ଇଣ୍ଡଲ୍‌ଜର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୧୩।୫: ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ବିୟୁଟି ବ୍ରାଣ୍ଡ୍‌ ‘ଇଣ୍ଡଲ୍‌ଜ’ର ୩ଟି ନୂତନ ଏକ୍ସକ୍ଲୂସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ଡିଏନ୍‌ ରେଗାଲିଆ ମଲ୍‌, ସମ୍‌ ହସ୍ପିଟାଲ ସ୍କୋୟାର ଏବଂ ରାମମନ୍ଦିର ସ୍କୋୟାରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବଲିଉଡ୍‌ ଅଭିନେତା ଅଫ୍‌ତାବ ଶିବଦାସାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ।

ଏପରିକି ଏକ ସଫଳ ବିୟୁଟି ବ୍ରାଣ୍ଡ୍‌ ନିର୍ମାଣ ପାଇଁ ସେ ସେଲୁନ୍‌ର ପ୍ରତିଷ୍ଠାତା ସୁକୀର୍ତ୍ତି ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ସହିତ କର୍ମଚାରୀ, ପ୍ରଭାବଶାଳୀ ଏବଂ ଶୀର୍ଷ ଗ୍ରାହକଙ୍କୁ ସୁନ୍ଦର ମୁହୂର୍ତ୍ତ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଇଣ୍ଡଲଜର ପ୍ରତିଷ୍ଠାତା ସୁକୀର୍ତ୍ତି ପଟ୍ଟନାୟକ ଉପରୋକ୍ତ ଆଉଟଲେଟର ଫ୍ରାଞ୍ଚାଇଜ୍‌ ମାଲିକ ସାଲୋନୀ କୁମାରୀ, ଶୁଚିସ୍ମିତା ମହାନ୍ତି, ସ୍ବର୍ଣ୍ଣଲତା ସାମଲ, ପ୍ରସନ୍ନା ପତି ଏବଂ ସଞ୍ଜନା ଦାସଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣବତ୍ତା ଏବଂ ନିରାପତ୍ତା ଉପରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ। ଏପରିକି ଏହାର ଗୁଣାତ୍ମକ ସେବା ଓ ନିରାପତ୍ତା ଯୋଗୁ ଓଡ଼ିଶାର ସବୁଠାରୁ ବିଶ୍ୱସ୍ତ ସେଲୁନ୍‌ ବ୍ରାଣ୍ଡ୍‌ରେ ପରିଣତ ହୋଇଛି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।

ସେହିଭଳି ଡିଏନ୍‌ ଗ୍ରୁପ୍‌ର ଭି.ପି. ସିଦ୍ଧାର୍ଥ ନାୟକ ଅଫତାବ୍‌ଙ୍କୁ ସ୍ବାଗତ କରିଥିଲେ ଏବଂ ଉନ୍ମୋଚନ ଉସତ୍ବରେ ଅତିଥି ଭାବେ ଯୋଗ ଦେଇଥିଲେ। ଅପରପକ୍ଷରେ ସମସ୍ତ ମହିଳା ଫ୍ରାଞ୍ଚାଇଜ୍‌ ମାଲିକଙ୍କ ପକ୍ଷରୁ ସାଲୋନୀ କୁମାରୀ ସୁକୀର୍ତ୍ତି ଏବଂ ଅଫ୍‌ତାବଙ୍କୁ ସେମାନଙ୍କର ଅତ୍ୟଧିକ ସମର୍ଥନ ଏବଂ ଉଦଘାଟନୀ ଉସତ୍ବରେ ଯୋଗଦାନ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri