ଜାତୀୟ ରାଜପଥରେ ଗୃହପାଳିତ ପ୍ରାଣୀଙ୍କ ଅବାଧ ବିଚରଣ

 

ବାରିପଦା ଅଫିସ, ୧୨।୬ ସଡ଼କ ଦୁର୍ଘଟଣାକୁ ଏଡାଇବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାତ୍ର ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥାର ଅବହେଳା ଓ ବିଳମ୍ବ କାରଣରୁ ପ୍ରତିଦିନ ଦୁର୍ଘଟଣାରେ ଜୀବନହାନି ଘଟୁଛି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଆବଶ୍ୟକ ବ୍ୟବସ୍ଥା ସହିତ ଉଚିତ୍‌ ପଦକ୍ଷେପ ଗ୍ରହଣ କରା ନ ଗଲେ ସ୍ଥାନୀୟ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି।
ମୟୂରଭଞ୍ଜ ଜିଲାବାସୀଙ୍କର ଦୀର୍ଘଦିନର ଦାବି ପରେ ୧୮ନଂ. ଜାତୀୟ ରାଜପଥ ଝାରପୋଖରିଆ-ନହରପାଟଣା ଦୋହରୀକରଣ ପ୍ରକ୍ରିୟା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ଷେରୁ ଊର୍ଦ୍ଧ୍ୱ କାଳ ୨ଟି ଟୋଲଗେଟରେ ଶୁଳ୍କ ଆଦାୟ ଆରମ୍ଭ ହୋଇଥିବା ବେଳେ ଆଇରନ ଟ୍ରାଇଏଙ୍ଗଲ ଠିକା ସଂସ୍ଥା ପକ୍ଷରୁ ହେଉଥିବା ୮୯କି.ମି. ରାସ୍ତା ନିର୍ମାଣ କାର୍ଯ୍ୟରେ ୮୧କି.ମି.ରୁ ଊର୍ଦ୍ଧ୍ୱ ରାଜପଥର କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ଗଳାପୋଲ ବା ଅଣ୍ଡରପାସ୍‌ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବାରିପଦା ଟାଉନ ବାଇପାସ୍‌ ୭କି.ମି. ରାସ୍ତାରେ ୨-୨ଟି ଗଳାପୋଲ, ବାରିପଦାର ପାଲବଣି, ତଖତପୁର, ଦାରଗାଡ଼ାହି ଓ ମୁର୍ଗାବାଡ଼ିଠାରେ ପ୍ଲାଏଓଭର କାର୍ଯ୍ୟ ଶେଷ ହେବାକୁ ଯାଉଛି। ତେବେ ନିର୍ମାଣକାରୀ ସଂସ୍ଥା ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ କାର୍ଯ୍ୟ ନ ସାରି ସ୍ଥାନେ ସ୍ଥାନେ ସୀମିତ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ କରୁଥିବାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଉଛି ବୋଲି ଅଞ୍ଚଳର ଦୀପକ ମହାନ୍ତ, ରାଜେଶ ନାଏକ ଓ ଶିବପ୍ରସାଦ ମହାନ୍ତ ପ୍ରକାଶ କରିଛନ୍ତି। ରାସ୍ତା ଦୋହରୀକରଣ କାର୍ଯ୍ୟରେ ଯାନବାହନ, ଜନସାଧାରଣ ଓ ଗୃହପାଳିତ ତଥା ବୁଲା ପ୍ରାଣୀଙ୍କ ସୁରକ୍ଷା ପ୍ରତି ରାଜପଥ କର୍ତ୍ତୃପକ୍ଷ ଆଖି ବୁଜିଦେଇଥିବାରୁ ପ୍ରତ୍ୟହ ଦୁର୍ଘଟଣା ବୃଦ୍ଧି ପାଉଛି। ଜାତୀୟ ରାଜପଥ ଦୋହରିକରଣ କାର୍ଯ୍ୟ ପରେ ଯିବା ଓ ଆସିବା ପାଇଁ ପୃଥକ ପ୍ରଶସ୍ତ ରାସ୍ତା ନିର୍ମାଣ ପରେ ଦ୍ରୁତ ଓ ଭାରିଯାନ ଚଳପ୍ରଚଳ ବୃଦ୍ଧି ପାଇଛି ା ୮୯କି.ମି. ରାସ୍ତାର ଡିଭାଇଡ଼ର ଓ ଉଭୟ ପାର୍ଶ୍ୱରେ ଆଲୁମିନିୟମ ବ୍ୟାରିକେଡ ନିର୍ମାଣ ହୋଇ ନ ଥିବାରୁ ଗୃହପାଳିତ ଓ ବୁଲା ପ୍ରାଣୀଙ୍କର ଜାତୀୟ ରାଜପଥରେ ଅବାଧ ବିଚରଣ ପାଇଁ ଦୁର୍ଘଟଣା ବୃଦ୍ଧିର କାରଣ ସାଜିଛି ବୋଲି ରାଗଧା ଅଞ୍ଚଳର ନୀଳାମ୍ବର ପାତ୍ର, ସୁଦର୍ଶନ ନାଏକ ଓ ବ୍ରଜକିଶୋର ପାତ୍ର ପ୍ରକାଶ କରିଛନ୍ତି। ଏହି ୮୯କି.ମି. ରାସ୍ତାରେ ବାଲେଶ୍ୱର ନହରପାଟଣାଠାରୁ ଝାରପୋଖରିଆ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ରେମୁଣା, ବେତନଟୀ, ମୋରଡ଼ା, ବାରିପଦା ସଦର, କୁଳିଅଣା, ବାଙ୍ଗିରିପୋଷି ଓ ସାରସକଣାକୁ ମିଶାଇ ୭ଟି ବ୍ଲକର ୬୦ରୁ ଊର୍ଦ୍ଧ୍ୱ ରାଜସ୍ବ ଗ୍ରାମ ରହିଛି। ସେହିପରି ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଚଳପ୍ରଚଳ କରୁଥିବା ରାସ୍ତାଗୁଡିକ ଖାଲଖମାରେ ଭର୍ତ୍ତି ହୋଇଛି। ଫଳରେ ବର୍ଷାଦିନେ ଅଧିକ ଦୁର୍ଘଟଣା ଘଟିବ ବୋଲି ଅନୁମାନ କରାଯାଇଛି। ଗୋଟିଏପଟେ ସଡ଼କ ଦୁର୍ଘଟଣା କମାଇବା ପାଇଁ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ଜାତୀୟ ରାଜପଥ ଦୋହରୀକରଣ କାର୍ଯ୍ୟରେ ଗୁରୁତ୍ୱ ଦିଆଯିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି ା ଅପରପକ୍ଷରେ ରାସ୍ତା ମଝିରେ ବୃକ୍ଷରୋପଣ କାର୍ଯ୍ୟକୁ ହାଲୁକା ଭାବରେ ନିର୍ମାଣ ସଂସ୍ଥା ନେଉଥିବାରୁ ରାତି ସମୟରେ ଉଭୟପଟୁ ଯାନବାହନଗୁଡିକର ଆଲୋକ ଚାଳକଙ୍କ ପାଇଁ ବିପଦ ସାଜିଛି। ଭାରତ ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ନିର୍ମାଣକାରୀ ସଂସ୍ଥାକୁ ଏହି ସମସ୍ୟା ଦୂର ପାଇଁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ସୁଦାମ-ନବଚରଣ ଲଢ଼େଇ

ବାରିପଦା,୨୮ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଭାଜପା ଓ ବିଜେଡି ପକ୍ଷରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲାରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ଦୁଇ ପ୍ରମୁଖ ଦଳର...

ଅଫିମ ବେପାରୀଙ୍କ ପାଇଁ ଅକଳରେ ଆଦିବାସୀ

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷର ପସରା ମେଲିଛି। ଏକର ଏକର ଜମିରେ ଅଫିମ ଚାଷ କରି ମାଲେମାଲେ ହେଉଥିବା...

ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ

ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି...

ବଜ୍ରପାତରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଆହତ

ଠାକୁରମୁଣ୍ଡା,୧୮ା୩(ତାରାକାନ୍ତ ପଟ୍ଟନାୟକ): ସୋମବାର ସକାଳେ ବଜ୍ରପାତ ହୋଇ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା...

ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ କଲେ ଗ୍ରାମବାସୀ

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ଗାଡ଼ି ଜବତ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର...

ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ

ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ...

ଦୁଆରଶୁଣୀ ଘାଟିରେ ୨ ବସ୍‌ ମଝିରେ ପଶିଲା ପିକ୍‌ଅପ୍‌

ବାରିପଦା,୧୦ା୩(ନିଳାଦ୍ରୀ ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ଦୁଇ ଯାତ୍ରୀବାହୀ ବସ୍‌ ଓ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ...

ହୃଦଘାତରେ ଚାଲିଗଲା ପିଇଓଙ୍କ ଜୀବନ: ଆଖି ଦାନ କଲେ ପରିବାର

ମୋରଡ଼ା,୭।୩(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଅଧୀନ ହଳଦୀପାଳ ଗ୍ରାମରେ ଜଣେ ପିଇଓଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଅଞ୍ଚଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri