-୪.୫% ରହିବ ଅଭିବୃଦ୍ଧି

ମୁମ୍ବାଇ,୧୩।୭: ଚଳିତ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ନକାରାତ୍ମକ ରହିବ। ଏହି ସମୟରେ ଘରୋଇ ବଜାରର ଅଭିବୃଦ୍ଧି -୪.୫% ରହିବ ବୋଲି ଫିକି ପକ୍ଷରୁ ହୋଇଥିବା ସର୍ଭେରେ ପୂର୍ବାନୁମାନ କରାଯାଇଛି। ଏହି ସର୍ଭେରେ କୁହାଯାଇଛି ଯେ, କରୋନା ମାମଲା ବର୍ତ୍ତମାନ ଦ୍ରୁତ ହାରରେ ବଢୁଛି। ଏହାର ପ୍ରଭାବ ବଜାରକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛି। ବଜାରରେ ସ୍ବାସ୍ଥ୍ୟ ସଙ୍କଟ ମଧ୍ୟ ସୃଷ୍ଟି ହୋଇଛି। ଚଳିତ ବର୍ଷ ଫିକି ଏହାର ପୂର୍ବାନୁମାନରେ କହିଥିଲା ଯେ, ଭାରତର ଅଭିବୃଦ୍ଧି ହାର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୫.୫% ରହିବ। କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ଦେଶ ମଧ୍ୟରେ ହୋଇଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ବର୍ତ୍ତମାନ କଟକଣାକୁ ଧୀରେ ଧୀରେ କୋହଳ କରାଯାଉଥିଲେ ମଧ୍ୟ ସବୁ କିଛି ଟ୍ରାକ୍‌କୁ ଫେରି ପାରିନାହିଁ।
ଦେଶର ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ସ୍ଥିତାବସ୍ଥାକୁ ଫେରୁ ଥିବା ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଶନିବାର କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଦେଶର ବିକାଶ ହାର ନକାରାତ୍ମକ ରହିବ ବୋଲି ରିଜର୍ଭ ବ୍ୟାଙ୍କ ମେ ମାସରେ ଏହାର ଆକଳନରେ କହିଥିଲା। ବର୍ତ୍ତମାନର ସର୍ଭେରେ ଫିକି ଉଦ୍ୟୋଗ, ବ୍ୟାଙ୍କିଙ୍ଗ ଏବଂ ବିତ୍ତୀୟ ସେବା କ୍ଷେତ୍ର ବିଶେଷଜ୍ଞଙ୍କ ମତାମତ ନିଆଯାଇଛି। ଫିକି ଏହାର ଇକୋନୋମିକ ଆଉଟ୍‌ଲୁକ ସର୍ଭେରେ କହିଛି ଯେ, ନୂ୍ୟନତମ ଅଭିବୃଦ୍ଧି -୬.୪% ଏବଂ ସର୍ବୋଚ୍ଚ ଅଭିବୃଦ୍ଧି ୧.୫% ରହିପାରେ। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ହାର ୧୪% ଖସିଯିବ ବୋଲି ଆକଳନରେ କୁହାଯାଇଛି। ୨୦୨୦-୨୧ରେ ଦେଶର କୃଷି କ୍ଷେତ୍ର ଅଭିବୃଦ୍ଧି ୨.୭% ରହିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ କୃଷି କ୍ଷେତ୍ର ଉପରେ କରୋନାର ପ୍ରଭାବ ବେଶି ରହିବ ନାହିଁ। ସେହିଭଳି ଦେଶର ଗ୍ରାମାଞ୍ଚଳ ମୋଟ ଚାହିଦା ବୃଦ୍ଧିରେ ଏକ ପ୍ରମୁଖ ଯୋଗଦାନ ରଖିବା ନେଇ ପୂର୍ବାନୁମାନ କରାଯାଇଛି।
ଏହି ସମୟରେ ଶିଳ୍ପ ଏବଂ ସେବା କ୍ଷେତ୍ର ଯଥାକ୍ରମେ ୧୧.୪% ଏବଂ ୨.୮% ହ୍ରାସ ଘଟିପାରେ। ଚାହିଦା ଏବଂ ଶିଳ୍ପ କ୍ଷେତ୍ରର କ୍ଷମତା ଉପଯୋଗ ପୂର୍ବ ସ୍ଥିତିକୁ ଫେରିବାରେ ଅସୁବିଧା ହେଉଛି। ଏହା ନିବେଶକୁ ପ୍ରଭାବିତ କରୁଛି। ଅର୍ଥ ବ୍ୟବସ୍ଥାକୁ ଠିକ୍‌ କରିବା ଲାଗି ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଉପରେ ବିଶେଷଜ୍ଞ ଗୁରୁତ୍ୱାରୋପ କରିଛନ୍ତି। ସରକାର ଅର୍ଥ ବ୍ୟବସ୍ଥା ଲାଗି ବର୍ତ୍ତମାନ ସୁଦ୍ଧା ୨ଟି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ରିଜର୍ଭ ବ୍ୟାଙ୍କ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହା ସତ୍ତ୍ୱେ ବଜାର ଟ୍ରାକ୍‌କୁ ଫେରିବାକୁ ଅସୁବିଧା ହେଉଛି, କାରଣ କରୋନାର ପ୍ରଭାବ ଗଭୀର ହୋଇଥିବାରୁ ସ୍ଥିତି ସୁଧୁରିବା ଲାଗି ସମୟ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri