-୪.୫% ରହିବ ଅଭିବୃଦ୍ଧି

ମୁମ୍ବାଇ,୧୩।୭: ଚଳିତ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ନକାରାତ୍ମକ ରହିବ। ଏହି ସମୟରେ ଘରୋଇ ବଜାରର ଅଭିବୃଦ୍ଧି -୪.୫% ରହିବ ବୋଲି ଫିକି ପକ୍ଷରୁ ହୋଇଥିବା ସର୍ଭେରେ ପୂର୍ବାନୁମାନ କରାଯାଇଛି। ଏହି ସର୍ଭେରେ କୁହାଯାଇଛି ଯେ, କରୋନା ମାମଲା ବର୍ତ୍ତମାନ ଦ୍ରୁତ ହାରରେ ବଢୁଛି। ଏହାର ପ୍ରଭାବ ବଜାରକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛି। ବଜାରରେ ସ୍ବାସ୍ଥ୍ୟ ସଙ୍କଟ ମଧ୍ୟ ସୃଷ୍ଟି ହୋଇଛି। ଚଳିତ ବର୍ଷ ଫିକି ଏହାର ପୂର୍ବାନୁମାନରେ କହିଥିଲା ଯେ, ଭାରତର ଅଭିବୃଦ୍ଧି ହାର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୫.୫% ରହିବ। କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ଦେଶ ମଧ୍ୟରେ ହୋଇଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ବର୍ତ୍ତମାନ କଟକଣାକୁ ଧୀରେ ଧୀରେ କୋହଳ କରାଯାଉଥିଲେ ମଧ୍ୟ ସବୁ କିଛି ଟ୍ରାକ୍‌କୁ ଫେରି ପାରିନାହିଁ।
ଦେଶର ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ସ୍ଥିତାବସ୍ଥାକୁ ଫେରୁ ଥିବା ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଶନିବାର କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଦେଶର ବିକାଶ ହାର ନକାରାତ୍ମକ ରହିବ ବୋଲି ରିଜର୍ଭ ବ୍ୟାଙ୍କ ମେ ମାସରେ ଏହାର ଆକଳନରେ କହିଥିଲା। ବର୍ତ୍ତମାନର ସର୍ଭେରେ ଫିକି ଉଦ୍ୟୋଗ, ବ୍ୟାଙ୍କିଙ୍ଗ ଏବଂ ବିତ୍ତୀୟ ସେବା କ୍ଷେତ୍ର ବିଶେଷଜ୍ଞଙ୍କ ମତାମତ ନିଆଯାଇଛି। ଫିକି ଏହାର ଇକୋନୋମିକ ଆଉଟ୍‌ଲୁକ ସର୍ଭେରେ କହିଛି ଯେ, ନୂ୍ୟନତମ ଅଭିବୃଦ୍ଧି -୬.୪% ଏବଂ ସର୍ବୋଚ୍ଚ ଅଭିବୃଦ୍ଧି ୧.୫% ରହିପାରେ। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ହାର ୧୪% ଖସିଯିବ ବୋଲି ଆକଳନରେ କୁହାଯାଇଛି। ୨୦୨୦-୨୧ରେ ଦେଶର କୃଷି କ୍ଷେତ୍ର ଅଭିବୃଦ୍ଧି ୨.୭% ରହିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ କୃଷି କ୍ଷେତ୍ର ଉପରେ କରୋନାର ପ୍ରଭାବ ବେଶି ରହିବ ନାହିଁ। ସେହିଭଳି ଦେଶର ଗ୍ରାମାଞ୍ଚଳ ମୋଟ ଚାହିଦା ବୃଦ୍ଧିରେ ଏକ ପ୍ରମୁଖ ଯୋଗଦାନ ରଖିବା ନେଇ ପୂର୍ବାନୁମାନ କରାଯାଇଛି।
ଏହି ସମୟରେ ଶିଳ୍ପ ଏବଂ ସେବା କ୍ଷେତ୍ର ଯଥାକ୍ରମେ ୧୧.୪% ଏବଂ ୨.୮% ହ୍ରାସ ଘଟିପାରେ। ଚାହିଦା ଏବଂ ଶିଳ୍ପ କ୍ଷେତ୍ରର କ୍ଷମତା ଉପଯୋଗ ପୂର୍ବ ସ୍ଥିତିକୁ ଫେରିବାରେ ଅସୁବିଧା ହେଉଛି। ଏହା ନିବେଶକୁ ପ୍ରଭାବିତ କରୁଛି। ଅର୍ଥ ବ୍ୟବସ୍ଥାକୁ ଠିକ୍‌ କରିବା ଲାଗି ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଉପରେ ବିଶେଷଜ୍ଞ ଗୁରୁତ୍ୱାରୋପ କରିଛନ୍ତି। ସରକାର ଅର୍ଥ ବ୍ୟବସ୍ଥା ଲାଗି ବର୍ତ୍ତମାନ ସୁଦ୍ଧା ୨ଟି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ରିଜର୍ଭ ବ୍ୟାଙ୍କ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହା ସତ୍ତ୍ୱେ ବଜାର ଟ୍ରାକ୍‌କୁ ଫେରିବାକୁ ଅସୁବିଧା ହେଉଛି, କାରଣ କରୋନାର ପ୍ରଭାବ ଗଭୀର ହୋଇଥିବାରୁ ସ୍ଥିତି ସୁଧୁରିବା ଲାଗି ସମୟ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri