ରେଡ୍‌ ହାର୍ଟ ଇମୋଜି ପଠାଇଲେ ୨୦ ଲକ୍ଷ ଜରିମାନା, ସରକାରଙ୍କ ନୂଆ ନିୟମ…

ରିୟାଦ୍‌,୧୭।୨ : ସୌଦି ଆରବର କଠୋର ନିୟମ ବିଷୟରେ ସଭିଙ୍କୁ ଜଣା। ଅପରାଧୀଙ୍କ ଲାଗି ତ କଠୋର ନିୟମ ରହିଛି। ଏହା ସହିତ ନିତି ଦିନିଆ ଜୀବନରେ କିଛି ଭୁଲ ଦ୍ୱାରା ଲୋକଙ୍କ ଉପରେ ମଧ୍ୟ ଦଣ୍ଡାଦେଶ କରାଯାଇଥାଏ। ଏହି ଭୁଲ ପାଇଁ ଲୋକଙ୍କୁ ବେଳେବେଳେ ବହୁ ମୂଲ୍ୟର ଜରିମାନା ବି ଦେବାକୁ ପଡେ।

ଏବେ ସୌଦି ସରକାର ହ୍ବାଟସ ଆପ୍‌ରେ ରେଡ୍‌ ହାର୍ଟ ଇମୋଜି ପଠାଇବା ଉପରେ କଡ଼ା କଟକଣା ଜାରି କରିଛନ୍ତି। ଏଭଳି ଭୁଲ କଲେ ଜେଲ୍‌ ଦଣ୍ଡାଦେଶ ହେବାର ମଧ୍ୟ ଆଶଙ୍କା ରହିଛି। ଏହା ସହିତ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଲଗାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସୌଦି ସରକାରଙ୍କ ଶୂନ ସହନଶୀଳତା ନୀତି (ଜିରୋ ଟଲୋରାନ୍ସ୍‌ ରୁଲ୍‌) ଅନ୍ତର୍ଗତ ଆଇଟି ନିୟମକୁ ଅଧିକ କଠୋର କରାଯାଇଛି। ତେଣୁ କାହାକୁ ରେଡ୍‌ ହାର୍ଟ ଇମୋଜି ପଠାଇବା ଉତ୍ପୀଡନ ଅପରାଧ ବୋଲି ବିବେଚନା କରାଯାଇଥାଏ। ଯଦି କେହି ଏପରି ଇମୋଜି କାହାକୁ ପଠାନ୍ତି ଏବଂ ସେହି ବ୍ୟକ୍ତି ଅଭିଯୋଗ କରନ୍ତି, ତେବେ ଏହି ନିର୍ଯାତନା ଅପରାଧ ବର୍ଗରେ ଆସିବ। ଏଭଳି ଅପରାଧ ପାଇଁ ସରକାର ଏକ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ଆଇନ ଅନୁସାରେ ରେଡ୍‌ ହାର୍ଟ ଇମୋଜି ଯୌନ ଅପରାଧ ସହିତ ଜଡିତ।

ରିପୋର୍ଟ ଅନୁଯାୟୀ, ଯଦି ରେଡ୍‌ ହାର୍ଟ ଇମୋଜି ପ୍ରାପ୍ତକର୍ତ୍ତା ଅଭିଯୋଗ କରନ୍ତି ଏବଂ ପଠାଇଥିବା ବ୍ୟକ୍ତି ଦୋଷ ପ୍ରମାଣିତ ହୁଏ, ତେବେ ପ୍ରେରକଙ୍କୁ ୧୦୦,୦୦୦ ରୁ ଅଧିକ ସୌଦି ରିୟାଲ( ଭାରତୀୟ ମୁଦ୍ରାରେ ୨୦ ଲକ୍ଷ) କିମ୍ବା ୨ ବର୍ଷ ଜେଲ କିମ୍ବା ଉଭୟ ଜେଲ ଦଣ୍ଡ ଏବଂ ଜରିମାନା ଦଣ୍ଡାଦେଶ କରା ଯାଇପାରେ।

ଯଦି ସମାନ ବ୍ୟକ୍ତି ବାରମ୍ବାର ଏହି ନିୟମକୁ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ୩୦୦,୦୦୦ ସୌଦି ରିୟାଲ ଜରିମାନା କିମ୍ବା ୫ ବର୍ଷ କିମ୍ବା ଉଭୟ ଦଣ୍ଡାଦେଶ ଏକା ସହିତ ଦିଆ ଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri