୫୨ ସପ୍ତାହରେ ୫୨ନୂଆ ଷ୍ଟୋର ଖୋଲିବ କଲ୍ୟାଣ ଜୁଏଲର୍ସ

ନୂଆଦିଲ୍ଲୀ,୨୦।୧୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସ ଆସନ୍ତା ୨୦୨୩ରେ ବ୍ୟବସାୟ ସମ୍ପ୍ରସାରଣ ସାଙ୍ଗକୁ ନୂଆ ଷ୍ଟୋର ଖୋଲିବା ନେଇ ଯୋଜନା କରିଥିବା ଜଣାପଡିଛି। ଏପରିକି ୫୨ ସପ୍ତାହରେ ୫୨ଟି ନୂଆ ଷ୍ଟୋର ଖୋଲିବାକୁ କଲ୍ୟାଣ ଲକ୍ଷ୍ୟ ରଖିଥିବା ବେଳେ କମ୍ପାନୀ (କଲ୍ୟାଣ) ତା’ର ବଜାର ଉପସ୍ଥିତିରେ ମଧ୍ୟ ୩୦% ବୃଦ୍ଧି ଆଣିବ ବୋଲି କୁହାଯାଉଛି। ସେହିଭଳି ୨୦୨୩ରେ କମ୍ପାନୀ ମୁଖ୍ୟତଃ ଅଣଦକ୍ଷିଣ ଭାରତୀୟ ଅଞ୍ଚଳରେ ବ୍ୟବସାୟ ସମ୍ପ୍ରସାରଣକୁ ଗୁରୁତ୍ୱାରୋପ କରିବ। କମ୍ପାନୀର ମୋଟ କାରବାର ପ୍ରତି ଉପରୋକ୍ତ ଅଞ୍ଚଳଗୁଡ଼ିକର ଅବଦାନ ୩୫% ରହିଛି। ଅଣ ଦକ୍ଷିଣ ଭାରତୀୟ ବଜାରରୁ ୫୦% ରାଜସ୍ବ ସଂଗ୍ରହ କରିବା ଲାଗି କମ୍ପାନୀର ଯେଉଁ ଭିଜନ ୨୦୨୫ ରହିଛି, ସେହି ଆଧାରରେ କଲ୍ୟାଣ ଜୁଏଲର୍ସ ତା’ର ଷ୍ଟୋର ସମ୍ପ୍ରସାରଣ
କରିବାକୁ ଯୋଜନା ରଖିଛି। ସେହିପରି ୨୦୨୨ରେ ପାଇଲଟ୍‌ ଫ୍ରାଞ୍ଚାଇଜ୍‌ ପର୍ଯ୍ୟାୟ ସଫଳତାର ସହ ଶେଷ ହେବା ପରେ କମ୍ପାନୀର ସମ୍ପ୍ରସାରଣ ଯୋଜନା ମୁଖ୍ୟତଃ ଫ୍ରାଞ୍ଚାଇଜ ଉପରେ ପର୍ଯ୍ୟବସିତ ରହିବ। ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି, ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା କମ୍ପାନୀ ପ୍ରାୟ ୧୩,୦୦୦ କୋଟି ଟଙ୍କାର ରାଜସ୍ବ ଏବଂ ପ୍ରାୟ ୪୨୫ କୋଟି ଟଙ୍କାର ପିଏଟି ହାସଲ କରି ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଏପରିକି ଗହଣା କ୍ଷେତ୍ରରେ ବର୍ତ୍ତମାନ ଅଧିକ ସଂଗଠିତ ଏବଂ ଅନୁଭୂତିପୂର୍ଣ୍ଣ ରିଟେଲ ବଜାର ଆଡ଼କୁ ଅଗ୍ରସର ହେଉଥିବା ବେଳେ ସେହି ଧାରାର ଲାଭ ହାସଲ କରିବା ଲାଗି ଆମେ ବେଶ ସୁଦୃଢ଼ ସ୍ଥିତିରେ ରହିଛୁ। କମ୍ପାନୀର ପରବର୍ତ୍ତୀ ପିଢ଼ିର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ହେଉଛି ଉକ୍ତ ସାମଗ୍ରିକ ରଣନୀତିର ପ୍ରମୁଖ ଲକ୍ଷ୍ୟ ଏବଂ ଏହା ଆମ ବଜାର ଅଂଶରେ ଉଲ୍ଲେଖନୀୟ ଉନ୍ନତି ଆଣିବ ଏବଂ ଆମ ପୁଞ୍ଜି ଉପରେ ଉତ୍ତମ ରିଟର୍ନ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?