Posted inଜାତୀୟ

ଇଣ୍ଡିଗୋ ମାମଲା: ତଦନ୍ତ କରିବେ ସିନ୍ଧିଆ

ନୂଆଦିଲ୍ଲୀ,୧୦।୫: ରାଞ୍ଚତ୍ ବିମାନବନ୍ଦରରେ ଶନିବାର ଜଣେ ଭିନ୍ନକ୍ଷମ ନାବାଳକ ଯାତ୍ରୀଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ ବିମାନରେ ଚଢ଼ିବା ଲାଗି ଅନୁମତି ନ ଦେବା ଘଟଣା ସାମ୍‌ନାକୁ ଆସିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏଭଳି ବ୍ୟବହାରକୁ ନିନ୍ଦା କରିଛନ୍ତି। ସେ ନିଜେ ଘଟଣାର ତଦନ୍ତ କରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଟୁଇଟ୍‌ କରିଛନ୍ତି। ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କ ଏଭଳି ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ। କୌଣସି ବ୍ୟକ୍ତିଙ୍କୁ ଏଭଳି ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ଖରାପ ସ୍ଥିତିରେ ଯଥାସମ୍ଭବ ଉପଯୁକ୍ତ ନିଷ୍ପତ୍ତି ନିଆଯାଇଥିବା ଇଣ୍ଡିଗୋ କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ଶନିବାର ଘଟିଥିବା ଉକ୍ତ ଘଟଣା ସମ୍ପର୍କରେ ଜଣେ ଯାତ୍ରୀ ରବିବାର ଫେସ୍‌ବୁକ୍‌ରେ ପୋଷ୍ଟ କରିବା ପରେ ଘଟଣା ସାମ୍‌ନାକୁ ଆସିଥିଲା। ଭିନ୍ନକ୍ଷମ ଶିଶୁ ଯାତ୍ରୀ ଜଣକ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବେ ଦର୍ଶାଇ ଇଣ୍ଡିଗୋ କର୍ମଚାରୀ ତାଙ୍କୁ ବିମାନରେ ଚଢ଼ିବାକୁ ଦେଇ ନ ଥିଲେ ବୋଲି ମନୀଷା ଗୁପ୍ତା ଫେସ୍‌ବୁକ୍‌ରେ ଉଲ୍ଲେଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri