ନଦୀଜଳ ଉପରେ ଶିଳ୍ପ ବୋଝ

ଯାଜପୁର ଅଫିସ,୨୦ା୧୨:ଖରାଦିନେ ନଦୀ ଜଳସ୍ରୋତ ବହୁଳମାତ୍ରାରେ ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ୧୦ରୁ ଊର୍ଦ୍ଧ୍ୱ ଶିଳ୍ପ କମ୍ପାନୀ ବ୍ରାହ୍ମଣୀ ନଦୀଜଳ ଉପରେ ନିର୍ଭର କରୁଛନ୍ତି। ଦୈନିକ ୩୦୦ରୁ ଊର୍ଦ୍ଧ୍ୱ କ୍ୟୁସେକ ପାଣି ଶିଳ୍ପଗୁଡ଼ିକ ବ୍ୟବହାର କରୁଛନ୍ତି। ଏବେ ପୁଣି ଇଡ୍‌କୋ, ଏଲ୍‌.ଏନ. ମେଟାଲିକ୍ସ, ଶ୍ରୀମେଟାଲିକ୍ସ ଲିଃ ପ୍ରଭୃତି କମ୍ପାନୀ କର୍ତ୍ତୃପକ୍ଷ ସହ ରାଜ୍ୟ ସରକାରଙ୍କ ଜଳଯୋଗାଣ ଓ ପରିମଳ ବିଭାଗ ନଦୀଜଳ ବ୍ୟବହାର ପାଇଁ ଜଳସମ୍ପଦ ବିଭାକୁ ଆବେଦନ କରିଛନ୍ତି। ବିଶେଷକରି ଏଥିଯୋଗୁ ଯାଜପୁର ଜିଲା ଦେଇ ପ୍ରଭାବିତ ବୈତରଣୀ ଏବଂ ବ୍ରାହ୍ମଣୀ ସହ ଏହାର ଶାଖାନଦୀଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି କରିଛି।
ପୂର୍ବରୁ ବିଆର୍‌ପିଏଲ୍‌ ସ୍ଲରି ପାଇପ୍‌ଲାଇନ ଯୋଗେ ବୈତରଣୀ ନଦୀଜଳ ସହାୟତାରେ ଲୁହାପଥର ପରିବହନ କରୁଛି। ଏହାସହ ବୈତରଣୀ ନଦୀ ଆଖୁଆପଦା ବ୍ୟାରେଜ ଡାଉନଷ୍ଟ୍ରିମ୍‌ରେ ଇନ୍‌ଟେକ ୱେଲ ଖୋଳି ୪.୫ କ୍ୟୁସେକ ନଦୀ ଜଳ ଧାମନଗର ଟେକ୍ସଟାଇଲ ଏବଂ ଫୁଡ୍‌ସ ପାର୍କରେ ବ୍ୟବହାର ପାଇଁ ଇଡ୍‌କୋ ପକ୍ଷରୁ ଆବେଦନ କରାଯାଇଛି। ଏହାବାଦ୍‌ ଶ୍ରୀମେଟାଲିକ୍ସ ଲିଃ ବୈତରଣୀ ନଦୀର ୬.୬୨ କ୍ୟୁସେକ ନଦୀଜଳ ବ୍ୟବହାର କରିବାକୁ ଆବେଦନ କରିଛନ୍ତି। ଏପରିସ୍ଥଳେ ବୈତରଣୀ ଓ ବ୍ରାହ୍ମଣୀ ନଦୀର ସ୍ରୋତ ହ୍ରାସ ପାଇବା ସହ ଜିଲାର ଭୂତଳ ଜଳସ୍ତର ନିମ୍ନଗାମୀ ହୋଇ ପାନୀୟ ଜଳସମସ୍ୟା ଉତ୍କଟ ହୋଇପାରେ। ଅନ୍ୟପକ୍ଷେ ବୈତରଣୀ ନଦୀର ଶାଖା ବୁଢା ନଦୀ ଜଳରେ ଯାଜପୁର ଜିଲା ସଦର ବ୍ଲକ ସମେତ ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ୧୩,୧୦୦ ହେକ୍ଟର ଚାଷଜମିରେ ହେଉଥିବା ଜଳସେଚନ ପ୍ରଭାବିତ ହେବା ଆଶଙ୍କା ରହିଛି।
ପାଣି ସମସ୍ୟାକୁ ଅଞ୍ଚଳବାସୀ ନିଜର ଜୀବନ ସହିତ ଯୋଡ଼ି ନ ଚେତିଲେ ଆଗାମୀ ଦିନରେ ଓଡ଼ିଶାରେ ପାଣି ପାଇଁ ଭୟାନକ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ। ଏଥିପାଇଁ ରାଜସ୍ଥାନ ଭଳି ସେନା ଡକାଇ ପାଣିକୁ ନିୟନ୍ତ୍ରଣ କରାଯିବ। ଦେଶରେ ପାଣି ବାବା ଭାବରେ ପରିଚିତ ରମଣ ମାଗାସେସେ ପୁରସ୍କାର ବିଜେତା ରାଜେନ୍ଦ୍ର ସିଂ ପୂର୍ବରୁ ଏହି ଚେତାବନୀ ଦେଇଛନ୍ତି। କର୍ପୋରେଟ ଜଗତ ନଦୀଜଳକୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିବାକୁ ଚକ୍ରାନ୍ତ ଚଳାଇଛନ୍ତି। ଓଡ଼ିଶା ସରକାର ବିଶ୍ୱବ୍ୟାଙ୍କର ନିର୍ଦ୍ଦେଶରେ ୨୦୦୨ ମସିହାର ଜଳନୀତି ଓ ପାଣି ପଞ୍ଚାୟତ ଜରିଆରେ ପାଣି ଉପରେ ସାମାଜିକ ଅଧିକାରକୁ କର୍ପୋରେଟ ଜଗତ ହାତକୁ ଟେକି ଦେବା ପାଇଁ କରିଥିବା ବ୍ୟବସ୍ଥା ବିଗତ ୧୦ ବର୍ଷରେ ତ୍ୱରାନ୍ବିତ ହୋଇଛି। ଓଡ଼ିଶାର ନଦୀ, ନାଳ, ଝରଣା ଉପରେ କର୍ପୋରେଟ ଜଗତର ଏହି କବଜା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗରିବ ଚାଷୀଙ୍କ ହାତରୁ ଜଳ, ଜମି ଓ ଜଙ୍ଗଲ ଛଡାଇ ବିକାଶ ନାମରେ ପୁଞ୍ଜିପତିଙ୍କ ହାତକୁ ଟେକିଦେବାରେ ଓଡ଼ିଶା ସରକାର ଦେଶର ସବୁ ରାଜ୍ୟଠାରୁ ଆଗରେ ଅଛନ୍ତି ବୋଲି ମତପ୍ରକାଶ ପାଇଛି।
ଜଳ ସମ୍ପଦ ବିଭାଗ ପକ୍ଷରୁ ଦର୍ଶାଯାଇଛିି ଯେ, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବଂଶଧାରା, ବୁଢାବଳଙ୍ଗ, କୋଲାବ, ଇନ୍ଦ୍ରାବତୀ, ବାହୁଦା, ନାଗାବଳୀ ଓ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଆକଳନ ଅନୁଯାୟୀ ମୋଟ ଜଳ ଅମଳ କ୍ଷମତା ୯୫,୫୪୦ ଏମ୍‌ସିଏମ୍‌(ମିଲିୟନ କ୍ୟୁବିକ ମିଟର)। ଏଥିରୁ ଜଳସେଚନ, ସାଧାରଣ ପାନୀୟ ଜଳ ବ୍ୟବହାର, ଶିଳ୍ପ ଅନୁଷ୍ଠାନ ଏବଂ ପରିବେଶ ସନ୍ତୁଳନ ପାଇଁ ୪୪,୮୯୪ ଏମ୍‌ସିଏମ୍‌ ଜଳ ବ୍ୟବହାର ହେଉଛି। ଅବଶିଷ୍ଟ ନଦୀଜଳ ମଧ୍ୟରୁ ପ୍ରାୟ ୮୦୦୦ ଏମ୍‌ସିଏମ୍‌ ବିଭିନ୍ନ ନଦୀବନ୍ଧ ଜଳଭଣ୍ଡାରରେ ଗଚ୍ଛିତ ହେଉଛି। ଏହାସହ ପ୍ରାୟ ୧୧,୭୦୦ କୋଟି ଟଙ୍କାର ଅଟକଳ କରାଯାଇ ୪୬ଟି ନଦୀଗର୍ଭ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହାଦ୍ୱାରା ପ୍ରାୟ ୫୪୦ ଏମ୍‌ସିଏମ୍‌ ଜଳ ସଂରକ୍ଷଣ କରାଯାଇ ପାରିବ। ପୁଣି ଷ୍ଟେଟ୍‌ ୱାଟର ଭିଜନ ୨୦୪୭ ଅନୁଯାୟୀ ୫୮ଟି ବିଭିନ୍ନ ଜଳ ପ୍ରକଳ୍ପ ଦ୍ୱାରା ପ୍ରାୟ ୩୬୦୫ ଏମ୍‌ସିଏମ୍‌ ଜଳ ଗଚ୍ଛିତ ରଖିବାକୁ ଯୋଜନା ରହିଛି ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri