ଇଣ୍ଡିଗୋକୁ ୫ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୨୯।୫: ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ସିଭିଲ ଆଭିଏସନ(ଡିଜିସିଏ) ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ ଉପରେ ୫ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ମେ’ ୭ ତାରିଖରେ ରାଞ୍ଚି ବିମାନବନ୍ଦରରେ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନଯାତ୍ରା କରିବାକୁ ରୋକିବା ଘଟଣାରେ ଡିଜିସିଏ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଡିଜିସିଏର ସୂଚନା ଅନୁସାରେ, ଏୟାରଲାଇନ ପକ୍ଷରୁ ଦିବ୍ୟାଙ୍ଗ ପିଲାଟିକୁ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ତେଣୁ ଭବିଷ୍ୟତରେ ଏୟାରଲାଇନ ପକ୍ଷରୁ ଏଭଳି ନ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏ ସମ୍ପର୍କରେ ଏୟାରଲାଇନ ସିଇଓ ରନଞ୍ଜୟ ଦତ୍ତ କହିଛନ୍ତି, ବୋର୍ଡିଂ ସମୟରେ ପିଲାଟି ପ୍ୟାନିକ୍‌ ଥିଲା। ତେଣୁ ଏୟାରପୋର୍ଟ ଷ୍ଟାଫ୍‌ଙ୍କୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଥିଲା। ଏହାଛଡ଼ା ସେମାନଙ୍କ ପରିବାର ପାଇଁ ହୋଟେଲରେ ରହିବା ବ୍ୟବସ୍ଥା କରାଯାଇଥିଲା ଏବଂ ପରଦିନ ସକାଳୁ ତାଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚା ଯାଇଥିବା ଏୟାରଲାଇନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ଏହି ବର୍ଷ ଭାରତ ହେବ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି: ମୁଡିଜ୍

ନୂଆଦିଲ୍ଲୀ,୯।୨: ବିଶ୍ୱ ଅର୍ଥନୀତିରେ ଭାରତ ନିଜର ଦବଦବା ବଜାୟ ରଖିବାକୁ ଯାଉଛି। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ୬.୪% ହାରରେ ବୃଦ୍ଧି ପାଇବ…

ଲଗାତାର ଖସୁଛି ସୁନା-ଚାନ୍ଦିର ଦାମ୍‌, ଜାଣନ୍ତୁ ଏବେ କେତେ ହେଲାଣି

ନୂଆଦିଲ୍ଲୀ,୯।୨: ସୁନା ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ନୂତନ ସପ୍ତାହର ପ୍ରଥମ ଦିନ, ଫେବୃଆରୀ ୯ ତାରିଖ ସୋମବାର ସକାଳେ, ରାଜଧାନୀ ଦିଲ୍ଲୀରେ ୨୪କ୍ୟାରେଟ ସୁନାର…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri