ଗଞ୍ଜାମରେ ହୋଇପାରୁନି ଶିଳ୍ପ ବିକାଶ

ବ୍ରହ୍ମପୁର ଅଫିସ,୨୮।୮: ଗଞ୍ଜାମରେ ହୋଇପାରୁନି ଶିଳ୍ପ ବିକାଶ। ୧୯୯୫ରେ ଗୋପାଳପୁର ବନ୍ଦର ପାଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିବା ମେଗା ଇସ୍ପାତ କାରଖାନା ପ୍ରତିଷ୍ଠାରୁ ଓହରିଯାଇଛି ଟାଟା କମ୍ପାନୀ। ଛତ୍ରପୁର ବ୍ଲକ ମାଟିଖାଲରେ କେନ୍ଦ୍ର ସରକାରଙ୍କ ଅଧୀନ ଭାରତୀୟ ବିରଳ ମୃତ୍ତିକା(ଆଇଆରଇ)ସଂସ୍ଥା କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏହାର ବିଶେଷ ଅଗ୍ରଗତି ଘଟୁନାହିଁ। ବନ୍ଦର ପାର୍ଶ୍ୱରେ ୧୯୯୬ରେ ମାତ୍ର ଗୋଟିଏ ପୁରୁଣା ଜାହାଜ ଭଙ୍ଗା ଶିଳ୍ପ ଆରମ୍ଭ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ବନ୍ଦ ହୋଇଯାଇଛି। ଜିଲାର ଉପକୂଳରେ ପ୍ରଚୁର ପରିମାଣର କିଆଫୁଲ ଥିବା ସତ୍ତ୍ୱେ ସରକାରୀ ଅତର ତିଆରି କୃଷିଭିତ୍ତିକ ଶିଳ୍ପ କରାଯାଉନାହିଁ। ଆସିକା ସମବାୟ ଚିନି ଶିଳ୍ପ କ୍ରମଶଃ ରୁଗ୍‌ଣ ହେବାରେ ଲାଗିଛି।
ବ୍ରହ୍ମପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ସଂଖ୍ୟାଧିକ ତେଲୁଗୁ ଭୋଟର ଥିବାରୁ ୧୯୯୬ ନିର୍ବାଚନରେ ଏହି ସଂସଦୀୟ ଆସନରୁ ପ୍ରଧାନମନ୍ତ୍ରୀ ଥାଇ ନରସିଂହ ରାଓ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭୋଟ ରାଜନୀତି ପାଇଁ ସେ ବୃହତ୍‌ ଶିଳ୍ପପତି ରତନ ଟାଟାଙ୍କୁ ପ୍ରଭାବିତ କରି ଗୋପାଳପୁର ବନ୍ଦରଭିତ୍ତିକ ମେଗା ଇସ୍ପାତ କାରଖାନା ସ୍ଥାପନ ଲାଗି ଶୁଭ ଦେଇଥିଲେ। ଶିଳାନ୍ୟାସ ସମାରୋହରେ ରତନ ଟାଟା ଓ ଜେଜେ ଇରାନୀ ମଧ୍ୟ ଉପସ୍ଥିତ ଥିଲେ। ଇସ୍ପାତ କାରଖାନା ନିମନ୍ତେ ଘରୋଇ ଜମି ଅଧିଗ୍ରହଣକୁ ବ୍ୟାପକ କରାଯାଇଥିଲା। ଶାଗମାଛ ଦରରେ ସାଢ଼େ ୩ ହଜାରରୁ ଅଧିକ ଜମି ଅଧିଗ୍ରହଣ କରାଗଲା। ସିନ୍ଧିଗଁା, ପାତ୍ରପୁର ଓ ମନସୁରକୋଟା ଆଦି ଗ୍ରାମଗୁଡ଼ିକୁ ଅକ୍ତିଆର କରି ମାଟିରେ ମିଶାଇ ଦିଆଯାଇଥିଲା। ସେତେବେଳେ ଆଇଏଏସ୍‌ ଅଧିକାରୀ ସନ୍ତୋଷ ଶତପଥୀ ଜିଲାପାଳ ଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ଓ ତାଙ୍କ ଇଙ୍ଗିତରେ ପ୍ରଶାସନ ଜମି ଅଧିଗ୍ରହଣ କରିଥିଲା।
ଅଧିଗ୍ରହଣ ଜମିର ବହୁ ଏକର ଏବେ ବି ପଡ଼ିଆ ପଡ଼ିଛି। ଅଳ୍ପ କେତେକ ଜମିରେ ଟାଟା ସ୍ବତନ୍ତ୍ର ଅର୍ଥନୈତିକ ଜୋନ କରୁଥିଲେ ମଧ୍ୟ ଦରଖଣ୍ଡିଆ ରହିଛି। ଜିଲାରେ ଇସ୍ପାତ କାରଖାନା ହେବ ଏବଂ ଅନେକଙ୍କୁ କର୍ମ ନିଯୁକ୍ତି ମିଳିବା ସହ ଆର୍ଥିକ ଚିତ୍ର ବଦଳିଯିବାର ଯେଉଁ ସ୍ବପ୍ନ ଥିଲା ତାହା ମଉଳି ଯାଇଛି। ଜମି ଅଧିଗ୍ରହଣ ବେଳେ ପ୍ରତିବାଦ ଆନ୍ଦୋଳନ ଭୟଙ୍କର ହୋଇଥିଲା। ପରିବେଶବିତ୍‌ଙ୍କ ପକ୍ଷରୁ ମଧ୍ୟ ବିରୋଧ କରାଯାଇଥିଲା। ସେତେବେଳେ ବିରୋଧୀ ଦଳ ନେତା ବିଜୁ ପଟ୍ଟନାୟକ, ସିପିଆଇ ଜାତୀୟ ନେତା ଏବି ବର୍ଦ୍ଧନ, ପରିବେଶବିତ୍‌ ମେଧା ପାଟକର ଓ ଅନ୍ୟମାନେ ବିରୋଧୀଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ।
କାରଖାନା ହୋଇନାହିଁ ଏବଂ ଜମି ଫେରସ୍ତ କରାଯାଉନାହିଁ। ଇତିମଧ୍ୟରେ ବିସ୍ଥାପିତ ଲୋକେ ବହୁବାର ଆନ୍ଦୋଳନ ଚଳାଇଛନ୍ତି। ଅପରପକ୍ଷେ ଜମି ଅଧିଗ୍ରହଣ ବେଳେ ଅନେକ କିଆ ଚାଷ ନଷ୍ଟ ହୋଇଥିଲା। ଏବେ ବି ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଚୁର ପରିମାଣର କିଆଫୁଲ ନିୟମିତ ଉପତ୍ାଦିତ ହେଉଛି। ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରୁ ଆସି ପ୍ରବାସୀମାନେ ଛୋଟ ଛୋଟ ଭାଟିରେ କିଆ ଫୁଲ ଅତର ତିଆରି କରୁଛନ୍ତି। ତାହା ଦେଶ ବିଦେଶକୁ ପଠାଉଛନ୍ତି। କିଆଫୁଲର ସଦ୍‌ବ୍ୟବହାର ଲାଗି ସରକାରଙ୍କ ପକ୍ଷରୁ ଉପକୂଳରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଗୁରୁତ୍ୱ ଦିଆଯାଇଛି। ଏହାସହ ଆସିକା ଚିନି ଶିଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବା, ବାହୁଦା ନଦୀ ମୁହାଣ ସୁରଳ ଓ ସୁନାପୁର ନିକଟରେ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର ପ୍ରତିଷ୍ଠା ଏବଂ କ୍ଷୁଦ୍ର ଓ ସାମୟିକ ବନ୍ଦର ଗୋପାଳପୁରକୁ ସବୁଦିନିଆ ବନ୍ଦରରେ ପରିଣତ ପାଇଁ ଉପକୂଳ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।
ସୂଚନାଯୋଗ୍ୟ, ୮୦ ଦଶକର ଦ୍ୱିତୀୟ ଭାଗରେ ରାଜ୍ୟ ସରକାର ୧୪୦ କୋଟି ଟଙ୍କା ବ୍ୟୟରେ ଗୋପାଳପୁର ବନ୍ଦର କରିଥିଲେ। ୯୦ ଦଶକ ଯାଏ ନୌ-ବାଣିଜ୍ୟ କାରବାର ହେଉଥିଲା। ୧୯୯୯ ମହାବାତ୍ୟାରେ ବନ୍ଦର ଧ୍ୱଂସାଭିମୁଖୀ ହୋଇଗଲା। ୨୦୦୬ରେ ବନ୍ଦରକୁ ଘରୋଇକରଣ କରାଯାଇଛି। ଏହାର ୧୬ ବର୍ଷ ପୂରିବାକୁ ଯାଉଥିବା ବେଳେ ସବୁଦିନିଆ ବନ୍ଦର ହୋଇନାହିଁ। ଏହିସବୁ ଘଟଣାରୁ ଜିଲାରେ ଶିଳ୍ପ ବିକାଶ ବାଧାପ୍ରାପ୍ତ ହୋଇଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri