ପୁଞ୍ଜିନିବେଶରେ ଉଦାସୀନତା ବାଧା

ରାଜ୍ୟରେ ଶିଳ୍ପାୟନ ହେବ। ଜାତୀୟ ଅନ୍ତର୍ଜାତୀୟ ସ୍ତରରୁ ପୁଞ୍ଜିନିବେଶକାରୀ ଓଡ଼ିଶା ଆସି ପୁଞ୍ଜି ଖଟାଇବେ । ନିଯୁକ୍ତି ସୁଯୋଗ ବହୁଗୁଣିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭଠାରୁ ଆରମ୍ଭକରି ଦେଶ ବିଦେଶରେ ରୋଡ୍‌ ଶୋ ଭଳି କାର୍ଯ୍ୟକ୍ରମ କରୁଛନ୍ତି। ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ଏବଂ ଏ ଦିଗରେ ହେଉଥିବା ସମସ୍ୟାର ସମାଧାନ କରିବାକୁ ଅଧିକାରୀମାନଙ୍କୁ ବାରମ୍ବାର ତାଗିଦ କରୁଛନ୍ତି। ହେଲେ ବିଭାଗୀୟ ଉଦାସୀନତା ଏବଂ ପ୍ରକଳ୍ପ ପାଇଁ ଭିତ୍ତିଭୂମି ନିର୍ମାଣରେ ହେଉଥିବା ବିଳମ୍ବ ଲକ୍ଷ୍ୟ ପୂରଣରେ ବାଧା ସୃଷ୍ଟି କରୁଛି। ଫଳରେ ରାଜ୍ୟ କେନ୍ଦ୍ରୀୟ ଅନୁଦାନ ହରାଇବା ସହ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇପାରୁନାହିଁ। ରାଜ୍ୟର ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ମିଳିପାରୁନାହିଁ।

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ):ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଇନ୍‌ଫୋସିଟି-୨ ସୂଚନା ପ୍ରଯୁକ୍ତି (ଆଇଟି) ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ(ଏସ୍‌ଇଜେଡ୍‌) ଲକ୍ଷ୍ୟ ପୂରଣ ଦିଗରେ ଫେଲ୍‌ ମାରିଛି। ଭିତ୍ତିଭୂମି ନିର୍ମାଣରେ ବିଳମ୍ବ, ଜମି ଅଧିଗ୍ରହଣ ଏବଂ ଏସ୍‌ଇଜେଡ୍‌ ପଲିସି ପ୍ରସ୍ତୁତ କରିବାରେ ବିଳମ୍ବ ଯୋଗୁ ଇନ୍‌ଫୋସିଟି-୨ ଏସ୍‌ଇଜେଡ୍‌ର ଫାଇଦା ରାଜ୍ୟକୁ ମିଳିପାରିଲା ନାହିଁ। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗରେ କରାଯାଇଥିବା ଅଡିଟ ରିପୋର୍ଟରେ ଏ କଥା କୁହାଯାଇଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ଏସ୍‌ଇଜେଡ୍‌ ଆଇନ-୨୦୦୫ ଅନୁଯାୟୀ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇଁ ଟିକସ, ଭିତ୍ତିଭୂମି ନିର୍ମାଣ, ଆମଦାନୀ, ରପ୍ତାନି ଉପରେ ରିହାତି ଦେବା ଲକ୍ଷ୍ୟରେ ଏସ୍‌ଇଜେଡ୍‌ ସ୍ଥାପନ କରାଯିବାକୁ ବ୍ୟବସ୍ଥା ରହିଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି(ଇ ଆଣ୍ଡ ଆଇଟି) ୨୦୦୬ରେ ସୂଚନା ପ୍ରଯୁକ୍ତି ଆଧାରରେ ଭୁବନେଶ୍ୱରଠାରେ ଇନ୍‌ଫୋସିଟି-୨ ଆଇଟି ଏସ୍‌ଇଜେଡ୍‌ ସ୍ଥାପନ କରିବାକୁ ଇଡ୍‌କୋକୁ ଦାୟିତ୍ୱ ଦିଆଯାଇଥିଲା। ୨୦୧୯ ସୁଦ୍ଧା ରାଜ୍ୟକୁ ୬୬୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ୨୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଥିଲା। ୨୦୦୬ ଅକ୍ଟୋବରରେ କେନ୍ଦ୍ର ସରକାର ଏହି ଏସ୍‌ଇଜେଡ୍‌ ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ। ୩ ବର୍ଷ ଅର୍ଥାତ ୨୦୦୯ ଅକ୍ଟୋବର ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଏହି ସମୟରେ ଅତି କମ୍‌ରେ ଗୋଟିଏ ଆଇଟି ୟୁନିଟ୍‌ ଯେପରି ଉତ୍ପାଦନ ଆରମ୍ଭ କରିବ ସେ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁ ଇଡ୍‌କୋର ଅନୁରୋଧକ୍ରମେ କେନ୍ଦ୍ର ସରକାର ଏସ୍‌ଇଜେଡ୍‌ର ଅବଧିକୁ ୨୦୧୫ ଯାଏ ବୃଦ୍ଧି କରିଥିଲେ। ଏସ୍‌ଇଜେଡ୍‌ର ଭିତ୍ତିଭୂମି ନିର୍ମାଣ ଯଥା ଜଳଯୋଗାଣ, ବିଦ୍ୟୁତ୍‌, ପାଚେରି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଇ ଆଣ୍ଡ ଆଇଟି ବିଭାଗ ୨୦୦୮-୦୯ରୁ ୨୦୧୭-୧୮ ମଧ୍ୟରେ ଇଡ୍‌କୋକୁ ୧.୫ କୋଟି ଟଙ୍କା ପ୍ରଦାନ କରିଥିଲା। ହେଲେ ଏହି ଅର୍ଥ ଏକକାଳୀନ ପ୍ରଦାନ କରା ନ ଯିବାରୁ ଏସ୍‌ଇଜେଡ୍‌ ନିର୍ମାଣରେ ବିଳମ୍ବ ହୋଇଥିଲା। ଉକ୍ତ ଏସ୍‌ଇଜେଡ୍‌ ପାଇଁ ୨୦୧୧ ଅକ୍ଟୋବର ସୁଦ୍ଧା ୨୬୨.୫୭ ଏକର ଜମିର ଆବଶ୍ୟକତା ଥିବାବେଳେ ୨୦୧୫ ସୁଦ୍ଧା ଖୋର୍ଦ୍ଧା ଜିଲା ଜମି ଗ୍ରହଣ ଅଧିକାରୀ ଜମି ଅଧିଗ୍ରହଣ କରି ପାରି ନ ଥିଲେ। ଏହି ସମୟ ସୁଦ୍ଧା ମାତ୍ର ୨୭.୨୮୨ ଏକର ଜମିରେ ଏସ୍‌ଇଜେଡ୍‌ ପାଇଁ ବାହ୍ୟ ରାସ୍ତା ନିର୍ମାଣ କରାଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
କେବଳ ସେତିକି ନୁହେଁ, ଆଇଟି ଏସ୍‌ଇଜେଡ୍‌ ପାଇଁ ବିଶ୍ୱସ୍ତରରୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ସକାଶେ ୩.୨୪ କୋଟି ଟଙ୍କା ବ୍ୟୟରେ ଏକ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ୨୦୧୪ ଜୁଲାଇ ସୁଦ୍ଧା ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଇଡ୍‌କୋ ନିଷ୍ପତ୍ତି ନେଇଥିଲା। ଉକ୍ତ ସଂସ୍ଥା ୨ ବର୍ଷ ବିଳମ୍ବରେ ଅର୍ଥାତ ୨୦୧୬ରେ ମାଷ୍ଟର ପ୍ଲାନ ଦାଖଲ କରିଥିଲା। ତେବେ ଏହି ମାଷ୍ଟର ପ୍ଲାନରେ ଅନେକ ତ୍ରୁଟି ଥିବାରୁ ଏହାକୁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇ ନ ଥିଲା। ଫଳରେ ଏଥିଯୋଗୁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବା ସହ ଇଡ୍‌କୋ ପକ୍ଷରୁ ଉକ୍ତ ସଂସ୍ଥାକୁ ଦିଆଯାଇଥିବା ୩.୦୮ କୋଟି ଟଙ୍କା ମଧ୍ୟ ବରବାଦ ହୋଇଥିବା ସିଏଜି ଦର୍ଶାଇଛନ୍ତି। ମାଷ୍ଟର ପ୍ଲାନ ବିଳମ୍ବ ଯୋଗୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରାଯାଇପାରିଲା ନାହିଁ। ଏସ୍‌ଇଜେଡ୍‌ ନୀତି ବିଳମ୍ବ ହେବା ଏବଂ ସ୍ପଷ୍ଟତା ଅଭାବ ଯୋଗୁ ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶକୁ ଆକୃଷ୍ଟ କରାଯାଇପାରିଲା ନାହିଁ। ଫଳରେ ୨୦୧୪ରୁ ୨୦୧୭-୧୮ ସୁଦ୍ଧା ଇନ୍‌ଫୋସିଟି-୨ ଆଇଟି ଏସ୍‌ଇଜେଡ୍‌ରେ ୬୬୦୦ କୋଟିରୁ ମାତ୍ର ୫୦୮.୧୮ କୋଟି ଟଙ୍କାର ରପ୍ତାନି ହୋଇଥିବା ବେଳେ ୨୮ ହଜାରରୁ ମାତ୍ର ୧୫୨୦ ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri