କାନାଡା ନିର୍ବାଚନରେ ଭାରତର ହସ୍ତକ୍ଷେପ, ତଦନ୍ତ ବ୍ୟାପକ କଲେ ଟ୍ରୁଡୋ

ନୂଆଦିଲ୍ଲୀ,୨୬।୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ଗତ କିଛି ମାସ ହେଲା ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦ ଲାଗିରହିଥିବାବେଳେ ୨୦୧୯ ଏବଂ ୨୦୨୧ରେ ହୋଇଥିବା କାନାଡା ସାଧାରଣ ନିର୍ବାଚନରେ ଭାରତ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି। କାନାଡା ସରକାର ଏହାର ତଦନ୍ତକୁ ବ୍ୟାପକ କରିବେ ବୋଲି କହିଛନ୍ତି।

ଗୋଇନ୍ଦା ରିପୋର୍ଟ ଗଣମାଧ୍ୟମରେ ପ୍ରଘଟ ହେବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବୋଲି ଗତବର୍ଷ ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। କାନାଡା ନିର୍ବାଚନରେ ଚାଇନା ହସ୍ତକ୍ଷେପ କରି ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସରକାର ପ୍ରତି ସମ୍ବେଦନଶୀଳ ପ୍ରାର୍ଥୀମାନଙ୍କୁ ସମର୍ଥନ କରୁତ୍ଥିବା ଉକ୍ତ ଡକ୍ୟୁମେଣ୍ଟରେ ଅଭିଯୋଗ ହୋଇଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ତଦନ୍ତ ପରିସରକୁ ଅଣାଯିବ ବୋଲି ତଦନ୍ତ କମିଶନ ବୁଧବାର ସ୍ପଷ୍ଟ କରିଛନ୍ତି। କାନାଡା ସାଧାରଣ ନିର୍ବାଚନରେ ବିଦେଶୀ ଶକ୍ତିର ହସ୍ତକ୍ଷେପର ତଦନ୍ତ ପାଇଁ ସଂଘୀୟ କମିଶନ ନିଯୁକ୍ତ କରାଯାଇଥିବା ଗ୍ଲୋବାଲ ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଛି।

ନିର୍ବାଚନରେ ଭାରତ ହସ୍ତକ୍ଷେପ କରିଥିଲା କି ନାହିଁ ଏବଂ ଦୁଇଟି ନିର୍ବାଚନର ବାଲଟକୁ ପ୍ରଭାବିତ କରିବାରେ ନୂଆଦିଲ୍ଲୀର କୌଣସି ଭୂମିକା ଥିଲା କି ନାହିଁ, ତାହାର ତଦନ୍ତ ହେବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ଅଭିଯୋଗ ସମ୍ପର୍କରେ କମିଶନ ସଂଘୀୟ ସରକାରଙ୍କୁ ଦସ୍ତାବିଜ୍‌ ଦାଖଲ କରିବାକୁ କହିଛନ୍ତି। ଆସନ୍ତା ୨୯ ତାରିଖରୁ କମିଶନ ପ୍ରାରମ୍ଭିକ ଶୁଣାଣି ଆରମ୍ଭ କରିବେ। ରାଷ୍ଟ୍ରୀୟ ସୁରକ୍ଷା ତଥ୍ୟ ଓ ଗୋଇନ୍ଦା ସୂଚନା ସର୍ବସାଧାରଣରେ ପ୍ରଘଟକୁ ନେଇ ରହିଥିବା ଚ୍ୟାଲେଞ୍ଜ ଓ ସୀମାକୁ ମଧ୍ୟ କମିଶନ ଅନୁଧ୍ୟାନ କରିବେ। କମିଶନଙ୍କ ଅନ୍ତରୀଣ ରିପୋର୍ଟ ମେ’ ୩ରେ ପ୍ରକାଶ ପାଇବାକୁ ଥିବାବେଳେ ଚୂଡ଼ାନ୍ତ ରିପୋର୍ଟ ବର୍ଷ ଶେଷ ସୁଦ୍ଧା ମିଳିବା ଆଶା କରାଯାଉଛି।

ସୂଚନାଯୋଗ୍ୟ, କାନାଡାର ବ୍ରିଟିଶ କଲମ୍ବିଆରେ ଗତବର୍ଷ ଜୁନ୍‌ ୧୮ରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ହତ୍ୟା ଘଟଣାରେ ଭାରତ ସରକାରଙ୍କ ସମ୍ଭାବ୍ୟ ସମ୍ପୃକ୍ତି ଥିବା ନେଇ ଟ୍ରୁଡୋ ଗତ ସେପ୍ଟେମ୍ବର ୧୮ରେ ପାର୍ଲାମେଣ୍ଟରେ ଅଭିଯୋଗ ଆଣିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଟ୍ରୁଡୋଙ୍କ ଅଭିଯୋଗ ମନଗଢ଼ା ଓ ଅମୂଳକ ବୋଲି ଭାରତ କହିଛି। ୨୦୨୦ରେ ଭାରତ ନିଜ୍ଜରଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri