‘ଆଦିବାସୀଙ୍କ ଲୋକନୃତ୍ୟ, ସଙ୍ଗୀତ ବିଦେଶରେ ପହଞ୍ଚିଛି’

ଜୁନାଗଡ଼,୧୨।୨: କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆରେ ଶୁକ୍ରବାର ସନ୍ଧ୍ୟାରେ ଜାତୀୟସ୍ତରୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ କଳାହାଣ୍ଡିର ଐତିହ୍ୟ, ସଂସ୍କୃତି, ପରମ୍ପରା ନିଆରା। ଏଠାକାର ଆଦିବାସୀଙ୍କ ଲୋକନୃତ୍ୟ, ଲୋକ ସଙ୍ଗୀତ ଦେଶ ବିଦେଶରେ ପହଞ୍ଚତ୍ଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବରିଷ୍ଠ ଖବରଦାତା ଉମାଶଙ୍କର କର ଯୋଗ ଦେଇଥିଲେ। ପ୍ରଫେସର ସୁଶାନ୍ତ କୁମାର ପାଢୀ ସଭା ପରିଚାଳନା କରିଥିଲେ। ଉଦ୍‌ଘାଟନୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆସାମର ଭୋର୍‌ତାଲ୍‌-କାକଳି ହିଜାରିକା ଓ ସାଥି, ଝାରଖଣ୍ଡର ଛଉନୃତ୍ୟ ଖରସୁଆଁ-ଦିଲଦାର ଅନସାରୀ, ପଶ୍ଚିମବଙ୍ଗର ରେବେନ୍ସ-ବୋଲପୁର ଚତୁରଙ୍ଗ ଓ ସାଥି, ଓଡ଼ିଶାର ମୋଗଲତାମସା-ବଂଶୀବଲ୍ଲବ ସାହିତ୍ୟ ସଂସ୍କୃତି ପରିଷଦ ଭଦ୍ରକ ଓ ଦୁରୁଆ ନାଚ କୂଳମଣି ଜେନା ଓ ସାଥି କୋରାପୁଟ ନୃତ୍ୟ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Dharmendra Pradhan Resignation: ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀଙ୍କୁ କେତେ ମିଳେ ପେନସନ୍? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬ା୭:ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚାପ ବଢ଼ିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା କକ୍‌ରୋଚ ଜନତା ପାର୍ଟି (ସିଜେପି)…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ସମୁଦ୍ର ନୁହେଁ, ମରୁଭୂମିରୁ ମିଳିଲା ୫୦୦ ବର୍ଷ ପୁରୁଣା ଜାହାଜ; ଭିତରୁ ବାହାରିଲା କୋଟି କୋଟି ଟଙ୍କାର ଖଜଣା

ନୂଆଦିଲ୍ଲୀ,୨୬ା୭: କଳ୍ପନା କରନ୍ତୁ, ଯେଉଁଠି ଚାରିଆଡ଼େ କେବଳ ବାଲି ହିଁ ବାଲି, ସେଠାରେ ଅଚାନକ ଏକ ପୁରୁଣା ଜାହାଜ ମିଳିଗଲେ କେମିତି ଲାଗିବ? ଏପରି ହିଁ ଘଟିଥିଲା…

ଲୋହିତ ସାଗର ଜଳିଗଲେ ବି ‘ଇରାନର କୁମ୍ଭକର୍ଣ୍ଣ’ ଭାରତର କିଛି କ୍ଷତି କରିପାରିବ ନାହିଁ

ତେହରାନ/ନୂଆଦିଲ୍ଲୀ,୨୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପର୍ଯ୍ୟନ୍ତ କେବଳ ହର୍ମୁଜ ପ୍ରଣାଳୀ ଜାହାଜ ଚଳାଚଳ ପାଇଁ ବନ୍ଦ ଥିଲା, କିନ୍ତୁ ଏହି ସଂଘର୍ଷର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ…

ଭୁବନେଶ୍ୱର,୨୬ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା…

ଘୁଙ୍ଗିଯୋର ପୋଲ ଉପରେ ୫ ଫୁଟ ବନ୍ୟାଜଳ: ବୀରମହାରାଜପୁର–ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୨୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଭୂତିଆପାଲି ଏବଂ ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ମଧ୍ୟରେ ପ୍ରବାହିତ ଘୁଙ୍ଗିଯୋରରେ ବନ୍ୟାଜଳ…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

ମୋଦିଙ୍କ ମନ କି ବାତ: କାରଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ, ପ୍ରତି ମାସର ଶେଷ ରବିବାର ସକାଳ ୧୧ ଟାର ବିଶେଷ ଗୁରୁତ୍ୱ ରହିଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri