ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଅସମାନତା

ଗର୍ଡନ ବ୍ରାଉନ୍‌

ଲଗାତର କୋଭିଡ୍‌-୧୯ର ନୂଆ ରୂପ ବିଶ୍ୱର ବ୍ୟାପକ କ୍ଷତି କରିଚାଲିଛି। ଏଇ ନିକଟରେ ନୂଆ ରୂପେ ବିନାଶକାରୀ ଓମିକ୍ରନ୍‌ ଉଭା ହୋଇଛି। କୋଭିଡ୍‌-୧୯ରେ ବିଶ୍ୱରେ ୫୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି। ସଂକ୍ରମଣ ଆସନ୍ତା ବସନ୍ତ ଋତୁ ସୁଦ୍ଧା ୨୬ କୋଟିରୁ ବୃଦ୍ଧି ପାଇ ୪୬ କୋଟିରେ ପହଞ୍ଚିବ ଓ ଏହାଯୋଗୁ ୫୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିପାରନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି। ଏଣୁ ଓ୍ବାଲର୍‌ଡ ହେଲ୍‌ଥ ଆସେମ୍ବ୍ଲି (ଡବ୍ଲ୍ୟୁଏଚ୍‌ଏ) ନଭେମ୍ବର ୨୯ରୁ ଆରମ୍ଭ ହୋଇଛି। କୋଭିଡ୍‌ ମହାମାରୀକୁ ରୋକିବା ଲାଗି ଏହି ସ୍ବତନ୍ତ୍ର ଅଧିବେଶନରେ ସମବେତ ନେତୃବର୍ଗଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ବିଶେଷକରି ଭବିଷ୍ୟତରେ ହଠାତ ନୂଆ ସଂକ୍ରାମକ ରୋଗ ପ୍ରକାଶ ପାଇ ମହାମାରୀ ରୂପ କିଭଳି ନ ନେବ ସେଥିପାଇଁ ବିଶ୍ୱରେ ସମସ୍ତେ ମାନିବ ଭଳି ଆଇନଗତ ଚୁକ୍ତି କରାଯିବା ଦରକାର। ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟର ଉଚ୍ଚସ୍ତରୀୟ ପ୍ରତିବଦ୍ଧତା, ଦେଶଗୁଡ଼ିକ ମଧ୍ୟରେ ଭାଗୀଦାରି ଏବଂ ଏକତାକୁ ଆଧାର କରି ଏକ ନୂଆ ଚୁକ୍ତିର ଭିତ୍ତି ସ୍ଥାପନ କରିବା ଉଚିତ ବୋଲି ଡବ୍ଲ୍ୟୁଏଚ୍‌ଓର ମହାନିର୍ଦ୍ଦେଶକ ଟେଡ୍ରୋସ ଘିବ୍ରେୟିସୁସ୍‌ ଯୁକ୍ତି ବାଢିଛନ୍ତି। ସମସ୍ତଙ୍କୁ ବିନା ବାଧାରେ ସ୍ବାସ୍ଥ୍ୟସେବା ମିଳିବା ଉଚିତ। ବିଶ୍ୱ ସମୁଦାୟ ଉପଲବ୍ଧ ଚିକିତ୍ସା ସଂସାଧନଗୁଡ଼ିକର ସମ ଉପଯୋଗ ଏବଂ ବଣ୍ଟନ ନିଶ୍ଚିତ କରିବା ଦରକାର। ଏହା ପାଇଁ ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ବିଶ୍ୱସ୍ତରୀୟ ନିରୀକ୍ଷଣ ପଦ୍ଧତି, ତ୍ୱରିତ ଟ୍ରାକିଂ, ଜରୁରୀ ପରିସ୍ଥିତିରେ ପାରସ୍ପରିକ ସହଯୋଗ ଏବଂ ସମ୍ଭାବ୍ୟ ଅର୍ଥ ଯୋଗାଣ ବ୍ୟବସ୍ଥା ଆବଶ୍ୟକ। ବିଶ୍ୱରେ କୋଭିଡ୍‌-୧୯ ଟିକାର ନ୍ୟାୟୋଚିତ ତଥା ଭାଗୀଦାରି ବଣ୍ଟନ ନିଶ୍ଚିତ କରିବାର ସଂକଳ୍ପ ରକ୍ଷାରେ ବିଶ୍ୱର ସାମଗ୍ର୍ରିକ ବିଫଳତାକୁ ଦେଖିତ୍ଲେ ଏହି ଚୁକ୍ତିର ଆବଶ୍ୟକତା ଅଧିତ୍କ। ଉଚ୍ଚକୋଟୀର ବିଜ୍ଞାନ ଏବଂ ଦୃଢ ମାନୁଫାକ୍‌ଚରିଂ ପ୍ରୟାସ ସୂଚିତ କରେ ଯେ, ୨୦୨୧ ଡିସେମ୍ବର ସୁଦ୍ଧା ଆମେ ୧୨ ବିଲିୟନ ଡୋଜ ଟିକା ଉପତ୍ାଦନ କରିପାରିବା। ଏହି ଡୋଜ୍‌ ସଂଖ୍ୟା ବିଶ୍ୱର ପ୍ରତ୍ୟେକ ବୟସ୍କଙ୍କୁ ଟିକାକରଣ କରିବା ପାଇଁ ପର୍ଯ୍ୟାପ୍ତ। କିନ୍ତୁ ନିମ୍ନ ଆୟବର୍ଗ ଦେଶଗୁଡ଼ିିକରେ ଏବେସୁଦ୍ଧା ୯୫% ବୟସ୍କ ଅସୁରକ୍ଷିତ ରହିଛନ୍ତି। ଆମ ସମୟରେ ସାର୍ବଜନୀନ ନୀତିର ଏହା ସମ୍ଭବତଃ ସବୁଠୁ ବଡ଼ ବିଫଳତା।
ଡବ୍ଲ୍ୟୁଏଚ୍‌ଓ ୨୦୨୧ ଡିସେମ୍ବର ସୁଦ୍ଧା ବିଶ୍ୱରେ ସବୁ ଦେଶର ବୟସ୍କ ଲୋକଙ୍କ ମଧ୍ୟରୁ ୪୦%ଙ୍କୁ ଟିକାକରଣ କରିବାକୁ ସହମତି ପ୍ରକାଶ କରିଥିଲା। କିନ୍ତୁ ଏହା ୮୨ଟି ଦେଶରେ ହୋଇ ପାରିନାହିଁ। ସାମ୍ପ୍ରତିକ ଧାରାରେ ଯଦି ଏହା ଚାଲେ ତେବେ ଟିକାକରଣ ୪୦% ଛୁଇଁବାକୁ ଆସନ୍ତା ଏପ୍ରିଲ୍‌ ହୋଇଯିବ। ଏପରିକି ଅନେକ ଦେଶ ଏହାଠାରୁ ପଛରେ ରହିଯାଇପାରନ୍ତି। ଜୁନ୍‌ରେ ଅନୁଷ୍ଠିତ-୭ ସମ୍ମିଳନୀରେ ବିଶ୍ୱ ନେତାଗଣ ୨୦୨୨ ସୁଦ୍ଧା ସାରା ବିଶ୍ୱରେ କୋଭିଡ୍‌-୧୯କୁ ଶେଷ କରିବାର ସଂକଳ୍ପ ନେଇଥିତ୍ଲେ ମଧ୍ୟ ତା’ ପରଠାରୁ ଟିକା ଥିତ୍ବା ଓ ଟିକା ନ ଥିବା ଦେଶଗୁଡ଼ିକ ମଧ୍ୟରେ ଅନ୍ତର ବଢିଚାଲିଛି। ନିମ୍ନ ଆୟ ବର୍ଗର ଦେଶଗୁଡ଼ିକ ଜୁନ୍‌ରୁ ୪୦%ରୁ ବୃଦ୍ଧି ପାଇ ଏବେ ୭୪%ରେ ପହଞ୍ଚିଛି। କିନ୍ତୁ ଗରିବ ଦେଶଗୁୁଡ଼ିକରେ ଟିକାକରଣ ଜୁନ ସୁଦ୍ଧା ୧%ରେ ଥିଲା ଓ ଏବେ ୫%ରୁ କମ୍‌ ରହିଛି। ବର୍ତ୍ତମାନ ଗରିବ ଦେଶଗୁଡ଼ିକରେ ସବୁ ବୟସ୍କଙ୍କୁ ଟିକା ଦେବାର ଆବଶ୍ୟକତା ଥିଲେ ମଧ୍ୟ ଧନୀଦେଶଗୁଡ଼ିକରେ ବୟସ୍କମାନେ ବୁଷ୍ଟର ଡୋଜ ନେଉଛନ୍ତି। କେବଳ ଏତିକି ନୁହେଁ, ଆଫ୍ରିକାର ୭୫% ସ୍ବାସ୍ଥ୍ୟକର୍ମୀ ଟିକା ନେଇନାହାନ୍ତି। ଏହା ସତ ଯେ, ଏଭଳି ଅସମାନତା ବା ପକ୍ଷପାତିତା କମ୍‌ କରିବା ପାଇଁ ଆଞ୍ଚଳିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକ ଗ୍ରହଣ କରାଯାଇଛି। ଟିକା କିଣିବା ଲାଗି ଆଫ୍ରିକୀୟ ସଂଘ ବ୍ୟବସ୍ଥା କରିଛି ଓ ଆଫ୍ରିକୀୟ ଭାକ୍ସିନ ଆକ୍ୱିଜେଶନ ଟ୍ରଷ୍ଟ୍‌ ୪୦ କୋଟି ପ୍ରଥମ ଡୋଜ୍‌ ଟିକା ଜନ୍‌ଶନ ଆଣ୍ଡ୍‌ ଜନ୍‌ଶନଠାରୁ କିଣିଛି। ୧୧ କୋଟି ଡୋଜ ମଡର୍ନାରୁ କିଣିିଛି ଓ ଏହି କମ୍ପାନୀ ମାର୍ଚ୍ଚ ସୁଦ୍ଧା ୫ କୋଟି ଟିକା ଯୋଗାଇ ଦେବ ବୋଲି କହିଛି। ଆଫ୍ରିକାର ୧.୩ ବିଲିୟନ ଲୋକଙ୍କ ଆବଶ୍ୟକତା ପୂରଣ କରିବକୁ ଏହା ଯଥେଷ୍ଟ ନୁହେଁ।
କୋଭିଡ୍‌ ମୁକାବିଲା ଓ ଟିକାକରଣରେ ଏଭଳି ଅସମାନତା ସ୍ପଷ୍ଟ ହୋଇଛି। ନିକଟରେ ଏୟାରଫିନିଟର ସର୍ଭେରୁ ଜଣାପଡ଼ିଛି, ବିଶ୍ୱର ଧନୀ ଦେଶଗୁଡ଼ିକ କୋଭିଡ୍‌-୧୯ ଟିକାର ୮୯% କିଣିଛନ୍ତି ଓ ଆଗକୁ ଯୋଗାଇ ଦେବାକୁ ଥିବା ଟିକାର ୭୧% ଏବେ ସେମାନଙ୍କ ନିୟନ୍ତ୍ରଣରେ ରହିଛି। ଧନୀଦେଶଗୁଡ଼ିକ ଗରିବ ଦେଶଗୁୁଡ଼ିକୁ ଟିକା ଦାନ କରିବାର ସଂକଳ୍ପରେ ରକ୍ଷା କରିପାରିନାହାନ୍ତିି।
ଟିକା ଯୋଗାଇଦେବାକୁ ଆମେରିକା ଯାହା କଥା ଦେଇଥିଲା ସେଥିରୁ ମାତ୍ର ୨୫% ପଠାଇଥିବାବେଳେ ୟୁରୋପୀୟ ସଂଘ, ଇଂଲଣ୍ଡ ଏବଂ କାନାଡା ଯଥାକ୍ରମେ ୧୯%, ୧୧% ଓ ୫% ଟିକା ପଠାଇଛନ୍ତି। କୋଭିଡ୍‌-୧୯ ଭ୍ୟାକ୍ସିନ ଗ୍ଲୋବାଲ୍‌ ଆସେସ୍‌( କୋଭାକ୍ସ) ବ୍ୟବସ୍ଥା ଯାହା ଡିସେମ୍ବର ସୁଦ୍ଧା ୨୦୦ କୋଟି ଟିକା ବଣ୍ଟନ କରିବାର ଯୋଜନା ରଖିଥିଲା। କିନ୍ତୁ ଏବେ ସେଥିରୁ କେବଳ ତିନି ଚତୁର୍ଥାଂଶ ବଣ୍ଟନ କରିପାରିବ ବୋଲି ଆଶା କରୁଛି। ଧନୀ ଦେଶଗୁଡ଼ିକରେ ବହୁ ପରିମାଣରେ ଟିକା ଗଚ୍ଛିତ ଅଛି। ୨୦୨୧ ଶେଷ ସୁଦ୍ଧା ଜି୨୦ ଦେଶଗୁଡ଼ିକ ନିକଟରେ ଥିତ୍ବା ୧୦ କୋଟି ଟିକା ନଷ୍ଟ ହୋଇଯିବ। ଏତେ ଟିକା ନଷ୍ଟ ହେବାକୁ ଯାଉଥିବାବେଳେ ସେହି ଦେଶଗୁଡ଼ିକ ଜୀବନ ରକ୍ଷାକାରୀ ଗଚ୍ଛିତ ଟିକାକୁ ଅତି ଗରିବ ଦେଶଗୁଡ଼ିକୁ ଦେବା ଲାଗି ମନା କରୁଛନ୍ତି। ମହାମାରୀ ସମୟରେ ଏଭଳି ନୈତିକ ବିହୀନ କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ ଏବଂ ଜାଣିଶୁଣି ଟିକା ନଷ୍ଟ କରିବା ଭଳି ସାମାଜିକ ବର୍ବରତା କେବେ ବି ଭୁଲି ହେବନାହିଁ। ଏହା ସମ୍ପୂର୍ଣ୍ଣ ଅକ୍ଷମଣୀୟ।
ବିଶ୍ୱ ସ୍ତରରେ ସ୍ବାସ୍ଥ୍ୟନୀତି ନିର୍ଦ୍ଧାରଣର ସାର୍ବଜନୀନ ସ୍ବାସ୍ଥ୍ୟ ଢାଞ୍ଚା ବା ଯୋଜନାରେ ଅଧିକ ମୌଳିକ ପରିବର୍ତ୍ତନ ଆବଶ୍ୟକତା ରହିଛି ବୋଲି ଟିକାଯୋଗାଣ ପକ୍ଷପାତିତାରୁ ଜଣାପଡ଼ୁଛି। ତେବେ ସମସ୍ତେ ମାନବା ଭଳି ଏକ ଚୁକ୍ତି ହାସଲ କରିବା ଏତେ ସହଜ ନୁହେଁ। ମହାମାରୀକୁ ରୋକିବା ଲାଗି ପ୍ରସ୍ତୁତ ହେବାକୁ ବୈଶ୍ୱିକ ସ୍ବାସ୍ଥ୍ୟ ସଂସ୍ଥାଗୁଡ଼ିକୁ ସକ୍ଷମ କରିବା ଲାଗି ବର୍ତ୍ତମାନ ଏକ ଅନ୍ତର୍ଜାତୀୟ ଚୁକ୍ତିର ଆବଶ୍ୟକତା ରହିଛି। ଏହି ସମୟରେ କୋଭିଡ୍‌-୧୯ ନୂଆ ରୂପ ପ୍ରକାଶ ପାଉଥିବାବେଳେ ଏବେ ଅନୁଷ୍ଠିତ ହେଉଥିବା ସ୍ବତନ୍ତ୍ର ସମ୍ମିଳନୀ ଡବ୍ଲ୍ୟୁଏଚ୍‌ଓ ସମ୍ବିଧାନ ଅନୁଯାୟୀ ଏକ ଆଇନଗତ ବାଧ୍ୟତାମୂଳକ ଚୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ଆବଶ୍ୟକ।
ଏକ ଦୃଢ ଚୁକ୍ତିରେ ଅନେକ ପ୍ରମୁଖ ବିଷୟ ରହିବା ଦରକାର। ପ୍ରଥମତଃ,ସ୍ବାସ୍ଥ୍ୟ ନିରୀକ୍ଷଣରେ ଉନ୍ନତି ଏବଂ ବିକାଶ ଲାଗି ବୈଶ୍ୱିକ ସ୍ବାସ୍ଥ୍ୟ ନେତୃବର୍ଗମାନଙ୍କର ଅଧିକ କ୍ଷମତା ରହବା ଉଚିତ। ଦ୍ୱିତୀୟରେ ଆମକୁ କୋଭାକ୍ସ ଏବଂ ଆସେସ୍‌ ଟୁ କୋଭିଡ୍‌-୧୯ ଟୁଲ୍ସ ଆସେଲେରେଟର (ଏସିଟି-ଏ)ର କାର୍ଯ୍ୟଧାରାକୁ ସମ୍ପୂର୍ଣ୍ଣ ନୂଆ ଚିନ୍ତାଧାରା ଓ ପଦ୍ଧତିରେ ପୁନର୍ବିକାଶ କରିବାକୁ ହେବ। ପର୍ଶନାଲ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟ(ପିପିଇ)ର ନ୍ୟାୟୋଚିତ ଉପତ୍ାଦନ ଓ ବଣ୍ଟନ ସହ ପରୀକ୍ଷା, ଚିକିତ୍ସା ଉପଲବ୍ଧ ନିଶ୍ଚିତ କରିବାକୁ ପଡ଼ିବ,ଯେପରି ସବୁଦେଶ ବର୍ତ୍ତମାନ ଏବଂ ଭବିଷ୍ୟତରେ ମହାମାରୀ କବଳରୁ ନିଜକୁ ରକ୍ଷା କରି ପାରିବେ। ତୃତୀୟରେ ଆମେ ଏକ ମହାମାରୀ ମୁକାବିଲାର ପ୍ରସ୍ତୁତି ଲାଗି ବୈଶ୍ୱିକ ବୋର୍ଡ ଗଠନ କରିବା ଆବଶ୍ୟକ। ସ୍ବାସ୍ଥ୍ୟ ବ୍ୟବସ୍ଥାରେ ପରିଦୃଶ୍ୟ ଅସମାନତାକୁ ସମାଧାନ କରିବାକୁ ଯଦି ନେତାମାନେ ଏକ ସ୍ଥାୟୀ ଆର୍ଥିକ ଯୋଗାଣା ପ୍ରକ୍ରିୟା ଆରମ୍ଭ କରନ୍ତେ ତେବେ ଏଭଳି ବ୍ୟବସ୍ଥାଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟ କରିପାରିବ। ହେଲେ ଆମେ କମ୍‌ ଅର୍ଥ ସଂଗ୍ରହ କରୁଛୁ। ମୁଖ୍ୟତଃ ମହାମାରୀ ମୁକାବିଲା ପାଇଁ ଆବଶ୍ୟକ ଅର୍ଥ ବଡର୍ନ ଶେୟାରଂ ଫର୍ମୁଲାରେ ଯେଉଁ ଦେଶଗୁଡ଼ିକର ଅର୍ଥ ଦେବାକୁ ଅଧିତ୍କ ସକ୍ଷମ ସେମାନେ ଦେବା ଉଚିତ। ଏପରି କି କିର୍ତ୍ତମାନ ଡବ୍ଲ୍ୟୁଏଚ୍‌ଓର ବଜେଟର ୨୦%ରୁ କମ୍‌ ଏହି ଉପାୟରେ ପୂରଣ ହୋଇଛି। ୧୯୬୦ ଏବଂ ୧୯୭୦ ଦଶକରେ ବସନ୍ତ ରୋଗ ମୂଳୋପତ୍ାଟନ ବିଶେଷ କରି ଏ୍ୟତିହାସିକ ଥିତ୍ଲା , କାରଣ ଧନୀଦେଶଗୁଡ଼ିକ ମଧ୍ୟରେ କଷ୍ଟ ଶେୟାରିଂ ଚୁକ୍ତି ଆରମ୍ଭ କରାଯିବା ଦ୍ୱାରା ଏହା ସମ୍ଭବ ହୋଇପାରିଥିଲା। ବିଶ୍ୱରେ କୋଭିଡ୍‌-୧୯ ଟିକାକରଣର ଲକ୍ଷ୍ୟ ପୂରଣ କରିବାରେ ବିଫଳତା ଯୋଗୁ ୨୦୨୫ ସୁଦ୍ଧା ଜିଡିପି କ୍ଷତି ୨.୩ ଟ୍ରିଲିୟନ ହେବ। ଏହାକୁ ଲକ୍ଷ୍ୟ କରି ମହାମାରୀ ପ୍ରତିଷେଧକ ଓ ମୁକାବିଲା ଲଗି ପ୍ରସ୍ତୁତି ପାଇଁ ଜି୨୦ ଉଚ୍ଚସ୍ତରୀୟ ସ୍ବତନ୍ତ୍ର କମିଟିର ବାର୍ଷିକ ୧୦ ବିଲିୟନ ଡଲାର ପ୍ରସ୍ତାବିତ ବଜେଟ ଇତିହାସରେ ବହୁ ଲାଭଦାୟକ ହୋଇପାରିବ। କିନ୍ତୁ ଆମକୁ ଚଳିତ ସପ୍ତାହରେ ଡବ୍ଲ୍ୟୁଏଚ୍‌ଏ ସମ୍ମିଳନୀରେ ହିଁ କାର୍ଯ୍ୟ ଆରମ୍ଭ କରିବାକୁ ପଡ଼ିବ ।
ପୂର୍ବତନ ପ୍ରଧାନମନ୍ତ୍ରୀ, ଇଂଲଣ୍ଡ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri