Posted inଖେଳ

ଏଟିପି ଫାଇନାଲ୍ସ: ଜୋକୋଭିଚ୍‌ଙ୍କୁ ହରାଇ ସେମିରେ ମେଡ୍‌ଭେଡେଭ୍‌

ଲଣ୍ଡନ,୨୦।୧୧(ଏପି): ଚଳିତ ଏଟିପି ଫାଇନାଲ୍ସରେ ରୁଷୀୟ ଟେନିସ ତାରକା ଡାନିଲ ମେଡ୍‌ଭେଡେଭ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଟୁର୍ନାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଅଂଶଗ୍ରହଣ କରିଥିବା ମେଡ୍‌ଭେଡେଭ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବର୍ଷ ଶେଷରେ ଆୟୋଜିତ ହେଉଥିବା ଏହି ଟୁର୍ନାମେଣ୍ଟରେ ଅଭିଜ୍ଞ ସର୍ବିୟାର ନୋଭାକ ଜୋକୋଭିଚ୍‌ଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ୫ଥର ଚାମ୍ପିୟନ ଜୋକୋଭିଚ୍‌ଙ୍କୁ ମେଡଭେଡେଭ ବୁଧବାର ୬-୩, ୬-୩ ସେଟ୍‌ରେ ପରାସ୍ତ କରି ଗ୍ରୁପ୍‌ ପର୍ଯ୍ୟାୟରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି ଏହି ସଫଳତା ପାଇଛନ୍ତି।
ଗତବର୍ଷ ପଦାର୍ପଣରେ ମେଡ୍‌ଭେଡେଭ ଗ୍ରୁପ୍‌ ପର୍ଯ୍ୟାୟରେ ସବୁ ୩ଟି ଯାକ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଏଥର ତ୍ରୁଟି ସୁଧାରି ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛନ୍ତି। ଜୋକୋଭିଚ୍‌ଙ୍କ ବିପକ୍ଷରେ ୪ଟି ମ୍ୟାଚ୍‌ ଖେଳି ମେଡ୍‌ଭେଡେଭ ୩ଟିରେ ବିଜୟ ହାସଲ କରିଛନ୍ତି। ତେବେ ବିଶ୍ୱର ୧ ନମ୍ବର ଖେଳାଳି ଜୋକୋଭିଚ୍‌ଙ୍କ ଲାଗି ଏବେବି ସୁଯୋଗ ରହିଛି। ଶୁକ୍ରବାର ଯଦି ସେ ୨୦୧୮ ଚାମ୍ପିୟନ ଆଲେକଜାଣ୍ଡର ଜେଭେରେଭଙ୍କୁ ପରାସ୍ତ କରିବେ ତା’ହେଲେ ସେ ଅଗ୍ରଗତି କରିବେ।
ଅନ୍ୟପଟେ ଜେଭେରେଭ ଜର୍ମାନୀ ଡିଏଗୋ ସ୍ବାର୍ଜମ୍ୟାନଙ୍କୁ ବୁଧବାର ୬-୩, ୪-୬, ୬-୩ ସେଟ୍‌ରେ ପରାସ୍ତ କରି ଆଶା ଉଜ୍ଜୀବିତ ରଖିଛନ୍ତି। ସେମିଫାଇନାଲ ଦୌଡ଼ରେ ବଜାୟ ରହିଥିବାରୁ ଜେଭେରେଭ ଖୁସି ଜାହିର କରିଛନ୍ତି। ଗୁରୁବାର ଅନ୍ୟଏକ ମ୍ୟାଚ୍‌ରେ ସ୍ପେନର ରାଫାଲ ନାଡାଲ ଓ ଷ୍ଟିଫାନୋସ ସିତିସ୍‌ପାସଙ୍କୁ ସେମିଫାଇନାଲରେ ସ୍ଥାନ ହାସଲ କରିବାକୁ ଭେଟିବେ। ନାଡାଲ ଅତ୍ୟନ୍ତ ସଫଳ ଖେଳାଳି ହୋଇଥିଲେ ମଧ୍ୟ କେବେବି ଏଟିପି ଫାଇନାଲ୍ସରେ ସଫଳ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri