Posted inଜାତୀୟ

ଜରାୟୁ କର୍କଟ ପାଇଁ ସ୍ବଦେଶୀ ଟିକା

ନୂଆଦିଲ୍ଲୀ, ୨ା୯:ସର୍ଭିକାଲ୍‌ କ୍ୟାନ୍‌ସର ବା ଜରାୟୁ କର୍କଟ ପାଇଁ ଦେଶରେ ପ୍ରଥମ କରି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ସର୍ଭାଭାକ୍‌ ଭାକ୍ସିନ ଆଣିଥିବାବେଳେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଟିକା ବଜାରରେ ଉପଲବ୍ଧ ହେବ। ଏହାର ମୂଲ୍ୟ ଡୋଜ୍‌ ପିଛା ୨୦୦ରୁ ୪୦୦ ଟଙ୍କା ମଧ୍ୟରେ ରହିବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସିଇଓ ଅଦର ପୁନାଓ୍ବାଲା କହିଛନ୍ତି। ସାଧାରଣ ଲୋକଙ୍କ ନିକଟରେ ଏହାକୁ ସହଜରେ ଏବଂ କମ୍‌ ମୂଲ୍ୟରେ ପହଞ୍ଚାଇବା ପାଇଁ ସରକାର ସୁନିଶ୍ଚିତ କରିବେ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ସାଇଣ୍ଟିଫିକ୍‌ କମ୍ପ୍ଲିସନ୍‌ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
କ୍ୱାଡ୍ରିଭାଲେଣ୍ଟ୍‌ ହୁମ୍ୟାନ ପାପିଲୋମାଭାଇରସ୍‌ (କ୍ୟୁଏଚ୍‌ପିଭି) ପାଇଁ ଉଦ୍ଦିଷ୍ଟ ଭାକ୍ସିନ ସର୍ଭାଭାକ୍‌ ପ୍ରଥମେ ସରକାରୀ ମାଧ୍ୟମରେ ଉପଲବ୍ଧ ହେବ। ପରେ ଏହାକୁ ଘରୋଇ ସହଯୋଗୀଙ୍କୁ ଯୋଗାଇ ଦିଆଯିବ। ଏହାର ଚୂଡ଼ାନ୍ତ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ନ ଥିବାବେଳେ ଲୋକେ ୨ ଶହରୁ ୪ ଶହ ଟଙ୍କା ମଧ୍ୟରେ ଟିକା ପାଇପାରିବେ ବୋଲି ପୁନାଓ୍ବାଲା ଗୁରୁବାର ଉକ୍ତ ସାଇଣ୍ଟିଫିକ୍‌ କମ୍ପ୍ଲିସନ୍‌ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ସାଇଣ୍ଟିଫିକ୍‌ କମ୍ପ୍ଲିସନ୍‌ ଅର୍ଥ ଭାକ୍ସିନ୍‌ ଉପରେ ଗବେଷଣା ଓ ଏହାର ପ୍ରସ୍ତୁତି ଶେଷ ହେବା। ପରବର୍ତ୍ତୀ ପର୍ଯ୍ୟାୟରେ ତାହାକୁ ଲୋକଙ୍କ ନିକଟରେ ପହଞ୍ଚାଯିବ। ପ୍ରଥମେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଲୋକଙ୍କୁ ଦିଆଯିବ। ପରେ ଏହାକୁ ବିଦେଶ ପଠାଇବାକୁ ଯୋଜନା ରହିଛି। ଆଗାମୀ ୨ ବର୍ଷରେ ୨୦ କୋଟି ଡୋଜ୍‌ ପ୍ରଦାନ କରାଯିବ। ପ୍ରଥମେ ୧୦ରୁ ୧୪ ବର୍ଷର କିଶୋରୀଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ରହିଛି। ଗତ ଜୁଲାଇରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) କ୍ୟୁଏଚ୍‌ପିଭି ଟିକା ସର୍ଭାଭାକ୍‌ ପ୍ରସ୍ତୁତ ନିମନ୍ତେ ଏସ୍‌ଆଇଆଇକୁ ବଜାର ସ୍ବୀକୃତି ଦେଇଥିଲା। ୨ ହଜାରରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀଙ୍କଠାରେ ଭାକ୍ସିନ୍‌ର ପରୀକ୍ଷଣ କରାଯାଇଥିବା ବାୟୋଟେକ୍ନୋଲୋଜି ବିଭାଗ ସଚିବ ରାଜେଶ ଗୋଖଲେ କହିଛନ୍ତି। ସବୁ ବର୍ଗର ମହିଳାଙ୍କ କ୍ଷେତ୍ରରେ ଏହି ଟ୍ରାଏଲ ସଫଳ ହୋଇଛି।
ମହିଳାମାନଙ୍କ ସର୍ଭିକ୍ସ ବା ଗର୍ଭାଶୟ ଗ୍ରୀବାରେ ଜରାୟୁ କର୍କଟ ହୋଇଥାଏ। ପ୍ରାୟ ସମସ୍ତ ମହିଳା ସର୍ଭିକାଲ କର୍କଟରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ବିଶେଷକରି ୧୫ରୁ ୪୪ ବର୍ଷୀୟା ଏଥିରେ ପୀଡ଼ିତ ହୋଇଥାନ୍ତି। ତେବେ ୩୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କାଙ୍କ କ୍ଷେତ୍ରରେ ସର୍ଭିକାଲ କ୍ୟାନ୍‌ସର ଆଶଙ୍କା ଅଧିକ ରହିଥାଏ। ଦୀର୍ଘଦିନ ଧରି ହ୍ୟୁମାନ ପାପିଲୋମାଭାଇରସ୍‌ ସଂକ୍ରମଣ ଲାଗି ରହିଲେ ଜଣେ ସହଜରେ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ତଥ୍ୟ ଅନୁସାରେ ୨୦୧୯ଠାରୁ ଅଦ୍ୟାବଧି ଭାରତରେ ପ୍ରାୟ ୪୨ ଲକ୍ଷ ମହିଳା ସର୍ଭିକାଲ କ୍ୟାନ୍‌ସରରେ ପ୍ରାଣ ହରାଇଛନ୍ତି। ମୋଟ କ୍ୟାନ୍‌ସର ପୀଡ଼ିତାଙ୍କ ମଧ୍ୟରେ ଜରାୟୁ କର୍କଟରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦ୍ୱିତୀୟ ସର୍ବାଧିକ। ସଚେତତନା ଅଭାବରୁ ମହିଳାମାନେ ଏହି ରୋଗକୁ ପ୍ରଥମ ପର୍ଯ୍ୟାୟରେ ଜାଣିପାରି ନ ଥାନ୍ତି। ଫଳରେ ପ୍ରାୟ ୯୮% ମହିଳା ଶେଷ ଷ୍ଟେଜ୍‌ରେ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥାନ୍ତି। ହେଲେ ବିଳମ୍ବ ଯୋଗୁ ସେମାନେ ଆରୋଗ୍ୟ ଲାଭ କରିବା ସମ୍ଭାବନା କ୍ଷୀଣ ହୋଇଯାଏ, ଯାହା କି ମୃତ୍ୟୁର କାରଣ ହୋଇଥାଏ। ବିଦେଶରେ ଏଥିପାଇଁ ପୂର୍ବରୁ ଟିକା ବାହାରିଥିଲେ ହେଁ ଏହାର ମୂଲ୍ୟ ଅତିକମ୍‌ରେ ୪ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri