Posted inଖେଳ

ମହିଳା ଖେଳାଳିଙ୍କ ମାତୃତ୍ୱ ଅଧିକାର ସୁରକ୍ଷା ପାଇଁ ଫିଫାର ନୂଆ ନିୟମ

ଜେନିଭା,୨୦।୧୧(ଏପି): ମହିଳା ଖେଳାଳିଙ୍କ ମାତୃତ୍ୱ ଅଧିକାରର ସୁରକ୍ଷା ପାଇଁ ନୂଆ ନିୟମ ଜାରି କରାଯିବ ବୋଲି ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଘୋଷଣା କରିଛି। ଏହି ନିୟମ ଅନୁସାରେ ମହିଳା ଖେଳାଳିଙ୍କୁ କ୍ଲବଗୁଡିକ ଅତିକମ୍‌ରେ ୧୪ ସପ୍ତାହର ମାତୃତ୍ୱ ଛୁଟି ଦେବେ ଓ ଖେଳାଳିଙ୍କ ପୂରା ପାଉଣାର ଦୁଇ ତୃତୀୟାଂଶ ଦେବେ। ଏ ନେଇ ଫିଫା କ୍ଲବଗୁଡିକୁ ନିର୍ଦ୍ଦେଶ ଦେବେ। କେବେଳ ସେତିକ ନୁହେଁ କ୍ଲବ୍‌ଗୁଡିକ ମା’ ହେବା ପରେ ମହିଳା ଖେଳାଳିଙ୍କୁ ଫୁବବଲ କାର୍ଯ୍ୟକଳାପରେ ପୁଣି ସାମିଲ କରିବାକୁ ଯତ୍ନବାନ ହେବା ସହ ସେମାନଙ୍କୁ ମେଡିକାଲ ସପୋର୍ଟ ଦେବାକୁ ଫିଫା କହିଛି।
ମା’ ହେବାକୁ ଯାଉଥିବା ଖେଳାଳିଙ୍କ ଚୁକ୍ତି ଶେଷ କଲେ କ୍ଲବଗୁଡକ ଉପରେ ବଡ଼ ଆକାରରେ ଜରିମାନା ଧାର୍ଯ୍ୟ କରାଯିବ। କେବଳ ସେତିକି ନୁହେଁ ଏହି କ୍ଲବ୍‌ଗୁଡିକୁ ଟ୍ରାନ୍ସଫର ମାର୍କେଟରୁ ଗୋଟିଏ ବର୍ଷ ବାସନ୍ଦ କରାଯିବ। ପିଲା ଜନ୍ମ ହେବା ପୂର୍ବରୁ ଓ ପରେ ଖେଳାଳିଙ୍କ ସୁରକ୍ଷା ପାଇଁ ଏଭଳି ନିୟମର ଆବଶ୍ୟକତା ରହିଛି ବୋଲି ଫିଫା ମୁଖ୍ୟ ଲିଗାଲ ଅଫିସର ଏମିଲିଓ ଗାର୍ସିଆ କହିଛନ୍ତି। ୨୦୧୯ ମହିଳା ଫିଫା ବିଶ୍ୱକପ୍‌ର ସଫଳତା ପରେ ଆଗଧାଡିର କ୍ଲବଗୁଡିକ ମହିଳା ଦଳଗୁଡକ ଉପରେ ପ୍ରଧାନ୍ୟ ଦେଉଛନ୍ତି।
ଗତବର୍ଷ ବିଶ୍ୱକପ୍‌ ଜିତିଥିବା ଆମେରିକା ଫରଓ୍ବାର୍ଡ ଆଲେକ୍ସ ମୋର୍ଗାନ ମା’ ହେବାର ୪ ମାସ ପରେ ଗତ ସେପ୍ଟେମ୍ବରରେ ଟୋଟେନହାମ ସହିତ ଚୁକ୍ତି କରିଥିଲେ। ସେ ଚଳିତ ମାସ ତାଙ୍କର ପ୍ରଥମ ମ୍ୟାଚ୍‌ ଖେଳିଛନ୍ତି। ଆସନ୍ତା ମାସରେ ଫିଫା କାଉନସିଲ ଏହି ନିୟମକୁ ଅନୁମୋଦନ କରିବ ଓ ଏହା ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବ। ପିଲା ଜନ୍ମ ହେବାପରେ ଅତି କମ୍‌ରେ ୮ ସପ୍ତାହ ଛୁଟି ଦେବା ଉପରେ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?