Posted inଜାତୀୟ

ଜରାୟୁ କର୍କଟ ପାଇଁ ସ୍ବଦେଶୀ ଟିକା

ନୂଆଦିଲ୍ଲୀ, ୨ା୯:ସର୍ଭିକାଲ୍‌ କ୍ୟାନ୍‌ସର ବା ଜରାୟୁ କର୍କଟ ପାଇଁ ଦେଶରେ ପ୍ରଥମ କରି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ସର୍ଭାଭାକ୍‌ ଭାକ୍ସିନ ଆଣିଥିବାବେଳେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଟିକା ବଜାରରେ ଉପଲବ୍ଧ ହେବ। ଏହାର ମୂଲ୍ୟ ଡୋଜ୍‌ ପିଛା ୨୦୦ରୁ ୪୦୦ ଟଙ୍କା ମଧ୍ୟରେ ରହିବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସିଇଓ ଅଦର ପୁନାଓ୍ବାଲା କହିଛନ୍ତି। ସାଧାରଣ ଲୋକଙ୍କ ନିକଟରେ ଏହାକୁ ସହଜରେ ଏବଂ କମ୍‌ ମୂଲ୍ୟରେ ପହଞ୍ଚାଇବା ପାଇଁ ସରକାର ସୁନିଶ୍ଚିତ କରିବେ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ସାଇଣ୍ଟିଫିକ୍‌ କମ୍ପ୍ଲିସନ୍‌ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
କ୍ୱାଡ୍ରିଭାଲେଣ୍ଟ୍‌ ହୁମ୍ୟାନ ପାପିଲୋମାଭାଇରସ୍‌ (କ୍ୟୁଏଚ୍‌ପିଭି) ପାଇଁ ଉଦ୍ଦିଷ୍ଟ ଭାକ୍ସିନ ସର୍ଭାଭାକ୍‌ ପ୍ରଥମେ ସରକାରୀ ମାଧ୍ୟମରେ ଉପଲବ୍ଧ ହେବ। ପରେ ଏହାକୁ ଘରୋଇ ସହଯୋଗୀଙ୍କୁ ଯୋଗାଇ ଦିଆଯିବ। ଏହାର ଚୂଡ଼ାନ୍ତ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ନ ଥିବାବେଳେ ଲୋକେ ୨ ଶହରୁ ୪ ଶହ ଟଙ୍କା ମଧ୍ୟରେ ଟିକା ପାଇପାରିବେ ବୋଲି ପୁନାଓ୍ବାଲା ଗୁରୁବାର ଉକ୍ତ ସାଇଣ୍ଟିଫିକ୍‌ କମ୍ପ୍ଲିସନ୍‌ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ସାଇଣ୍ଟିଫିକ୍‌ କମ୍ପ୍ଲିସନ୍‌ ଅର୍ଥ ଭାକ୍ସିନ୍‌ ଉପରେ ଗବେଷଣା ଓ ଏହାର ପ୍ରସ୍ତୁତି ଶେଷ ହେବା। ପରବର୍ତ୍ତୀ ପର୍ଯ୍ୟାୟରେ ତାହାକୁ ଲୋକଙ୍କ ନିକଟରେ ପହଞ୍ଚାଯିବ। ପ୍ରଥମେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଲୋକଙ୍କୁ ଦିଆଯିବ। ପରେ ଏହାକୁ ବିଦେଶ ପଠାଇବାକୁ ଯୋଜନା ରହିଛି। ଆଗାମୀ ୨ ବର୍ଷରେ ୨୦ କୋଟି ଡୋଜ୍‌ ପ୍ରଦାନ କରାଯିବ। ପ୍ରଥମେ ୧୦ରୁ ୧୪ ବର୍ଷର କିଶୋରୀଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ରହିଛି। ଗତ ଜୁଲାଇରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) କ୍ୟୁଏଚ୍‌ପିଭି ଟିକା ସର୍ଭାଭାକ୍‌ ପ୍ରସ୍ତୁତ ନିମନ୍ତେ ଏସ୍‌ଆଇଆଇକୁ ବଜାର ସ୍ବୀକୃତି ଦେଇଥିଲା। ୨ ହଜାରରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀଙ୍କଠାରେ ଭାକ୍ସିନ୍‌ର ପରୀକ୍ଷଣ କରାଯାଇଥିବା ବାୟୋଟେକ୍ନୋଲୋଜି ବିଭାଗ ସଚିବ ରାଜେଶ ଗୋଖଲେ କହିଛନ୍ତି। ସବୁ ବର୍ଗର ମହିଳାଙ୍କ କ୍ଷେତ୍ରରେ ଏହି ଟ୍ରାଏଲ ସଫଳ ହୋଇଛି।
ମହିଳାମାନଙ୍କ ସର୍ଭିକ୍ସ ବା ଗର୍ଭାଶୟ ଗ୍ରୀବାରେ ଜରାୟୁ କର୍କଟ ହୋଇଥାଏ। ପ୍ରାୟ ସମସ୍ତ ମହିଳା ସର୍ଭିକାଲ କର୍କଟରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ବିଶେଷକରି ୧୫ରୁ ୪୪ ବର୍ଷୀୟା ଏଥିରେ ପୀଡ଼ିତ ହୋଇଥାନ୍ତି। ତେବେ ୩୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କାଙ୍କ କ୍ଷେତ୍ରରେ ସର୍ଭିକାଲ କ୍ୟାନ୍‌ସର ଆଶଙ୍କା ଅଧିକ ରହିଥାଏ। ଦୀର୍ଘଦିନ ଧରି ହ୍ୟୁମାନ ପାପିଲୋମାଭାଇରସ୍‌ ସଂକ୍ରମଣ ଲାଗି ରହିଲେ ଜଣେ ସହଜରେ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ତଥ୍ୟ ଅନୁସାରେ ୨୦୧୯ଠାରୁ ଅଦ୍ୟାବଧି ଭାରତରେ ପ୍ରାୟ ୪୨ ଲକ୍ଷ ମହିଳା ସର୍ଭିକାଲ କ୍ୟାନ୍‌ସରରେ ପ୍ରାଣ ହରାଇଛନ୍ତି। ମୋଟ କ୍ୟାନ୍‌ସର ପୀଡ଼ିତାଙ୍କ ମଧ୍ୟରେ ଜରାୟୁ କର୍କଟରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦ୍ୱିତୀୟ ସର୍ବାଧିକ। ସଚେତତନା ଅଭାବରୁ ମହିଳାମାନେ ଏହି ରୋଗକୁ ପ୍ରଥମ ପର୍ଯ୍ୟାୟରେ ଜାଣିପାରି ନ ଥାନ୍ତି। ଫଳରେ ପ୍ରାୟ ୯୮% ମହିଳା ଶେଷ ଷ୍ଟେଜ୍‌ରେ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥାନ୍ତି। ହେଲେ ବିଳମ୍ବ ଯୋଗୁ ସେମାନେ ଆରୋଗ୍ୟ ଲାଭ କରିବା ସମ୍ଭାବନା କ୍ଷୀଣ ହୋଇଯାଏ, ଯାହା କି ମୃତ୍ୟୁର କାରଣ ହୋଇଥାଏ। ବିଦେଶରେ ଏଥିପାଇଁ ପୂର୍ବରୁ ଟିକା ବାହାରିଥିଲେ ହେଁ ଏହାର ମୂଲ୍ୟ ଅତିକମ୍‌ରେ ୪ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri