ବ୍ୟକ୍ତିତ୍ୱ, ଦଳ, ଅସନ୍ତୁଷ୍ଟକୁ ନେଇ ଅଙ୍କକଷା

ଜଗତ୍‌ସିଂହପୁର ଅଫିସ,୧୧ା୨: ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ୪ନଂ. ଜିଲା ପରିଷଦ ଜୋନର ଗୁରୁତ୍ୱ ରହିଛି। କାରଣ ଏହି ଜୋନର ଜିଲା ପରିଷଦ ସଭ୍ୟା ବବିତା ସ୍ବାଇଁ ବାଲିକୁଦା ବ୍ଲକ ଉପାଧ୍ୟକ୍ଷ ଓ ପରେ ଅଧ୍ୟକ୍ଷ ହୋଇଥିଲେ। ଏଥିସହ ରାଜ୍ୟ ବିଜୁ ମହିଳା ଜନତା ଦଳ ଉପସଭାପତି ମଧ୍ୟ ହୋଇଛନ୍ତି। ସେହିପରି ରାଖଲ ଦାସ କୁସୁପୁର ପଞ୍ଚାୟତ ସମିତିସଭ୍ୟ ସାଙ୍ଗକୁ ବାଲିକୁଦା ବ୍ଲକ ଉପାଧ୍ୟକ୍ଷ ଥିଲେ। ବବିତା ଓ ରାଖଲ ଏଥର ଜିଲା ପରିଷଦ ସଭ୍ୟ ପଦବୀ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ତାହା ଫସର ଫାଟି ଯାଇଥିଲା। ଅନ୍ୟପକ୍ଷେ ଗତ ନିର୍ବାଚନରେ ବିଜେଡି ଦଖଲରେ ଜୋନ ଥିଲେ ସୁଦ୍ଧା ଏବେ ଚିତ୍ର ବଦଳିଯାଇଛି। ଭାଜପାର ସଙ୍ଗଠନ ସେଭଳି ନ ଥିଲେ ସୁଦ୍ଧା ଦଳୀୟ ପ୍ରାର୍ଥୀଙ୍କ ଲୋକ ସମ୍ପର୍କ ବିଜେଡି ଓ କଂଗ୍ରେସର ଚିନ୍ତା ବଢାଇ ଦେଇଛି। ଏଥର ଜୋନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଥିବା ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି।
ବାଲିକୁଦା ୪ନଂ. ଜୋନଟି ଗତଥର ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ଏଥର ଅଣସଂରକ୍ଷିତ କରାଯାଇଛି। ଏହି ଜୋନ ଅନନ୍ତପୁର, ଅପଣ୍ଡରା, ଓଷକଣା, କୁସୁପୁର, ଖାଲଗଁା, ନହରଣା, ବରମୁଣ୍ଡଳୀ ଓ ମରିଚପୁର ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନର ଭୋଟର ସଂଖ୍ୟା ୩୫,୫୧୫ ଥିଲା। କିନ୍ତୁ ଏଥର ଅଧିକ ୧,୭୦୫ ଜଣ ଯୋଡି ହୋଇଛନ୍ତି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଏହି ଜୋନରୁ ବିଜେଡି ପ୍ରାର୍ଥୀ ବବିତା ସ୍ବାଇଁଙ୍କୁ ୧୪,୪୧୩ ଖଣ୍ଡ, ଅର୍ଥାତ୍‌ ମୋଟ ମତଦାନର ୪୦.୫୮% ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଚିନ୍ମୟୀ ସେଠୀଙ୍କ ସପକ୍ଷରେ ୮,୯୬୦ ଖଣ୍ଡ, ଅର୍ଥାତ୍‌ ୨୫.୨୨% ଭୋଟ ଯାଇଥିଲା। ଭାଜପାର ଜ୍ୟୋତ୍ସ୍ନାରାଣୀ ନାୟକଙ୍କୁ ୫,୧୯୪ ଖଣ୍ଡ, ଅର୍ଥାତ୍‌ ୧୪.୬୨% ଭୋଟ ମିଳିଥିଲା। ଉକ୍ତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସେଠୀଙ୍କଠାରୁ ବିଜେଡିର ସ୍ବାଇଁ ଅଧିକ ୫,୪୫୩ ଖଣ୍ଡ ଭୋଟ ପାଇ ଜିତିଥିଲେ। ଆସନ୍ତା ୧୬ ତାରିଖ ଉକ୍ତ ଜୋନରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥର ବିଜେଡିରୁ ତଟିନା ସ୍ବାଇଁ, କଂଗ୍ରେସରୁ ନୃସିଂହ ଚରଣ ଦାସ, ଭାଜପାରୁ ଡ. ଶଶାଙ୍କ ଶେଖର ସାହାଣୀ, ସ୍ବାଧୀନରୁ ରମେଶ ଚନ୍ଦ୍ର ପାଇଟାଳ ଓ ବୀରବର ଦଳାଇ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ଲଢେଇ ହେବ। ସ୍ବାଧୀନ ପ୍ରାର୍ଥୀ ପାଇଟାଳ ମଧ୍ୟ ଏହି ନିର୍ବାଚନରେ କେତେକାଂଶରେ ପ୍ରଭାବ ପକାଇ ପାରନ୍ତି। କାରଣ ସେ ଗତ ନିର୍ବାଚନରେ ବିଜେଡି ସମର୍ଥନରେ ଅନନ୍ତପୁର ସରପଞ୍ଚ ହୋଇଥିଲେ। ଏଥର ସେ ବିଜେଡିରୁ ଜିଲା ପରିଷଦ ସଭ୍ୟ ପଦ ପାଇଁ ପ୍ରାର୍ଥୀ ହେବେ ବୋଲି ଆଶା ରଖିଥିଲେ। ଦଳ ତାଙ୍କୁ ନିରାଶ କରିବାରୁ ସେ ବାଧ୍ୟ ହୋଇ ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେହିପରି ଆଇନଜୀବୀ ଯୁଗଳ ମହାନ୍ତି ଏଥର ଜୋନରୁ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ତାଙ୍କ ବାପା ମହେଶ୍ୱର ମହାନ୍ତି ସେ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ମହେଶ୍ୱର ବରମୁଣ୍ଡଳୀ ପଞ୍ଚାୟତ ସରପଞ୍ଚ ଥିଲେ। ଶେଷରେ ଯୁଗଳଙ୍କୁ ଉପେକ୍ଷା କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା। ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ଦଳୀୟ ପ୍ରାର୍ଥୀ ସମ୍ପର୍କରେ କହିଛନ୍ତି, ଦାସ ଅପଣ୍ଡରା ପଞ୍ଚାୟତ ସରପଞ୍ଚ ଥିଲେ। ସେ ୩ ଥର ସମବାୟ ସେବା ସମିତି ସଭାପତି ଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ଲୋକପ୍ରିୟ ନେତା ଭାବେ ପରିଚିତ। ତେଣୁ ଜନମତ କଂଗ୍ରେସ ସପକ୍ଷରେ ଯିବ। ବିଜେଡି ଜିଲା ପରିଷଦ ପ୍ରାର୍ଥୀ ପୂର୍ବରୁ କଂଗ୍ରେସରେ ଥିଲେ। ସେ ୨୦୧୨-୧୭ ପର୍ଯ୍ୟନ୍ତ କଂଗ୍ରେସ ସମର୍ଥନରେ ବରମୁଣ୍ଡଳୀ ପଞ୍ଚାୟତ ସରପଞ୍ଚ ଥିଲେ। ୨୦୧୭ ନିର୍ବାଚନରେ ମଧ୍ୟ ଏହି ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀ ହୋଇ ଜିତିଥିଲେ। ନିକଟରେ କଂଗ୍ରେସ ଛାଡି ବିଜେଡିରୁ ଜିଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ଏହାଦ୍ୱାରା କଂଗ୍ରେସର କୌଣସି କ୍ଷତି ହେବନାହିଁ ବୋଲି ମହାପାତ୍ର କହିଛନ୍ତି। ବିଜେଡି ପ୍ରାର୍ଥୀ ସ୍ବାଇଁ କହିଛନ୍ତି, ରାଜ୍ୟ ସରକାରଙ୍କ ସ୍ବଚ୍ଛ ଶାସନ ଯୋଗୁ ଲୋକେ ଶଙ୍ଖ ଚିହ୍ନକୁ ଭୋଟ ଦେବେ। ଯେହେତୁ ବରମୁଣ୍ଡଳୀ ପଞ୍ଚାୟତରୁ ସେ ନିକଟରେ ୨ ଥର ଲୋକ ପ୍ରତିନିଧି ହୋଇ ପାରିଛନ୍ତି। ତେଣୁ ଏଥର ଜିଲା ପରିଷଦ ପ୍ରାର୍ଥୀ ହିସାବରେ ଅଧିକ ସମର୍ଥନ ପାଇବେ। ବିଶେଷ କରି କୁସୁପୁର ଏବଂ ଓଷକଣା ପଞ୍ଚାୟତରୁ ଅଧିକ ଭୋଟ ପାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଭାଜପା ପ୍ରାର୍ଥୀ ଡ.ସାହାଣୀ କହିଛନ୍ତି ସେ ଜଣେ ଡାକ୍ତର ହୋଇଥିଲେ ସୁଦ୍ଧା ଅଞ୍ଚଳରେ ଲୋକଙ୍କ ସାଙ୍ଗରେ ରହିଛନ୍ତି। ତଳମାଳ ବିକାଶ ପରିଷଦର ସଭାପତି ଭାବେ ବିଭିନ୍ନ ସମୟରେ ସ୍ଥାନୀୟ ସମସ୍ୟାକୁ ନେଇ ଆନ୍ଦୋଳନ କରିଛନ୍ତି। ଜୋନ ଅନ୍ତର୍ଗତ ନହରଣା, ମରୀଚପୁର, ଅପଣ୍ଡରା, ଓଷକଣା ଓ ବରମୁଣ୍ଡଳୀରୁ ଅଧିକ ଜନମତ ଆସିବ ବୋଲି ସାହାଣୀ କହିଛନ୍ତି। ଆଗକୁ ଦେଖିବାର ଅଛି ସମୀକରଣ ମୋଡ କେଉଁ ଆଡ଼କୁ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri