ପୁଞ୍ଜିନିବେଶରେ ଉଦାସୀନତା ବାଧା

ରାଜ୍ୟରେ ଶିଳ୍ପାୟନ ହେବ। ଜାତୀୟ ଅନ୍ତର୍ଜାତୀୟ ସ୍ତରରୁ ପୁଞ୍ଜିନିବେଶକାରୀ ଓଡ଼ିଶା ଆସି ପୁଞ୍ଜି ଖଟାଇବେ । ନିଯୁକ୍ତି ସୁଯୋଗ ବହୁଗୁଣିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭଠାରୁ ଆରମ୍ଭକରି ଦେଶ ବିଦେଶରେ ରୋଡ୍‌ ଶୋ ଭଳି କାର୍ଯ୍ୟକ୍ରମ କରୁଛନ୍ତି। ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ଏବଂ ଏ ଦିଗରେ ହେଉଥିବା ସମସ୍ୟାର ସମାଧାନ କରିବାକୁ ଅଧିକାରୀମାନଙ୍କୁ ବାରମ୍ବାର ତାଗିଦ କରୁଛନ୍ତି। ହେଲେ ବିଭାଗୀୟ ଉଦାସୀନତା ଏବଂ ପ୍ରକଳ୍ପ ପାଇଁ ଭିତ୍ତିଭୂମି ନିର୍ମାଣରେ ହେଉଥିବା ବିଳମ୍ବ ଲକ୍ଷ୍ୟ ପୂରଣରେ ବାଧା ସୃଷ୍ଟି କରୁଛି। ଫଳରେ ରାଜ୍ୟ କେନ୍ଦ୍ରୀୟ ଅନୁଦାନ ହରାଇବା ସହ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇପାରୁନାହିଁ। ରାଜ୍ୟର ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ମିଳିପାରୁନାହିଁ।

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ):ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଇନ୍‌ଫୋସିଟି-୨ ସୂଚନା ପ୍ରଯୁକ୍ତି (ଆଇଟି) ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ(ଏସ୍‌ଇଜେଡ୍‌) ଲକ୍ଷ୍ୟ ପୂରଣ ଦିଗରେ ଫେଲ୍‌ ମାରିଛି। ଭିତ୍ତିଭୂମି ନିର୍ମାଣରେ ବିଳମ୍ବ, ଜମି ଅଧିଗ୍ରହଣ ଏବଂ ଏସ୍‌ଇଜେଡ୍‌ ପଲିସି ପ୍ରସ୍ତୁତ କରିବାରେ ବିଳମ୍ବ ଯୋଗୁ ଇନ୍‌ଫୋସିଟି-୨ ଏସ୍‌ଇଜେଡ୍‌ର ଫାଇଦା ରାଜ୍ୟକୁ ମିଳିପାରିଲା ନାହିଁ। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗରେ କରାଯାଇଥିବା ଅଡିଟ ରିପୋର୍ଟରେ ଏ କଥା କୁହାଯାଇଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ଏସ୍‌ଇଜେଡ୍‌ ଆଇନ-୨୦୦୫ ଅନୁଯାୟୀ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇଁ ଟିକସ, ଭିତ୍ତିଭୂମି ନିର୍ମାଣ, ଆମଦାନୀ, ରପ୍ତାନି ଉପରେ ରିହାତି ଦେବା ଲକ୍ଷ୍ୟରେ ଏସ୍‌ଇଜେଡ୍‌ ସ୍ଥାପନ କରାଯିବାକୁ ବ୍ୟବସ୍ଥା ରହିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି(ଇ ଆଣ୍ଡ ଆଇଟି) ୨୦୦୬ରେ ସୂଚନା ପ୍ରଯୁକ୍ତି ଆଧାରରେ ଭୁବନେଶ୍ୱରଠାରେ ଇନ୍‌ଫୋସିଟି-୨ ଆଇଟି ଏସ୍‌ଇଜେଡ୍‌ ସ୍ଥାପନ କରିବାକୁ ଇଡ୍‌କୋକୁ ଦାୟିତ୍ୱ ଦିଆଯାଇଥିଲା। ୨୦୧୯ ସୁଦ୍ଧା ରାଜ୍ୟକୁ ୬୬୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ୨୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଥିଲା। ୨୦୦୬ ଅକ୍ଟୋବରରେ କେନ୍ଦ୍ର ସରକାର ଏହି ଏସ୍‌ଇଜେଡ୍‌ ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ। ୩ ବର୍ଷ ଅର୍ଥାତ ୨୦୦୯ ଅକ୍ଟୋବର ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଏହି ସମୟରେ ଅତି କମ୍‌ରେ ଗୋଟିଏ ଆଇଟି ୟୁନିଟ୍‌ ଯେପରି ଉତ୍ପାଦନ ଆରମ୍ଭ କରିବ ସେ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁ ଇଡ୍‌କୋର ଅନୁରୋଧକ୍ରମେ କେନ୍ଦ୍ର ସରକାର ଏସ୍‌ଇଜେଡ୍‌ର ଅବଧିକୁ ୨୦୧୫ ଯାଏ ବୃଦ୍ଧି କରିଥିଲେ। ଏସ୍‌ଇଜେଡ୍‌ର ଭିତ୍ତିଭୂମି ନିର୍ମାଣ ଯଥା ଜଳଯୋଗାଣ, ବିଦ୍ୟୁତ୍‌, ପାଚେରି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଇ ଆଣ୍ଡ ଆଇଟି ବିଭାଗ ୨୦୦୮-୦୯ରୁ ୨୦୧୭-୧୮ ମଧ୍ୟରେ ଇଡ୍‌କୋକୁ ୧.୫ କୋଟି ଟଙ୍କା ପ୍ରଦାନ କରିଥିଲା। ହେଲେ ଏହି ଅର୍ଥ ଏକକାଳୀନ ପ୍ରଦାନ କରା ନ ଯିବାରୁ ଏସ୍‌ଇଜେଡ୍‌ ନିର୍ମାଣରେ ବିଳମ୍ବ ହୋଇଥିଲା। ଉକ୍ତ ଏସ୍‌ଇଜେଡ୍‌ ପାଇଁ ୨୦୧୧ ଅକ୍ଟୋବର ସୁଦ୍ଧା ୨୬୨.୫୭ ଏକର ଜମିର ଆବଶ୍ୟକତା ଥିବାବେଳେ ୨୦୧୫ ସୁଦ୍ଧା ଖୋର୍ଦ୍ଧା ଜିଲା ଜମି ଗ୍ରହଣ ଅଧିକାରୀ ଜମି ଅଧିଗ୍ରହଣ କରି ପାରି ନ ଥିଲେ। ଏହି ସମୟ ସୁଦ୍ଧା ମାତ୍ର ୨୭.୨୮୨ ଏକର ଜମିରେ ଏସ୍‌ଇଜେଡ୍‌ ପାଇଁ ବାହ୍ୟ ରାସ୍ତା ନିର୍ମାଣ କରାଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
କେବଳ ସେତିକି ନୁହେଁ, ଆଇଟି ଏସ୍‌ଇଜେଡ୍‌ ପାଇଁ ବିଶ୍ୱସ୍ତରରୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ସକାଶେ ୩.୨୪ କୋଟି ଟଙ୍କା ବ୍ୟୟରେ ଏକ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ୨୦୧୪ ଜୁଲାଇ ସୁଦ୍ଧା ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଇଡ୍‌କୋ ନିଷ୍ପତ୍ତି ନେଇଥିଲା। ଉକ୍ତ ସଂସ୍ଥା ୨ ବର୍ଷ ବିଳମ୍ବରେ ଅର୍ଥାତ ୨୦୧୬ରେ ମାଷ୍ଟର ପ୍ଲାନ ଦାଖଲ କରିଥିଲା। ତେବେ ଏହି ମାଷ୍ଟର ପ୍ଲାନରେ ଅନେକ ତ୍ରୁଟି ଥିବାରୁ ଏହାକୁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇ ନ ଥିଲା। ଫଳରେ ଏଥିଯୋଗୁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବା ସହ ଇଡ୍‌କୋ ପକ୍ଷରୁ ଉକ୍ତ ସଂସ୍ଥାକୁ ଦିଆଯାଇଥିବା ୩.୦୮ କୋଟି ଟଙ୍କା ମଧ୍ୟ ବରବାଦ ହୋଇଥିବା ସିଏଜି ଦର୍ଶାଇଛନ୍ତି। ମାଷ୍ଟର ପ୍ଲାନ ବିଳମ୍ବ ଯୋଗୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରାଯାଇପାରିଲା ନାହିଁ। ଏସ୍‌ଇଜେଡ୍‌ ନୀତି ବିଳମ୍ବ ହେବା ଏବଂ ସ୍ପଷ୍ଟତା ଅଭାବ ଯୋଗୁ ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶକୁ ଆକୃଷ୍ଟ କରାଯାଇପାରିଲା ନାହିଁ। ଫଳରେ ୨୦୧୪ରୁ ୨୦୧୭-୧୮ ସୁଦ୍ଧା ଇନ୍‌ଫୋସିଟି-୨ ଆଇଟି ଏସ୍‌ଇଜେଡ୍‌ରେ ୬୬୦୦ କୋଟିରୁ ମାତ୍ର ୫୦୮.୧୮ କୋଟି ଟଙ୍କାର ରପ୍ତାନି ହୋଇଥିବା ବେଳେ ୨୮ ହଜାରରୁ ମାତ୍ର ୧୫୨୦ ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ୨ ମିନିଟ୍‌ରେ…

ନୂଆଦିଲ୍ଲୀ,୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୌତମ ବୁଦ୍ଧ ନଗର ଜିଲା ଜେଓ୍ବାରରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri