ଫେବୃଆରୀ ୨୮ରୁ ଇଣ୍ଡ୍‌ପ୍ଲାସ୍‌-୨୫

ଭୁବନେଶ୍ୱର,୧୯।୧୨: ଇଣ୍ଡିଆନ୍‌ ପ୍ଲାଷ୍ଟିକ୍‌ ଫେଡେରେଶନ (ଆଇପିଏଫ୍‌)ର ବହୁ ପ୍ରତୀକ୍ଷିତ ବି୨ବି କାର୍ଯ୍ୟକ୍ରମ ତଥା ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ପ୍ରଦର୍ଶନୀ ‘ଇଣ୍ଡ୍‌ପ୍ଲାସ୍‌-୨୫’ର ୧୦ମ ସଂସ୍କରଣ କୋଲକାତାର ବିଶ୍ୱ ବାଙ୍ଗଳା ମେଳା ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି। ଏପରିକି ଏହି ମେଳା ୨୦୨୫ ଫେବୃଆରୀ ୨୮ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପ୍ରଦର୍ଶନୀରେ ପ୍ଲାଷ୍ଟିକ୍‌ ଇଣ୍ଡଷ୍ଟ୍ରିର ବିକାଶ ଏବଂ ନୂତନ ସୁଯୋଗକୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକାଭିମୁଖୀ କରାଯିବ।
ଏହି ପରିପ୍ରେକ୍ଷୀରେ ଆଇପିଏଫ୍‌ ପକ୍ଷରୁ ବୁଧବାର ଏକ ଖବରଦାତା ସମ୍ମିଳନୀ ଭୁବନେଶ୍ୱରର ହୋଟେଲ ପ୍ରେସିଡେନ୍ସିଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଇଣ୍ଡ୍‌ପ୍ଲାସ୍‌-୨୫ କମିଟିର ଚେୟାରମ୍ୟାନ୍‌ ଅଶୋକ ଜାଜୋଡିଆ, ଆଇପିଏଫ୍‌ର ଉପାଧ୍ୟକ୍ଷ ଅମିତ ଅଗ୍ରଓ୍ବାଲ ଏବଂ ସଚିବ ଶ୍ୟାମଲାଲ ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ରହି ‘ଇଣ୍ଡ୍‌ପ୍ଲାସ୍‌-୨୫’ର ଆଭିମୁଖ୍ୟ ଓ ପ୍ରଦର୍ଶନୀ ସମ୍ବନ୍ଧୀୟ ବିଷୟବସ୍ତୁକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ସେହିଭଳି ଆଇପିଏଫ୍‌ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ପ୍ଲାଷ୍ଟିକ୍‌ ଉତ୍ପାଦନ, ପ୍ରକ୍ରିୟାକରଣ, ପୁନଃ ବ୍ୟବହାର ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାୟୀ ଅଭ୍ୟାସରେ ପ୍ରୟୋଗ ଇତ୍ୟାଦି ସାମିଲ ରହିଛି। ଏହି ଅବସରରେ ୪୦୦ରୁ ଅଧିକ ପ୍ରଦର୍ଶକ, ଯନ୍ତ୍ରପାତି, କଞ୍ଚାମାଲ, ପ୍ୟାକେଜିଂ ଏବଂ ଅନ୍ୟାନ୍ୟ ମଧ୍ୟରେ ଉଦ୍ଭାବନ ପ୍ରଦର୍ଶନ କରିବେ। ଏହି ଚାରିଦିନିଆ ଶୋ’ରେ ୧,୫୦,୦୦୦ରୁ ଅଧିକ ପରିଦର୍ଶକ ଏବଂ ବିଦେଶୀ ଅଂଶଗ୍ରହଣକାରୀଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ଦେଶରୁ ପ୍ରଦର୍ଶକମାନେ ଆସିବେ ବୋଲି ଆଶା ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ଇଣ୍ଡ୍‌ପ୍ଲାସ୍‌’୨୫ ପୂର୍ବ ଭାରତର ସର୍ବବୃହତ୍‌ ବି୨ବି ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ପ୍ରଦର୍ଶନୀ ହେବାକୁ ଯାଉଛି। ଏଥିରେ ଭାରତ ସମେତ ତାଇୱାନ, ଚାଇନା , ମାଲେସିଆ, ଭିଏଟ୍‌ନାମ, ଥାଇଲାଣ୍ଡ, ଜର୍ମାନୀ, ଆମେରିକା ଏବଂ ଇରାନ ଭଳି ଅନ୍ୟାନ୍ୟ ଦେଶରୁ ବିଦେଶୀ ପ୍ରଦର୍ଶକମାନେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏପରିକି ଭାରତୀୟ ଭିସା ନୀତି ଯୋଗୁ ଅନେକ ଚାଇନା ପ୍ରଦର୍ଶକ ଉପସ୍ଥିତ ହେବାକୁ ଅସମର୍ଥ ହୋଇଥିବାବେଳେ ଉଭୟ ଭାରତୀୟ ଏବଂ ଆନ୍ତର୍ଜାତିକ ଯନ୍ତ୍ରପାତି, କଞ୍ଚାମାଲ, ଆନୁଷଙ୍ଗିକ ସେବା ଓ ଯୋଗାଣକାରୀ ଏବଂ ମାଷ୍ଟରବ୍ୟାଚ୍‌ ଉତ୍ପାଦନକାରୀଙ୍କଠାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri