Posted inଖେଳ

ଗୋଟିଏ କ୍ୟାଚ୍‌ ବଦଳାଇ ଦେଲା ମ୍ୟାଚ୍‌

ଆଣ୍ଟିଗୁଆ,୬।୨: ଅଣ୍ଡର -୧୯ ବିଶ୍ୱକପ ଫାଇନାରେ ଭାରତ ଇଂଲଣ୍ଡକୁ ପରାସ୍ତ ଚାମ୍ପିଅନ୍‌ ହୋଇଛି। ଭାରତୀୟ ଦଳ ୧୯୦ ରନ୍‌ର ଲକ୍ଷ୍ୟକୁ ଭାରତ ୬ ଉଇକେଟ୍‌ ହରାଇ ହାସଲ କରିଥିଲା। ହାସଲ କରିଥିଲା। ରୋମାଞ୍ଚକର ଫାଇନାଲ ମୁକାବିଲାରେ ରାଜ ବାୱା ଓ ରବି କୁମାରଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଇଂଲଣ୍ଡ ୪୪.୫ ଓଭରରେ ୧୮୯ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତକୁ ମଧ୍ୟ ଲକ୍ଷ୍ୟର ପିଛା କରିବା ସହଜ ହୋଇ ନ ଥିଲା। ନିଶାନ୍ତ ସିନ୍ଧୁଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୪୭.୪ ଓଭରରେ ୬ ଉଇକେଟ ହରାଇ ୧୯୫ ରନ କରି ମୁକାବିଲାକୁ ଜିତି ନେଇଥିଲା।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତର ବାମହାତୀ ପେସର ରବି କୁମାର ଇଂଲଣ୍ଡ ଓପ୍ନର ଜାକବ ବେଥେଲ (୨)ଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ତାଙ୍କ ସ୍ଥାନରେ ଆସିଥିବା କ୍ୟାପଟେନ ଟମ ପ୍ରିଷ୍ଟ ଖାତା ଖୋଲିବା ପୂର୍ବରୁ ରବି କୁମାରଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପନର ଦ୍ରୁତ ବ୍ୟାଟିଂ କରିଥିଲେ ହେଁ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ସେ ୨୭ ରନ କରି ରାଜ ବାୱାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହା ରାଜ ୧୩ଶ ଓଭରର ପଞ୍ଚମ ବଲରେ ୱିଲିୟମ ଲକ୍ସଟନ (୪) ଓ ଷଷ୍ଠ ବଲରେ ଜର୍ଜ ବେଲ (୦)ଙ୍କୁ ଆଉଟ କରି ଇଂଲଣ୍ଡର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ।
ରେହାନ ଅହମ୍ମଦ (୧୦) ଓ ଆଲେକ୍ସ ହର୍ଟନ (୧୦)ଙ୍କୁ କୌଶଲ ତାମ୍ବେ ଆଉଟ କରିବାରେ ସଫଳ ହୋଇଥିଲେ। ୯୧ ରନରେ ୭ ଉଇକେଟ ହରାଇ ଇଂଲଣ୍ଡ ସଙ୍କଟରେ ପଡିଥିବା ବେଳେ ଜେମ୍ସ ରିଉ ଓ ଜେମ୍ସ ସେଲ୍ସ ଦମଦାର ବ୍ୟାଟିଂ କରିଥିଲେ। ବିଶେଷ କରି ରିଉ ସକାରାତ୍ମକ ବ୍ୟାଟିଂ କରି ଇଂଲଣ୍ଡର ରନ ଗତି ଜାରି ରଖିଥିବା ବେଳେ ତାଙ୍କୁ ସେଲ୍ସ ଭରପୂର ସହଯୋଗ କରିଥିଲେ। ଦୁହେଁ ଅଷ୍ଟମ ଉଇକେଟ ପାଇଁ ୯୩ ରନର ବଡ ଭାଗିଦାରୀ କରି ଇଂଲଣ୍ଡକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଏହା ପରେ,୪୪ ତମ ଓଭରରେ ରବି କୁମାର ବୋଲିଂ କରିବାକୁ ଆସିଥିଲେ ଏବଂ ଏହି ଓଭରର ପ୍ରଥମ ବଲରେ ରିୟୁ ଏକ ଉଚ୍ଚ ସଟ ମାରିଥିଲେ, ଯାହା ସୀମା ରେଖା ଉପରେ ଠିଆ ହୋଇଥିବା କୌଶଲ ତାମ୍ବେଙ୍କ ନିକଟରେ ପହଞ୍ଚିଥିଲା। ସୀମାରେ ଥିବା ତାମ୍ବେ ଏକ କ୍ୟାଚ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ ତାଙ୍କ ହାତ ଖସିଯାଇଥିଲା। ଏହା ପରେ ତାମ୍ବେ ତତ୍‌କ୍ଷଣାତ୍‌ ସେ ହାର୍‌ ନ ମାନି ଡ୍ରାଇଭ୍‌ ମାରି ଗୋଟିଏ ହାତରେ କ୍ୟାଚ୍‌ ଧରିଥିଲେ। ଦ୍ୱିତୀୟ ପ୍ରୟାସରେ ସେ ଭାଗ୍ୟଶାଳୀ ଥିଲେ। ବଲ ତାଙ୍କ ହାତରେ ଆସିଥିଲା। ସୋସିଆଲ ମିଡିଆରେ ଏହି କ୍ୟାଚ ଟ୍ରେଣ୍ଡ ହେଉଛି। ଯଦି ରିୟୁ ଆଉ କିଛି ସମୟ ପଡ଼ିଆରେ ରହିଥାନ୍ତେ, ତେବେ ଇଂଲଣ୍ଡର ସ୍କୋର ୨୦୦ ଅତିକ୍ରମ କରିଥାନ୍ତା ଏବଂ ଏଭଳି ପରିସ୍ଥିତିରେ ଭାରତକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାନ୍ତା। ତେବେ ଏହା ଘଟି ନଥିଲା ଏବଂ ରାଜ ବାୱା ପାଞ୍ଚଟି ଏବଂ ରବି କୁମାରଙ୍କ ଚାରିଟି ଉଇକେଟ ଯୋଗୁ ଭାରତ ପ୍ରଥମେ ଇଂଲଣ୍ଡକୁ ୨୦୦ ଭିତରେ ସୀମିତ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri