ଆବଣ୍ଟନରେ ଅସମାନତା

ଜୟତି ଘୋଷ

ବିଶ୍ୱର ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ଏହା କମ୍‌ ଦିନ ରହିବା ସମ୍ଭାବନା ଥିଲେ ମଧ୍ୟ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ସୁଧାରରେ ପ୍ରତିବନ୍ଧକ ଆଣୁଥିବା ଉକ୍ତ ପ୍ରସଙ୍ଗ ଉପରେ ଅଧିକ ଚର୍ଚ୍ଚା ହେଉନାହିଁ। ଅପରପକ୍ଷେ ଏହିସବୁ ଧନୀ ଦେଶ ଓ ଅବଶିଷ୍ଟ ବିଶ୍ୱ ମଧ୍ୟରେ ଅତ୍ୟଧିକ ଅସମାନତା ବୃଦ୍ଧି ପାଉଛି। କିନ୍ତୁ ଚାଇନାରେ ଏମାନଙ୍କ ଠାରୁ ଭିନ୍ନ। ବିଶ୍ୱସ୍ତରରେ ଚାହିଦା ବୃଦ୍ଧି ନ କରିବା ଦ୍ୱାରା ଏହିସବୁ ଅସମାନତା ଗରିବ ଦେଶଗୁଡ଼ିକର ଅର୍ଥ ବ୍ୟବସ୍ଥାକୁ ମାନ୍ଦା କରି ରଖିଛି। ଏଭଳି ଅସମାନତା ଲାଗି ରହିଲେ ତାହା ଧନୀ ଦେଶଗୁଡ଼ିକରେ ନିବେଶକଙ୍କୁ ବି ପ୍ରଭାବିତ କରିବ। ଏବେ ଟେକ୍‌ନୋଲୋଜି ଏବଂ ବୃହତ୍‌ କମ୍ପାନୀଗୁଡ଼ିକର ଆର୍ଥିକ ସୁଧାର ଶୀଘ୍ର ହେଉଥିବାବେଳେ କ୍ଷୁଦ୍ର ବ୍ୟବସାୟ ଏବଂ ଶିଳ୍ପଗୁଡ଼ିକ ବେଶୀ ପ୍ରଭାବିତ ହେଉଛନ୍ତି। ଧନୀ ଏବଂ ଅନ୍ୟ ବିକାଶଶୀଳ ଓ ଗରିବ ଦେଶଗୁଡ଼ିକ ମଧ୍ୟରେ ବିତ୍ତୀୟ କାର୍ଯ୍ୟକଳାପରେ ରହିଥିବା ଅତ୍ୟଧିକ ପ୍ରଭେଦ ଯୋଗୁ ଏହା ଘଟୁଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ସବୁଠି ରାଜସ୍ବ ସଂଗ୍ରହ ହ୍ରାସ ପାଇଥିଲେ ବି ଏପ୍ରିିଲ ୨୦୨୧ରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ଆକଳନ ଅନୁଯାୟୀ, ୨୦୨୦ରେ ବିକଶିତ ଦେଶ ବା ଅର୍ଥ ବ୍ୟବସ୍ଥାଗୁଡ଼ିକ ସେମାନଙ୍କ ସାର୍ବଜନୀନ ବ୍ୟୟ ମହାମାରୀ ପୂର୍ବ ଜିଡିପିର ୬%ରୁ ଅଧିକ ବୃଦ୍ଧି କରିପାରିଥିଲେ। ବିକାଶଶୀଳ ଦେଶଗୁଡ଼ିକ ହାରାହାରି ୧%ରୁ ଅଧିକ ବ୍ୟୟ କରିଥିଲେ ଏବଂ ଗରିବ ଦେଶଗୁଡ଼ିକ ବହୁତ କମ୍‌ ବ୍ୟୟ କରିଛନ୍ତି।
ଅକ୍ଟୋବର ୨୦୨୧ ସୁଦ୍ଧା, ଏପରି କି କୋଭିଡ୍‌-୧୯ର ପୁନଃ ଲହର ଆର୍ଥିକ ସମସ୍ୟା ସୃଷ୍ଟି କରିଥିଲା । ଅନେକ ମଧ୍ୟମ ଏବଂ ନିମ୍ନ ଆୟବର୍ଗର ଦେଶରେ ବିତ୍ତୀୟ ନିଅଣ୍ଟ ବୃଦ୍ଧି ସେମାନଙ୍କ ଆର୍ଥିକ ଦୃଷ୍ଟିକୋଣକୁ ନଷ୍ଟ କରିବା ସହ ପୋଷଣା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାବଶ୍ୟକ ସାର୍ବଜନୀନ ବ୍ୟୟରେ ବାଧା ସୃଷ୍ଟି କରିଥିଲା। ତେବେ ବିଶ୍ୱର ଏକ ଅସ୍ପଷ୍ଟ ବିତ୍ତୀୟ ପରିବେଶରେ ବିକାଶଶୀଳ ଦେଶଗୁଡ଼ିକ ପାଇଁ ଆଇଏମ୍‌ଏଫ୍‌ ଆଶା ସଞ୍ଚାର କରିଛି। ଅଗଷ୍ଟ ୨୦୨୧ରେ ଆଇଏମ୍‌ଏଫ୍‌ ସ୍ପେଶିଆଲ ଡ୍ରଇଂ ରାଇଟ୍ସରେ (ଏସ୍‌ଡିଆର୍‌, ଆଇଏମ୍‌ଏଫ୍‌ର ସଞ୍ଚିତ ରାଶି) ନୂଆ କରି ୬୫୦ ବିଲିୟନ ଡଲାର ଆବଣ୍ଟନ କରିଥିଲା। ଦୁର୍ଭାଗ୍ୟବଶତଃ, ଆଇଏମ୍‌ଏଫ୍‌ର କୋଟାରେ ଦେଶଗୁଡ଼ିକୁ ଏହି ଟଙ୍କା ବଣ୍ଟନ କରାଯାଇଛି, ଯେଉର୍ଁମାନେ ସେମାନଙ୍କ ଜିଡିପି ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଆନ୍ତି। ଧନୀ ଦେଶଗୁଡ଼ିକ ପାଖାପାଖି ୪୦୦ ବିଲିୟନ ଡଲାର ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ଉପଯୋଗ ନ କରିବାର ସମ୍ଭାବନା ରହିଛି। ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକୁ ପାଖାପାଖି ୨୫୦ ବିଲିୟନ ଡଲାର ଦିଆଯାଇଛି। ମୁଖ୍ୟତଃ, ଦେଶଗୁଡ଼ିକ ମଧ୍ୟରେ ବ୍ୟାପକ ଅସମାନତା ରହିଥିତ୍ବାବେଳେ ଗରିବ ଦେଶଗୁଡ଼ିକ ଦରକାର କରୁଥିବା ପାଣ୍ଠିର ଆବଶ୍ୟକତାକୁ ଲକ୍ଷ୍ୟ କଲେ ଉକ୍ତ ଏସ୍‌ଡିଆର୍‌ ଆବଣ୍ଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ପୁରୁଣା ଏବଂ ନ୍ୟାୟସଙ୍ଗତ ନୁହେଁ ବୋଲି କୁହାଯାଇପାରେ। ବାଲାନ୍ସ ଅଫ୍‌ ପେମେଣ୍ଟ୍‌ (ବିପିଓ) ସମସ୍ୟାକୁ ସାମ୍ନା କରୁଥିବା ବହୁ ବିକାଶଶୀଳ ଦେଶ ପାଇଁ ଏସ୍‌ଡିଆର୍‌ ଆବଣ୍ଟନ ଜୀବନରେଖା ଥିଲା ଏବଂ ଏହା ଆର୍ଥିକ ବ୍ୟବସ୍ଥାକୁ କିପରି ତଳକୁ ନ ଖସିବ ସେଥିରେ ସାହାଯ୍ୟ କରୁଥିଲା। ଅଗଷ୍ଟ ଠାରୁ ଅତି କମ୍‌ରେ ୮୦ଟି ଦେଶ ବିଭିନ୍ନ ଉଦ୍ଦେଶ୍ୟରେ ଏସ୍‌ଡିଆର ପାଣ୍ଠି ଉପଯୋଗ କରିଛନ୍ତି। ୩୨ଟି ଦେଶ ତାହାକୁ ସେମାନଙ୍କ ମୁଦ୍ରା ପାଇଁ ଏକ୍ସଚେଞ୍ଜ କରିଛନ୍ତି। ୫୫ ଦେଶ ଆଇଏମ୍‌ଏଫ୍‌ର ବକେୟା ଦେବାରେ ବ୍ୟୟ କରିଛନ୍ତି ଏବଂ ୩୯ ଦେଶ ସମ୍ଭବତଃ ସ୍ବାସ୍ଥ୍ୟ ସେବା ଓ ଅନ୍ୟ ଯୋଜନାରେ ଖର୍ଚ୍ଚ କରିବା ଲାଗି ତାହାକୁ ସରକାରୀ ବଜେଟରେ ସାମିଲ କରିଛନ୍ତି।
ଅନ୍ୟ ସବୁ ଅନ୍ତର୍ଜାତୀୟ ଫାଇନାନ୍ସିଂ ଅପେକ୍ଷା ଏସ୍‌ଡିଆର୍‌ ବହୁ ଲାଭଦାୟକ। ବାହ୍ୟ ଋଣ କଥା ବିଚାରକୁ ନ ନେଇ ବିନା ସର୍ତ୍ତରେ ପାଣ୍ଠି ଯୋଗାଇଦିଏ। ଏପରିକି ବିପିଓ ଚାପର ସମ୍ମୁଖୀନ ହେବାର ସମ୍ଭାବନା ରହିଥିବା,ମଲ୍‌ଟିଲାଟରାଲ ଫଣ୍ଡିଂ ପାଇ ନ ଥିବା ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକ ସମେତ ସମସ୍ତ ଦେଶକୁ ଏସଡିଆର୍‌ ମିଳୁଛି। ଏବକାର ସୁଧ ହାର ୦.୧ ପ୍ରତିଶତରୁ କମ୍‌ ରହିଛି। ଜରୁରୀ ପାଣ୍ଠି ଆବଶ୍ୟକ କରୁଥିବା ଦେଶଗୁଡ଼ିକୁ ଅର୍ଥ ଯୋଗାଇ ଦେବାରେ ଏହା ଏକ ସହଜ ଉପାୟ। ଏଥିପାଇଁ ଅନେକ ନେତା ଲଗାତର ଅଧିକ ଏସ୍‌ଡିଆର୍‌ ପାଣ୍ଠି ଚାହଁିଥାଆନ୍ତି। ଉଦାହରଣ ସ୍ବରୂପ,୨୦୨୧ ନଭେମ୍ବରରେ ଗ୍ଲାସ୍‌ଗୋରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୬)ରେ ବାର୍ବାଡସ୍‌ର ପ୍ରଧାନମନ୍ତ୍ରୀ ମିଆ ଅମୋର ମୋଟ୍ଟଲେ ଜଳବାୟୁ କାର୍ଯ୍ୟକ୍ରମ ଲାଗି ଏସ୍‌ଡିଆର୍‌ରେ ବାର୍ଷିକ ୫୦୦ ବିଲିୟନ ଡଲାର ୨୦ ବର୍ଷ ପାଇଁ ଯୋଗାଇ ଦେବାକୁ ଦାବି କରିଥିଲେ। ୨୦୦୯ କପ୍‌୧୫ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ରୋକିବା ଲାଗି ଧନୀ ଦେଶଗୁଡ଼ିକ ବିକାଶଶୀଳ ଦେଶଗୁଡ଼ିକୁ ବାର୍ଷିକ ୧୦୦ ବିଲିୟନ ଡଲାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯେହେତୁ ସେମାନେ ଏହା ପୂରଣ କରିନାହାନ୍ତି ସେଥିତ୍ପାଇଁ ନିୟମିତ ଏସ୍‌ଡିଆର ସେହିସବୁ ଦେଶକୁ ପାଣ୍ଠି ଯୋଗାଇ ଦେଇ ଜଳବାୟୁ ପ୍ରଭାବ କମାଇବାରେ ସାହାଯ୍ୟ କରିବ । ଏସ୍‌ଡିଆର୍‌ ଶତତ ବିକାଶ ଲକ୍ଷ୍ୟ ହାସଲ କରିବା ଲାଗି ଆବଶ୍ୟକ ପାଣ୍ଠି ମଧ୍ୟ ଯୋଗାଇ ଦେବ।
ବାର୍ଷିକ ଏସ୍‌ଡିଆର ଆବଣ୍ଟନର ଆର୍ଥିକ ପରିଣାମ ସମ୍ପର୍କରେ ଯେଉଁମାନେ ଚିନ୍ତିତ,ସେମାନେ ମନେ ରଖିବା ଉଚିତ ଯେ, ପ୍ରସ୍ତାବିତ ରାଶି ୨୦୦୮ ବୈଶ୍ୱିକ ଆର୍ଥିକ ସଙ୍କଟ ପରଠାରୁ ଧନୀ ଦେଶଗୁଡ଼ିକରେ କୋହଳ ଆର୍ଥିକ ନୀତିଗୁଡ଼ିକ ଦ୍ୱାରା ଲିକ୍ୱିଟିଟିରେ ବୃଦ୍ଧି ପାଇଥିତ୍ବା ୨୫ ଟ୍ରିଲିୟନ ଡଲାର ତୁଳନାରେ ଖ୍‌ୁବ୍‌ ନଗଣ୍ୟ। ଏବେ ଏସ୍‌ଡିଆର ପରିମାଣ ୯୪୩ ବିଲିୟନ ଡଲାର। ଏହା ଗ୍ଲୋବାଲ ରିଜର୍ଭ ବା ବିଶ୍ୱରେ ବିଭିନ୍ନ ବ୍ୟାଙ୍କରେ ସଞ୍ଚିତ ମୋଟ ୧୨.୮ ଟ୍ରିଲିୟନ ଡଲାରର ୭ ପ୍ରତିଶତ। ଏପରି କି ଗ୍ଲୋବାଲ୍‌ ରିଜର୍ଭରେ ଏସ୍‌ଡିଆର୍‌ର ଶେୟାର ୩୦-୫୦ ପ୍ରତିଶତ। ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଏଥିରେ ଅଧିକ ପାଣ୍ଠି ଯୋଗାଇ ଦେବାରେ ସୁବିଧା ରହିଛି।
ଏସ୍‌ଡିଆର ଆବଣ୍ଟନରେ ଧନୀ ଦେଶଗୁଡ଼ିକ ପାଇଥିବା ୪୦୦ ବିଲିୟନ ଡଲାର କିିଭଳି ଉପଯୋଗ କରିବେ ତାହା ହଁ ମୁଖ୍ୟ ପ୍ରଶ୍ନ। ବାସ୍ତବରେ ସେମାନଙ୍କର ଏହା ଆବଶ୍ୟକ ନୁହେଁ। ତେବେ କେତେକ ଅତି ଧନୀ ଦେଶ ୧୦୦ ବିଲିୟନ ଡଲାର ଏସ୍‌ଡିଆର୍‌ରେ ପୁନଃ ଆବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାବତ୍‌ ତାହା ପୂରଣ ହୋଇନାହିଁ। ଫଳରେ ଏବେ ଥିବା ଏସ୍‌ଡିଆର୍‌ କିପରି ରିସାଇକ୍ଲିଂ କରାଯିବ ତାହା ହିଁ ପ୍ରଶ୍ନ। ଏହାକୁ ଲକ୍ଷ୍ୟ କରି ୫୦ ବିଲିୟନ ଡଲାରର ଏକ ‘ ସମର୍ଥ ଏବଂ ସ୍ଥାୟୀ ଟ୍ରଷ୍ଟ’ ଗଠନ କରିବାକୁ ଆଇଏମ୍‌ଏଫ୍‌ ପ୍ରସ୍ତାବ ରଖିଛି। ଏହାଦ୍ୱାରା ଏସ୍‌ଡିଆର୍‌ର ଲାଭରୁ ବହୁ ବିକାଶଶୀଳ ଦେଶ ବଞ୍ଚିତ ହେବେ। ପ୍ରଥମେ ଏହାର ପରିମାଣ ବହୁତ କମ୍‌। ଚିନ୍ତାର ବିଷୟ ହେଉଛି, ସଂସାଧନଗୁଡ଼ିକ ଋଣ ଆକାରରେ ଯୋଗାଇ ଦିଆଯିବ, ଯାହାକୁ କମ୍‌ ସୁଧରେ ଫେରାଇବାକୁ ପଡ଼ିବ। ଏହି ଟଙ୍କା ବିକାଶଶୀଳ ଦେଶଗୁଡ଼ିକ ବଦଳରେ କେବଳ ନିମ୍ନ ଆୟ ବର୍ଗର ଦେଶ କିମ୍ବା ଏବେ ଆଇଏମ୍‌ଏଫ୍‌ କାର୍ଯ୍ୟକ୍ରମରେ ସାମିଲ ଦେଶଗୁଡ଼ିକୁ ମିଳିବ। ଅନ୍ୟ ଅର୍ଥରେ କହିବାକୁ ଗଲେ ଆଇଏମ୍‌ଏଫ୍‌ର ପ୍ରସ୍ତାବିତ ଯୋଜନା ପୂର୍ବଭଳି ଏକ ବିଜ୍‌ନେସ। ଏହା ସୂଚିତ କରୁଛି ଯେ, ଏହାର ସକାରାମତ୍କ ପ୍ରଭାବ କମ୍‌ ରହିବ।
ଅନ୍ୟ ପ୍ରସ୍ତାବଗୁଡ଼ିକ ଅଧିକ ଆଶାଜନକ। ଧନୀ ଦେଶଗୁଡ଼ିକ ସେମାନଙ୍କ ଏସ୍‌ଡିଆରକୁ ରିଜିଓନାଲ ଡେଭଲପ୍‌ମେଣ୍ଟ ବ୍ୟାଙ୍କଗୁଡ଼ିକୁ ଦେଇପାରିବେ ଏବଂ ସେମାନଙ୍କୁ ଏହା ରଖିତ୍ବାର ଅଧିକାର ଦିଆଯାଇଛି। ଆଫ୍ରିକାନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ ଭଳି ସଂସ୍ଥାଗୁଡ଼ିକ ସେମାନଙ୍କ ପୁଞ୍ଜି ବଢ଼ାଇକୁ ଉପଯୋଗ କରିପାରିବେ ଏବଂ ଏସ୍‌ଡିଆର୍‌ର ଲକ୍ଷ୍ୟ ପୂରଣ ପାଇଁ ବିକାଶଶୀଳ ଦେଶଗୁଡ଼ିକୁ କାର୍ବନ ନିର୍ଗମନ କମାଇବା ଏବଂ ବଜେଟରେ ସାହାଯ୍ୟ କରିବା ଲାଗି ଅଧିକ ପାଣ୍ଠି ଯୋଗାଇ ପାରିବେ। ଅର୍ଥନୀତିଜ୍ଞ ଅବିନାଶ ପରସୌଦ ପ୍ରତିବର୍ଷ ଏକ ୫୦୦ ବିଲିୟନ ଡଲାର କ୍ଲାଇମେଟ ଫାଇନାନ୍ସ ଟ୍ରଷ୍ଟ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯାହାକୁ ଏସ୍‌ଡିଆର ପାଣ୍ଠି ଯୋଗାଇବ। ଯେଉଁ ଦେଶଗୁଡ଼ିକ ପ୍ରସ୍ତାବିତ ନିବେଶ ଦ୍ୱାରା ଅଧିକ ସବୁଜଗ୍ୟାସ ନିର୍ଗମନ ହ୍ରାସ କରିବାକୁ ପ୍ରତିଶୁତି ଦେବେ ଟ୍ରଷ୍ଟ ସେହି ଦେଶଗୁଡ଼ିକୁ ନିଲାମ ଆଧାରରେ ଚୟନ କରି ପାଣ୍ଠି ଯୋଗାଇ ଦେବ। ଯଦି ଧନୀଦେଶ ସରକାରଗୁଡ଼ିକ ଏହି ପ୍ରସ୍ତାବ ଉପରେ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ ନ କରନ୍ତି, ସେମାନେ ଏକ ବଡ଼ ସୁଯୋଗ ହରାଇବେ। ସେମାନେ ମଧ୍ୟ ଏକ ନିଷ୍ପକ୍ଷ ଏବଂ ସ୍ଥାୟୀ ସୁଧାର ନିଶ୍ଚିତ କରିବାରେ ବିଫଳ ହେବେ ଯାହା ପରବର୍ତ୍ତୀ ସମୟରେ ସେମାନଙ୍କର କ୍ଷତି କରିବ।
-ଏକ୍‌ଜିକ୍ୟୁଟିଭ ସେକ୍ରେଟାରି, ଇଣ୍ଟରନ୍ୟାଶ୍‌ନାଲ ଡେଭ୍‌ଲପ୍‌ମେଣ୍ଟ ଇକୋନୋମିକ୍ସ ଆସୋସିଏଟ୍ସ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri