ବଜାରରେ ଦେଶୀ ଆମ୍ବର ପସରା

କେନ୍ଦୁଝର, ୧୨।୬ (ସ୍ବ.ପ୍ର) ଜଙ୍ଗଲ ମଣିଷକୁ ବଞ୍ଚିବା ପାଇଁ ସବୁ କିଛି ଦେଇଛି ା ଖାଦ୍ୟ ପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଆଦି ଜଙ୍ଗଲରୁ ମିଳିଥାଏ। ସେଥିମଧ୍ୟରୁ ଆମ୍ବ ଅନ୍ୟତମ। ତାହା ପୁଣି ଦେଶୀ। ଏହି ଆମ୍ବର ଚାହିଦା ସମସ୍ତଙ୍କଠୁ ଅଧିକ। ଏବଂ ଏହାର ସ୍ବାଦ ମଧ୍ୟ ଭାରି ମିଠା। କିନ୍ତୁ ଆଜି ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ଏବଂ ଅସନ୍ତୁଳନ ପରିବେଶ ଯୋଗୁ ଏବେ କମ୍‌ ଫଳ ଫଳୁଛି। ଏଥିଲାଗି ସ୍ଥାନୀୟ ବନବାସୀ ଚିନ୍ତାରେ। କାରଣ ସେମାନେ ଏହି ଆମ୍ବ ବିକି ନିଜର ଗୁଜରାଣ ମେଣ୍ଟାଇଥାନ୍ତି। ଗ୍ରୀଷ୍ମ ଋତୁରେ ସ୍ଥାନୀୟ ଆମ୍ବ, (ଯାହାକି ସୁଢି ଆମ୍ବ କୁହାଯାଏ) ତାଙ୍କର ଜୀବିନଜୀବିକା ହୋଇଛି ା ଜଙ୍ଗଲ କ୍ଷୟ ସହିତ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଆଗଭଳି ଆମ୍ବ ସେମାନେ ପାଇପାରୁ ନାହାନ୍ତି। ତଥାପି ଯାହା କିଛି ମିଳିଥାଏ ସେସବୁ ସଂଗ୍ରହ କରି ହାଟବଜାରରେ ବିକି ଚଳୁଛନ୍ତି।
ପ୍ରକାରର କଲମୀ ମିଠା ଆମ୍ବର ପ୍ରଚଳନ ଯୋଗୁ ଲୋକାଲ ଆମ୍ବର ଚାହିଦା କମୁଛି ତଥାପି ଏହି ଆମ୍ବର ଚାହିଦା ରହିଛି। ବହୁ ଦୂରରୁ ଚାଲି ଚାଲି ବା ଗାଡିରେ ଆମ୍ବ ଓ ଅନ୍ୟାନ୍ୟ ଫଳ ବୋଝ ମୁଣ୍ଡାଇ ଆସି ହାଟ ବଜାରରେ ବା ରାସ୍ତାକଡରେ ଯେଉଁ କିଛି ପସରା ମେଲାଇ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହୁ ଥିଲେ ହେଁ ତାହାର ଉପଯୁକ୍ତ ଦର ପାଇପାରୁନାହାନ୍ତି। ଅନେକ ସମୟରେ ବେପାରୀ ମାନଙ୍କ ଦ୍ୱାରା ଦର ଓ ଓଜନରେ ଠକେଇର ଶିକାର ହୋଇଥାନ୍ତି। ଆମ୍ବ ବା ଅନ୍ୟ ଫଳର ସଂରକ୍ଷଣ ପାଇଁ ଆଦିବାସୀ ଅଂଚଳରେ ଶୀତଳ ଭଣ୍ଡାର ନାହିଁ ା ଫଳରେ ବହୁ ପରିମାଣ ରେ ପ୍ରତିଦିନ ଫଳ ନଷ୍ଟ ହେଉଛି। ତଥାପି ଏହି ଲୋକାଲ ଆମ୍ବକୁ ପ୍ରକ୍ରିୟାକରଣ କରାଯାଇ ପାରିଲେ ଏହାର ଖଟାମିଠା ସ୍ବାଦ ଯୋଗୁ ଆମ୍ବ ସଢା, ଜେଲି ଆଦି ପ୍ରସ୍ତୁତ ହୋଇ ପାରନ୍ତା। ଏଭଳି ଗୋପାଳପୁର ଠାରେ ଘରୋଇ ଉଦ୍ୟମ ରେ ପ୍ରତିଷ୍ଠା ହୋଇଥିବା ବିଲାତି ଓଡିଶା ବନ୍ଦ ଯୋଗୁ ସୁଫଳ ମିଳନାହିଁ। ଏଣୁ ବନବାସୀ ମାନେ ନିଜ ଉଦ୍ୟମରେ ଆମ୍ବକୁ ଘୋଳ କରି ଖରାରେ ଶୁଖାଇ ଆମ୍ବ ସଢା ପ୍ରସ୍ତୁତ କରିଥାନ୍ତି। ଯାହାର ଚାହିଦା ଜିଲା ତଥା ଜିଲା ଓ ରାଜ୍ୟ ବାହାରେ ଅଧିକ ରହିଛି ା ପ୍ରକୃତ ପକ୍ଷେ ଏହି ଋତୁରେ ଜିଲାର ସମସ୍ତ ବ୍ଲକର ହଜାର ହଜାର ବନବାସୀ ଆମ୍ବ ବିକି ଦୁଇ ପଇସା ରୋଜଗାର କରି ତେଲ ଲୁଣ କରିଚଳିଥାନ୍ତି ା
ଉପଯୁକ୍ତ ତାଲିମ, ପ୍ରସ୍ତୁତି ବେଳେ ପରିଷ୍କାର ପରିଛନ୍ନତା ତଥା ସୁଦ୍ଧତା ଅବଲମ୍ବନ ହୋଇ ପାରୁନଥିବାରୁ ଏହାର ମୂଲ୍ୟ ମିଳୁନାହିଁ। ସେହିପରି ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ନାହିଁ। ଏଣୁ ଅନେକ ସମୟରେ ସେସବୁ ଠିକ ସମୟରେ ବିକି ନ ପାରିଲେ ନଷ୍ଟ ହୋଇଯାଏ ବୋଲି ମତ ପ୍ରକାଶ ପାଉଛି ା
ବେଲପଶି ଆୟୁର୍ବେଦ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି, ଦେଶୀ ଆମ୍ବର ସ୍ବାଦ ନିଆରା ଏବଂ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର। ଆଜିକାଲି ଅସମୟରେ ଫଳୁ ଥିବା କଲମୀ ଆମ୍ବ ଆଦାୈ ସ୍ବାସ୍ଥ୍ୟପକ୍ଷେ ହିତକର ନୁହେଁ। ଦେଶୀ ଆମ୍ବ ଗଛ ପରିବେଶକୁ ଯେଉଁ ଭଳି ଶହ ଶହ ବର୍ଷ ଧରି ସୁରକ୍ଷା ଦେଇଥାଏ ସେଭଳି କ୍ଷେତ୍ରରେ କଲମୀ ଆମ୍ବ ଗଛ ସୁରକ୍ଷା ଦେଇପାରିବ ନାହିଁ। ଆଗଭଳି ଗଛ ନାହିଁ କିମ୍ବା ସବୁ ବର୍ଷ ଆମ୍ବ ଭଲ ଫଳୁ ନାହିଁ। ବହୁ କଷ୍ଟରେ ଖରାତରାରେ ଆସି ହାଟ ବଜାରରେ ବିକୁଛୁ କିନ୍ତୁ ପରିଶ୍ରମ ଅନୁଯାୟୀ ଅର୍ଥ ମିଳୁନି ବୋଲି ବନବାସୀ ସନାତନ ନାଏକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri