ଗଞ୍ଜାମରେ ହୋଇପାରୁନି ଶିଳ୍ପ ବିକାଶ

ବ୍ରହ୍ମପୁର ଅଫିସ,୨୮।୮: ଗଞ୍ଜାମରେ ହୋଇପାରୁନି ଶିଳ୍ପ ବିକାଶ। ୧୯୯୫ରେ ଗୋପାଳପୁର ବନ୍ଦର ପାଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିବା ମେଗା ଇସ୍ପାତ କାରଖାନା ପ୍ରତିଷ୍ଠାରୁ ଓହରିଯାଇଛି ଟାଟା କମ୍ପାନୀ। ଛତ୍ରପୁର ବ୍ଲକ ମାଟିଖାଲରେ କେନ୍ଦ୍ର ସରକାରଙ୍କ ଅଧୀନ ଭାରତୀୟ ବିରଳ ମୃତ୍ତିକା(ଆଇଆରଇ)ସଂସ୍ଥା କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏହାର ବିଶେଷ ଅଗ୍ରଗତି ଘଟୁନାହିଁ। ବନ୍ଦର ପାର୍ଶ୍ୱରେ ୧୯୯୬ରେ ମାତ୍ର ଗୋଟିଏ ପୁରୁଣା ଜାହାଜ ଭଙ୍ଗା ଶିଳ୍ପ ଆରମ୍ଭ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ବନ୍ଦ ହୋଇଯାଇଛି। ଜିଲାର ଉପକୂଳରେ ପ୍ରଚୁର ପରିମାଣର କିଆଫୁଲ ଥିବା ସତ୍ତ୍ୱେ ସରକାରୀ ଅତର ତିଆରି କୃଷିଭିତ୍ତିକ ଶିଳ୍ପ କରାଯାଉନାହିଁ। ଆସିକା ସମବାୟ ଚିନି ଶିଳ୍ପ କ୍ରମଶଃ ରୁଗ୍‌ଣ ହେବାରେ ଲାଗିଛି।
ବ୍ରହ୍ମପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ସଂଖ୍ୟାଧିକ ତେଲୁଗୁ ଭୋଟର ଥିବାରୁ ୧୯୯୬ ନିର୍ବାଚନରେ ଏହି ସଂସଦୀୟ ଆସନରୁ ପ୍ରଧାନମନ୍ତ୍ରୀ ଥାଇ ନରସିଂହ ରାଓ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭୋଟ ରାଜନୀତି ପାଇଁ ସେ ବୃହତ୍‌ ଶିଳ୍ପପତି ରତନ ଟାଟାଙ୍କୁ ପ୍ରଭାବିତ କରି ଗୋପାଳପୁର ବନ୍ଦରଭିତ୍ତିକ ମେଗା ଇସ୍ପାତ କାରଖାନା ସ୍ଥାପନ ଲାଗି ଶୁଭ ଦେଇଥିଲେ। ଶିଳାନ୍ୟାସ ସମାରୋହରେ ରତନ ଟାଟା ଓ ଜେଜେ ଇରାନୀ ମଧ୍ୟ ଉପସ୍ଥିତ ଥିଲେ। ଇସ୍ପାତ କାରଖାନା ନିମନ୍ତେ ଘରୋଇ ଜମି ଅଧିଗ୍ରହଣକୁ ବ୍ୟାପକ କରାଯାଇଥିଲା। ଶାଗମାଛ ଦରରେ ସାଢ଼େ ୩ ହଜାରରୁ ଅଧିକ ଜମି ଅଧିଗ୍ରହଣ କରାଗଲା। ସିନ୍ଧିଗଁା, ପାତ୍ରପୁର ଓ ମନସୁରକୋଟା ଆଦି ଗ୍ରାମଗୁଡ଼ିକୁ ଅକ୍ତିଆର କରି ମାଟିରେ ମିଶାଇ ଦିଆଯାଇଥିଲା। ସେତେବେଳେ ଆଇଏଏସ୍‌ ଅଧିକାରୀ ସନ୍ତୋଷ ଶତପଥୀ ଜିଲାପାଳ ଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ଓ ତାଙ୍କ ଇଙ୍ଗିତରେ ପ୍ରଶାସନ ଜମି ଅଧିଗ୍ରହଣ କରିଥିଲା।
ଅଧିଗ୍ରହଣ ଜମିର ବହୁ ଏକର ଏବେ ବି ପଡ଼ିଆ ପଡ଼ିଛି। ଅଳ୍ପ କେତେକ ଜମିରେ ଟାଟା ସ୍ବତନ୍ତ୍ର ଅର୍ଥନୈତିକ ଜୋନ କରୁଥିଲେ ମଧ୍ୟ ଦରଖଣ୍ଡିଆ ରହିଛି। ଜିଲାରେ ଇସ୍ପାତ କାରଖାନା ହେବ ଏବଂ ଅନେକଙ୍କୁ କର୍ମ ନିଯୁକ୍ତି ମିଳିବା ସହ ଆର୍ଥିକ ଚିତ୍ର ବଦଳିଯିବାର ଯେଉଁ ସ୍ବପ୍ନ ଥିଲା ତାହା ମଉଳି ଯାଇଛି। ଜମି ଅଧିଗ୍ରହଣ ବେଳେ ପ୍ରତିବାଦ ଆନ୍ଦୋଳନ ଭୟଙ୍କର ହୋଇଥିଲା। ପରିବେଶବିତ୍‌ଙ୍କ ପକ୍ଷରୁ ମଧ୍ୟ ବିରୋଧ କରାଯାଇଥିଲା। ସେତେବେଳେ ବିରୋଧୀ ଦଳ ନେତା ବିଜୁ ପଟ୍ଟନାୟକ, ସିପିଆଇ ଜାତୀୟ ନେତା ଏବି ବର୍ଦ୍ଧନ, ପରିବେଶବିତ୍‌ ମେଧା ପାଟକର ଓ ଅନ୍ୟମାନେ ବିରୋଧୀଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ।
କାରଖାନା ହୋଇନାହିଁ ଏବଂ ଜମି ଫେରସ୍ତ କରାଯାଉନାହିଁ। ଇତିମଧ୍ୟରେ ବିସ୍ଥାପିତ ଲୋକେ ବହୁବାର ଆନ୍ଦୋଳନ ଚଳାଇଛନ୍ତି। ଅପରପକ୍ଷେ ଜମି ଅଧିଗ୍ରହଣ ବେଳେ ଅନେକ କିଆ ଚାଷ ନଷ୍ଟ ହୋଇଥିଲା। ଏବେ ବି ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଚୁର ପରିମାଣର କିଆଫୁଲ ନିୟମିତ ଉପତ୍ାଦିତ ହେଉଛି। ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରୁ ଆସି ପ୍ରବାସୀମାନେ ଛୋଟ ଛୋଟ ଭାଟିରେ କିଆ ଫୁଲ ଅତର ତିଆରି କରୁଛନ୍ତି। ତାହା ଦେଶ ବିଦେଶକୁ ପଠାଉଛନ୍ତି। କିଆଫୁଲର ସଦ୍‌ବ୍ୟବହାର ଲାଗି ସରକାରଙ୍କ ପକ୍ଷରୁ ଉପକୂଳରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଗୁରୁତ୍ୱ ଦିଆଯାଇଛି। ଏହାସହ ଆସିକା ଚିନି ଶିଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବା, ବାହୁଦା ନଦୀ ମୁହାଣ ସୁରଳ ଓ ସୁନାପୁର ନିକଟରେ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର ପ୍ରତିଷ୍ଠା ଏବଂ କ୍ଷୁଦ୍ର ଓ ସାମୟିକ ବନ୍ଦର ଗୋପାଳପୁରକୁ ସବୁଦିନିଆ ବନ୍ଦରରେ ପରିଣତ ପାଇଁ ଉପକୂଳ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।
ସୂଚନାଯୋଗ୍ୟ, ୮୦ ଦଶକର ଦ୍ୱିତୀୟ ଭାଗରେ ରାଜ୍ୟ ସରକାର ୧୪୦ କୋଟି ଟଙ୍କା ବ୍ୟୟରେ ଗୋପାଳପୁର ବନ୍ଦର କରିଥିଲେ। ୯୦ ଦଶକ ଯାଏ ନୌ-ବାଣିଜ୍ୟ କାରବାର ହେଉଥିଲା। ୧୯୯୯ ମହାବାତ୍ୟାରେ ବନ୍ଦର ଧ୍ୱଂସାଭିମୁଖୀ ହୋଇଗଲା। ୨୦୦୬ରେ ବନ୍ଦରକୁ ଘରୋଇକରଣ କରାଯାଇଛି। ଏହାର ୧୬ ବର୍ଷ ପୂରିବାକୁ ଯାଉଥିବା ବେଳେ ସବୁଦିନିଆ ବନ୍ଦର ହୋଇନାହିଁ। ଏହିସବୁ ଘଟଣାରୁ ଜିଲାରେ ଶିଳ୍ପ ବିକାଶ ବାଧାପ୍ରାପ୍ତ ହୋଇଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri