୬୨ଠୁ ଟପିବ ଭାରତର କ୍ଷତି

ବେଜିଂ,୨ା୯: ଭାରତର ସୁବିଧାବାଦୀ ପଦକ୍ଷେପକୁ ଚାଇନା ଦୃଢ଼ହସ୍ତରେ ଦମନ କରିବା ଜରୁରୀ। ଚାଇନା-ଭାରତ ସୀମା ବିବାଦର ସମାଧାନ ଦୁଇଦେଶ ମଧ୍ୟରେ ହେବା ଆବଶ୍ୟକ। ଏହି କ୍ଷେତ୍ରରେ ଆମେରିକାର ସମର୍ଥନ ମିଳିବ ବୋଲି ଭାରତ ଭୁଲ୍‌ ଧାରଣାରେ ରହିବା ଅନୁଚିତ। ଓ୍ବାଶିଂଟନ ଭାରତକୁ କେବଳ ମୌଖିକ ଭାବେ ସମର୍ଥନ କରିପାରିବ। ଚାଇନାର ଭୂଖଣ୍ଡ ହଡ଼ପ କରିବାରେ ଏହା ଭାରତକୁ କିପରି ସାହାଯ୍ୟ କରିପାରିବ ବୋଲି ମଙ୍ଗଳବାର ‘ଗ୍ଲୋବାଲ୍‌ ଟାଇମ୍ସ’ର ସମ୍ପାଦକୀୟ ପୃଷ୍ଠାରେ ପ୍ରଶ୍ନ କରାଯାଇଛି। ବାସ୍ତବରେ ନୂଆଦିଲ୍ଲୀକୁ ବେଜିଂ ବିରୋଧରେ ଏକ ଅସ୍ତ୍ର ଭାବେ ବ୍ୟବହାର କରିବା ହେଉଛି ଆମେରିକାର ଉଦ୍ଦେଶ୍ୟ। ନୂଆଦିଲ୍ଲୀ ଏହାକୁ ନ ବୁଝି ଆକ୍ରମଣାମତ୍କ ମନୋଭାବ ପୋଷଣ କଲେ ଚାଇନା ଏପରି ଜବାବ ଦେବ ଯେ ଭାରତର କ୍ଷତି ୧୯୬୨ ଯୁଦ୍ଧକୁ ବଳିଯିବ ବୋଲି ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍‌ ଟାଇମ୍ସ ଚେତାବନୀ ଦେଇଛି।
ଚାଇନାର ଓ୍ବେଷ୍ଟର୍ନ ଥିଏଟର କମାଣ୍ଡ କହିଛି ଯେ, ଭାରତୀୟ ଯବାନମାନେ ପୁଣିଥରେ ବେଆଇନ ଭାବେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଅତିକ୍ରମ କରିଥିଲେ। ସେମାନେ ସୋମବାର ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳ ଓ ରେକିନ୍‌ ମାଉଣ୍ଟେନ୍‌ ପାସ୍‌ରେ ଚାଇନାର କ୍ଷେତ୍ରୀୟ ସାର୍ବଭୌମତ୍ୱରେ ହସ୍ତକ୍ଷେପ କରି ଚାଇନା-ଭାରତ ସୀମାରେ ଶାନ୍ତି ଓ ସ୍ଥିରତାରେ ବାଧାସୃଷ୍ଟି କରିଥିଲେ। ଚାଇନା ବିରୋଧରେ ଉତ୍ତେଜନାମୂଳକ ସାମରିକ କାର୍ଯ୍ୟକଳାପର ଅଭିଯୋଗ ଆଣିଥିବା ଭାରତ ହିଁ ପ୍ରଥମେ ଏଥିପାଇଁ ବାଧ୍ୟ କରିଥିଲା। ଭାରତୀୟ ଯବାନମାନେ ପ୍ରଥମେ ବିଧ୍ୱଂସକ କାର୍ଯ୍ୟକଳାପ ଜରିଆରେ ମୁହଁାମୁହିଁ ସ୍ଥିତି ସୃଷ୍ଟି କରିଥିଲେ ବୋଲି ଏଥିରେ କୁହାଯାଇଛି।
ଜୁନ୍‌ ୧୫ରେ ଗଲଓ୍ବାନ ଉପତ୍ୟକାରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ବେଳେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏହାର ପରବର୍ତ୍ତୀ ୨ ମାସରେ ଭାରତରେ ଚାଇନା ବିରୋଧୀ ମନୋଭାବ ବଢ଼ିଚାଲିଥିଲା। ଚାଇନା ସାମଗ୍ରୀ ବର୍ଜନ କରି ଏହାର ଅର୍ଥନୀତି ଉପରେ କଟକଣା ଲଗାଇବା ପାଇଁ ଭାରତ ଉଦ୍ୟମ କରିଛି। ଏହାସହ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆମେରିକାର ସହାୟତା ଲୋଡ଼ିଛି। ଓ୍ବାଶିଂଟନ ଖୋଲାଖୋଲି ଭାବେ ନୂଆଦିଲ୍ଲୀକୁ ସମର୍ଥନ କରିବା ଫଳରେ ଭାରତ ଉତ୍ସାହିତ ହୋଇଯାଇଛି। ପାଙ୍ଗୋଙ୍ଗ ଲେକ୍‌ର ଯେଉଁ ସ୍ଥାନରେ ସଦ୍ୟ ବିବାଦ ହୋଇଛି ତାହା ଚାଇନା ନିୟନ୍ତ୍ରଣରେ ରହିଛି। ଭାରତ ଏହାକୁ ଏକ ନୂଆ ବିବାଦୀୟ ଅଞ୍ଚଳରେ ପରିଣତ କରିବାକୁ ଉଦ୍ୟମ ଚଳାଇଛି। ସମ୍ପୃକ୍ତ କ୍ଷେତ୍ରରେ ଭାରତ ସ୍ଥିରତା ବଜାୟ ରଖିବା ପରିବର୍ତ୍ତେ ସୀମା ବିବାଦରେ ଆକ୍ରମଣାମତ୍କ ଭୂମିକା ନେଉଛି।
ଭାରତ ବର୍ତ୍ତମାନ କେତେକ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ଘାଣ୍ଟି ହେଉଛି। ବିଶେଷକରି କରୋନା ଭାଇରସ୍‌ ସ୍ଥିତି ଭାରତରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସେହିପରି ଭାରତର ଅର୍ଥନୀତି ଦୟନୀୟ ଅବସ୍ଥାରେ ପହଞ୍ଚତ୍ଛି। ଏହିସବୁ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ହେଉଛି ସୀମାରେ ଉତ୍ତେଜନା ସୃଷ୍ଟି କରିବା ପଛର ଉଦ୍ଦେଶ୍ୟ, ଯାହାକି ବାହ୍ୟ ଦୃଷ୍ଟିରୁ ଏକ ଗୁଣ୍ଡା ବ୍ୟବହାର ଓ ଆଭ୍ୟନ୍ତରୀଣ ଭାବେ ରାଜନୈତିକ ମିଛ ଗପ। କିନ୍ତୁ ଏଠାରେ ମନେରଖିବାକୁ ପଡ଼ିବ ଯେ, ନୂଆଦିଲ୍ଲୀ ଶକ୍ତିଶାଳୀ ଚାଇନାକୁ ସାମ୍ନା କରୁଛି। ନିଜର ପ୍ରତ୍ୟେକ ଇଞ୍ଜ ଜମିକୁ ସୁରକ୍ଷା ଦେବାପାଇଁ ପିପୁଲ୍ସ ଲବରେଶନ ଆର୍ମି (ପିଏଲ୍‌ଏ) ପାଖରେ ପର୍ଯ୍ୟାପ୍ତ ବଳ ରହିଛି। ଚାଇନାର ଲୋକମାନେ ଭାରତ ସହ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ନ କରିବାକୁ ସରକାରଙ୍କୁ ସମର୍ଥନ କରିଛନ୍ତି। ଏହାର ଅର୍ଥ ନୁହେଁ ଯେ, ଚାଇନାର ଭୂଖଣ୍ଡକୁ ଭାରତ ଦଖଲ କରିବ। ଦକ୍ଷିଣ ପଶ୍ଚିମ ସୀମାରେ ଚାଇନା ରଣନୈତିକ ଭାବେ ଦୃଢ଼ ଓ କୌଣସି ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିଛି। ଭାରତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଚାହୁଁଥିଲେ ଚାଇନା ତାକୁ ସ୍ବାଗତ କରିବ। ଭାରତ ଯଦି ପ୍ରତିଦ୍ୱନ୍ଦ୍ୱିତାମୂଳକ କାର୍ଯ୍ୟକଳାପରେ ଲିପ୍ତ ରହିବାକୁ ଚାହେଁ ତେବେ ଚାଇନା ପାଖରେ ଏହା ତୁଳନାରେ ଅଧିକ ସରଞ୍ଜାମ ଓ ଦକ୍ଷତା ରହିଛି। ଭାରତ ମିଲିଟାରି ଶଟ୍‌ଡାଉନ୍‌ ଚାହିଁଲେ ପିଏଲ୍‌ଏ ଏପରି କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବ, ଯଦ୍ଦ୍ବାରା ଭାରତୀୟ ସେନାର କ୍ଷତି ୧୯୬୨ ଯୁଦ୍ଧଠାରୁ ବଳିଯିବ ବୋଲି ଗ୍ଲୋବାଲ୍‌ ଟାଇମ୍ସ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri