ବଜାରରେ ଦେଶୀ ଆମ୍ବର ପସରା

କେନ୍ଦୁଝର, ୧୨।୬ (ସ୍ବ.ପ୍ର) ଜଙ୍ଗଲ ମଣିଷକୁ ବଞ୍ଚିବା ପାଇଁ ସବୁ କିଛି ଦେଇଛି ା ଖାଦ୍ୟ ପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଆଦି ଜଙ୍ଗଲରୁ ମିଳିଥାଏ। ସେଥିମଧ୍ୟରୁ ଆମ୍ବ ଅନ୍ୟତମ। ତାହା ପୁଣି ଦେଶୀ। ଏହି ଆମ୍ବର ଚାହିଦା ସମସ୍ତଙ୍କଠୁ ଅଧିକ। ଏବଂ ଏହାର ସ୍ବାଦ ମଧ୍ୟ ଭାରି ମିଠା। କିନ୍ତୁ ଆଜି ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ଏବଂ ଅସନ୍ତୁଳନ ପରିବେଶ ଯୋଗୁ ଏବେ କମ୍‌ ଫଳ ଫଳୁଛି। ଏଥିଲାଗି ସ୍ଥାନୀୟ ବନବାସୀ ଚିନ୍ତାରେ। କାରଣ ସେମାନେ ଏହି ଆମ୍ବ ବିକି ନିଜର ଗୁଜରାଣ ମେଣ୍ଟାଇଥାନ୍ତି। ଗ୍ରୀଷ୍ମ ଋତୁରେ ସ୍ଥାନୀୟ ଆମ୍ବ, (ଯାହାକି ସୁଢି ଆମ୍ବ କୁହାଯାଏ) ତାଙ୍କର ଜୀବିନଜୀବିକା ହୋଇଛି ା ଜଙ୍ଗଲ କ୍ଷୟ ସହିତ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଆଗଭଳି ଆମ୍ବ ସେମାନେ ପାଇପାରୁ ନାହାନ୍ତି। ତଥାପି ଯାହା କିଛି ମିଳିଥାଏ ସେସବୁ ସଂଗ୍ରହ କରି ହାଟବଜାରରେ ବିକି ଚଳୁଛନ୍ତି।
ପ୍ରକାରର କଲମୀ ମିଠା ଆମ୍ବର ପ୍ରଚଳନ ଯୋଗୁ ଲୋକାଲ ଆମ୍ବର ଚାହିଦା କମୁଛି ତଥାପି ଏହି ଆମ୍ବର ଚାହିଦା ରହିଛି। ବହୁ ଦୂରରୁ ଚାଲି ଚାଲି ବା ଗାଡିରେ ଆମ୍ବ ଓ ଅନ୍ୟାନ୍ୟ ଫଳ ବୋଝ ମୁଣ୍ଡାଇ ଆସି ହାଟ ବଜାରରେ ବା ରାସ୍ତାକଡରେ ଯେଉଁ କିଛି ପସରା ମେଲାଇ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହୁ ଥିଲେ ହେଁ ତାହାର ଉପଯୁକ୍ତ ଦର ପାଇପାରୁନାହାନ୍ତି। ଅନେକ ସମୟରେ ବେପାରୀ ମାନଙ୍କ ଦ୍ୱାରା ଦର ଓ ଓଜନରେ ଠକେଇର ଶିକାର ହୋଇଥାନ୍ତି। ଆମ୍ବ ବା ଅନ୍ୟ ଫଳର ସଂରକ୍ଷଣ ପାଇଁ ଆଦିବାସୀ ଅଂଚଳରେ ଶୀତଳ ଭଣ୍ଡାର ନାହିଁ ା ଫଳରେ ବହୁ ପରିମାଣ ରେ ପ୍ରତିଦିନ ଫଳ ନଷ୍ଟ ହେଉଛି। ତଥାପି ଏହି ଲୋକାଲ ଆମ୍ବକୁ ପ୍ରକ୍ରିୟାକରଣ କରାଯାଇ ପାରିଲେ ଏହାର ଖଟାମିଠା ସ୍ବାଦ ଯୋଗୁ ଆମ୍ବ ସଢା, ଜେଲି ଆଦି ପ୍ରସ୍ତୁତ ହୋଇ ପାରନ୍ତା। ଏଭଳି ଗୋପାଳପୁର ଠାରେ ଘରୋଇ ଉଦ୍ୟମ ରେ ପ୍ରତିଷ୍ଠା ହୋଇଥିବା ବିଲାତି ଓଡିଶା ବନ୍ଦ ଯୋଗୁ ସୁଫଳ ମିଳନାହିଁ। ଏଣୁ ବନବାସୀ ମାନେ ନିଜ ଉଦ୍ୟମରେ ଆମ୍ବକୁ ଘୋଳ କରି ଖରାରେ ଶୁଖାଇ ଆମ୍ବ ସଢା ପ୍ରସ୍ତୁତ କରିଥାନ୍ତି। ଯାହାର ଚାହିଦା ଜିଲା ତଥା ଜିଲା ଓ ରାଜ୍ୟ ବାହାରେ ଅଧିକ ରହିଛି ା ପ୍ରକୃତ ପକ୍ଷେ ଏହି ଋତୁରେ ଜିଲାର ସମସ୍ତ ବ୍ଲକର ହଜାର ହଜାର ବନବାସୀ ଆମ୍ବ ବିକି ଦୁଇ ପଇସା ରୋଜଗାର କରି ତେଲ ଲୁଣ କରିଚଳିଥାନ୍ତି ା
ଉପଯୁକ୍ତ ତାଲିମ, ପ୍ରସ୍ତୁତି ବେଳେ ପରିଷ୍କାର ପରିଛନ୍ନତା ତଥା ସୁଦ୍ଧତା ଅବଲମ୍ବନ ହୋଇ ପାରୁନଥିବାରୁ ଏହାର ମୂଲ୍ୟ ମିଳୁନାହିଁ। ସେହିପରି ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ନାହିଁ। ଏଣୁ ଅନେକ ସମୟରେ ସେସବୁ ଠିକ ସମୟରେ ବିକି ନ ପାରିଲେ ନଷ୍ଟ ହୋଇଯାଏ ବୋଲି ମତ ପ୍ରକାଶ ପାଉଛି ା
ବେଲପଶି ଆୟୁର୍ବେଦ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି, ଦେଶୀ ଆମ୍ବର ସ୍ବାଦ ନିଆରା ଏବଂ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର। ଆଜିକାଲି ଅସମୟରେ ଫଳୁ ଥିବା କଲମୀ ଆମ୍ବ ଆଦାୈ ସ୍ବାସ୍ଥ୍ୟପକ୍ଷେ ହିତକର ନୁହେଁ। ଦେଶୀ ଆମ୍ବ ଗଛ ପରିବେଶକୁ ଯେଉଁ ଭଳି ଶହ ଶହ ବର୍ଷ ଧରି ସୁରକ୍ଷା ଦେଇଥାଏ ସେଭଳି କ୍ଷେତ୍ରରେ କଲମୀ ଆମ୍ବ ଗଛ ସୁରକ୍ଷା ଦେଇପାରିବ ନାହିଁ। ଆଗଭଳି ଗଛ ନାହିଁ କିମ୍ବା ସବୁ ବର୍ଷ ଆମ୍ବ ଭଲ ଫଳୁ ନାହିଁ। ବହୁ କଷ୍ଟରେ ଖରାତରାରେ ଆସି ହାଟ ବଜାରରେ ବିକୁଛୁ କିନ୍ତୁ ପରିଶ୍ରମ ଅନୁଯାୟୀ ଅର୍ଥ ମିଳୁନି ବୋଲି ବନବାସୀ ସନାତନ ନାଏକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?