ ମାସରେ ୫ ପ୍ରତିଶତ ଥିଲା। ସେହିପରି ବିଦ୍ୟୁତ୍‌ କ୍ଷେତ୍ରର ଅଭିବୃଦ୍ଧି ହାର ୮.୬ ପ୍ରତିଶତ ରହିଛି। ଯାହା ଫେବୃଆରୀରେ ୭.୫ ପ୍ରତିଶତ ଥିଲା। ଖଣି କ୍ଷେତ୍ରରେ ଉତ୍ପାଦନରେ ହ୍ରାସ ହେତୁ ମାର୍ଚ୍ଚ ମାସରେ ଆଇଆଇପି ଅଭିବୃଦ୍ଧି ହାର ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଇଆଇପି ଅଭିବୃଦ୍ଧି ହାର ୫.୮ ପ୍ରତିଶତ ରହିଛି। ପୂର୍ବ ଆର୍ଥିକ ବର୍ଷରେ ଏହା ୫.୨ ପ୍ରତିଶତ ଥିଲା। ମନ୍ତ୍ରଣାଳୟ କହିଛି, ସମଗ୍ର ବର୍ଷରେ ଖଣିରେ ୭.୫ ପ୍ରତିଶତ ଅଭିବୃଦ୍ଧି, ଉତ୍ପାଦନ କ୍ଷେତ୍ରରେ ୫.୫ ପ୍ରତିଶତ ଅଭିବୃଦ୍ଧି ଏବଂ ବିଦ୍ୟୁତ୍‌ କ୍ଷେତ୍ରରେ ୭.୧ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି। ଆଇଆଇପି ତଥ୍ୟ ନେଇ ଅର୍ଥନୀତି ବିଶେଷଜ୍ଞ କହିଛନ୍ତି, ୨୦୨୩-୨୪ର ଶେଷ ମାସରେ ଆଇଆଇପି ଅଭିବୃଦ୍ଧି ହାର ଆନୁମାନିକ ୫.୬ ପ୍ରତିଶତରୁ ୪.୯ ପ୍ରତିଶତକୁ ଖସି ଆସିଛି। ଉତ୍ପାଦନ ଏବଂ ବିଦ୍ୟୁତ୍‌ କ୍ଷେତ୍ରର ଅଭିବୃଦ୍ଧି ତ୍ୱରାନ୍ବିତ ହୋଇଥିବାବେଳେ ଖଣି ଉତ୍ପାଦନର ଗତି ମନ୍ଥର ହୋଇଯାଇଛି। ଗ୍ରାହକ ସ୍ଥାୟୀ ସାମଗ୍ରୀର ଉତ୍ପାଦନ ୯.୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୨ ମାସ ହ୍ରାସ ପରେ ଅଣ ଗ୍ରାହକ ସ୍ଥାୟୀ ସାମଗ୍ରୀର ଉତ୍ପାଦନ ୪.୯ ପ୍ରତିଶତ ବୃଦ୍ଧି ପାଇଛି। ଆଗାମୀ ଦିନରେ ଏହା ଉପରେ ନଜର ରଖିବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri