ଭାରତର ସମର୍ଥନ, ନିନ୍ଦା କଲା ଚାଇନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯ା୫: ମହାମାରୀ କରୋନା ସଂକ୍ରମଣକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହି ଘାତକ ଭୂତାଣୁର ଉତ୍ପତ୍ତିକୁ ନେଇ ବୈଜ୍ଞାନିକମାନେ କୌଣସି ନିଷ୍କର୍ଷରେ ପହଞ୍ଚତ୍ପାରି ନାହାନ୍ତି। ଚାଇନାର ଉହାନ ସହରସ୍ଥିତ ଏକ ଲାବ୍‌ରୁ ନୋଭେଲ କରୋନା ଭାଇରସ୍‌ ସୃଷ୍ଟି ହୋଇଥିବା ଅନେକେ କହୁଛନ୍ତି। ତେବେ ଏହି ଥିଓରିକୁ ସାବ୍ୟସ୍ତ କରିବା ଭଳି କୌଣସି ପ୍ରାମାଣିକ ତଥ୍ୟ ହସ୍ତଗତ ହୋଇନାହିଁ। ଫଳରେ ଘାତକ କୋଭିଡ୍‌-୧୯ର ଜନ୍ମ ଏବେ ବି ରହସ୍ୟାବୃତ ହୋଇ ରହିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହାକୁ ନେଇ ତଦନ୍ତ ତ୍ୱରାନ୍ବିତ କରିବା ଲାଗି ନିର୍ଦ୍ଦେଶ ଦେବା ପରେ ଚାଇନା କଡ଼ା ବିରୋଧ କରିଛି।
ବର୍ଷେ ପୂର୍ବରୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନାକୁ ଚାଇନା ଭାଇରସ୍‌ କହି ତାଚ୍ଛଲ୍ୟ କରୁଥିଲେ। ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ଙ୍କ ପରାଜୟର ଅନ୍ୟତମ କାରଣ ରୂପେ କୋଭିଡ୍‌ ମୁକାବିଲାରେ ତାଙ୍କ ବିଫଳତାକୁ ଦାୟୀ କରାଯାଇଥାଏ। ଟ୍ରମ୍ପ୍‌ ନିଜ ବିଫଳତା ଲୁଚାଇବା ପାଇଁ ଚାଇନା ବେକରେ ଘଣ୍ଟି ବାନ୍ଧିବାକୁ ଉଦ୍ୟମ କରିଥିବା ବେଜିଂ କହିଛି। ଏବେ ରାଷ୍ଟ୍ରପତି ବାଇଡେନ୍‌ ମଧ୍ୟ ଚାଇନାରୁ ଏହି ଭାଇରସ୍‌ର ଉତ୍ପତ୍ତି ହୋଇଥିବା ସନ୍ଦେହ କରୁଛନ୍ତି। କାରଣ ୨୦୧୯ ନଭେମ୍ବରରେ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ଅନେକ ଗବେଷକ ଅସୁସ୍ଥ ହୋଇପଡ଼ିଥିବା ନେଇ ଏକ ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇଛି। ଚାରିଆଡ଼ୁ ଚାପ ବଢ଼ିବା ପରେ ବାଇଡେନ୍‌ ଗୋଇନ୍ଦା ଅଧିକାରୀମାନଙ୍କୁ ଜୋର୍‌ଦାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଚାଇନା ବହିର୍ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ୍‌ ଶୁକ୍ରବାର କହିଛନ୍ତି, ଆମେରିକା ତଥ୍ୟ ଓ ସତ ସମ୍ପର୍କରେ କହି ନ ଥାଏ। ଏପରି କି ଗମ୍ଭୀର ବୈଜ୍ଞାନିକ ଅଧ୍ୟୟନ ଉପରେ ମଧ୍ୟ ଏହାର ଆଗ୍ରହ ନାହିଁ। ଆମେରିକାର କେବଳ ଗୋଟିଏ ଲକ୍ଷ୍ୟ, ତାହା ହେଉଛି ମହାମାରୀକୁ ନେଇ ରାଜନୀତି ଓ ଦୋଷାରୋପ କରିବା। ଅନ୍ୟପକ୍ଷରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା କରୋନା ଭାଇରସ୍‌ର ଉତ୍ପତ୍ତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ନେଇ ବିଶ୍ୱବ୍ୟାପୀ ହେଉଥିବା ଦାବିକୁ ଭାରତ ସମର୍ଥନ କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି, ଡବ୍ଲ୍ୟୁଏଚ୍‌ଓ ରିପୋର୍ଟକୁ ନେଇ ଫଲୋଅପ୍‌ କରାଯିବା ଆବଶ୍ୟକ। ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚତ୍ବା ପାଇଁ ଅଧିକ ଗବେଷଣା ସକାଶେ ସମସ୍ତଙ୍କ ସହଯୋଗ ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?