Posted inଜାତୀୟ

ଭାରତର ଭାକ୍ସିନ୍‌ ଆଶା

ନୂଆଦିଲ୍ଲୀ, ୨୦ା୧୧:କରୋନା ମହାମାରୀର ମୁକାବିଲା ଲାଗି ଟିକା ପ୍ରସ୍ତୁତିକୁ ନେଇ ବିଶ୍ୱବ୍ୟାପୀ ଚାଲିଥିବା ପ୍ରତିଯୋଗିତା ଏବେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆମେରିକୀୟ କମ୍ପାନୀ ଫାଇଜର ଏବଂ ମଡର୍ନା ଇତିମଧ୍ୟରେ ସେମାନଙ୍କ ଟିକାର ଚୂଡ଼ାନ୍ତ ପରୀକ୍ଷା ଫଳାଫଳ ଘୋଷଣା କରି ବିଭିନ୍ନ ଦେଶ ପାଇଁ ଆଶା ସଞ୍ଚାର କରିଛନ୍ତି। ୯୫ ପ୍ରତିଶତ ଫଳପ୍ରଦ ଫାଇଜର ଟିକା ଏବେ ବ୍ୟବହାର ନିମନ୍ତେ ଅନୁମୋଦନ ପାଇଁ ଆବେଦନ କରିଛି। ତେବେ ଏହି ଟିକା ପାଇଁ ଆବଶ୍ୟକ ହେଉଥିବା ସୁପର-କୋଲ୍ଡ ଷ୍ଟୋରେଜ୍‌ ଭାରତରେ ମିଳିବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ୧୩୦ କୋଟି ଦେଶବାସୀଙ୍କ ପାଇଁ ଟିକା ଉତ୍ପାଦନ ଓ ସଂଗ୍ରହ ନିମନ୍ତେ ଭାରତ ଫାଇଜର ସମେତ କେତେକ କମ୍ପାନୀ ସହ ଆଲୋଚନା ଚଳାଇଛି।
ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକା
ଭାରତ ଏପର୍ଯ୍ୟନ୍ତ କରିଥିବା ଭାକ୍ସିନ୍‌ ଡିଲ୍‌ ମଧ୍ୟରୁ ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକା ସବୁଠୁ ଅଧିକ ନିର୍ଭରଯୋଗ୍ୟ ବୋଲି କୁହାଯାଉଛି। ୧୦୦ କୋଟି କୋଭିଡ୍‌ ଟିକା ଉତ୍ପାଦନ ଓ ଯୋଗାଣ ଲାଗି ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଷ୍ଟ୍ରାଜେନିକା ସହ କାର୍ଯ୍ୟ କରୁଛି। କୋଭିଶିଲ୍ଡ ନାମରେ ଆସିବାକୁ ଥିବା ଏହି ଭାକ୍ସିନ୍‌ ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରିବାକୁ ଯାଉଛି। ମହାମାରୀ ରୋକିବାରେ ଏହା ବାସ୍ତବ ସମାଧାନ ହୋଇପାରିବ ବୋଲି ଦ୍ୱିତୀୟ ଓ ତୃତୀୟ ପରୀକ୍ଷା ତଥ୍ୟକୁ ଆଧାର କରି ଆଇସିଏମ୍‌ଆର୍‌ କହିଛି। ଏହାର ଅନ୍ତରୀଣ ଫଳାଫଳ ଖୁବ୍‌ଶୀଘ୍ର ଆସିବା ଆଶା କରାଯାଉଛି। ଯଦି ଏହା ସଫଳ ହୁଏ ତେବେ ବର୍ଷ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ। କ୍ଷତିକାରକ ହୋଇ ନଥିବା ସାଧାରଣ ଥଣ୍ଡା ରୋଗ ଭୂତାଣୁ ଏବଂ ଆଡେନୋ ଭୂତାଣୁର ଦୁର୍ବଳ ଭର୍ସନକୁ ଆଧାର କରି ଅକ୍ସଫୋର୍ଡ ଉକ୍ତ ଟିକା ପ୍ରସ୍ତୁତ କରିଛି। ଏହାକୁ ୨ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଗଚ୍ଛିତ ରଖାଯାଇପାରିବ।
ଫାଇଜର ଓ ମଡର୍ନା
ଆମେରିକାର ଫାଇଜର-ବାୟୋଏନ୍‌ଟେକ୍‌ ଏବଂ ମଡର୍ନା କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଟିକା ଯଥାକ୍ରମେ ୯୫% ଓ ୯୪.୫% ସଫଳ ବୋଲି ଚୂଡ଼ାନ୍ତ ପରୀକ୍ଷା ଫଳାଫଳରୁ ଜଣାପଡ଼ିଥିବା ସେମାନେ ଦାବି କରିଛନ୍ତି। ତେବେ ଫାଇଜର ଟିକା ପାଇଁ ବିଯୁକ୍ତ ୭୦ ଡିଗ୍ରୀ ତାପମାତ୍ରା ଆବଶ୍ୟକ ପଡ଼ୁଥିବାରୁ ଏହା ଭାରତ ପକ୍ଷେ ସମ୍ଭବ ନୁହେଁ। ଅନ୍ୟପକ୍ଷରେ ମଡର୍ନା ଟିକାକୁ ବିଯୁକ୍ତ ୨୦ ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ରଖାଯାଇପାରିବ। ଏଭଳି କମର୍ସିଆଲ ଡିପ୍‌ ଫ୍ରିଜ୍‌ ଭାରତରେ ଉପଲବ୍ଧ।
କୋଭାକ୍ସିନ୍‌
ଭାରତ ବାୟୋଟେନ୍‌ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ସହ ମିଶି କୋଭାକ୍ସିନ ଟିକା ପ୍ରସ୍ତୁତ କରୁଛି। ଦୁଇଟି ପର୍ଯ୍ୟାୟ ପରୀକ୍ଷାରୁ ଏହା ନିରାପଦ ଏବଂ କୌଣସି ପ୍ରତିକୂଳ ପ୍ରଭାବ ନ ଥିବା ଜଣାପଡିଛି। ପରୀକ୍ଷାରେ ଭାଗ ନେଇଥିବା ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ପ୍ରବେଶ କରିଥିବା ଏହି ଭାକ୍ସିନ୍‌କୁ ୨ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ରଖାଯାଇପାରିବ।
ସ୍ପୁଟ୍‌ନିକ ଭି
ସ୍ପୁଟ୍‌ନିକ୍‌ ଭି ଟିକା ପାଇଁ ଭାରତ ରୁଷିଆର ଗାମାଲେୟା ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ସହ ଡିଲ୍‌ କରିଛି। ଏହି ଟିକା ୯୨ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉକ୍ତ ଟିକା ଭାରତରେ ପ୍ରସ୍ତୁତ କରିବା ଲାଗି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଙ୍ଗଳବାର ବ୍ରିକ୍ସ ସମିଟ୍‌ରେ ପ୍ରସ୍ତାବ ଦେଇଥିଲେ। ଭାରତରେ ଡ. ରେଡିସ୍‌ ଏହି ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଖୁବ୍‌ଶୀଘ୍ର ଆରମ୍ଭ କରିବ। ଏହାକୁ ବିଯୁକ୍ତ ୨୦ରୁ ବିଯୁକ୍ତ ୭୦ ଡିଗ୍ରୀ ତାପମାତ୍ରା ମଧ୍ୟରେ ରଖାଯାଇପାରିବ।
ନୋଭାଭାକ୍ସ
ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇ ନ ଥିବା ବେଳେ ସଫଳ ହେଲେ ଆସନ୍ତାବର୍ଷ ଦ୍ୱିତୀୟାର୍ଦ୍ଧରେ ଉପଲବ୍ଧ ହେବା ଆଶା କରାଯାଉଛି। ବର୍ଷକୁ ୨୦୦ କୋଟି ନୋଭାଭାକ୍ସ ପ୍ରସ୍ତୁତ ଲାଗି ଉକ୍ତ କମ୍ପାନୀ ସହ ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଚୁକ୍ତି ସ୍ବାକ୍ଷର କରିଛନ୍ତି।
ଜାଇଡସ୍‌ କାଡିଲା
ଭାରତର ଟିକା ଉତ୍ପାଦନକାରୀ କମ୍ପାନୀ ଜାଇଡସ୍‌ କାଡିଲା ଡିଏନ୍‌ଏ ଆଧାରିତ ଭାକ୍ସିନ ଜାଇକୋଭ୍‌-ଡିର ପରୀକ୍ଷା ଆରମ୍ଭ କରିଛି। ଡିସେମ୍ବରରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ହେବ। ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ଉକ୍ତ ଟିକା ନିରାପଦ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଯାତ୍ରାପାର୍ଟି ବସ୍‌, ଗୁରୁତର ହୋଇ ୧୫ କଳାକାର ଜିଲା ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ଼,୨ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ରିଆମାଳ ଥାନା ତଥା କଂସର ଫାଣ୍ଡି ଅନ୍ତର୍ଗତ ଡଙ୍ଗା ପଥର ଗ୍ରାମ ନିକଟସ୍ଥ ଗୁରୁଲିଆ ଘାଟିରେ ଏକ ଯାତ୍ରପାର୍ଟି ବସ୍‌ ଓଲଟି…

ଅପରେଶନ ସାଇବର କବଚ: ୪.୫ କୋଟି ଠକେଇ, ବନ୍ଧା ହେଲେ ୩ ଅଭିଯୁକ୍ତ

ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଅପରେଶନ ସାଇବର କବଚ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ଆଣିଦେଇଛି। କୋଟି କୋଟି ଟଙ୍କାର ବେନିୟମ କାରବାର ଅଭିଯୋଗରେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତଙ୍କୁ ପୋଲିସ…

ବକେୟା ପଡ଼ିଛି ୪.୫ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌: ୨ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ

ଥୁଆମୂଳ ରାମପୁର,୨ା୩(ଦୁର୍ଗା କୀର୍ତ୍ତି): ଗ୍ରୀଷ୍ମଋତୁ ଆରମ୍ଭରୁ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ପାଇଁ ହାହାକାର ଦେଖାଦେଇଛି। ପଞ୍ଚାୟତ ପ୍ରଶାସନର ଚରମ…

ମାଟ୍ରିକ୍‌ ପରୀକ୍ଷାବେଳେ କପି ଦେଉଥିଲେ ୩ ଶିକ୍ଷକ, ଫ୍ଲାଇଂ ସ୍କ୍ବାଡ୍‌ ହାତରେ ପଡିଲେ ଧରା, ତା’ପରେ…

ରାୟଗଡ଼ା,୨।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ ଦଶମ ପରୀକ୍ଷା ବେଳେ ବାହାର ସ୍କୁଲର ୩ ଜଣ ଶିକ୍ଷକଙ୍କୁ କପି ଦେଉଥିବା…

ଘାଟିରେ ଓଲଟିଲା ପାଉଡର ବୋଝେଇ ଟ୍ରକ୍‌

କୋକସରା,୨ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏପି ୧୬ ଟିଜେ ୧୮୭୭ ନମ୍ବର…

ଭଡା ଘରେ ଚାଲୁଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତ, ଅଚାନକ ଚଢାଉ କଲା ଅବକାରୀ ବିଭାଗ, ତା’ପରେ…

ଧର୍ମଗଡ଼,୨।୩(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଜଗନ୍ନାଥ ପଡାର ଏକ ଭଡା ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ସୂଚନା ପାଇ ସୋମବାର ସକାଳୁ ଅବକାରୀ…

ଭାରତ-କାନାଡା ମଧ୍ୟରେ ୟୁରାନିୟମ ଚୁକ୍ତିନାମା: ଖୁବ୍‌ଶୀଘ୍ର ଉଭୟ ଦେଶ…

ନୂଆଦିଲ୍ଲୀ,୨ା୩: ୟୁରାନିୟମ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ଯୋଗାଣ ଲାଗି ଭାରତ ଓ କାନାଡା ମଧ୍ୟରେ ସୋମବାର ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ବିସ୍ତୃତ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ନେଇ…

ମହେନ୍ଦ୍ରଗିରି ବୁଲିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ: ଦୁର୍ଘଟଣାରେ ୨ ଗୁରୁତର

ମୋହନା,୨ା୩(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ତଲାସିଂ ଗ୍ରାମ ନିକଟ ରାଜ୍ୟ ରାଜପଥ ବୁଲାଣି ନିକଟ ଶଙ୍ଖରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri