Posted inଜାତୀୟ

ସିଗନାଲ ନ ମାନି ଟେକଅଫ୍‌ କଲା ଇଣ୍ଡିଗୋ ବିମାନ, ତା’ପରେ

ନୂଆଦିଲ୍ଲୀ,୩୧।୧: କିଛିଦିନ ଧରି ଦେଶରେ ବିମାନ ଯାତ୍ରା ରାମଙ୍କ ଭରସାରେ ଚାଲିଛିି। କେତେବେଳେ ବିମାନ ୧୨ ଘଣ୍ଟାରୁ ବିଳମ୍ବରେ ଟେକଅଫ୍‌ କରୁଛି ତ କୌଣସି ଣସି ସ୍ଥାନରେ ଯାତ୍ରୀ ବିମାନ କ୍ୟାପଟେନଙ୍କୁ ଚାପୁଡ଼ା ମାରୁଛନ୍ତି। ନିକଟରେ ଯାତ୍ରୀମାନେ ରନୱେରେ ବସି ଖାଦ୍ୟ ଖାଉଥିବାର ମଧ୍ୟ ଦେଖାଯାଇଛି। ତେବେ ପୁଣି ଏକ ବିମାନକୁ ନେଇ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଏଟିସି କ୍ଲିୟରାନ୍ସ ବିନା ଏକ ଇଣ୍ଡିଗୋ ବିମାନ ଟେକଅଫ୍‌ କରିଛି।

ସୋମବାର ସଂଧ୍ୟା ୭:୩୮ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଇଣ୍ଡିଗୋ ବିମାନ 6E 1803 ଆଜେରବାଇଜାନ ଅଭିମୁଖେ ଟେକଅଫ୍‌ କରିଥିଲା। କିନ୍ତୁ ବିନା ଏଟିସି କ୍ଲିୟରାନ୍ସରେ। ଏୟାରପୋର୍ଟରେ ଉପସ୍ଥିତ ଥିବା ଏୟାର ଟ୍ରାଫିକ କଣ୍ଟ୍ରୋଲର (ଏଟିସି)ରୁ କ୍ଲିୟରାନ୍ସ ନ ନେଇ ବିମାନର ପାଇଲଟମାନେ ଟେକଅଫ୍‌ କରିଥିଲେ। ବର୍ତ୍ତମାନ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି।

ବିମାନର ଏଭିଏଶନ ରେଗୁଲେଟର ଡିଜିସିଏ ଏହି ଘଟଣାକୁ ସଜ୍ଞାନକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି। କେବଳ ଏତିକି ନୁହେଁ, ଡିଜିସିଏ ବିମାନର ଉଭୟ ପାଇଲଟଙ୍କୁ ଫ୍ଲାଇଙ୍ଗ ଡ୍ୟୁଟିରୁ ହଟାଇ ଦେଇଛି। ଏହାର ସ୍ପଷ୍ଟୀକରଣରେ ଦେଇ ଏୟାରଲାଇନ୍ସ କହିଛି ଯେ, ଘଟଣାର ତଦନ୍ତ ଚାଲିଛି। ଅନୁସନ୍ଧାନ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କହିରଖୁଛୁ କି, ବିମାନ ବନ୍ଦରରେ ବିମାନ ଚଳାଚଳ ନିୟନ୍ତ୍ରଣ କରିବା ଏଟିସିର କାମ। ଏଥି ସହିତ, ବିମାନ ଚଳାଚଳ ସମୟରେ ପାଇଲଟମାନଙ୍କୁ ଆବଶ୍ୟକ ସୁରକ୍ଷା ନିର୍ଦ୍ଦେଶ ଦେବା କାର୍ଯ୍ୟ ମଧ୍ୟ ଏଟିସି କରିଥାଏ। ବିମାନ ଉଡ଼ାଣ ପୂର୍ବରୁ ଏଟିସି କ୍ଲିୟରାନ୍ସ ଆବଶ୍ୟକ କାରଣ ବିମାନ ବନ୍ଦରରେ ବିମାନ ଉଡ଼ାଣ ଏବଂ ଅବତରଣ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri