କାନାଡା ନିର୍ବାଚନରେ ଭାରତର ହସ୍ତକ୍ଷେପ, ତଦନ୍ତ ବ୍ୟାପକ କଲେ ଟ୍ରୁଡୋ

ନୂଆଦିଲ୍ଲୀ,୨୬।୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ଗତ କିଛି ମାସ ହେଲା ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦ ଲାଗିରହିଥିବାବେଳେ ୨୦୧୯ ଏବଂ ୨୦୨୧ରେ ହୋଇଥିବା କାନାଡା ସାଧାରଣ ନିର୍ବାଚନରେ ଭାରତ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି। କାନାଡା ସରକାର ଏହାର ତଦନ୍ତକୁ ବ୍ୟାପକ କରିବେ ବୋଲି କହିଛନ୍ତି।

ଗୋଇନ୍ଦା ରିପୋର୍ଟ ଗଣମାଧ୍ୟମରେ ପ୍ରଘଟ ହେବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବୋଲି ଗତବର୍ଷ ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। କାନାଡା ନିର୍ବାଚନରେ ଚାଇନା ହସ୍ତକ୍ଷେପ କରି ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସରକାର ପ୍ରତି ସମ୍ବେଦନଶୀଳ ପ୍ରାର୍ଥୀମାନଙ୍କୁ ସମର୍ଥନ କରୁତ୍ଥିବା ଉକ୍ତ ଡକ୍ୟୁମେଣ୍ଟରେ ଅଭିଯୋଗ ହୋଇଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ତଦନ୍ତ ପରିସରକୁ ଅଣାଯିବ ବୋଲି ତଦନ୍ତ କମିଶନ ବୁଧବାର ସ୍ପଷ୍ଟ କରିଛନ୍ତି। କାନାଡା ସାଧାରଣ ନିର୍ବାଚନରେ ବିଦେଶୀ ଶକ୍ତିର ହସ୍ତକ୍ଷେପର ତଦନ୍ତ ପାଇଁ ସଂଘୀୟ କମିଶନ ନିଯୁକ୍ତ କରାଯାଇଥିବା ଗ୍ଲୋବାଲ ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଛି।

ନିର୍ବାଚନରେ ଭାରତ ହସ୍ତକ୍ଷେପ କରିଥିଲା କି ନାହିଁ ଏବଂ ଦୁଇଟି ନିର୍ବାଚନର ବାଲଟକୁ ପ୍ରଭାବିତ କରିବାରେ ନୂଆଦିଲ୍ଲୀର କୌଣସି ଭୂମିକା ଥିଲା କି ନାହିଁ, ତାହାର ତଦନ୍ତ ହେବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ଅଭିଯୋଗ ସମ୍ପର୍କରେ କମିଶନ ସଂଘୀୟ ସରକାରଙ୍କୁ ଦସ୍ତାବିଜ୍‌ ଦାଖଲ କରିବାକୁ କହିଛନ୍ତି। ଆସନ୍ତା ୨୯ ତାରିଖରୁ କମିଶନ ପ୍ରାରମ୍ଭିକ ଶୁଣାଣି ଆରମ୍ଭ କରିବେ। ରାଷ୍ଟ୍ରୀୟ ସୁରକ୍ଷା ତଥ୍ୟ ଓ ଗୋଇନ୍ଦା ସୂଚନା ସର୍ବସାଧାରଣରେ ପ୍ରଘଟକୁ ନେଇ ରହିଥିବା ଚ୍ୟାଲେଞ୍ଜ ଓ ସୀମାକୁ ମଧ୍ୟ କମିଶନ ଅନୁଧ୍ୟାନ କରିବେ। କମିଶନଙ୍କ ଅନ୍ତରୀଣ ରିପୋର୍ଟ ମେ’ ୩ରେ ପ୍ରକାଶ ପାଇବାକୁ ଥିବାବେଳେ ଚୂଡ଼ାନ୍ତ ରିପୋର୍ଟ ବର୍ଷ ଶେଷ ସୁଦ୍ଧା ମିଳିବା ଆଶା କରାଯାଉଛି।

ସୂଚନାଯୋଗ୍ୟ, କାନାଡାର ବ୍ରିଟିଶ କଲମ୍ବିଆରେ ଗତବର୍ଷ ଜୁନ୍‌ ୧୮ରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ହତ୍ୟା ଘଟଣାରେ ଭାରତ ସରକାରଙ୍କ ସମ୍ଭାବ୍ୟ ସମ୍ପୃକ୍ତି ଥିବା ନେଇ ଟ୍ରୁଡୋ ଗତ ସେପ୍ଟେମ୍ବର ୧୮ରେ ପାର୍ଲାମେଣ୍ଟରେ ଅଭିଯୋଗ ଆଣିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଟ୍ରୁଡୋଙ୍କ ଅଭିଯୋଗ ମନଗଢ଼ା ଓ ଅମୂଳକ ବୋଲି ଭାରତ କହିଛି। ୨୦୨୦ରେ ଭାରତ ନିଜ୍ଜରଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?