ତାଲିବାନୀ ସରକାର ଗଠନ ପରେ ଭାରତର ପ୍ରଥମ ବିବୃତ୍ତି ଜାରି…

ଜେନେଭା/ନୂଆଦିଲ୍ଲୀ,୮।୯: ତାଲିବାନୀ ସରକାରଙ୍କ ଘୋଷଣା ପରେ ଭାରତ ପକ୍ଷରୁ ପ୍ରଥମ ବିବୃତ୍ତି ଅନ୍ତର୍ଜାତୀୟ ସ୍ତରରେ ଜାରି କରାଯାଇଛି। ମିଳିତ ଜାତିସଂଘ ମହାସଭାରେ ଶାନ୍ତି ଏବଂ ସଂସ୍କୃତି ସମ୍ପର୍କିତ ଏକ ବୈଠକରେ ଯୋଗଦେଇ ଭାରତୀୟ ସ୍ଥାୟୀ ମିଶନର ସଚିବ ବିଦିଶା ମୈତ୍ରା କହିଛନ୍ତି ଯେ ଭାରତ କେବଳ ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ ଏବଂ ଶିଖ ଧର୍ମର ଜନ୍ମସ୍ଥାନ ନୁହେଁ ବରଂ ଏକ ଦେଶ ଯେଉଁଠାରେ ଇସଲାମ, ଇହୁଦୀ ଧର୍ମ, ଖ୍ରୀଷ୍ଟିଆନ ଏବଂ ପାର୍ସୀ ଧର୍ମ ସହିତ ନିବିଡ଼ ସମ୍ପର୍କ ରହିଛି।
ଭାରତ ପକ୍ଷରୁ କାହାର ନାମ ନ ନେଇ କୁହାଯାଇଛି ଯେ, ବିଶ୍ୱ ମହାମାରୀ ସମୟରେ ମଧ୍ୟ ଅସହିଷ୍ଣୁତା, ହିଂସା ଏବଂ ଆତଙ୍କବାଦ ବୃଦ୍ଧି ପାଉଛି। ଆତଙ୍କବାଦ ଧର୍ମ ଏବଂ ସଂସ୍କୃତିର ବିରୋଧୀ। ଆତଙ୍କବାଦୀ କାର୍ଯ୍ୟକଳାପର ଅପରାଧୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ନ୍ୟାୟ ଦେବା ପାଇଁ ଧର୍ମର ବ୍ୟବହାର କରାଯାଇପାରିବ ନାହିଁ।
ପାକିସ୍ତାନ ଜାଣିଶୁଣି ଭାରତ ବିରୋଧରେ ଅପପ୍ରଚାର କରୁଛି। ମାତ୍ର ପାକିସ୍ତାନ ନିଜ ମାଟିରେ ଏବଂ ସୀମାରେ ଏକ ହିଂସା ସଂସ୍କୃତିକୁ ପ୍ରସାର କରୁଥିବା ଭାରତ କହିଛି। ଶାନ୍ତି ସଂସ୍କୃତି ସମ୍ମିଳନୀରେ ଆଲୋଚନା କେବଳ ଏକ ଅମୃତ ମୂଲ୍ୟ ଅବା ସିଦ୍ଧାନ୍ତ ନୁହେଁ। ଏହାର ପ୍ରତିଫଳନ ସଦସ୍ୟ ରାଷ୍ଟ୍ରଙ୍କ ବିଶ୍ୱ ସମ୍ପର୍କରେ ମଧ୍ୟ ପରିପ୍ରକାଶ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ହିଜାବ ଆନ୍ଦୋଳନକୁ ସମର୍ଥନ କଲେ ବାଇଡେନ;ଆପତ୍ତି ଉଠାଇଲା ଇରାନ

ତେହେରାନ,୧୬।୧୦: ଇରାନରେ ହିଜାବ ନ ପିନ୍ଧିବାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହି ଦେଶବ୍ୟାପୀ ବିରୋଧକୁ...

ରୁଷିଆ ଉପରେ ୟୁକ୍ରେନ୍‌ ଭାରୀ

କିଭ୍‌,୩ା୫: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ୬୮ ଦିନ ପୂରିଥିବାବେଳେ ଏତେ ଦିନ ଯୁଦ୍ଧ ଲମ୍ବିବା ମସ୍କୋ ପାଇଁ ଚିନ୍ତାର କାରଣ ପାଲଟିଛି। ଶକ୍ତିଶାଳୀ ରୁଷିଆ...

ଟୁଇଟର ସିଇଓ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନିତାଙ୍କୁ ମସ୍କ ଦେଇ ପାରନ୍ତି ବଡ ଦାୟିତ୍ୱ

କାଲିଫର୍ନିଆ,୭ ।୫: ଟୁଇଟରର ନୂଆ ମାଲିକ ହେବାକୁ ଯାଉଥିବା ଏଲନ ମସ୍କ ଏଥିରେ ୪୪ ଅରବ ଡଲାର ଡିଲ କରିଛନ୍ତି । ନ୍ୟୁଜ ଏଜେନ୍ସି ବ୍ଲୁମବର୍ଗର...

ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ୍‌ର ସୁରକ୍ଷା ମାଗିଲେ ଜେଲେନ୍‌ସ୍କି

ଲଭିଭ୍‌,୧୯ା୮: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଏବଂ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ମଧ୍ୟସ୍ଥତା କରିଆସିଥିବା ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ୟୁକ୍ରେନ୍‌ ଗ୍ରସ୍ତ କରିଛନ୍ତି। ଫେବୃୟାରୀ...

ଆତଙ୍କବାଦୀ ତାଲିମ୍‌ ନେଉଥିବା ମଦ୍ରାସା ସହିତ ଘନିଷ୍ଠତା ବଢ଼ାଇଲା ପାକିସ୍ତାନ

ଇସଲାମାବାଦ୍‌,୨୯।୧୨: ପାକିସ୍ତାନ ସୈନ୍ୟ ବାହିନୀର ଅଧିକାରୀମାନେ ଗତ କିଛିଦିନ ଧରି ଦେଶର କେତେକ ପ୍ରତିବନ୍ଧିତ ମଦ୍ରାସାର ମୁଖ୍ୟଙ୍କ ସହିତ ସାକ୍ଷାତ୍‌ ଜାରି ରଖିଛନ୍ତି। ସୈନ୍ୟବାହିନୀ ମୁଖ୍ୟ...

ପାକିସ୍ତାନ ରାଜନୀତିରେ ରୁଷିଆର ଏଣ୍ଟ୍ରି, ଇମ୍ରାନ୍‌ଙ୍କୁ ରୁଷିଆ ଗସ୍ତ ପାଇଁ କରାଯାଇଛି କ୍ଷମତା ଚ୍ୟୁତ …

ମସ୍କୋ, ୧୩।୬ : ବର୍ତ୍ତମାନ ରୁଷିଆ ମଧ୍ୟ ପାକିସ୍ତାନର ରାଜନୈତିକ ସଙ୍କଟରେ ଏଣ୍ଟ୍ରି କରିଛି। ପାକିସ୍ତାନରେ ଅବସ୍ଥାପିତ ଥିବା ରୁଷିଆର ରାଷ୍ଟ୍ରଦୂତ ଡାନିଲା ଗାନିଚ ଦାବି...

ଘର ପାଖ ପାର୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ

ଲଣ୍ଡନ: ସହରାଞ୍ଚଳରେ ଘର ପାଖରୁ ୩୦୦ ମିଟର ମଧ୍ୟରେ ପାର୍କ କିମ୍ବା ସବୁଜ ପରିବେଶ ରହିଲେ ତାହା ବ୍ୟକ୍ତିଙ୍କୁ ସୁଖଦ ଅନୁଭବ ଦେଇଥାଏ।ଏହାଦ୍ୱାରା ସେମାନଙ୍କ ମାନସିକ...

ଡବ୍ଲ୍ୟୁଏଚ୍‌ଓରେ ଯୋଗଦେବ ଆମେରିକା

ଓ୍ବାଶିଂଟନ, ୨୧।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ରେ ଆମେରିକା ପୁନର୍ବାର ଯୋଗଦେବ ବୋଲି ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଚାଇନା ଯେପରି ନିୟମ ଅନୁଯାୟୀ...

Advertisement
Archives

Model This Week