ଉପଦ୍ରବ ରୋକିବାରେ ଉଦାସୀନ

ପରିକ୍ଷିତ ସାହୁ
ବଇଣ୍ଡା,୨୨ା୯ – ହାତୀଜନିତ କ୍ଷୟକ୍ଷତିକୁ ନେଇ ଅଥୟ ହୋଇପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ଓ ବାମୁର ରେଞ୍ଜ ଅଞ୍ଚଳର ଚାଷୀ। ଫସଲ ବଞ୍ଚାଇବାକୁ ସେମାନେ ରାତି ଅନିଦ୍ରା ହେଉଥିବାବେଳେ ବନ ବିଭାଗର ନିଦ ଭାଙ୍ଗୁନାହିଁ। ଏପରି କି ହାତୀପଲଙ୍କୁ ତଡ଼ିବାକୁ ବାଜା କି ବାଣ ବ୍ୟବସ୍ଥା କରାଯାଉ ନାହିଁ। ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ଠିକଣା ସମୟରେ ହାତୀ ସ୍କ୍ବାଡ୍‌ଙ୍କ ଦେଖା ମିଳୁନାହିଁ। ଶତାଧିକ ଏକର ଚାଷ ନଷ୍ଟ ହୋଇସାରିଥିବାରୁ ଏଣିକି ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଲେଣି ଚାଷୀ। ବୁଧବାର ବାମୁର ରେଞ୍ଜ କାର୍ଯ୍ୟାଳୟ ଘେରାଉ କରିବାକୁ ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
୧୮ ହଜାର ୮୯୪ ହେକ୍ଟର ପରିମିତ ହଣ୍ଡପା ରେଞ୍ଜରେ ୧୫ଟି ପଞ୍ଚାୟତ ରହିଛି। ତେବେ ହାତୀ ଉପଦ୍ରବ ହିଁ ଏଠାକାର ଚାଷୀଙ୍କ ମୁଖ୍ୟ ସମସ୍ୟା ପାଲଟିଛି। ବିଶେଷକରି ମାସେ ହେବ ୧୨ଟି ହାତୀ ରେଞ୍ଜ ଅଞ୍ଚଳର ଶତାଧିକ ଏକର ଜମିରେ ହୋଇଥିବା ଚାଷ ନଷ୍ଟ କରିଛନ୍ତି। ପାର୍ବତୀପୁର ଗ୍ରାମର ରସା ଦେହୁରୀ, ବୃଷବ ପ୍ରଧାନ, ଅଭି ଦେହୁରୀ, ଶତ୍ରୁଘ୍ନ ବିଶ୍ୱାଳ, ଅଁଳାବେରେଣି ଗ୍ରାମର ଲେମ୍ବୁଦର ଦେହୁରୀ, ଭକ୍ତ ପରିଡା, କଣ୍ଟେଇକୋଳିଆ ଗ୍ରାମର ନେଙ୍କୁରି ଦେହୁରୀ, ହରମୋହନ ପ୍ରଧାନ, ଅପି ଦେହୁରୀ, ଲେମ୍ବୁ ଦେହୁରୀ, ଇଚ୍ଛାପୁର ଗ୍ରାମର ଭାଗୀରଥୀ ସାହୁ, ସନାତନ ସାହୁ, ବଂଶୀଧର ସାହୁ, ଡମ୍ବୁର ଦେହୁରୀ, ବଡହୁଲା ଗ୍ରାମର ଶାନ୍ତିଲତା ପ୍ରଧାନ, ଗାଁ ବଇଣ୍ଡା ଗ୍ରାମର ଶିବରାମ ସାହୁ, ବିଡିଶିଙ୍ଗି ଗ୍ରାମର ଗିରିଧାରୀ ସାହୁ, ଅରୁଣ ସାହୁ, ଅଲେଖ ସାହୁ, ଗୋବର୍ଦ୍ଧନ ସାହୁ, ଯଶୋବନ୍ତ ପ୍ରଧାନ, ଜଗବନ୍ଧୁ ପ୍ରଧାନ, ବଳରାମ ପ୍ରଧାନ, କୈଳାସ ପ୍ରଧାନ, ସଞ୍ଜୀବ ପ୍ରଧାନ, ଦୀନବନ୍ଧୁ ପ୍ରଧାନ ଓ ଧୁଣ୍ଡି ଗ୍ରାମର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନେ କରିଥିବା ୫୦ ଏକରରେ ଧାନ ଚାଷ, ୫ ଏକର ବାଇଗଣ ଚାଷ, ଲଗାଇଥିବା ୭ ହଜାର କୋବି ଚାରା, ୩ ହଜାର ମକା ଚାରା, ୩ ଶହ କଦଳୀ ଗଛକୁ ହାତୀମାନେ ଦଳି ଚକଟି ଦେଇଛନ୍ତି। ଦଳ ଦଳ ହୋଇ ଆସୁଥିବା ହାତୀଙ୍କୁ ଘଉଡ଼ାଇବାକୁ ହଣ୍ଡପା ରେଞ୍ଜ କାର୍ଯ୍ୟାଳୟକୁ ସୂଚନା ଦିଆଯାଉଥିଲେ ମଧ୍ୟ ତୁରନ୍ତ ପଦକ୍ଷେପ ନିଆଯାଉ ନ ଥିବା ବିଡିଶିଙ୍ଗି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଗ୍ରାମବାସୀ ଚାନ୍ଦା ଆଦାୟ କରି ବାଣ କିଣି ଫୁଟାଇବା ସହ ରାତିରେ ନିଆଁ ହୁଳା ଜାଳି ହାତୀ ଘଉଡ଼ାଉଛନ୍ତି। ସେହିପରି ବାମୁର ରେଞ୍ଜର କଦଳୀମୁଣ୍ଡା, ବାଦୀବାହାଳ, ବାଣପୁର, ଭେଜିଡିହ, ଭଣ୍ଡାରିମୁଣ୍ଡା, ଟୁସର ଗ୍ରାମରେ ହାତୀ ପଲ ୨୦ ଏକର ଧାନ ଚାଷ ନଷ୍ଟ କରିଛନ୍ତି। କ୍ଷତିପୂରଣ ପାଇଁ ଅନ୍‌ଲାଇନରେ ଆବେଦନ କରିବାର ନିୟମ ଥିବାରୁ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳର ବହୁ ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି। ଏପରି କି ଆବେଦନ ପରେ ମଧ୍ୟ ଚାଷୀମାନଙ୍କ କ୍ଷୟକ୍ଷତି ମାସ ମାସ ଧରି ଆକଳନ କରାଯାଉ ନ ଥିବା ସେମାନେ ଅଭିଯୋଗ କରୁଛନ୍ତି। ଏ ନେଇ ଆଠମଲ୍ଲିକ ଡିଏଫ୍‌ଓ ଏସ. ଆନନ୍ଦ କହିଛନ୍ତି, ହାତୀପଲ କିଭଳି ଗଁାଗୁଡ଼ିକ ନିକଟରୁ ଦୂରେଇ ରହିବେ ସେ ନେଇ ପଦକ୍ଷେପ ନିଆଯିବ। କ୍ଷତିଗ୍ରସ୍ତଙ୍କୁ ଶୀଘ୍ର ଚିହ୍ନଟ କରାଯାଇ କ୍ଷତିପୂରଣ ଯୋଗାଇ ଦିଆଯିବ।
ଶୀଘ୍ର କ୍ଷତିପୂରଣ ମିଳୁନାହିଁ
ବାମୁର ରେଞ୍ଜରେ ହାତୀ ଉପଦ୍ରବ ଚାଷୀଙ୍କ ଚିନ୍ତାର କାରଣ ହୋଇଛି। କିନ୍ତୁ ବନବିଭାଗ ଅଧିକାରୀମାନେ କୌଣସି ପଦକ୍ଷେପ ନେଉନାହାନ୍ତି। ଅନ୍‌ଲାଇନ ମାଧ୍ୟମରେ ଅଭିଯୋଗ କଲେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳୁନାହଁି।
-ଦୀନବନ୍ଧୁ ପ୍ରଧାନ, ସଭାପତି, ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି
ଡାଲି ଜାତୀୟ ଫସଲ ନଷ୍ଟ
ମଙ୍ଗଳବାର ଧୁଣ୍ଡି ଗ୍ରାମକୁ ହାତୀପଲ ପଶିଆସି ବହୁ ଚାଷ ନଷ୍ଟ କରିଛନ୍ତି। ବିଶେଷକରି ଡାଲି ଜାତୀୟ ଫସଲ ଦଳିଚକଟି ଦେଇଛନ୍ତି। ହାତୀ ଘଉଡାଇବା ଦିଗରେ ବନବିଭାଗ ଠିକ୍‌ ସମୟରେ ପଦେକ୍ଷେପ ନେଉନାହିଁ।
-ସନ୍ତୋଷ କୁମାର ପ୍ରଧାନ, ଧୁଣ୍ଡି
ଚାଷୀଙ୍କ ଚିନ୍ତା ବଢ଼ୁଛି
ହାତୀ ଉପଦ୍ରବ ଯୋଗୁ ପରିବା ଚାଷ ଅଧିକ ନଷ୍ଟ ହେଉଛି। କିନ୍ତୁ ଚାଷୀ ସହୁଥିବା ଏହି କ୍ଷତି କିପରି ଶୀଘ୍ର ଭରଣା ହେବ ସେ ଦିଗରେ ପଦକ୍ଷେପ ନିଆଯାଉ ନାହିଁ କି ଏହାର ସ୍ଥାୟୀ ସମାଧାନର ବାଟ ବାହାର କରାଯାଉ ନାହିଁ।
-ମେନକା ସାହୁ, ବିଡିଶିଙ୍ଗି
ଋଣ ଶୁଝି ପାରିବୁନି
ବହୁ ଚାଷୀ ଋଣ କରି ବିଭିନ୍ନ ଚାଷ କରିଥିଲେ। ହେଲେ ହାତୀ ପଲ ଫସଲ ନଷ୍ଟ କରିଦେଉଥିବାରୁ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ବନ ବିଭାଗର ଅବହେଳା କାରଣରୁ ଚାଷୀ କରିଥିବା ଋଣ ଶୁଝି ପାରିବନି।
-ବୃଷଭ ପ୍ରଧାନ, ପାର୍ବତୀପୁର
ସ୍ଥାୟୀ ସମାଧାନ ଆବଶ୍ୟକ
ନିୟମିତ ହାତୀ ଉପଦ୍ରବ ଚାଷୀଙ୍କୁ ବହୁ କ୍ଷତି ପହଞ୍ଚାଉଛି। ବନ ବିଭାଗ ଦେଉଥିବା କ୍ଷତିପୂରଣ ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ପ୍ରତିବର୍ଷ କ୍ଷତି ଭରଣା କରିବା ଅପେକ୍ଷା ଏହାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ।
-ଅରବିନ୍ଦ ସାହୁ, ଭାଜପା ନେତା


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri