Posted inଖେଳ

ଡେଥ୍‌ ବୋଲିଂ ଉପରେ ଭାରତର ନଜର

ଥିରୁଭାନନ୍ଥପୁରମ, ୨୮।୯(ପି.ଟି.): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ୩ ମ୍ୟାଚ ବିଶିଷ୍ଟ ଅନ୍ତଜର୍ର୍ାତୀୟ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହେବ। ଆଗକୁ ଟି୨୦ ବିଶ୍ୱକପ ରହିଥିବାରୁ ପ୍ରସ୍ତୁତି ଦୃଷ୍ଟିରୁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଜୟ ଲାଭ କରିଥିଲେ ମଧ୍ୟ ଡେଥ୍‌ ବୋଲିଂରେ ଉନ୍ନତି ଆଣିବାକୁ ପଡ଼ିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ଆୟୋଜକ ଦଳ ଏହାର ଦୁଇ ପ୍ରମୁଖ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାରଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ଆସନ୍ତା ମାସରେ ଆଇସିସି ଇଭେଣ୍ଟ ରହିଥିବାରୁ ସେମାନଙ୍କୁ ବିଶ୍ରାମ ଦିଆଯାଇଛି। ବିଶ୍ୱକପ୍‌ ପାଇଁ ରିଜର୍ଭ ଖେଳାଳି ରହିଥିବା ମହମ୍ମଦ ଶାମି ଏ ପର୍ଯ୍ୟନ୍ତ କୋଭିଡ୍‌ରୁ ସୁସ୍ଥ ହୋଇନାହାନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଉପଲବ୍ଧ ହେବେ ନାହିଁ। ତାଙ୍କ କ୍ୟାରିୟର ଇକୋନୋମି ରେଟ୍‌ ୯.୦୫ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଆଭରେଜ ଓଭର ପିଛା ୧୨ରନ ରହିଥିଲା। ଦୀପକ ଚହର ମଧ୍ୟ ବିଶ୍ୱକପ୍‌ ପାଇଁ ଷ୍ଟାଣ୍ଡବାଇ ରହିଛନ୍ତି। ପୂର୍ବ ସିରିଜରେ ତାଙ୍କୁ ଗୋଟିଏ ହେଲେ ଗେମ୍‌ରେ ଖେଳିବା ଲାଗି ସୁଯୋଗ ମିଳି ନ ଥିଲା। ଦଳ ଯଦି ଏହାର ପେସ୍‌ ବୋଲରଙ୍କୁ ରୋଟେଟ କରିବାକୁ ଚାହିଁବ ତା’ହେଲେ ହୁଏତ ତାଙ୍କୁ ଗୋଟିଏ ଗେମ୍‌ରେ ସୁଯୋଗ ମିଳିପାରେ। ସ୍ଲଗ ଓଭରରେ ଅର୍ଶଦୀପ ସିଂ ଓ ଯଶପ୍ରୀତ ବୁମ୍‌ରାଙ୍କ ଯୋଡ଼ି ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା। ଇଞ୍ଜୁରିରୁ ଫେରିଥିବା ଯଶପ୍ରୀତ ବୁମ୍‌ରା ସମ୍ପୂର୍ଣ୍ଣ ରିଦିମ ଫେରିପାଇବା ଲାଗି ଉଦ୍ୟମ କରିବେ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ନିର୍ଣ୍ଣାୟକ ମ୍ୟାଚ୍‌ରେ ୟୁଜବେନ୍ଦ୍ର ଚହଲ ଦେଖାଇଦେଲେ ଯେ, ଯଦି ବଲ୍‌ ଟର୍ନ କରେ ତାଙ୍କ ବୋଲିଂ ପ୍ରଭାବୀ ହେବ। ବିରାଟ କୋହଲି ଓ ରୋହିତ ଫର୍ମରେ ଥିବାଭଳି ମନେ ହେଉଛନ୍ତି। ବିଶ୍ୱକପ୍‌ ପାଇଁ ମନୋନୀତ ହୋଇଥିବା ଦୀପକ ହୁଦା ପିଠିରେ ସମସ୍ୟା ଯୋଗୁ ମଧ୍ୟ ଏହି ସିରିଜରେ ଖେଳିପାରୁନାହାନ୍ତି। ହୁଦାଙ୍କ ସ୍ଥାନରେ ଶ୍ରେୟସ ଆୟାରଙ୍କୁ ସ୍ଥାନ ମିଳିପାରେ। ଅଷ୍ଟ୍ରେଲିଆରେ ଖେଳାଯିବାକୁଥିବା ବିଶ୍ୱକପ୍‌ରେ ଏକ ଗ୍ରୁପ୍‌ ଗେମ୍‌ରେ ଦକ୍ଷିଣ ଆଫ୍ରିକା ଓ ଭାରତ ପରସ୍ପରକୁ ଭେଟିବେ। ‘ଅଷ୍ଟ୍ରେଲିଆର ପିଚ୍‌ଗୁଡ଼ିକ ହେଉଛି ଭିନ୍ନ ଏବଂ ଗ୍ରାଉଣ୍ଡ ଆକାର ମଧ୍ୟ ବହୁତ ବଡ଼। ଜଣେ ବୋଲରଙ୍କୁ ସ୍ଥାନୀୟ କଣ୍ଡିଶନକୁ ଦୃଷ୍ଟିରେ ରଖି ବୋଲିଂ କରିବାକୁ ପଡ଼ିବ। ଭାରତୀୟ ବ୍ୟାଟରମାନଙ୍କୁ ବୋଲିଂ କରିବା ଏକ ବଡ଼ ସୁଯୋଗ ବୋଲି ଦକ୍ଷିଣ ଆଫ୍ରିକା ବୋଲର ଟାବ୍ରେଜ୍‌ ଶାମ୍‌ସି ପ୍ରକାଶ କରିଛନ୍ତି। ଯୁବ ଖେଳାଳି ଟ୍ରିଷ୍ଟିଆନ୍‌ ଷ୍ଟବ୍ସଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଫ୍ରାଞ୍ଚାଇଜ୍‌ କ୍ରିକେଟରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ତାଙ୍କୁ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିଛି।
ଦକ୍ଷିଣ ଆଫ୍ରିକା ଦଳ: ଟେମ୍ବା ବାଭୁମା (ଅଧିନାୟକ), କ୍ୱିଣ୍ଟନ ଡି’କକ୍‌, ବ୍ୟର୍ନ ଫୋର୍ଟୁଇନ୍‌, ରିଜା ହେଣ୍ଡ୍ରିକ୍ସ, ହେନ୍‌ରିକ୍‌ କ୍ଲାସେନ, ମାର୍କୋ ଜାନ୍‌ସେନ୍‌, କେଶବ ମହାରାଜ, ଏଡେନ ମାରକ୍ରମ, ଡେଭିଡ୍‌ ମିଲର, ଲୁନ୍‌ଗି ଏନ୍‌ଗିଡି, ଏନ୍‌ରିଚ୍‌ ନୋର୍ଜେ, ଓ୍ବେନ ପାର୍ନେଲ, ଆଣ୍ଡିଲ ଫେଲୁକ୍ୱାୟୋ, ଡ୍ବେନ ପ୍ରିଟୋରିଅସ, କାଗିସୋ ରାବାଡ଼ା, ରିଲି ରୋସୋ, ଟାବ୍ରେଜ୍‌ ଶାମ୍‌ସି ଓ ଟ୍ରିଷ୍ଟାନ ଷ୍ଟବ୍ସ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍‌. ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ଉଇକେଟକିପର), ଦୀନେଶ କାର୍ତ୍ତିକ (ଉଇକେଟକିପର), ଆର୍‌. ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ଦୀପକ ଚହର ଓ ଯଶପ୍ରୀତ୍‌ ବୁମ୍‌ରା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri