ଇଣ୍ଡୋନେସିଆ ବିମାନ ଦୁର୍ଘଟଣା

ଜାକର୍ତ୍ତା, ୧୦।୧: ଇଣ୍ଡୋନେସିଆର ଶ୍ରୀଓ୍ବିଜୟ ଏୟାର ପାସେଞ୍ଜର ଜେଟ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡ଼ିଛି। ବିମାନର ଭଗ୍ନାବଶେଷ ମିଳିବା ପରେ ନୌସେନା ଜାହାଜ ସେଠାକୁ ପଠାଯାଇଛି। ୬୨ ଲୋକଙ୍କୁ ନେଇ ଯାଉଥିବା ଫ୍ଲାଇଟ୍‌ ଏସ୍‌ଜେ ୧୮୨ ବିମାନବନ୍ଦରଠାରୁ ୨୦ କିଲୋମିଟର ଦୂର ଲାକି ଦ୍ୱୀପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇଣ୍ଡୋନେସିଆ ପରିବହନ ମନ୍ତ୍ରୀ ବୁଡ଼ି କାର୍ୟ୍ୟା ଖବରଦାତା ସମ୍ମିଳନୀରେ କହିଛନ୍ତିି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ବସର୍‌ନାସ୍‌ ନାମକ ସଂସ୍ଥା ସେଠାକୁ ଟିମ୍‌ ପଠାଇଛି।
ବୋଇଂ ୭୩୭-୫୦୦ ବିମାନଟି ରାଜଧାନୀ ଜାକର୍ତ୍ତାରୁ ପୋଣ୍ଟିଆନକ୍‌ ଯାଉଥିଲା। ସେଥିରେ ୫୬ ଯାତ୍ରୀଙ୍କ ସମେତ ୬୨ ଜଣ ଥିଲେ। ଅପରାହ୍ନ ୨ଟା ୩୦ରେ ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିବାର ୪ ମିନିଟ୍‌ ପରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଜାଭା ଦ୍ୱୀପ ଓ କଲିମଣ୍ଟନ (ବୋର୍ନିଓ ଦ୍ୱୀପର ଇଣ୍ଡୋନେସିଆ ଅଂଶ) ମଧ୍ୟରେ ଥିବା ଜାଭା ସାଗର ଉପରେ ଉଡ଼ୁଥିବାବେଳେ ବିମାନଟି ସିଧା ତଳକୁ ଖସିଥିବାର ଫ୍ଲାଇଟ୍‌ ଟ୍ରାକିଂ ତଥ୍ୟରୁ ଜଣାପଡିଛି। ଫ୍ଲାଇଟ୍‌ରାଡାର୨୪ ଡାଟା ଅନୁଯାୟୀ ଉକ୍ତ ବିମାନ ୧୧,୦୦୦ ଫୁଟ ଉପରକୁ ଉଠିବା ପରେ ହଠାତ୍‌ ୨୫୦ ଫୁଟ ତଳକୁ ଖସିଥିଲା। ଏହାପରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଉଦ୍ଧାରକାରୀ ଦଳ ଜାକର୍ତ୍ତାର ଉତ୍ତର ପାର୍ଶ୍ୱ ସମୁଦ୍ରରେ କେତେକ ଭଗ୍ନାବଶେଷ ଠାବ କରିଛନ୍ତି। ଇଣ୍ଡୋନେସିଆର ଉଦ୍ଧାରକାରୀ ସଂସ୍ଥା ଓ ଜାତୀୟ ପରିବହନ ନିରାପତ୍ତା କମିଶନ ଦୁର୍ଘଟଣାର ତଦନ୍ତ କରୁଛନ୍ତି।
୨୦୧୮ ଅକ୍ଟୋବରରେ ଲାଏନ୍‌ ଏୟାରର ଏକ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜାଭା ସମୁଦ୍ରରେ ଖସିପଡ଼ିଥିଲା। ଏଥିରେ ଥିବା ସମସ୍ତ ୧୮୯ ଜଣ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri